ବର୍ଷାଦିନେ ସ୍ବାସ୍ଥ୍ୟ ସମସ୍ୟା

ବର୍ଷକ ବାରମାସ। ତନ୍ମଧ୍ୟରୁ ବର୍ଷା ଚାରିମାସରେ ସାଧାରଣତଃ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଆଦି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହି ରୋଗଗୁଡ଼ିକୁ ନିୟନ୍ତ୍ରଣ, ନିରାକରଣ ଓ ପ୍ରତିରୋଧ ପାଇଁ ଯଥା ସମୟରେ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ମ୍ୟାଲେରିଆ: ସାରା ପୃଥିବୀରେ ସାଧାରଣତଃ ଚାରି ପ୍ରକାର ମ୍ୟାଲେରିଆ ପାରାସାଇଟ ଦେଖାଯାଇଥାଏ। ସେଗୁଡ଼ିକ ହେଲା-(୧) ପ୍ଲାଜମୋଡ଼ିୟମ ଫଲ୍‌ସି ଫରମ, (୨) ପ୍ଲାଜମୋଡ଼ିୟମ ଭାଇବେକ୍ସ, (୩) ପି. ଓଭେଲା ଏବଂ (୪) ପି. ମ୍ୟାଲେରିଆ। ଏହି ଚାରୋଟି ମଧ୍ୟରୁ ଆମ ଭାରତରେ ପ୍ରଥମ ଦୁଇଟି- ପ୍ଲାଜମୋଡ଼ିୟମ ଫଲସି ଫରମ ଓ ପ୍ଲାଜମୋଡ଼ିୟମ ମ୍ୟାଲେରିଆ ପାରାସାଇଟ ହିଁ ଦେଖାଯାଇଥାଏ। ଏ ଦୁଇଟିରୁ ପ୍ଲାଜମୋଡ଼ିୟମ ଫଲସି ଫରମ ମ୍ୟାଲେରିଆ ଜୀବାଣୁ ଅତି ମାରାତ୍ମକ।
ଲକ୍ଷଣ : ଜଣେ ସୁସ୍ଥ ବ୍ୟକ୍ତି ମ୍ୟାଲେରିଆ ପାରାସାଇଟ (ମ୍ୟାଲେରିଆ ପରଜୀବୀ) ସଂକ୍ରମଣରୁ ହିଁ ମ୍ୟାଲେରିଆ ଜ୍ୱର ଆକ୍ରାନ୍ତ ହୋଇଥାଏ। ମାଈ ଏନୋଫିଲିସ ନାମକ ଏକ ମଶାର ଲାଳଗ୍ରନ୍ଥୀରେ ମ୍ୟାଲେରିଆ ଜୀବାଣୁ ରହିଥାଏ। ଏହି ମ୍ୟାଲେରିଆ ଜୀବାଣୁଧାରୀ ମଶା ଜଣେ ସୁସ୍ଥ ବ୍ୟକ୍ତିକୁ କାମୁଡ଼ିଲେ, ସଂପୃକ୍ତ ବ୍ୟକ୍ତି ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି। ଏହି ପରଜୀବୀ ନିଜ ଜୀବନ ଚକ୍ରରେ କିଛି ଅଂଶ ମଣିଷ ଦେହରେ ଏବଂ ବାକି ଅଂଶ ମଶା ଦେହରେ ବିତାଇ ଥାଏ। ମାଈ ଏନୋଫିଲିସ ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀକୁ କାମୁଡିବା ଦ୍ୱାରା ମଶା ଦେହକୁ ମ୍ୟାଲେରିଆ ପରଜୀବୀ ପ୍ରବେଶ କରିଥାଏ। ତା’ ପରେ ପରଜୀବୀ ମଶାର ଖାଦ୍ୟନଳୀରେ ପହଞ୍ଚତ୍ ମଶାକୁ ସଂକ୍ରମିତ କରାଏ। ଏହି ସଂକ୍ରମିତ ମଶା ଯେତେବେଳେ ସୁସ୍ଥ ବ୍ୟକ୍ତିକୁ କାମୁଡ଼ିଥାଏ ସେତେବେଳେ ମ୍ୟାଲେରିଆ ପରଜୀବୀ ମନୁଷ୍ୟର ରକ୍ତ ଭିତରକୁ ପ୍ରବେଶ କରେ। ସୁସ୍ଥ ବ୍ୟକ୍ତିକୁ ସଂକ୍ରମିତ ମଶା କାମୁଡ଼ିବାର ୧୪ ରୁ ୨୧ ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇଥାଏ। ପ୍ରଥମେ ଜ୍ୱର ହେବା ସହ ଶରୀରରେ କମ୍ପ ଓ ପ୍ରବଳ ଶୀତ ଅନୁଭୂତ ହୁଏ। ମୁଣ୍ଡବ୍ୟଥା ସହ ରୋଗୀ ବାଉଳି ଚାଉଳି ହୋଇଥାଏ।
ପ୍ରତିଷେଧକ ବ୍ୟବସ୍ଥା : ମ୍ୟାଲେରିଆ ଜ୍ୱର ସାଧାରଣତଃ ବର୍ଷାଋତୁରେ ବହୁଳ ଭାବେ ଦେଖାଦେଇଥାଏ। ମାଈ ଏନୋଫିଲିସ ମଶା ମନୁଷ୍ୟକୁ ରାତିରେ କାମୁଡ଼ିଥାଏ। ଏହି ମଶା ସ୍ଥିର, ସ୍ବଚ୍ଛ ଜଳରେ ବଂଶ ବିସ୍ତାର କରିଥାଏ। ମାଈ ଏନୋଫିଲିସ ମଶା ୧-୨ କି.ମି. ପରିସୀମା ଭିତରେ ଉଡ଼ି ସୁସ୍ଥ ବ୍ୟକ୍ତିଙ୍କୁ କାମୁଡ଼ି ଥାଏ। ଏହାର ପ୍ରତିରୋଧ ନିମନ୍ତେ ଔଷଧରେ ବୁଡ଼ା ହୋଇଥିବା ମଶାରୀ ଟାଙ୍ଗି ଶୋଇବା ସହ ଘରେ ଝୁଣା ଧୂପ ଦେବା ଆବଶ୍ୟକ। ମ୍ୟାଲେରିଆ ଜ୍ୱରରେ ପୀଡ଼ିତ ବ୍ୟକ୍ତି ଲକ୍ଷଣ ଦେଖା ଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ଉଚିତ।
ସତର୍କତା: ବର୍ଷା ଋତୁରେ ବିଭିନ୍ନ ପ୍ରକାର ମଶାଠାରୁ ଦୂରେଇବା ନିମନ୍ତେ ବାସଗୃହର ଚାରିପାଖ ପରିଷ୍କାର ପରିଚ୍ଛନ ରଖିବା ସହ କୌଣସି ସ୍ଥାନରେ ପାଣି ଜମି ଜମିବାକୁ ଦିଅନ୍ତୁ ନାହିଁ। ଜଳାଶୟ ଏବଂ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ବ୍ଲିଚିଙ୍ଗ ପାଉଡର ପକାଇବା ସହ ଡିଡିଟି ସିଞ୍ଚନ କରାଇବା ଉଚିତ।
ଡେଙ୍ଗୁ: ଡେଙ୍ଗୁ ଜ୍ୱର ସାଧାରଣତଃ ମାଈ ଏଡିସ ମଶା କାମୁଡ଼ିବା ଦ୍ୱାରା ସବୁ ବର୍ଗର ସୁସ୍ଥବ୍ୟକ୍ତିଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। ତେଣୁ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରି ରକ୍ତ ନମୁନା ପରୀକ୍ଷା କରାଇନିଅନ୍ତୁ। ଡେଙ୍ଗୁ ଜ୍ୱର ଚିହ୍ନଟ ହେବା ପରେ ଔଷଧ ଖାଇବା ଦ୍ୱାରା ଉକ୍ତ ରୋଗରୁ ଉପଶମ ମିଳିଥାଏ।
ଏଡିସ ମଶା ସାଧାରଣତଃ ଦିନବେଳା ଏବଂ ମନୁଷ୍ୟର ଆଣ୍ଠୁ ତଳକୁ ହିଁ କାମୁଡ଼ିଥାଏ ଏହି ମଶା ଭଙ୍ଗା ମାଠିଆ, ପୁରୁଣା ଟାୟାର, ପଇଡ଼ ଖୋଳ, ପ୍ଲାଷ୍ଟିକ କପ, ଭଙ୍ଗା ରେଫ୍ରିଜରେଟର, ଭଙ୍ଗା କୁଲର, ଅବ୍ୟବହୃତ ପାତ୍ରରେ ସଞ୍ଚତ୍ତ ହୋଇ ରହିଥିବା ପାଣିରେ ଡେଙ୍ଗୁ ଜ୍ୱରର ବାହକ ଏଡିସ ମଶା ବଂଶ ବିସ୍ତାର କରିଥାନ୍ତି। ତେଣୁ ନିଜର ବାସଗୃହ ଓ ପରିବେଶକୁ ସଫା ରଖିବା ସହିତ ଉକ୍ତ ଅବ୍ୟବହୃତ ଜିନିଷଗୁଡ଼ିକରେ ଜଳ ସଞ୍ଚିତ କରିବାକୁ ଦୂରେଇ ରଖିବା ଉଚିତ।
ଲକ୍ଷଣ: ଜଣେ ସୁସ୍ଥ ବ୍ୟକ୍ତି ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହେଲେ ରୋଗୀକୁ ଜ୍ୱର ହେବା ସହ ଶରୀରର ସମସ୍ତ ଖଞ୍ଜାରେ ପୀଡ଼ା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବ୍ୟଥା ସହ ଶରୀରରେ ତାପମାତ୍ରା ୧୦୪ ଡିଗ୍ରୀ ଯାଏ ବୃଦ୍ଧି ପାଇଥାଏ। ରୋଗୀର ରକ୍ତ ନମୁନା ପରୀକ୍ଷା କରିବା ପରେ ହିଁ ଡେଙ୍ଗୁ ଜ୍ୱର ହୋଇଥିବାର ଜଣାପଡ଼ିଥାଏ। ଏଡିସ ମଶା କାମୁଡ଼ିବାର ୪ ରୁ ୧୦ ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇଥାଏ। ତେଣୁ ଲକ୍ଷଣ ପ୍ରକାଶ ପାଇବା ପରେ ପରେ ହିଁ ରକ୍ତ ନମୁନା ପରୀକ୍ଷା କରାଇ ନିଅନ୍ତୁ। ତା’ ସହ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ଉଚିତ।
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?