ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ,୧୪ା୭(କାର୍ତ୍ତିକ ସାହୁ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷାରେ ଅନିୟମିତତା ମାମଲାର ଶୁଣାଣି ଶେଷ ହୋଇଛି। ଗୁରୁବାର ହାଇକୋର୍ଟ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଓପିଏସ୍‌ସି ପକ୍ଷରୁ ପ୍ରକାଶିତ ଏଏସ୍‌ଓ ପରୀକ୍ଷାର ମେରିଟ ଲିଷ୍ଟକୁ ହାଇକୋର୍ଟରେ ରିଟ୍‌ ଓ ରିଭ୍ୟୁ ଭାବେ ଦୁଇଟି ଆବେଦନ କରାଯାଇଥିଲା। ଦୁଇଟିଯାକ ପିଟିଶନର ଏକାଠି ଶୁଣାଣି କରିବାକୁ ହାଇକୋର୍ଟ ଜୁନ୍‌ ୨୬ରେ ନିର୍ଦ୍ଦେଶ ଦେଇଥିଲେ।
ପ୍ରକାଶ ଯେ, ଓପିଏସ୍‌ସି ଦ୍ୱାରା ପରିଚାଳିତ ଏଏସ୍‌ଓ ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେରିଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରି ସାନି ତାଲିକା ପ୍ରକାଶ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ନିଯୁକ୍ତି ନିୟମ ଅନୁସାରେ ଗ୍ରହଣୀୟ ନୁହେଁ। ଓଡ଼ିଶା ସେକ୍ରେଟାରିଏଟ୍‌ର ଏଏସ୍‌ଓ ନିଯୁକ୍ତି ପ୍ରଣାଳୀ ଓ ସର୍ଭିସ ସର୍ତ୍ତାବଳୀ, ୨୦୧୬କୁ ଉଲ୍ଲଂଘନ କରାଯାଇ ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ପ୍ରକାଶିତ ମେରିଷ୍ଟ ଲିଷ୍ଟ ରଦ୍ଦ କରାଯାଉଛି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ୨୦୧୬ର ନିୟମ ପାଳନ କରି ସାନି ତାଲିକା ୨ମାସ ଭିତରେ ପ୍ରକାଶ କରିବାକୁ କହିଥିଲେ। ଏଥିସହ ହାଇକୋର୍ଟଙ୍କ ବିନା ଅନୁମତିରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚୂଡ଼ାନ୍ତ ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇପାରିବ ନାହିଁି ବୋଲି ଆଦେଶରେ ସ୍ପଷ୍ଟ କରିଥିଲେ। ତେବେ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଜାରିରହିବ ବୋଲି ହାଇକୋର୍ଟ କହିଥିଲେ। ଏନେଇ କେତେଜଣ ପରୀକ୍ଷାର୍ଥୀ ଏକ ରିଟ୍‌ ପିଟିଶନ୍‌ ଦାଖଲ କରି ଦର୍ଶାଇଥିଲେ ଯେ, ଏଏସ୍‌ଓ ପରୀକ୍ଷାରେ ଅନିୟମିତତା ଯୋଗୁ ସେମାନେ ପ୍ରଭାବିତ ହୋଇଛନ୍ତି। ହାଇକୋର୍ଟ ଉକ୍ତ ମାମଲାରେ ସେମାନଙ୍କ ଆବେଦନର ଶୁଣାଣି ନ କରି ରାୟ ପ୍ରକାଶ କରିଥିବାରୁ ସେମାନଙ୍କୁ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରିଥିଲେ। ଅପରପକ୍ଷରେ ପୂର୍ବ ମେରିଟ୍‌ ଲିଷ୍ଟରେ ସ୍ଥାନ ପାଇଥିବା ରୁକ୍‌ସାନା ଆରା ବେଗମ୍‌ଙ୍କ ସମେତ ମୋଟ ୫ ଜଣ ପରୀକ୍ଷାର୍ଥୀଙ୍କ ପକ୍ଷରୁ ଦାଏର ରିଭ୍ୟୁ ପିଟିଶନକୁ ନେଇ ଜୁନ୍‌ ୨୨ରେ ଏକ ମାମଲା ରୁଜୁ ହୋଇଛି।
ଉଲ୍ଲେଖଯୋଗ୍ୟ, ୭୯୬ଟି ଏଏସ୍‌ଓ ପଦ ପାଇଁ ୨୦୨୨ ଅଗଷ୍ଟ ୨୭ରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ ୧ଲକ୍ଷ ୪୮ହଜାର ୮୮୮ଜଣ ଆବେଦନକାରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧୦୪ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ୨୦୨୨ ନଭେମ୍ବର ୭ରେ ଓପିଏସ୍‌ସି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ/ନଥିପତ୍ର ଯାଞ୍ଚ ଓ କମ୍ପ୍ୟୁଟର (ପ୍ରାକ୍ଟିକାଲ) ସ୍କିଲ ଟେଷ୍ଟ ପାଇଁ ଡକାଯାଇଥିଲା। ଆରମ୍ଭରୁ ବିବାଦରେ ରହିଥିବା ଏଏସ୍‌ଓ ପରୀକ୍ଷାକୁ ନେଇ କେତେଜଣ ପ୍ରାର୍ଥୀ ଧାରଣା ଦେଇଥିଲେ। ଏ ନେଇ ପୂର୍ବରୁ ହାଇକୋର୍ଟରେ ଏକାଧିକ ମାମଲା ଦାଏର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?