ଡେଥ୍‌ କମିଶନରୁ ରାଷ୍ଟ୍ରନେତା

ତେହେରାନ,୨୦ା୬: ଇବ୍ରାହିମ୍‌ ରଇସିଙ୍କୁ ଇରାନ ନୂଆ ରାଷ୍ଟ୍ରପତି ବାଛିଛି। ଇରାନର ଗୃହ ମନ୍ତ୍ରୀ ଅବଦୁଲରଜା ରହମାନୀ ଫଜଲି ଶନିବାର ତ୍ରୟୋଦଶ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି। ଏଥିରେ କଠୋରପନ୍ଥୀ ଛବିର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଇବ୍ରାହିମଙ୍କୁ ରାଷ୍ଟ୍ରପତି ଭାବେ ବିଜେତା ଘୋଷିତ କରାଯାଇଛି। ଦେଶରେ ପ୍ରାୟ ୬୦ ନିୟୁତ ଯୋଗ୍ୟ ଭୋଟର ଥିବାବେଳେ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ କମ୍‌ ମତଦାନ ହୋଇଛି। ନିର୍ବାଚନ ପରିଚାଳନା କରୁଥିବା ୧୨ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗାର୍ଡିଅନ କାଉନସିଲ ଜନସମର୍ଥନ ଥିବା କେତେଜଣ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ଅଧିକାଂଶ ଜନତା ଭୋଟ ଦେବାରୁ ଦୂରେଇ ରହିଥିବା କୁହାଯାଉଛି।
ଗୃହ ଉପମନ୍ତ୍ରୀ ଜମାଲ ଓରଫ୍‌ କହିଛନ୍ତି, ନିର୍ବାଚନରେ ୨ କୋଟି ୮୬ ଲକ୍ଷ ଭୋଟର ମତଦାନ କରିଥିଲେ। ରଇସି ୬୨ ପ୍ରତିଶତ ଭୋଟ୍‌ ପାଇଛନ୍ତି। ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍ପ୍‌ସର ବରିଷ୍ଠ ଅଧିକାରୀ ମୋହସେନ୍‌ ରେଜାଇ ୧୧.୮ ପ୍ରତିଶତ ଭୋଟ୍‌ ପାଇ ଦ୍ୱିତୀୟରେ ରହିଛନ୍ତି। ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ନର ପଦରୁ ଗତମାସରେ ଅବସର ନେଇଥିବା ଟେକ୍ନୋକ୍ରାଟ ଅବ୍‌ଦୋଲନାସେର ହେମ୍ମାତି ଇବ୍ରାହିମ୍‌ଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଥିଲେ ହେଁ ବିପୁଳ ଜନମତ ହାସଲ କରିବାରେ ସମର୍ଥ ହୋଇନାହାନ୍ତି। ତାଙ୍କୁ ମାତ୍ର ୮.୪ ପ୍ରତିଶତ ଭୋଟ୍‌ ମିଳିଛି। ସେହିପରି ୩.୫ ପ୍ରତିଶତ ଭୋଟ ପାଇ ଆମୀର ହୋସେନ୍‌ ଗାଜିଜାଦେହ-ହାସେମି ଚତୁର୍ଥ ସ୍ଥାନରେ ରହିଛନ୍ତି। ରଇସିଙ୍କୁ ବିଦାୟୀ ରାଷ୍ଟ୍ରପତି ହାସନ ରୁହାନି ଅଭିନନ୍ଦନ ଜଣାଇଛନ୍ତି। ଇସ୍‌ଲାମିକ୍‌ ରାଷ୍ଟ୍ର ଇରାନରେ ପ୍ରତି ୪ ବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ହାସନ ରୁହାନି ୨ ଥର ରାଷ୍ଟ୍ରପତି ହୋଇସାରିଥିବାରୁ ଦେଶର ସମ୍ବିଧାନ ତାଙ୍କୁ ପୁନଃ ପ୍ରତିଦ୍ୱନ୍ଦ୍ୱିତା ସୁଯୋଗ ଦେଇ ନ ଥିଲା। ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ରୁହାନିଙ୍କଠାରୁ ଇବ୍ରାହିମ୍‌ ରଇସି ପରାଜିତ ହୋଇଥିଲେ। ଚଳିତ ଥର ରାଷ୍ଟ୍ରପତି ପଦ ପାଇଁ ୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ଇରାନର ଅର୍ଥନୀତି ସଜାଡ଼ିବା ଏବଂ ଦୁର୍ନୀତି ଦୂର କରିବାକୁ ସେ ହିଁ ଏକମାତ୍ର ବିକଳ୍ପ ବୋଲି ରଇସି ନିର୍ବାଚନବେଳେ କହିଥିଲେ। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଏବେ ୮୨ ବର୍ଷ ହୋଇଯାଇଥିବାରୁ ତାଙ୍କ ଉତ୍ତରାଧିକାରୀ ଖୋଜିବା ସବୁଠାରୁ ବଡ଼ ପ୍ରାଥମିକତା। ରାଷ୍ଟ୍ରପତି ହେବା ପରେ ଇବ୍ରାହିମ୍‌ ରଇସି ସୁପ୍ରିମ ଲିଡର ହେବାର ରାସ୍ତା ଫିଟିଯିବ ବୋଲି ଚର୍ଚ୍ଚା ହେଉଛି। ଇରାନରେ ସର୍ବୋଚ୍ଚ ନେତାଙ୍କ ପରେ ରାଷ୍ଟ୍ରପତି ହେଉଛନ୍ତି ଦ୍ୱିତୀୟ ସର୍ବୋଚ୍ଚ ଶାସନ କର୍ତ୍ତା।
ଇବ୍ରାହିମ୍‌ ରଇସି ନ୍ୟାୟପାଳିକାରେ ବିିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଦେଶରେ ସୁପ୍ରିମ ଲିଡରଙ୍କୁ ନିର୍ବାଚିତ କରାଉଥିବା କାଉନ୍‌ସିଲ୍‌ ଅଫ୍‌ ଏକ୍ସପର୍ଟର ସଦସ୍ୟ ଓ ଚେୟାରମ୍ୟାନ ମଧ୍ୟ ରହିଛନ୍ତି। ୧୯୮୮ରେ ତେହରାନ ଇସ୍‌ଲାମିକ ରିଭୋଲ୍ୟୁଶନ କୋର୍ଟରେ ଡେପୁଟି ଅଭିଯୋଜକ ଥିବାବେଳେ ଅନେକ ବାମପନ୍ଥୀ ନେତା, ରାଜନୈତିକ କଏଦୀ ଓ ଅସନ୍ତୁଷ୍ଟ ଗୋଷ୍ଠୀକୁ ସାମୂହିକ ଭାବେ ମୃତ୍ୟୁଦଣ୍ଡାଦେଶ ଦେଇଥିବା ସ୍ପେଶାଲ କମିଶନର ୪ ସଦସ୍ୟଙ୍କ ମଧ୍ୟରେ ରଇସି ଅନ୍ୟତମ ଥିଲେ। ଏହି କମିଶନକୁ ଆମେରିକା ସେତେବେଳେ ଡେଥ୍‌ କମିଶନ ନାମ ଦେଇଥିଲା। ଏହି ଘଟଣା ପରେ ରଇସିଙ୍କ ଲୋକପ୍ରିୟତା ଦେଶରେ କମିଯାଇଥିଲା। ପରେ ୨୦୧୭ରେ ହସନ ରୁହାନୀଙ୍କ ବିପକ୍ଷରେ ରାଷ୍ଟ୍ରପତି ପଦ ପାଇଁ ରଇସି ନିର୍ବାଚନ ଲଢ଼ିଥିଲେ। ସେତେବେଳେ ରଇସିଙ୍କୁ ମାତ୍ର ୩୮.୫ ପ୍ରତିଶତ ଭୋଟ ପାଇ ପରାଜିତ ହୋଇଥିଲେ। ୨୦୧୯ରେ ଆମେରିକା ବହିର୍ବ୍ୟାପାର ବିଭାଗ ରଇସିଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ସେ ଆୟାତୋଲ୍ଲା ଅଲି ଖାମେନେଇଙ୍କ ସହ ଅତି ନିକଟତର ଥିବା ଏବଂ ମାନବିକ ଅଧିକାର ଉଲ୍ଲଂଘନ ସହ ଜଡିତ ବୋଲି ଆମେରିକା କହିଥିଲା। ଇରାନ ରିଭୋଲ୍ୟୁଶନାରି ଗାର୍ଡ କର୍ପସ (ଆଇଆର୍‌ଜିସି)କୁ ଆମେରିକା ଆତଙ୍କବାଦୀ ସଂଗଠନ ଘୋଷିତ କରିବା ସହ ସଙ୍ଗଠନର ଅଧିକାରୀଙ୍କ ସମେତ ରଇସିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ରଦ୍ଦ କରିଥିଲା। ତେବେ ଆଇଆର୍‌ଜିସିର ସଦସ୍ୟ ନ ଥିବାରୁ ରଇସିଙ୍କ ଆକାଉଣ୍ଟକୁ ଆମେରିକା ପୁନଃ ଚାଲୁ କରିଥିଲା।
୬୦ ବର୍ଷୀୟ ଇବ୍ରାହିମ ଉତ୍ତରପୂର୍ବ ଇରାନର ମଶହଦ ସହରରେ ଜନ୍ମଗ୍ରହଣ କରିଥିଲେ। କଠୋରପନ୍ଥୀ ଚିନ୍ତାଧାରା ଥିବା ରଇସି ୧୯୮୦ରେ ମାତ୍ର ୨୦ ବର୍ଷ ବୟସରେ ପ୍ରସିକ୍ୟୁଟର ଜେନେରାଲ ଅଫ୍‌ କରାଜ୍‌ ହେବା ପରେ ଚର୍ଚ୍ଚାକୁ ଆସିଥିଲେ। ୨୦୦୪ରୁ ୨୦୧୪ ମଧ୍ୟରେ ସେ ପ୍ରସିକ୍ୟୁଟର ଅଫ୍‌ ତେହରାନ ଏବଂ ବିଚାର ବିଭାଗୀୟ ମୁଖ୍ୟଙ୍କ ପ୍ରଥମ ଡେପୁଟି ହୋଇଥିଲେ। ୨୦୧୯ରେ ତାଙ୍କୁ ଇରାନ ନ୍ୟାୟପାଳିକା ମୁଖ୍ୟ ନିଯୁକ୍ତ କରାଯାଇଥିଲା। ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଉତ୍ତରାଧିକାରୀ ହେବା ନେଇ ରଇସିଙ୍କ ନାଁ ଚର୍ଚ୍ଚାରେ ରହିଛି। ସର୍ବୋଚ୍ଚ ନେତା ହେବାକୁ ନେଇ ଚାଲିଥିବା ଏହି ଚର୍ଚ୍ଚାକୁ ରଇସି କେବେ ଖଣ୍ଡନ କରିନାହାନ୍ତି। ଇବ୍ରାହିମଙ୍କ ସମସ୍ତ ପଦକ୍ଷେପରୁ ମଧ୍ୟ ସଙ୍କେତ ମିଳେ ଯେ, ତାଙ୍କୁ ଏହି ଭୂମିକା ପାଇଁ ପ୍ରସ୍ତୁତ କରାଯାଇଛି। ଇବ୍ରାହିମ ରଇସି ନ୍ୟାୟପାଳିକାରେ ଅନେକ ଗୁରୁଦାୟିତ୍ୱ ସମ୍ଭାଳି ସାରିଛନ୍ତି। ରଇସିଙ୍କ ମାନବାଧିକାରକୁ ନେଇ ଟ୍ରାକ୍‌ ରେକର୍ଡ ଭଲ ନୁହେଁ। ବିଶେଷକରି ୧୯୮୮ରେ ରାଜନୈତିକ ବନ୍ଦୀମାନଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ସେ ଲୋକପ୍ରିୟ ନୁହନ୍ତି। କିନ୍ତୁ ୨୦୧୭ ନିର୍ବାଚନରେ ହାରିବା ସତ୍ତ୍ୱେ ସୁପ୍ରିମ ଲିଡର ତାଙ୍କୁ ନ୍ୟାୟପାଳିକା ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ପଦରେ ରହିବା ପରେ ଗଣମାଧ୍ୟମରେ ତାଙ୍କୁ ଅଧିକ ଦେଖିବାକୁ ମିଳିଥିଲା। ସେ ଦୁର୍ନୀତି ବିରୋଧରେ ମଧ୍ୟ ତଥାକଥିତ ଯୁଦ୍ଧ ଲଢ଼ିଛନ୍ତି। ଖାମେନେଇଙ୍କ ଭଳି ରଇସି ମଧ୍ୟ ୨୦୧୫ ଆଣବିକ ଚୁକ୍ତିକୁ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତି। ସେ ରିଭୋଲ୍ୟୁଶନାରି ଗାର୍ଡର ଜଣେ ଦୃଢ଼ ସମର୍ଥକ।


Enter your email to get our daily news in your inbox.

All Right Reserved By Dharitri.Com

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

ମମତାଙ୍କୁ ଶକ୍ତ ଝଟ୍‌କା: ଆଉ ଜଣେ ଟିଏମସି ରାଜ୍ୟ ସଭା ଏମପି ଦେଲେ ଇସ୍ତଫା, କାରଣ….

କୋଲକାତା,୧୬ା୭: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଏବଂ ପଶ୍ଚିମବଙ୍ଗର ଟିଏମସି ରାଜ୍ୟ ସଭା ଏମପି କୋଏଲ…

ଜନଜାତିଙ୍କ ନିଆରା ପରମ୍ପରା: ରଥାରୂଢ଼ ହେଲେ ତିନି ଠାକୁର, ଏମ୍‌ପିଙ୍କ ଛେରାପହଁରା ପରେ ଗଡ଼ିଲା ରଥ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗବାଟବାଡ଼ି ଗ୍ରାମରେ ଗୁରୁବାର ରଥଯାତ୍ରା ବହୁ ଆଡ଼ମ୍ବର ତଥା ଜନଜାତିଙ୍କ ସଂସ୍କୃତି ପରମ୍ପରାରେ ପାଳିତ…

ହିନ୍ଦୁ ଛାତ୍ରଙ୍କୁ କଲମା ପଢ଼ାଇଲେ ଶିକ୍ଷକ, ଅଭିଭାବକ ସ୍କୁଲରେ ପଶି କଲେ….

ହାଇଦ୍ରାବାଦ,୧୬ା୭: ହାଇଦ୍ରାବାଦର ସଇଦାବାଦ ଅଞ୍ଚଳର ଏକ ଘରୋଇ ସ୍କୁଲରେ ବିବାଦ ଦେଖାଦେଇଛି । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ଯେ…

ତାଜମହଲ ସାମ୍ନାରେ ଖୋଲିଗଲା ବିଦେଶୀ ମହିଳାଙ୍କ ଶାଢ଼ି, ଏମିତି କାମ କଲେ ମହିଳା କନଷ୍ଟେବଳ, ଭିଡିଓ ଦେଖିଲେ…

ତାଜମହଲ ବିଶ୍ୱର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସିଥାନ୍ତି।…

ବିନାଶ କରିଦେବୁ…ଟ୍ରମ୍ପଙ୍କୁ ସିଧା ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ,୧୬।୭: ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ ତେହରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଦୃଢ଼ ମନୋଭାବ ଗ୍ରହଣ କରିଛି। ଇରାନର…

ପ୍ରବଳ ବର୍ଷା ସତ୍ତ୍ୱେ କେଏସୟୁବି କଲେଜରେ ଚାରାରୋପଣ: ସହଯୋଗ କଲେ…

ଭଞ୍ଜନଗର,୧୬।୭(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୁରୁବାର ପ୍ରବଳ ବର୍ଷା ସତ୍ତ୍ୱେ ଚାରାରୋପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଗଗନ ବିହାରୀ…

ନିଜ ଦରମାରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ସମିତି ସଭ୍ୟ ଧ୍ରୁବ, ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା

ଗଞ୍ଜାମ,୧୬।୭ (ବିଦ୍ୟାଧର ସାହୁ ): ଝିଅ ବିବାହ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା କରି ଚର୍ଚ୍ଚାରେ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ। ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri