ପ୍ରବଳ ବର୍ଷା ସମ୍ଭାବନା: ୪୦ରୁ ୫୦ କିମି ବେଗରେ ବହିବ ପବନ, ଏସବୁ ଜିଲାରେ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୬(ବନ୍ଦନା ସେଠୀ):ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆକଳନ ଅନୁଯାୟୀ ଜୁଲାଇ ୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଜୁନ୍‌ ୩୦ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଝଡ଼ବର୍ଷା ପାଇଁ ସତର୍କ କରାଯାଇଛି। ଶନିବାର ୧୦ ଜିଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି. ରହିବ। ବାକି ସମସ୍ତ ଜିଲାର କିଛି ସ୍ଥାନରେ ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ରବିବାର ସମସ୍ତ ଜିଲାରେ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଥିବାବେଳେ କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ବର୍ଷା ପାଇଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?