ହାର୍ଟ ବାଇପାସ୍‌ ସର୍ଜରି

ହାର୍ଟ ହେଉଛି ମାଂସପେଶୀ ଦ୍ବାରା ଗଠିତ ଏକ ପମ୍ପ, ଯାହାକି ପ୍ରତି ମୁହୂର୍ତ୍ତରେ ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ କରିଥାଏ। ହାର୍ଟର ମାଂସପେଶୀଗୁଡ଼ିକୁ କାର୍ଯ୍ୟ କରିବା ପାଇଁ ଅମ୍ଳଜାନ, ଗ୍ଲୁକୋଜ ଏବଂ ଅନ୍ୟାନ୍ୟ ଖାଦ୍ୟସାର ଆବଶ୍ୟକ ହୋଇଥାଏ। ହାର୍ଟର ରକ୍ତନଳୀଗୁଡ଼ିକ ଏହିସବୁ ସାମଗ୍ରୀ ହାର୍ଟର ମାଂସପେଶୀଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚାଇଥାଆନ୍ତି। ଡାକ୍ତରୀ ଭାଷାରେ ଏହି ରକ୍ତନଳୀଗୁଡ଼ିକୁ କରୋନାରି ଅର୍ଟେରି ବୋଲି କୁହାଯାଏ। ହେଲେ ଡାଇବେଟିସ୍‌, ଧୂମପାନ ଏବଂ ରକ୍ତରେ ଚର୍ବି ମାତ୍ରା ବଢ଼ିବା ଭଳି ବିଭିନ୍ନ କାରଣରୁ ଏହି ରକ୍ତନଳୀ ଭିତରେ କୋଲେଷ୍ଟରଲ ଜମା ହେବା ଦ୍ବାରା ବ୍ଲକେଜ ଦେଖାଦେଇଥାଏ। ଯାହାକୁ ଆଥେରୋସ୍କେଲରୋସିସ ବୋଲି କୁହାଯାଏ। ପ୍ରାରମ୍ଭରୁ ଏହାର ଚିକିତ୍ସା କରା ନ ଯାଇ ପାରିଲେ ହୃଦ୍‌ଘାତ ଆଶଙ୍କା ବୃଦ୍ଧିପାଇଥାଏ। ତେବେ ଏଭଳି କ୍ଷେତ୍ରରେ ରୋଗୀର ଜୀବନ ରକ୍ଷା ପାଇଁ ହାର୍ଟ ବାଇପାସ୍‌ ସର୍ଜରି ବେଶ୍‌ ଉପକାରୀ ହୋଇଥାଏ।
ବ୍ଲକେଜ୍‌ର ଲକ୍ଷଣ
ହାର୍ଟର ରକ୍ତନଳୀଗୁଡ଼ିକରେ ବ୍ଲକେଜ ହେଲେ ମୁଖ୍ୟତଃ ଛାତିର ସାମ୍‌ନା ଭାଗରେ ଅଥବା ପେଟର ଉପରିଭାଗରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହାକୁ ଆଞ୍ଜାଇନା ପେକ୍ଟୋରିସ ବୋଲି କୁହାଯାଏ। ଅନେକ ସମୟରେ ଲୋକେ ଏହି ପ୍ରକାରର ଯନ୍ତ୍ରଣାକୁ ପେଟର ଗ୍ୟାସ ବୋଲି ମନେକରି ଅଣଦେଖା କରିଥାଆନ୍ତି ଏବଂ ଡାକ୍ତରୀ ପରାମର୍ଶ ଲୋଡ଼ି ନ ଥାନ୍ତି। ହାର୍ଟର ରକ୍ତନଳୀରେ ବ୍ଲକେଜ୍‌ ମାତ୍ରା ଅଧିକ ହେଲେ ରୋଗୀଙ୍କୁ ବିଶ୍ରାମ କରିବା ଅବସ୍ଥାରେ ମଧ୍ୟ ଛାତିରେ ଯନ୍ତ୍ରଣା ହୋଇଥାଏ। ଏହାକୁ ଅନ୍‌ଷ୍ଟେବଲ ଆଞ୍ଜାଇନା ବୋଲି କୁହାଯାଏ। ପ୍ରାୟତଃ ଏହାକୁ ହାର୍ଟ ଆଟାକ୍‌ର ପୂର୍ବଲକ୍ଷଣ ବୋଲି ଧରାଯାଏ। ଯଦି କୌଣସି କାରଣରୁ ହାର୍ଟର ଗୋଟିଏ କିମ୍ବା ଅଧିକ ରକ୍ତନଳୀ ହଠାତ୍‌ ସମ୍ପୂର୍ଣ୍ଣ ଭାବରେ ବ୍ଲକ ହୋଇଥାଏ ତା’ ହେଲେ ହାର୍ଟର ମାଂସପେଶୀଗୁଡ଼ିକୁ ରକ୍ତ ସଞ୍ଚାଳନ ସମ୍ପୂର୍ଣ୍ଣ ବନ୍ଦହୋଇଯାଇଥାଏ। ଏହି ପରିସ୍ଥିତିରେ ଛାତିରେ ଅତ୍ୟଧିକ ଯନ୍ତ୍ରଣା ହୁଏ। ଦେହରୁ ଝାଳ ବୋହିଯାଏ ଏବଂ ନିଃଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ହୁଏ। ଏହାକୁ ହାର୍ଟ ଆଟାକ କୁହାଯାଏ।
ବ୍ଲକେଜ ଯନ୍ତ୍ରଣା ଏବଂ ଏସିଡିଟି ବା ଗ୍ୟାସ୍‌ ଜନିତ ଯନ୍ତ୍ରଣା ମଧ୍ୟରେ ପାର୍ଥକ୍ୟ
ହାର୍ଟର ବ୍ଲକେଜ ଯନ୍ତ୍ରଣା ସାଧାରଣତଃ ପରିଶ୍ରମ କରିବାରେ କିମ୍ବା ପେଟଭରା ଖାଇବା ପରେ ହୋଇଥାଏ। ଏହା ସହିତ ଝାଳ ବୋହିଯାଇଥାଏ ଏବଂ ସମୟ ସମୟରେ ନିଃଶ୍ବାସ ପ୍ରଶ୍ବାସରେ ଅସୁବିଧା ମଧ୍ୟ ଅନୁଭବ ହୋଇଥାଏ। କିନ୍ତୁ ଏସିଡିଟି ବା ଗ୍ୟାସ୍‌ ଜନିତ ଛାତି ଯନ୍ତ୍ରଣାରେ ଏହି ସବୁ ଆନୁଷଙ୍ଗିକ ଲକ୍ଷଣଗୁଡ଼ିକ ଅନୁଭବ ହୋଇ ନ ଥାଏ। ହାର୍ଟବ୍ଲକେଜ ଜନିତ ଯନ୍ତ୍ରଣା ଛାତିରୁ ଗଳା, ବାମହାତକୁ ମଧ୍ୟ ଯାଇଥାଏ କିନ୍ତୁ ଗ୍ୟାସ୍‌ ଜନିତ ଯନ୍ତ୍ରଣା ପ୍ରାୟତଃ ପେଟର ଉପରିଭାଗ କିମ୍ବା ଛାତିର ମଧ୍ୟଭାଗରେ ସ୍ଥିର ରହିଥାଏ।
ଛାତି ଯନ୍ତ୍ରଣା ନ ହୋଇ ହାର୍ଟ ଆଟାକ୍‌
ଯେଉଁ ରୋଗୀମାନଙ୍କର ଅତ୍ୟଧିକ ଡାଇବେଟିସ୍‌ ରହୁଥାଏ ସେହି ରୋଗୀମାନଙ୍କ କ୍ଷେତ୍ରରେ ଅନେକ ସମୟରେ ହାର୍ଟଆଟାକ୍‌ ଜନିତ ଛାତି ଯନ୍ତ୍ରଣା ଅନୁଭୂତ ହୋଇ ନ ଥାଏ। ଏହାକୁ ସାଇଲେଣ୍ଟ ହାର୍ଟ ଆଟାକ୍‌ ମଧ୍ୟ କୁହାଯାଏ।
କିଭଳି କରାଯାଏ ପରୀକ୍ଷା
ହାର୍ଟ ଯନ୍ତ୍ରଣା ହେଲେ ସାଧାରଣତଃ ଡାକ୍ତର ଇସିଜି ପରୀକ୍ଷା କରାଇବାକୁ କହିଥାଆନ୍ତି। ଏଥିରୁ ଅନେକ ପ୍ରକାରର ହୃଦ୍‌ରୋଗର ନିରୂପଣ କରାଯାଇଥାଏ। ଏହା ବ୍ୟତୀତ କରୋନାରି ଆଞ୍ଜିଓଗ୍ରାଫି ପରୀକ୍ଷା ଦ୍ବାରା ହାର୍ଟର କେଉଁ କେଉଁ ରକ୍ତନଳୀରେ ଏବଂ କେତେ ମାତ୍ରାରେ ବ୍ଲକେଜ ରହିଛି ତାହା ଠିକ୍‌ ଭାବରେ ନିରୂପଣ କରାଯାଇଥାଏ। ଏହି ପରୀକ୍ଷା ଆମ ରାଜ୍ୟର ପ୍ରାୟ ପ୍ରତ୍ୟେକ ବଡ଼ ଡାକ୍ତରଖାନାରେ ଉପଲବ୍ଧ।
କ’ଣ ରହିଛି ଚିକିତ୍ସା
ହାର୍ଟର ରକ୍ତନଳୀରେ ବ୍ଲକେଜ ନିରୂପଣ ହେଲେ ଏହାର ଦୁଇ ପ୍ରକାର ଚିକିତ୍ସା ରହିଛି। ପ୍ରଥମତଃ ଷ୍ଟେଣ୍ଟିଂ ଏବଂ ଦ୍ବିତୀୟତଃ ବାଇପାସ୍‌ ଅପରେଶନ। ସରଳ ଭାଷାରେ ବୁଝିବାକୁ ହେଲେ ଷ୍ଟେଣ୍ଟ ଏକ ଅତିକ୍ଷୁଦ୍ର ସ୍ପ୍ରିଙ୍ଗ ପରି ଯାହାକୁ କି ହାର୍ଟର ବ୍ଲକେଜ ରକ୍ତନଳୀ ମଧ୍ୟରେ ବସାଇ ଦିଆଯିବା ଦ୍ବାରା ବନ୍ଦ ହୋଇଥିବା ରକ୍ତନଳୀଟି ଖୋଲିଯାଇଥାଏ ଏବଂ ଏଥିରେ ଉକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଯାଇଥାଏ କିନ୍ତୁ କେତେକ କ୍ଷେତ୍ରରେ ରକ୍ତନଳୀର ବ୍ଲକେଜ୍‌ ମାତ୍ରା ଅତ୍ୟଧିକ ଥିଲେ ରୋଗୀକୁ ବାଇପାସ୍‌ ଅପରେଶନ ପାଇଁ ପରାମର୍ଶ ଦିଆଯାଇଥାଏ।
ହାର୍ଟ ବାଇପାସ୍‌ ଅପରେଶନ କ’ଣ
ହାର୍ଟ ବାଇପାସ୍‌ ବା କରୋନାରି ଅର୍ଟେରି ବାଇପାସ୍‌ ଗ୍ରାଫ୍ଟିଙ୍ଗ (CABG) ଅପରେଶନ ଦ୍ବାରା ହାର୍ଟର ବନ୍ଦ ହୋଇଯାଇଥିବା ରକ୍ତନଳୀଗୁଡ଼ିକର ପୁନର୍ବାର ରକ୍ତ ସଞ୍ଚାଳନ କରାଯାଇଥାଏ। ହାର୍ଟର ଅନ୍ୟାନ୍ୟ ଅପରେଶନ ପରି ବାଇପାସ୍‌ ଅପରେଶନ ମଧ୍ୟ ଏକ ଓପନ ହାର୍ଟ ଅପରେଶନ। ଏଥିରେ ରୋଗୀଙ୍କର ଛାତି ମଧ୍ୟରୁ କିମ୍ବା ହାତ ଅଥବା ଗୋଡ଼ରୁ କେତେକ ରକ୍ତନଳୀ ନିଆଯାଇ ତାକୁ ହାର୍ଟର ରକ୍ତନଳୀ ସହିତ ଯୋଡ଼ି ଦିଆଯାଇଥାଏ। ଯାହାଦ୍ବାରା ହାର୍ଟର ରକ୍ତନଳୀରେ ରକ୍ତପ୍ରବାହ ସ୍ବାଭାବିକ ହୋଇଯାଇଥାଏ। ବାଇପାସ୍‌ ଅପରେଶନ ପରେ ପ୍ରାୟତଃ ରୋଗୀ ଚାରିରୁ ପାଞ୍ଚଦିନ ମଧ୍ୟରେ ହସ୍ପିଟାଲରୁ ଘରକୁ ଫେରିଥାଆନ୍ତି। ଏହି ସମୟରେ ରୋଗୀ ନିଜେ ନିଜର ନିତ୍ୟକର୍ମ ସୁରୁଖୁରୁରେ କରିପାରିଥାନ୍ତି। ତେବେ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜର କର୍ମ କ୍ଷେତ୍ରରେ ଯୋଗ ଦେବା ପାଇଁ ପ୍ରାୟ ଦେଢ଼ମାସ ସମୟ ଲାଗିଥାଏ।
ବାଇପାସ୍‌ ସର୍ଜରି ପରେ ଯତ୍ନ
ବାଇପାସ୍‌ ଅପରେଶନ ପରେ ରୋଗୀ ନିଜର ଯତ୍ନ ଠିକ୍‌ ଭାବେ ନେବା ଆବଶ୍ୟକ। ଏଥିପାଇଁ ଦିଆଯାଇଥିବା ଔଷଧଗୁଡ଼ିକ ନିୟମିତ ସେବନ କରିବା ଜରୁରୀ। ବ୍ଲଡ୍‌ପ୍ରେସର ଏବଂ ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ରଖିବା ଆବଶ୍ୟକ। ସୁଷମ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ସହିତ ମାନସିକ ଭାବରେ ମଧ୍ୟ ସକାରାତ୍ମକ ରହିବା ଆବଶ୍ୟକ। ଏହାଦ୍ବାରା ବାଇପାସ୍‌ ଅପରେଶନ ପରେ ମଧ୍ୟ ରୋଗୀ ଏକ ସୁସ୍ଥ ଏବଂ ନିରାମୟ ଜୀବନଯାପନ କରିପାରିବେ।
ବିଜ୍ଞାନର ଅଗ୍ରଗତି ସହିତ ବର୍ତ୍ତମାନ ବାଇପାସ୍‌ ଅପରେଶନରେ ସଫଳତା ହାର ପ୍ରାୟ ୧୦୦%। ଏପରିକି ୭୫ ବା ୮୦ ବର୍ଷ ବୟସରେ ମଧ୍ୟ ରୋଗୀମାନେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିବା ସହିତ ପରବର୍ତ୍ତୀ କାଳରେ ସୁରୁଖୁରୁରେ ଜୀବନଯାପନ କରିପାରୁଛନ୍ତି। ଆମ ରାଜ୍ୟରେ ଅନେକ ବଡ଼ ବଡ଼ ହସ୍ପିଟାଲରେ ବାଇପାସ୍‌ ଅପରେଶନ କରାଯାଉଛି। ଏମିତିକି କେତେକ ରୋଗୀଙ୍କ କ୍ଷେତ୍ରରେ ବାଇପାସ୍‌ ଅପରେଶନ କି ହୋଲ ପଦ୍ଧତିରେ ବା ମିନିମାଲ ଇନ୍‌ଭାସିଭ ପଦ୍ଧତିରେ ମଧ୍ୟ ସଫଳତାର ସହିତ କରାଯାଇପାରୁଛି। ପ୍ରତିମାସରେ ଆମ ରାଜ୍ୟରେ ପ୍ରାୟ ଦୁଇଶହରୁ ଅଧିକ ରୋଗୀ ବାଇପାସ୍‌ ଅପରେଶନ ଦ୍ବାରା ସୁସ୍ଥ ହୋଇପାରୁଥିବା ଏକ ଖୁସିର ବିଷୟ।

ଡା. ବିଶ୍ୱଜିତ ମହାପାତ୍ର
-ବରିଷ୍ଠ ହୃଦ୍‌ ଶଲ୍ୟ ବିଶେଷଜ୍ଞ ଭୁବନେଶ୍ୱର
ମୋ: ୮୦୯୬୭୮୮୬୦୩


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?