ଅଳ୍ପ ବୟସରେ ହୃଦ୍‌ରୋଗ

ସୈନ୍ୟ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୧୭ ବର୍ଷର କିଶୋରଠାରେ ବାଇପାସ୍‌ ସର୍ଜରି ହୋଇସାରିଲାଣି। ତା’ର ରକ୍ତ-କୋଲେଷ୍ଟରଲ୍‌ର ମାତ୍ରା ଅନୁମୋଦିତ ସ୍ତରରେ ରହିଥିଲା, ତଥାପି ତା’ର ଧମନୀରେ ପ୍ରକାଶ ପାଇସାରିଥିଲା ଆଥେରୋସ୍କେରୋସିସ୍‌।
ବୟସ ମାତ୍ର ୨୨ ବର୍ଷ। ତା’ଠାରେ ହଠାତ୍‌ ଆରମ୍ଭ ହେଲା ଛାତି ଯନ୍ତ୍ରଣା। ପରୀକ୍ଷାରୁ ଜଣାପଡ଼ିଲା ଯେ ସେ ହୃଦ୍‌ରୋଗରେ ଆକ୍ରାନ୍ତ। ସେଥିପାଇଁ ତା’ର ବାଇପାସ୍‌ ସର୍ଜରି କରାଯାଇଛି। ସେ ଜଣେ ଦାନ୍ତ ଡାକ୍ତର। ବୟସ ୩୮ ବର୍ଷ। ତାଙ୍କଠାରେ ଦୁଇଥର ବାଇପାସ୍‌ ସର୍ଜରି କରାଯାଇସାରିଲାଣି।
ଉପରେ ଯେଉଁ ଦୃଷ୍ଟାନ୍ତ ଦିଆଗଲା, ଆପଣ କ’ଣ ଭାବୁଛନ୍ତି ଯେ ଏଗୁଡ଼ିକ ବିରଳ ଘଟଣା? ଆପଣ ପୁରୁଣାକାଳିଆ ଧାରଣାକୁ ଫିଙ୍ଗି ଦିଅନ୍ତୁ। ଆଖି ଖୋଲି ବାସ୍ତବତାକୁ ଦେଖନ୍ତୁ ଓ ଗ୍ରହଣ କରିନିଅନ୍ତୁ। ସହରାଞ୍ଚଳର ଡାକ୍ତରଖାନାଗୁଡ଼ିକରେ କିଶୋରଗୋଷ୍ଠୀ ତଥା ଯୁବଗୋଷ୍ଠୀର ଅନ୍ତର୍ଭୁକ୍ତ ହୋଇଥିବା ଅଳ୍ପବୟସ୍କ ବ୍ୟକ୍ତିମାନେ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ଭର୍ତ୍ତି ହେବାରେ ଲାଗିଛନ୍ତି। ଏହା କାଁ ଭାଁ ଘଟୁନାହିଁ। ବରଂ ଦିନକୁଦିନ ସେମାନଙ୍କର ସଂଖ୍ୟା ବୃଦ୍ଧି ପାଇଚାଲିଛି।
ଗତ ଅଳ୍ପ କେଇ ଦଶନ୍ଧି ଭିତରେ ଅଳ୍ପ ବୟସ୍କ ହୃଦ୍‌ରୋଗୀମାନଙ୍କର ସଂଖ୍ୟା ତିନି ଚାରି ଗୁଣ ବଢ଼ିଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଯୁବ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର, ବ୍ୟବସାୟିକ ସଂସ୍ଥାରେ ନିଯୁକ୍ତ କାର୍ଯ୍ୟନିର୍ବାହୀ, ବ୍ୟବସାୟୀ, ଅଫିସ କର୍ମଚାରୀ, ଶିକ୍ଷକ ଏବଂ ଛାତ୍ରମାନେ। ଜଣେ ହୃଦ୍‌ରୋଗ ବିଶେଷଜ୍ଞ ନିଜ ଅନୁଭୂତିରୁ କହନ୍ତି, ”ଆଗେ ପୋଲିସ ବିଭାଗର ଆଇ.ଜି. ଓ ଡି.ଜି. ପାହ୍ୟାର ଅଫିସର ହୃଦ୍‌ରୋଗାକ୍ରାନ୍ତ ହୋଇ ଆମ ପାଖକୁ ଆସୁଥିଲେ। ଏବେ ଏସ୍‌.ପି. ଓ ଡି.ଏସ୍‌.ପି. ପାହ୍ୟାର ପୋଲିସ ଅଫିସର ମଧ୍ୟ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଧାଇଁଲେଣି।“
ଅନ୍ୟ ଜଣେ ହୃଦ୍‌ରୋଗ ବିଶେଷଜ୍ଞଙ୍କ ମତରେ ୨୦ ଓ ୩୦ ବର୍ଷ ବୟସରେ ପହଞ୍ଚିଥିବା ଯୁବକମାନେ ହୃଦ୍‌ରୋଗ ଯୋଗୁ ବାଇପାସ୍‌ ସର୍ଜରି କରାଉଥିବାର ଦୃଷ୍ଟାନ୍ତ ସାଧାରଣ ହେଲାଣି। ଆମ ଦେଶର ନ୍ୟାଶନାଲ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ଏକ ଅନୁଧ୍ୟାନ ଅନୁଯାୟୀ ବାଇପାସ୍‌ ସର୍ଜରି କରାଯାଇଥିବା ରୋଗୀମାନଙ୍କ ମଧ୍ୟରୁ ୧୦.୪ ପ୍ରତିଶତ ରୋଗୀଙ୍କର ବୟସ ଥିଲା ୪୦ରୁ ୫୦ ବର୍ଷ ଭିତରେ; ଅର୍ଥାତ୍‌ ପ୍ରତି ହଜାର ରୋଗୀଙ୍କ ଭିତରୁ ୧୦୪ ଜଣ। ଏହି ସଂଖ୍ୟାକୁ ଆଦୌ ହେୟ ବିଚାରି ହେବ ନାହିଁ। ତେବେ ଅଳ୍ପ ବୟସ୍କ ପୁରୁଷ ଓ ମହିଳାମାନେ ହୃଦ୍‌ରୋଗରେ ଅଧିକରୁ ଅଧିକ ଆକ୍ରାନ୍ତ ହୋଇ ପଡ଼ୁଥିବାର କାରଣ କ’ଣ? ବିଶେଷଜ୍ଞମାନେ କହୁଛନ୍ତି ଯେ ଅଳ୍ପ ବୟସର ଲୋକେ ଏବେ ପାରମ୍ପରିକ ଖାଦ୍ୟ ଖାଇବା ଛାଡ଼ି ଫାଷ୍ଟ ଫୁଡ୍‌, ଜଙ୍କ୍‌ ଫୁଡ୍‌, ରଙ୍ଗ ପଡ଼ିଥିବା ଓ ମହକ ଦେଉଥିବା ଖାଦ୍ୟ ପାଲରେ ପଡ଼ିଛନ୍ତି। କାମଧନ୍ଦା ଓ ଖେଳାଖେଳି ହେଲାଣି ସ୍ବପ୍ନ। ବସି ବସି ଟିଭି ଦେଖିବା ଓ ସ୍କୁଟର୍‌, କାର୍‌ ଚଢ଼ି ଯିବା ଆସିବା କରିବା ଫଳରେ ପେଶୀଗୁଡ଼ିକ ଉପଭୋଗ କରିଚାଲିଛନ୍ତି ବିଶ୍ରାମ।
ଏହା ସାଙ୍ଗକୁ ଅନ୍ୟ ସମସ୍ୟାର ମଧ୍ୟ ଅବଦାନ ରହିଛି। ଦକ୍ଷିଣ ଏସିଆର ଦେଶଗୁଡ଼ିକରେ ଅଧିବାସୀମାନେ ଜିନ୍‌ଗତ କାରଣରୁ ହୃଦ୍‌ରୋଗ ପ୍ରତି ଅଧିକ ସମ୍ବେଦନଶୀଳ, ପୁଣି ଅଳ୍ପ ବୟସରୁ ମଧ୍ୟ। ତେବେ କ’ଣ ଏହାର ସମାଧାନ? ସମାଧାନ ବେଶ୍‌ ଜଟିଳ। ସେ ଯାହାହେଉ, ପିଲାବେଳୁ କମ୍‌ ପରିମାଣର ତେଲ ଘିଅ ଖାଇଲେ ଯଥେଷ୍ଟ ଉପକାର ମିଳିପାରିବ। କାରଣ ଶିଶୁମାନଙ୍କ ଧମନୀରେ ବି କୋଲେଷ୍ଟରଲ୍‌ ଜମିଥିବାର ପ୍ରମାଣ ମିଳିଲାଣି।
ସାରକଥା
୩୫ ବର୍ଷ ବୟସ୍କ ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ହୃଦ୍‌ରୋଗାକ୍ରାନ୍ତ ହୋଇପଡ଼ିଲେଣି।
କେଇ ଦଶନ୍ଧି ତଳେ ଏପରି ଅଳ୍ପବୟସ୍କ ରୋଗୀମାନଙ୍କର ସଂଖ୍ୟା ଯାହା ଥିଲା, ତାହା ତିନି ଚାରିଗୁଣ ବଢ଼ିଯାଇଛି।
ସର୍ଜରି କରାଯାଉଥିବା ରୋଗୀମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ହୃଦ୍‌ରୋଗୀଙ୍କର ବୟସ ୪୦ରୁ ୫୦ ବର୍ଷ ମଧ୍ୟରେ।
ମଧ୍ୟ ବେଶ୍‌ ଅଳ୍ପ ବୟସରେ ହାର୍ଟ ଆଟାକ୍‌ର ଶିକାର ହୋଇପଡୁଛନ୍ତି।
ଚାପ, ଫାଷ୍ଟ ଫୁଡ୍‌, ଆଳସ୍ୟ ଜୀବନଯାପନ ହାର୍ଟ ଆଟାକ୍‌କୁ ପ୍ରୋତ୍ସାହନ ଦେଉଛି।
ଏସୀୟ ରାଷ୍ଟ୍ରଗୁଡ଼ିକର ବାସିନ୍ଦାମାନେ ହୃଦ୍‌ରୋଗ ପ୍ରତି ଅଧିକ ସମ୍ବେଦନଶୀଳ।
ସହରାଞ୍ଚଳରେ ବସବାସ କରୁଥିବା ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୧୦ ଜଣରୁ ବେଶୀ ହୃଦ୍‌-ଧମନୀ ରୋଗରେ ଆକ୍ରାନ୍ତ।
ନିବାରଣ : ନିୟମିତ ବ୍ୟାୟାମ, ତନ୍ତୁଜାତୀୟ ଖାଦ୍ୟ ସେବନ, ରକ୍ତରେ କୋଲେଷ୍ଟରଲ୍‌ ମାତ୍ରା ହ୍ରାସ, ରକ୍ତଚାପ ନିୟନ୍ତ୍ରଣ ଓ ମାନସିକ ଚାପ ହ୍ରାସ ଭଳି ପଦକ୍ଷେପମାନ ଗ୍ରହଣ କଲେ ହୃଦ୍‌ରୋଗକୁ ବହୁଳାଂଶରେ ନିବାରଣ କରାଯାଇପାରିବ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬ ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ,କଟକ୧୪
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri