Posted inଖେଳ

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ଦମ୍‌ଦାର ବିଜୟ ହାସଲ କରିଛି। ଜ୍ୟାକ୍ସ ଓ କୋହଲିଙ୍କ ବ୍ୟାଟିଂ ଆଗରେ ଗୁଜରାଟ ଟାଇଟନ୍ସ ବୋଲିଂ ଅତ୍ୟନ୍ତ ମାମୁଲି ସାବ୍ୟସ୍ତ ହୋଇଥିଲା। ଫଳରେ ୨୦୧ ରନର ବିଜୟ ଲକ୍ଷ୍ୟକୁ ଆର୍‌ସିବି ୧୬ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ହାସଲ କରି ନେଇଥିଲା। ଗୁଜରାଟ ୨୦ ଓଭରରେ ୩ ଉଇକେଟ ହରାଇ ୨୦୦ ରନ କରିଥିଲା। ଜବାବରେ ଆର୍‌ସିବିର ୨୦୬/୧ ସ୍କୋର ସହ ଜବରଦସ୍ତ ଶତକ ହାସଲ କରିଥିଲେ ଜ୍ୟାକ୍ସ। ୧୬ତମ ଓଭରର ଶେଷ ବଲ୍‌ରୁ ଆର୍‌ସିବି ବିଜୟ ହାସଲ ପାଇଁ ୧ ରନ ଆବଶ୍ୟକ କରୁଥିବାବେଳେ ଶତକ ପୂରଣ ଲାଗି ଜ୍ୟାକ୍ସ ୬ ରନ ଆବଶ୍ୟକ କରୁଥିଲେ। ରଶିଦ ଖାଁଙ୍କ ଏହି ଓଭରର ଶେଷ ବଲ୍‌କୁ ଛକାରେ ପରିଣତ କରି ନିଜ ସ୍କୋରକୁ ୩ ଅଙ୍କରେ ପହଞ୍ଚାଇ ଦେଇଥିଲେ ଜ୍ୟାକ୍ସ। ଆଇପିଏଲ୍‌ରେ ପ୍ରଥମ ଶତକ ସହ ସେ ହାସଲ କରିଥିଲେ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର। କ୍ରମାଗତ ୬ ପରାଜୟ ପରେ ଆର୍‌ସିବିର ଏହା ଲଗାତର ଦ୍ୱିତୀୟ ବିଜୟ। ପଏଣ୍ଟ ଟେବୁଲର ନିମ୍ନରେ ଅପରିବର୍ତ୍ତିତ ରହିଥିଲେ ହେଁ ଆର୍‌ସିବି ୧୦ ମ୍ୟାଚରୁ ୩ୟ ବିଜୟ ସହ ୬ ପଏଣ୍ଟରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଗୁଜରାଟ ୧୦ ମ୍ୟାଚରୁ ୬ଷ୍ଠ ପରାଜୟ ବରଣ କରିଛି। ଫଳରେ ଦଳର ପ୍ଲେ-ଅଫ୍‌ ଆଶାପ୍ରତି ଶକ୍ତ ଧକ୍କା ପହଞ୍ଚତ୍ଛି।
ନରେନ୍ଦ୍ର ମୋଦି ଷ୍ଟାଡିୟମର ବ୍ୟାଟିଂ ଟ୍ରାକ୍‌ରେ ବିରାଟ କୋହଲି ଓ ଅଧିନାୟକ ଫାଫ୍‌ ଡୁପ୍ଲେସି ଓପନିଂ ଯୋଡ଼ିରେ ୨୩ ବଲ୍‌ରୁ ୪୦ ରନ ଯୋଗକରି ଦଳ ପାଇଁ ଭଲ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ଅପେକ୍ଷାକୃତ ଧିମା ଆରମ୍ଭ କରିଥିବା କୋହଲି କିନ୍ତୁ ଡୁପ୍ଲେସି ଆଉଟ ହେବାପରେ ଗିୟର ବଦଳାଇ ଆକ୍ରମଣାତ୍ମକ ଖେଳିଥିଲେ। ଜ୍ୟାକ୍ସ ମଧ୍ୟ ଧିମା ଆରମ୍ଭ କରି ନିଜର ପ୍ରଥମ ୧୭ ବଲ୍‌ରୁ ମାତ୍ର ୧୭ ରନ ସ୍କୋର କରିଥିଲେ। ମାତ୍ର କୋହଲିଙ୍କ ଉପସ୍ଥିତିରେ ଉତ୍ସାହିତ ହୋଇ ପରବର୍ତ୍ତୀ ୨୪ ବଲ୍‌ରୁ ସଂଗ୍ରହ କରିଥିଲେ ଅବିଶ୍ୱସନୀୟ ୮୩ ରନ। ସେ ୪୧ ବଲ୍‌ରୁ ୧୦୦ ରନ ପୂରଣ କରିଥିବାବେଳେ ନିଜ ଇନିଂସ ମଧ୍ୟରେ ମାରିଥିଲେ ୫ ଚୌକା ଓ ୧୦ ଛକା। ଜ୍ୟାକ୍ସ ୫୦ରୁ ୧୦୦ରେ ପହଞ୍ଚତ୍ବା ପାଇଁ ମାତ୍ର ୧୦ ବଲ୍‌ର ସହାୟତା ନେଇଥିଲେ, ଯାହାକି ଆଇପିଏଲ୍‌ରେ ଏକ ରେକର୍ଡ। ପୂର୍ବରୁ ୨୦୧୩ରେ ବେଙ୍ଗାଲୁରୁଠାରେ ପୁଣେ ଓ୍ବାରିୟର୍ସ ଇଣ୍ଡିଆ ବିପକ୍ଷରେ ଗେଲ୍‌ ୧୩ଟି ବଲ୍‌ର ସହାୟତା ନେଇ ରେକର୍ଡର ଅଧିକାରୀ ଥିଲେ। କୋହଲି ୪୪ ବଲ୍‌ରୁ ୭୦ (୬ ଚୌକା, ୩ ଛକା) ରନରେ ଅପରାଜିତ ରହି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଅସମାପ୍ତ ଦ୍ୱିତୀୟ ଉଇକେଟରେ ଦୁହେଁ ୭୪ ବଲ୍‌ରୁ ୧୬୬ ରନ ସଂଗ୍ରହ କରିଥିଲେ। ଏହି ଅବସରରେ ଚଳିତ ସିଜନରେ କୋହଲି ଆଇପିଏଲ୍‌ରେ ୫୦୦ ରନ ପୂରଣ କରିଥିଲେ। ଗୁଜରାଟ ପକ୍ଷରୁ କେବଳ ସାଇ କିଶୋର ଗୋଟିଏ ଉଇକେଟ ପାଇଥିଲେ। ରଶିଦ ଖାଁ ନିଜ ଶେଷ ଓଭରରେ ୨୯ ରନ ବ୍ୟୟ କରିଥିଲେ। ଯାହାକି ଏପର୍ଯ୍ୟନ୍ତ ତାଙ୍କ ପାଇଁ ଆଇପିଏଲ୍‌ରେ ସବୁଠାରୁ ମହଙ୍ଗା ଓଭର। ୨୦୧୮ରେ ମୋହାଲିଠାରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସେ ସର୍ବାଧିକ ୨୭ ରନ ବ୍ୟୟ କରିଥିଲେ।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ମାତ୍ର ୪୫ ରନ ମଧ୍ୟରେ ଦୁଇ ଓପନର ରିଦ୍ଧିମାନ ଶାହା(୫) ଓ ଅଧିନାୟକ ଶୁବମନ ଗିଲ୍‌(୧୬)ଙ୍କ ଉଇକେଟ ହରାଇଥିଲା। ତେବେ ସାଇ ସୁଦର୍ଶନଙ୍କ ଅପରାଜିତ ୮୪ (୪୯ ବଲ, ୮ ଚୌକା, ୪ ଛକା), ଶାହରୁଖ ଖାଁଙ୍କ ୫୮ (୩୪ ବଲ, ୩ ଚୌକା, ୫ ଛକା) ଓ ଡେଭିଡ ମିଲରଙ୍କ ୨୬ *(୧୯ ବଲ, ୨ ଚୌକା, ୧ ଛକା) ବଳରେ ୨୦୦ ରନ ପୂରଣ କରିଥିଲା। ଆର୍‌ସିବି ପକ୍ଷରୁ ସ୍ବପ୍ନିଳ ସିଂ, ମହମ୍ମଦ ସିରାଜ ଓ ଗ୍ଲେନ ମ୍ୟାକ୍ସଓ୍ବେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?