Posted inଜାତୀୟ

ବ୍ୟାୟାମ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଜାଣନ୍ତୁ…

ନୂଆଦିଲ୍ଲୀ, ୧୫।୮: ଏକ୍ସରସାଇଜ୍‌ ବା ବ୍ୟାୟାମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ।
ଦିଲ୍ଲୀର ଜଣେ ୧୮ ବର୍ଷୀୟ ଯୁବକ ଲକ୍ଷ୍ୟ ପ୍ରତିଦିନ ଜିମ୍‌ ଯାଉଥିଲେ। ମାତ୍ର ଲକ୍‌ଡାଉନ୍‌ ଯୋଗୁ ସବୁ ଜିମ୍‌ ବନ୍ଦ ହୋଇଯିବାରୁ ସେ ଆଉ ଯାଇପାରିଲେ ନ ଥିଲେ। ଘରେ ମଧ୍ୟ ସେମିତି କିଛି ବ୍ୟାୟାମ କଲେ ନାହିଁ। ଲକ୍‌ଡାଉନ୍‌ କୋହଳ ହେବାରୁ ଯେତେବେଳେ ଜିମ୍‌ ଖୋଲିଲା ଲକ୍ଷ୍ୟ ଜିମ୍‌ ଗଲେ। ଗୋଟିଏ ଦିନରେ ମାସକଯାକର ବ୍ୟାୟାମ କରିବାକୁ ଚାହିଁଲେ। ଯାହା ଫଳରେ ତାଙ୍କ କିଡନୀ ଉପରେ ଏହାର ପ୍ରଭାବ ପଡ଼ିଲା। ଫଳରେ ତାଙ୍କୁ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିଲା।
ଏ ନେଇ ଲକ୍ଷ୍ୟଙ୍କ ମା’ କୁହନ୍ତ, ଜିମ୍‌ରେ ବ୍ୟାୟାମ କରିବାର କିଛି ସମୟ ପରେ ସେ ଅସୁସ୍ଥ ହୋଇପଡ଼ିଲେ। ୩ ଦିନ ପର୍ଯ୍ୟନ୍ତ ତାଙ୍କର ପରିସ୍ରା ହେଲା ନାହିଁ। ହସ୍ପିଟାଲ ନେବାରୁ ତାଙ୍କ କିଡ୍‌ନୀରେ ଖରାପ ପ୍ରଭାବ ପଡ଼ିଛି। ଖୁବ୍‌ ଶୀଘ୍ର ଡାଏଲିସିସ୍‌ କରିବାକୁ ପଡ଼ିବ ବୋଲି ଡାକ୍ତର କହିଥିବା ତାଙ୍କ ମା’ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଭେଟିଲେ ଉଦ୍ଧବ ଠାକରେ ସାଙ୍ଗରେ ଥିଲେ ଆଦିତ୍ୟ

ନୂଆଦିଲ୍ଲୀ,୨୧।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେ ଶୁକ୍ରବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ଉଦ୍ଧବଙ୍କ ଏହି...

କରହନିଆରେ ଉତ୍କଟ ଜଳ ସଙ୍କଟ: ପୁଅଙ୍କୁ ଝିଅ ଦେବାକୁ ରାଜି ହେଉ ନାହାଁନ୍ତି କନ୍ୟାଘର

ବିଳାସପୁର,୧୯।୫: ଛତିଶଗଡ଼ରେ ଦେଖାଦେଇଛି ଜଳ ସଙ୍କଟ। ଏହାଯୋଗୁ କେତେକ ଅଞ୍ଚଳରେ ଝିଅ ବିବାହ ଦେବାକୁ କନ୍ୟାଘର ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଆଦିବାସୀ...

ମାଲଦା ପ୍ଲାଷ୍ଟିକ କାରଖାନାରେ ଭୟଙ୍କର ବିସ୍ଫୋରଣ: ୫ ମୃତ

ମାଲଦା,୧୯ା୧୧-ପଶ୍ଚିମବଙ୍ଗର ମାଲଦା ଜିଲା ସୁଜାପୁର ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ଗୁରୁବାର ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ...

ମହାପଞ୍ଚାୟତ ପୂର୍ବରୁ ଶାହାରନପୁରରେ ୧୪୪ ଧାରା

ଶାହାରନପୁର,୧୦।୨: ଉତ୍ତରପ୍ରଦେଶ ଶାହାରନପୁରରେ ବୁଧବାର କୃଷକ ମହାପଞ୍ଚାୟତ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମହାପଞ୍ଚାୟତରେ...

ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ଝାଡ଼ଖଣ୍ଡର ୪ଟି ଜିଲାର ୧୫ ଆସନ ପାଇଁ ମତଦାନ ଆରମ୍ଭ

ରାଞ୍ଚି,୧୬।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସୋମବାର ସକାଳ ୭ଟାଠାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୧୫ଟି ବିଧାନସଭା ଆସନ ପାଇଁ ମତଦାନ...

ରାଜୀବ ଗାନ୍ଧୀ ହତ୍ୟା ମାମଲା: ନଳିନୀଙ୍କୁ ମିଳିଲା ୩୦ ଦିନର ପାରୋଲ

ଚେନ୍ନାଇ,୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ୩୦ ଦିନର...

ଚାଇନା ସୀମାରେ ବଢ଼ୁଛି ଉତ୍ତେଜନା: ଆଉ ୩୫ ହଜାର ଯବାନ ମୁତୟନ ହେବେ

ନୂଆଦିଲ୍ଲୀ,୩୧ା୭:ଚାଇନା ସୀମାରେ ଦୀର୍ଘଦିନ ହେଲା ଉତ୍ତେଜନା ଲାଗି ରହିଛି। ବିବାଦର ସମାଧାନ ପାଇଁ ଦୁଇଦେଶ ପକ୍ଷରୁ ଉଦ୍ୟମ ଜାରି ରହିଥିଲାବେଳେ ଭାରତ ଅତିରିକ୍ତ ୩୫ ହଜାର...

ରାଜସ୍ଥାନ ରାଜନୀତି ହଲ୍‌ଚଲ୍‌: ବସୁନ୍ଧରା ରାଜେଙ୍କୁ ଛାଡି ଅନ୍ୟ ନେତାଙ୍କୁ ଦିଲ୍ଲୀ ଡାକିଲେ ନଡ୍ଡା

ନୂଆଦିଲ୍ଲୀ,୮।୧: ଭାରତୀୟ ଜନତା ପାର୍ଟି ଜାତୀୟ ସଭାପତି ଜେପି ନଡ୍ଡା ଆଜି ରାଜସ୍ଥାନ ରାଜ୍ୟ ନେତାମାନଙ୍କୁ ଦିଲୀ ଡକାଇଛନ୍ତି। ରାଜସ୍ଥାନରେ ରାଜନୈତିକ ଆଲୋଚନା ତୀବ୍ର ହୋଇଛି।...

Advertisement

BGU

Archives

Model This Week

Why Dharitri