ଢେଙ୍କାନାଳରେ ପାରଦ ୪୧ ଟପିଲା

ଢେଙ୍କାନାଳ ଅଫିସ,୧୯।୪: ଢେଙ୍କାନାଳ ସହରର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ସକାଳୁ ଟାଣ ଖରା ସାଙ୍ଗକୁ ମଧ୍ୟାହ୍ନରେ ତତଲା ପବନ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିସହ ଘନ ଘନ ବିଦ୍ୟୁତ୍‌ କାଟ୍‌ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ମଙ୍ଗଳବାର ଢେଙ୍କାନାଳର ତାପମାତ୍ରା ୪୧ ଡିଗ୍ରୀ ଟପିଯାଇଥିବା ଜଣାପଡ଼ିଛି।
ସକାଳୁ ସହରର ତାପମାତ୍ରା ହଠାତ ବଢ଼ିଯାଉଥିବାରୁ ପୂର୍ବାହ୍ନ ୧୧ଟା ପରେ ରାସ୍ତା ଶୂନଶାନ ହୋଇପଡୁଛି। ଜରୁରୀ କାର୍ଯ୍ୟ ନ ଥିଲେ ଅଧିକାଂଶ ଲୋକ ପଦାକୁ ବାହାରୁ ନ ଥିବା ବେଳେ ବଜାରରେ ବ୍ୟବସାୟ ମଧ୍ୟ ମାନ୍ଦା ପଡ଼ିଯାଇଛି। ତେବେ ଆଖୁରସ, ପଇଡ଼, ଲସି ଦୋକାନଗୁଡ଼ିକରେ ପ୍ରବଳ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ତାପମାତ୍ରା ସମ୍ପର୍କରେ ପ୍ରଶାସନ ପକ୍ଷରୁ ରେକର୍ଡ କରାଯାଉ ନ ଥିବାରୁ ଜନସାଧାରଣ ଏହା ଠିକ୍‌ରେ ଜାଣିପାରୁ ନାହାନ୍ତି। ଏପରି ତାତିକୁ ଦେଖି ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ଅଂଶୁଘାତ ମୁକାବିଲା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲାର ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ବେଡ୍‌ ସହ ଔଷଧ ମହଜୁଦ ରଖାଯାଇଛି। ତେବେ ଅତି ଆବଶ୍ୟକ ନ ପଡ଼ିଲେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନ ଯିବା ପାଇଁ ଜନସାଧାରଣଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ଶ୍ରମିକମାନଙ୍କୁ ମଧ୍ୟ ଏହି ସମୟ ମଧ୍ୟରେ କାମ ନ କରିବାପାଇଁ କୁହାଯାଇଥିବା ଜିଲାପାଳ ସରୋଜ କୁମାର ସେଠୀ ପ୍ରକାଶ କରିଛନ୍ତି। ସେହିପରି ବନ୍ୟପ୍ରାଣୀମାନଙ୍କ ଅବସ୍ଥା ମଧ୍ୟ ଚିନ୍ତାଜନକ ହୋଇଛି। ଜିଲାର ବିଭିନ୍ନ ଜଙ୍ଗଲରେ ଥିବା ଜଳାଶୟ ଗୁଡିକ ଶୁଖି ଯାଉଥିବାରୁ ବନ୍ୟପ୍ରାଣୀମାନେ ଜନବସତି ମୁହଁା ହୋଇଛନ୍ତି। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁମିତ କର କହିଛନ୍ତି, ହିନ୍ଦୋଳ ରେଞ୍ଜ ସମେତ ଜିଲାର ଅନ୍ୟ ଜଙ୍ଗଲରେ ସୋଲାର ବ୍ୟବସ୍ଥା ମାଧ୍ୟମରେ ପାଣି ପମ୍ପିଙ୍ଗ କରାଯାଇ କଂକ୍ରିଟ କୁଣ୍ଡରେ ରଖାଯିବା ବ୍ୟବସ୍ଥା ହୋଇଛି। ୱାଟର ହାରଭେଷ୍ଟିଙ୍ଗ ଯୋଜନାରେ ବହୁ ଜଙ୍ଗଲରେ ମଧ୍ୟ ଜଳ ସଂରକ୍ଷଣ କରାଯାଇଛି। ତେଣୁ ବନ୍ୟଜନ୍ତୁଙ୍କ ପିଇବା ପାଇଁ ସେପରି ଅସୁବିଧା ହେବନି ବୋଲି ଆଶା କରାଯାଉଛି। ସେହିପରି ଘନ ଘନ ବିଦ୍ୟୁତ୍‌ କାଟ ଅଭିଯୋଗ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ବେଣୁଧର ଦାସ କହିଛନ୍ତି, ହଠାତ ତାପମାତ୍ରା ବୃଦ୍ଧି ଯୋଗୁ ୨ ଦିନ ସମସ୍ୟା ହୋଇଥିଲା। ଏକ ବଡ଼ ଟ୍ରାନ୍ସଫର୍ମର ପୋଡିଯିବାରୁ ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଇତିମଧ୍ୟରେ ଟ୍ରାନ୍ସଫର୍ମରକୁ ମରାମତି କରାଯାଇଥିବା ନିର୍ବାହୀ ଯନ୍ତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri