ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର ଅଚଳ ହୋଇପଡ଼ିଥିବା ବେଳେ ଶନିବାରଠାରୁ ଦାରିଙ୍ଗବାଡ଼ି ବ୍ଲକର ଏକାଧିକ ଫିଡ଼ର ଅଚଳ ହୋଇପଡିଛି ଉକ୍ତ ବ୍ଲକର ଦାରିଙ୍ଗବାଡ଼ି ସମେତ ଶ୍ରାନିକେତା, ସିମନବାଡ଼ି, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ ଓ ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି ଉପଭୋକ୍ତା। ଦାରିଙ୍ଗବାଡ଼ି ସବଷ୍ଟେଶନକୁ କ. ନୂଆଗାଁଠାରୁ ୩୩ କେଭି ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ଦାରିଙ୍ଗବାଡ଼ିଠାରୁ ଦାସିଙ୍ଗବାଡ଼ି, ପର୍ତ୍ତମାହା, ସିମନବାଡ଼ି ଆଦିକୁ ୧୧ କେଭି ବଦ୍ୟୁତ୍‌ ସଂଯୋଗ ଯାଇଛି କିନ୍ତୁ ୩ ଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଦ୍ୟୁତ୍‌ ଠପ୍‌ ହୋଇଯାଇଛି। ସେହିପରି ବିଦ୍ୟୁତ୍‌ ଅଚଳର କିଛି ସମୟ ମଧ୍ୟରେ ସିମନବାଡ଼ିର ବିଏସ୍‌ଏନ୍‌ଏଲ ଓ ଜିଓ ନେଟ୍‌ଓ୍ବର୍କ ଫେଲ୍‌ ହୋଇଯାଇଛି। ସିମନବାଡ଼ି ମୋବାଇଲ ଟାଓ୍ବାରରେ ୨ଟି ଯାକ ନେଟଓ୍ବର୍କ ରହିଥିବା ବେଳେ ଦୀର୍ଘ୍‌ବର୍ଷ ଧରି ଜେନେନେଟର ଅଚଳ ଯୋଗୁ ବିଦ୍ୟୁତ୍‌ କାଟ୍‌ ହେବାର କିଛି ସମୟ ମଧ୍ୟରେ ମୋବାଇଲ, ଇଣ୍ଟରନେଟ୍‌ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡୁଛି। ଏନେଇ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି କିନ୍ତୁ ଏହାର ସମାଧାନ ହେଉ ନ ଥିବା ସିମନବାଡ଼ିର ଅଭିଯୋଗକାରୀ ଅମରେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି କିରିକୁଟି, ବୁଡ଼ାଗୁଡା ଅଞ୍ଚଳରେ ମଧ୍ୟ ବିଏସ୍‌ଏନ୍‌ଏଲ ସେବା ବିଦ୍ୟୁତ୍‌ କାଟ୍‌ ଯୋଗୁ ଅଚଳ ହୋଇପଡ଼ିଛି। ବିଦ୍ୟୁତ୍‌ ଏବଂ ମୋବାଇଲ ସେବା ଅଚଳ ଯୋଗୁ ଜରୁରୀକାଳିନ ସେବା ବିଶେଷ କରି ଆମ୍ବୁଲାନ୍ସକୁ ଯୋଗାଯୋଗ ସମ୍ଭବ ହେଉ ନ ଥିବା ଯୋଗୁ ରୋଗୀମାନେ ବହୁ ହଇରାଣ ଭୋଗୁଛନ୍ତି। ସେହିପରି ଜନସେବା କେନ୍ଦ୍ର, ବ୍ୟାଙ୍କ ପ୍ରତିଷ୍ଠାନ, ଥାନା, ବ୍ଲକ କାର୍ଯ୍ୟାଳୟ ତହସିଲ କାର୍ଯ୍ୟାଳୟ, ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ସମେତ ବେସରକାରୀ ସଂସ୍ଥାଗୁଡ଼ିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏନେଇ ଦାରିଙ୍ଗବାଡ଼ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକ କହିଛନ୍ତି ଯେ, ଫିରିଙ୍ଗିଆରୁ କ. ନୂଆଗାଁ ଏବଂ ଜି. ଉଦୟଗିରିରୁ କ. ନୂଆଗାଁକୁ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ ହୋଇଛି। ସେ ୨ଟି ବିଦ୍ୟୁତ ସଂଯୋଗରୁ ଗୋଟିଏ ବି ଷ୍ଟାଣ୍ଡ ହୋଇଗଲେ ଦାରିଙ୍ଗବାଡ଼ି ସ୍ବାଭାବିକ ହୋଇପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି।

ସିମନବାଡ଼ିରେ ନେଟଓ୍ବର୍କ ନ ଥିବା ସମ୍ପର୍କରେ କନ୍ଧମାଳ ଜିଲାପାଳ ବେଦଭୂଷଣ କହିଛନ୍ତି, ସେ ତୁରନ୍ତ ସେ ବିଏସ୍‌ଏନ୍‌ଏଲକୁ ନିର୍ଦ୍ଦେଶ ଦେବେ ସିମନବାଡ଼ିର ଉଭୟ ନେଟ୍‌ଓ୍ବର୍କ ସ୍ବାଭାବିକ କରିବା ପାଇଁ। ସେହିପରି ଗୋଟିଏ ମାସ ଧରି ବନ୍ଦ ରହିଥିବା ଏସ୍‌ବିଆଇର ଏଟିଏମ୍‌କୁ ମଧ୍ୟ ମରାମତି କରାଯାଇ ସ୍ବାଭାବିକ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ଛାତ୍ରୀଙ୍କୁ ପକେଟ ମନି ଦେବେ ସରକାର! ମିଳିବ ୨,୦୦୦ ଟଙ୍କା, ଜାଣନ୍ତୁ କିଏ ପାଇବେ ଲାଭ

ମୁମ୍ବାଇ , ୨୦।୮: ମହାରାଷ୍ଟ୍ରରେ ଉଚ୍ଚଶିକ୍ଷା ହାସଲ କରୁଥିବା ଛାତ୍ରୀମାନଙ୍କ ପାଇଁ ସରକାର ଏକ ନୂଆ ପଦକ୍ଷେପ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା…

ମଣ୍ଡପରେ ବରଙ୍କ ମୁହଁ ଦେଖି ଚମକିଗଲେ କନ୍ୟା, ଶିଶୁପାଳ ହୋଇ ଫେରିଲେ ବର

ଚଣ୍ଡିଗଡ଼,୨୦ା୮: ପଞ୍ଜାବର ଫିରୋଜପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିବାହ ସମୟରେ ବରକୁ ଦେଖିବା ପରେ କନ୍ୟା ସ୍ପଷ୍ଟ ଭାବେ ବିବାହ କରିବାକୁ ମନା…

‘ତୁମ ବାପା ମଧ୍ୟ ଅଟକାଇ ପାରିବେ ନାହିଁ…’ – ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଖୋଲା ଚ୍ୟାଲେଞ୍ଜ କଲେ ମନ୍ତ୍ରୀଙ୍କ ଝିଅ? ଉଠିଲାଣି ଝଡ଼

ହାଇଦ୍ରାବାଦ,୨୦।୮: ତେଲଙ୍ଗାନା କଂଗ୍ରେସ ଭିତରେ ଚାଲିଥିବା ବିଦ୍ରୋହ ଏବେ ଖୋଲା ଖୋଲି ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଝିଅ ସାର୍ବଜନୀନ ଭାବରେ…

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରା ମାଡ଼ କଲେ ଛାତ୍ର; ‘ବାବୁ’ ଶବ୍ଦ ଖୋଲିଲା…

ନାଲଗୋଣ୍ଡା,୨୦।୮: ତେଲଙ୍ଗାନା ନାଲଗୋଣ୍ଡା ଜିଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ରୂପା ରେଡ୍ଡିଙ୍କୁ ତାଙ୍କ ଘରେ ହତ୍ୟା କରାଯିବାର ଏକ ସପ୍ତାହରୁ ଅଧିକ ସମୟ ପରେ, ପୋଲିସ…

ସୃଷ୍ଟି ହେଲା ଦୁର୍ଲଭ ରାଜଯୋଗ: କର୍କଟ ସମେତ ୫ ରାଶିଙ୍କ ଚମକିବ ଭାଗ୍ୟ, ଅଚାନକ ମିଳିବ ଖୁସିଖବର!

୨୦ ଅଗଷ୍ଟର ରାଶିଫଳ ଅନୁସାରେ, ଏହି ଦିନ ଚନ୍ଦ୍ରମା ଦିନ-ରାତି ବିଛା ରାଶିରେ ବିଶାଖା ପରେ ଅନୁରାଧା ନକ୍ଷତ୍ରରେ ଗୋଚର କରିବେ। ବିଛା ରାଶିରେ ଚନ୍ଦ୍ରମା ନୀଚସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri