Posted inଜାତୀୟ

ପ୍ରବଳ ବର୍ଷା: ବମ୍ବେ ହାଇକୋର୍ଟ ଘୋଷଣା କଲା ‘ରେନି ଡେ’

ମୁମ୍ବାଇ, ୨୩।୯: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇରେ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇ ପଡ଼ିଛି। ରାସ୍ତାଘାଟରେ ଛାତିଏ ପାଣି ଜମି ରହିଛି। ଏହାକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ପକ୍ଷରୁ ବୁଧବାରକୁ ‘ରେନି ଡେ’ ଛୁଟି ଘୋଷଣା କରାଯାଇଛି। କୋର୍ଟର ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏସମ୍ପର୍କରେ ମୁଖ୍ୟ ବିଚାରପତି ଦିପଙ୍କର ଦତ୍ତ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଗୁରୁବାରଠାରୁ କୋର୍ଟର ସମସ୍ତ କାର୍ଯ୍ୟ ସ୍ବାଭାବିକ ଭାବେ ଜାରି ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲରେ ତାଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଶୁଣାଣି ବୁଧବାର ହେବାକୁ ଥିଲା। ତେବେ ଏବେ ଏହା ସେପ୍ଟେମ୍ବର ୨୪ରେ ହେବ ବୋଲି ରିଆଙ୍କ ଆଇନଜୀବୀ ସତୀଶ ମାନିସିନ୍ଧେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପରେ ଏବେ କେରଳ ସରକାର ସିବିଆଇ ଉପରେ ଲଗାଇପାରନ୍ତି ଅଙ୍କୁଶ

ଥିରୁଭାନନ୍ତପୁରମ,୪।୧୧: ମହାରାଷ୍ଟ୍ର ପରେ ଏବେ କେରଳ ସରକାର ମଧ୍ୟ ସିବିଆଇ ଉପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି କେରଳରେ କୌଣସି ମାମଲାର ଯାଞ୍ଚ ପାଇଁ...

ରାଜ୍ୟସଭା ମାର୍ଶଲଙ୍କ ଡ୍ରେସକୁ ନେଇ ତେଜିଲା ବିବାଦ: ବାଚସ୍ପତି କହିଲେ, କରାଯିବ ପୁନର୍ବିଚାର

ନୂଆଦିଲ୍ଲୀ,୧୯।୧୧: ସଂସଦର ଶୀତକାଳିନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ରାଜ୍ୟସଭାର ୨୫୦ତମ ଅଧିବେଶନ ଅବସରରେ ଗୃହରେ କିଛି ପରିବର୍ତ୍ତନ କରାଯାଇଛି। ଗୃହ ଆରମ୍ଭ ହେବା ସମୟରେ...

ଟଙ୍କା ଚୋରି ଅଭିଯୋଗରେ ଶ୍ରମିକଙ୍କୁ ଅକଥନିୟ ନିର୍ଯ୍ୟାତନା ଦେଲେ ୪ ବ୍ୟକ୍ତି

ଚେନ୍ନାଇ, ୪ା୨- ତାମିଲନାଡୁର ଆମ୍ମେପେଟାଇ ଜିଲାର ଥାନଜାବୁରରୁ ଏକ ହୃଦୟ ଥରା ଭିଡିଓ ଭାଇରାଲ ହୋଇଛି। ଟଙ୍କା ଚୋରି ଅଭିଯୋଗରେ ରାହୁଲ ନାମକ ଜଣେ ଦଳିତ...

ବାଲାକୋଟ ଆକ୍ରମଣରେ କୌଣସି ପାକିସ୍ତାନ ସେନା ଅବା ନାଗରିକଙ୍କ ମୃତ୍ୟୁ ହୋଇନାହିଁ: ସୁଷମା

ଅହମ୍ମଦାବାଦ,୧୯।୪: ପାକିସ୍ତାନର ବାଲାକୋଟରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ କୌଣସି ପାକିସ୍ତାନ ଯବାନ ଅବା ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇ ନ ଥିବା...

ଇଣ୍ଡିଗୋ ମାମଲା: ତଦନ୍ତ କରିବେ ସିନ୍ଧିଆ

ନୂଆଦିଲ୍ଲୀ,୧୦।୫: ରାଞ୍ଚତ୍ ବିମାନବନ୍ଦରରେ ଶନିବାର ଜଣେ ଭିନ୍ନକ୍ଷମ ନାବାଳକ ଯାତ୍ରୀଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ ବିମାନରେ ଚଢ଼ିବା ଲାଗି ଅନୁମତି ନ ଦେବା ଘଟଣା ସାମ୍‌ନାକୁ...

ପ୍ରବାସୀ ଶ୍ରମିକଙ୍କ ପାଇଁ ଯୋଗୀ ସରକାରଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ,୨୭।୪: ଲକ୍‌ଡାଉନ ସମୟରେ ଉତ୍ତରପ୍ରଦେଶରେ ଫସିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ପାଇଁ ଯୋଗୀ ସରକାର ସୋମବାର ବଡ଼ ଘୋଷଣା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ଏକ ହଜାର...

କର୍ମଚାରୀ ଛଟେଇ ନେଇ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କଲା ଶ୍ରମ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୩।୧୧ : କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରୁଥିବାରୁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କରାଯାଇଛି। ବୁଧବାର ବେଙ୍ଗାଲୁରୁରେ ଡେପୁଟି ଲେବର...

ସୁଧୁରୁନି ପାକିସ୍ତାନ: ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୯।୯: ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନି ପାକିସ୍ତାନ, ପୁଣି ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ସୂଚନା ମିଳିଛି। ଗୁରୁବାର କଠୁଆ ଜିଲାର ହିରାନଗର ସେକ୍ଟରରେ...

Advertisement
Archives

Model This Week