ରାଜ୍ୟରେ ଝଡ଼ବର୍ଷା: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦ା୩(ଅନିଲ ଦାସ): ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଟ୍ରପ୍‌ଲାଇନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ହୀରାକୁଦରେ ୩୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୧୭.୪, ସୁନ୍ଦରଗଡ଼ ୧୭.୪, ଝାରସୁଗୁଡ଼ା ୨୪.୨, ଚାନ୍ଦବାଲି ୯.୨, ପାରାଦୀପ ୯.୬, ଅନୁଗୋଳ ୧୦, ଭୁବନେଶ୍ୱର ୭.୧, ତାଳଚେର ୧୫, ଦାରିଙ୍ଗବାଡ଼ି ୨୬, ପାରଳାଖେମୁଣ୍ଡି ୮, ଯାଜପୁର ୮, ଟିଟିଲାଗଡ଼ ୨ ଏବଂ କଟକରେ ୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବୁଧବାର ମଧ୍ୟ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସବୁ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିିଂ ଜାରି କରାଯାଇଛି। ଏହି ସମୟରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, ମାଲକାନଗିରି, ନବରଙ୍ଗପୁର ଏବଂ କେନ୍ଦୁଝର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବ। ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବୋହିବା ସମ୍ଭାବନା ରହିଛି। ରବି ଫସଲ ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ

ଭୁବନେଶ୍ୱର,୮।୭(ସୁନିତ୍‌ ମିଶ୍ର): ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ। ବିକାଶ ଓ ପରିବେଶ ପରସ୍ପରର…

ଆଜି ଏହି ୨ ଜିଲାରେ ଝଡ଼ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୮ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତରଓଡ଼ିଶା -ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଅବପାତ ଦୁର୍ବଳ…

ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ଆବେଦନ ଆରମ୍ଭ: ଶେଷ ତାରିଖ ରହିଛି…

ଭୁବନେଶ୍ୱର,୮ା୭(ସୁଚିସ୍ମିତା ସାହୁ): ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ୨୦୨୬-୨୭ ପାଇଁ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡିରେ ପଞ୍ଜୀକୃତ ଗବେଷକମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri