ଗଞ୍ଜାମରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ଅଞ୍ଚଳରେ ୫ ଦିନ ଶଟ୍‌ଡାଉନ

ଛତ୍ରପୁର,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ମୁକାବିଲା ପାଇଁ ଗୁରୁବାରଠାରୁ ସମସ୍ତ ସହରାଞ୍ଚଳ, ୫ ବ୍ଲକ ହେଡକ୍ୱାର୍ଟରରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି। ସ୍କ୍ରିନିଂ ପାଇଁ ଉକ୍ତ ଅଞ୍ଚଳରେ ୫ ଦିନ ଶଟ୍‌ଡାଉନ କରାଯାଇଛି । ଏସମ୍ପର୍କରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଟୁଇଟ କରି ସୂଚନା ଦେଇଛନ୍ତି। ଏଥିପାଇଁ ୨୦୦ଟି ସ୍କ୍ରିନିଂ ଟିମ୍‌ ଗଠନ ହୋଇଛି। ଉକ୍ତ ଟିମ ଥର୍ମାଲ, ପଲସ ଅକ୍ସିମିଟର (ଅକ୍ସିଜେନ ଓ ପଲସ ) ନେଇ ଘରକୁ ଘର ବୁଲି ପରିବାର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। ଟିମକୁ ସହଯୋଗ କରିବାକୁ ଜିଲାପାଳ କହିଛନ୍ତି। ସ୍କ୍ରିନିଂ ସମୟରେ କରୋନା ଲକ୍ଷଣ ଦେଖାଯାଉଥିବା ଲୋକେ ଚିହ୍ନଟ ହୋଇପାରିବେ। ପରେ ସେମାନଙ୍କ ଚିକିତ୍ସା କରାଯାଇପାରିବ ବୋଲି କୁହାଯାଇଛି। ୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ହେବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଯାଇ ଆରପାରେ ଦିବାକର: ରାଶନ ଚାଉଲ, ଭତା ପରିବାରର ସାହାଭରସା

କଲମପୁର, ୨୯।୮, (ଡି.ଏନ୍‌.ଏ.):  କେନ୍ଦ୍ର ଆର ରାଏଜ୍‌ ସରକାର ଦାଦନ ସମସିଆ ଉପରେ ଲଗାମ୍‌ କସବାର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଯୋଜନାର...

ବାହାର ଜିଲାବାସୀଙ୍କୁ ପୁରୀ ସ୍ବର୍ଗଦ୍ୱାର ମନା: ହାଇକୋର୍ଟରେ ମାମଲ

କଟକ ଅଫିସ,୧୪।୭: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀ ସ୍ବର୍ଗଦ୍ୱାରକୁ ବାହାର ଜିଲାବାସୀଙ୍କୁ ବାରଣ କରାଯାଇଛି। ଏନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ...

ପରୀକ୍ଷାମୂଳକ ଭାବେ ଗଡ଼ିଲା ମାଲବାହୀ ଟ୍ରେନ୍‌

କାମାକ୍ଷାନଗର,୩୧ା୧(ଡି.ଏନ.ଏ):ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ବହୁ ପ୍ରତୀକ୍ଷିତ ଅନୁଗୋଳ-ସୁକିନ୍ଦା ୯୫ କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଛିଦିନ ତଳେ...

ବର୍ଷାରେ ଭିଜି ମହିଳାପୁରୁଷଙ୍କ ରାସ୍ତାରୋକୋ : ଖଇରପଟି ଗ୍ରାମରେ ଦୁଇଗୋଷ୍ଠୀ ବିବାଦ

ନୟାଗଡ଼ ଅଫିସ,୧୩ା୮: ନୟାଗଡ଼ ବ୍ଲକ ଇଟାମାଟି ଥାନା ଖଇରପଟି ଗ୍ରାମରେ ପୁରୁଣା ଘଟଣାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି। ଏପରି କି ଏହି ବିବାଦ...

ଭୟରେ ଗାଁ ଛାଡ଼ିଲେ ୮୫ ପରିବାର

ଚିତ୍ରକୋଣ୍ଡା, ୪।୨(ଡି.ଏନ୍‌.ଏ.): ମାଲକଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣଷପୁଟ ପଞ୍ଚାୟତର ୧୨ଟି ଗ୍ରାମର ୮୫ ପରିବାର ମାଓବାଦୀ ଭୟରେ...

ନେଟ୍‌ସେବା ବନ୍ଦ: ଗ୍ରାହକଙ୍କ ଡେଟା କ୍ଷତି

ସମ୍ବଲପୁର, ୨୨।୪: (ବ୍ୟୁରୋ) ସମ୍ବଲପୁର ଜିଲାରେ ଏପ୍ରିଲ ୧୨ରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସାତ୍ମକ ଘଟଣା ଘଟିଥିଲା। ତେଣୁ ଜିଲା ପ୍ରଶାସନର ଅନୁରୋଧକ୍ରମେ ରାଜ୍ୟ...

ସ୍ତ୍ରୀଙ୍କୁ ଗୁଳି ମାରିଲେ ସ୍ବାମୀ

ଧରାକୋଟ,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ରହୁଥିବା ସ୍ବାମୀ ମହାଦେବ ପାତ୍ର ଓ ସ୍ତ୍ରୀ ଶୈଳେନ୍ଦ୍ରୀଙ୍କ...

‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୨।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ବୁଧବାର ପୂର୍ବାହ୍ନରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପ...

Advertisement
Archives

Model This Week