ଲଗାଣ ବର୍ଷା: କୋରାପୁଟ ଜିଲାରେ ଭାଙ୍ଗିଛି ୩୦ ଘର

ନନ୍ଦପୁର/କୋରାପୁଟ,୧୪ା୯(ଶଙ୍କର ପୂଜାରୀ/ଅମିତାଭ ବେହେରା)କୋରାପୁଟ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ୨ଦିନ ଧରି ଲଗାଣ ବର୍ଷାରେ କୋରାପୁଟ ଜିଲାର ବିଭିନ୍ନ ବ୍ଲକରେ ୩୦ ଘର ଭାଙ୍ଗିଛି। ସେଥିରୁ କୋରାପୁଟ ବ୍ଲକରେ ୩ଟି, ନନ୍ଦପୁର ବ୍ଲକରେ ୮ଟି, ପଟ୍ଟାଙ୍ଗି ବ୍ଲକରେ ୨ଟି, ସେମିଳିଗୁଡା ବ୍ଲକରେ ୧୩ଟି ଓ ବୈପାରିଗୁଡା ବ୍ଲକରେ ୪ଟି ଘର ଭାଙ୍ଗିଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜଣାପଡିଛି।
ଲଗାଣ ବର୍ଷାରେ ନନ୍ଦପୁର ବ୍ଲକ ଅଞ୍ଚଳରେ ବର୍ଷାଜଳ ରାସ୍ତା ଉପରେ, ଚାଷଜମିରେ, ଗ୍ରାମ ସଦରରେ ପ୍ରବାହିତ ହେଉଥିବାରୁ ଲୋକଙ୍କୁ ଘରୁ ବାହାରିବା କଷ୍ଟକର ହୋଇଛି। କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ୮ଟି ଘର ଭାଙ୍ଗିଛି। ନନ୍ଦପୁର ତହସିଲର ବାଲଡ଼ା ରାଜସ୍ବ ମଣ୍ଡଳରେ ୪ଟି, ଚାଟୁଆ ରାଜସ୍ବ ମଣ୍ଡଳରେ ୨ଟି ଓ କୁଲାରସିଂ ରାଜସ୍ବ ମଣ୍ଡଳରେ ୨ଟି ଘର ଭାଙ୍ଗିଛି। ବାଲଡା ରାଜସ୍ବ ମଣ୍ଡଳରେ ବାଲଡା ଗ୍ରାମର ପଦ୍ମା ଶିସା ଓ ଦଇତାରି ଖରା, ଲୁଲୁବୁରୁ ଗ୍ରାମର ଗୁରୁ ଆଚିଙ୍ଗ ଓ ଭେଜା ଗ୍ରାମର ଗୌରଚନ୍ଦ୍ର ଖିନବୁଡ଼ିଙ୍କ ଘରକାନ୍ଥ ଭୁଶୁଡ଼ି ପଡ଼ିଛି। ଚାଟୁଆ ରାଜସ୍ବ ମଣ୍ଡଳ ପାଡାଲପୁର ଗ୍ରାମର ନାବ ପାଙ୍ଗୀଙ୍କ ଘର ଭାଙ୍ଗିଥିବା ବେଳେ ଅନ୍ୟ ଜଣକ ନାମ ମିଳିପାରିନାହିଁ। ସେହିପରି କୁଲାରସିଂ ରାଜସ୍ବ ମଣ୍ଡଳର କୁଲାରସିଂ ଗ୍ରାମର ଗଣପତି ତେଲମାଲଙ୍କ ଘର ଭାଙ୍ଗିଛି। ଅନ୍ୟ ଜଣଙ୍କ ନାମ ଜଣାପଡିନାହିଁ। ସମ୍ପୃକ୍ତ ପରିବାରଙ୍କୁ ତ୍ୱରିତ ସହାୟତା ସ୍ବରୂପ ପଲିଥିନ ଯୋଗାଇ ପ୍ରଦାନ କରାଯାଇଥିବା ରାଜସ୍ବ ନିରୀକ୍ଷକ ଅକ୍ଷୟ କ୍ଷତ୍ରି କହିଛନ୍ତି। କ୍ଷୟକ୍ଷତି ଆକଳନ ପରେ ସମସ୍ତଙ୍କୁ ଘରଭଙ୍ଗା ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ନରସିଂହ ଗାଦବା ସୂଚନା ଦେଇଛନ୍ତି। କୋରାପୁଟ ଜିଲାରେ ବୁଧବାର ମୋଟ ୬୨୪ ମି.ମି. ବର୍ଷା ହୋଇଛି। ଜିଲାର ଦଶମନ୍ତପୁର ବ୍ଲକରେ ସର୍ବାଧିକ ୯୮ ମି.ମି. ବର୍ଷା ହୋଇଥିବା ବେଳେ ନାରାୟଣପାଟଣା ବ୍ଲକରେ ସର୍ବନିମ୍ନ ୧୫.୬ ମି.ମି. ବର୍ଷା ହୋଇଛି। ଲକ୍ଷ୍ମୀପୁର ବ୍ଲକରେ ୯୪.୨ ମି.ମି., ସେମିଳିଗୁଡା ବ୍ଲକରେ ୮୭ ମି.ମି., ନନ୍ଦପୁର ବ୍ଲକରେ ୭୦ ମି.ମି. , କୋରାପୁଟ ବ୍ଲକରେ ୬୮ ମି.ମି., ଜୟପୁର ବ୍ଲ୍ଳକରେ ୩୯.୪ ମି.ମି. ବୋରିଗୁମ୍ମା ବ୍ଲକରେ ୨୬.୪ ମି.ମି. କୋଟପାଡ ବ୍ଲକରେ ୨୫.୨ ମି.ମି., କୁନ୍ଦୁରା ବ୍ଲକରେ ୨୪ ମି.ମି., ଲମତାପୁଟ ବ୍ଲକରେ ୨୨ ମି.ମି. ବୈପାରିଗୁଡା ବ୍ଳକରେ ୨୦ ମି.ମି., ବନ୍ଧୁଗାଁ ବ୍ଲକରେ ୧୬ ମି.ମି. ବର୍ଷା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?