ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା

ଭବାନୀପାଟଣା,୨୨।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏକ ଛାତ୍ରୀ ନିବାସର ୬ଜଣ ଛାତ୍ରୀ ଶନିବାର ପ୍ରଧାନ ଶିକ୍ଷକ ଶଶୀଧର ନାଏକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଜିଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କ କଳାକାରନାମା ସମ୍ପର୍କରେ ଜଣାପଡିଥିଲା। ଏହାପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀଙ୍କ ପତ୍ର ସଂଖା ୫୮୬ ଅନୁଯାୟୀ ନିଲମ୍ବିତ କରାଯାଇଛି।

ସେହିପରି ପୋଲିସ ପକ୍ଷରୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ନାଏକଙ୍କ ବିରୋଧରେ ଆଇପିସି ଦଫା ୨୯୪/୩୫୪/୩୫୪ଏ/୩୫୪/ସି/୩୫୪ଡି ଓ ପୋକ୍‌ସୋ ସେକ୍ସନ ଧାରା ୧୨ରେ ଏକ ମାମଲା (ନଂ.୧୧୧/୨୨) ରୁଜୁ କରି ଗିରଫ ପରେ ରବିବାର କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯେ, ଶନିବାର ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଜିଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ବିଭାଗ ଅଧିକାରୀ, ସ୍ଥାନୀୟ ବିଡିଓ, ଡବ୍ଲ୍ୟୁଇଓ, ଆଇଆଇସି ତଦନ୍ତ କରିବାକୁ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ସେମାନେ ଛାତ୍ରୀଙ୍କ ଅଭିଯୋଗ ଶୁଣିଥିଲେ। ପରେ ପୋଲିସ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ପ୍ରଶାସନ ଓ ପୋଲିସ ଅଧିକାରୀଙ୍କ ରିପୋର୍ଟ ପରେ ପ୍ରଧାନ ଶିକ୍ଷକଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ଉକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଆଲ୍ଲାଦିନୀ ମଣି ବାଗଙ୍କୁ ଉକ୍ତ ସ୍କୁଲ ଓ ଛାତ୍ରୀ ନିବାସର ପରିଚାଳନା ଦାୟିତ୍ୱ ଦିଆଯାଇଥିବା ସ୍ଥାନୀୟ ଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କଖାରୁଣୀ-ଚହଳିବାଙ୍କ ପାଟନାଳୀ ତଳପଡ଼ାରେ ଅବରୋଧ

ପଟ୍ଟାମୁଣ୍ଡାଇ,୨୩।୮ (ଅକ୍ଷୟ ବିଶ୍ୱାଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀଠାରୁ ଯାଇଥିବା ପାଟନାଳୀ ତଳପଡ଼ା ସ୍ଲୁଇସ ଗେଟ ନିକଟରେ ଅବରୋଧ କରାଯାଇଛି। ଫଳରେ ଶତାଧିକ...

ଛାତ୍ରୀଛାତ୍ର ଆସୁଛନ୍ତି, ଶିକ୍ଷକଙ୍କ ଦେଖାନାହିଁ

ବରୀ,୨୫ା୮(ଡି.ଏନ.ଏ.): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧୀନରେ ଥିବା ବରୀ ପଞ୍ଚାୟତର ଜଲ୍ଲାଲଉଦ୍ଦିନ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରିବାକୁ...

୨୪ ଘଣ୍ଟାରେ ୧୦୨ ପିଲା ପଜିଟିଭ

ଭୁବନେଶ୍ୱର, ୮।୯(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପର ତଳ ହେଉଛି। କିନ୍ତୁ ପିଲାଙ୍କ ସଂକ୍ରମଣ ଏବେ ସମସ୍ତ ଚିନ୍ତା ବଢ଼ାଉଛି। ୭ ଦିନରେ ରାଜ୍ୟରେ...

ଗ୍ରାମରେ ଚଢ଼ାଉ ବେଳେ ପୋଲିସ ହଟହଟା: ୨ ଅଫିସରଙ୍କ ସହ ୧୦ ପୋଲିସ ୫ଘଣ୍ଟା ଅଟକ

ଗୋପ,୭ା୮(ଡି.ଏନ୍‌.ଏ.)- ଗୋପ ଥାନା ପୋଲିସ ଗଁା ବିବାଦକୁ ନେଇ ବୀରତୁଙ୍ଗ ପଞ୍ଚାୟତ ଅଧୀନ ରେଢୁଆ ଗ୍ରାମକୁ ଚଢ଼ାଉ କରିବାକୁ ଯାଇ ହଟହଟା ହୋଇଛି। ବିନା ମାମଲାରେ...

ଖୋଲୁନି ଧାନମଣ୍ଡି: ତେଜିଲା ଚାଷୀ ଅସନ୍ତୋଷ

କାମାକ୍ଷାନଗର, ୬।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଦଣ୍ଡାଧର ଡ୍ୟାମ୍‌ ତଳି ଅଞ୍ଚଳରେ ରବିଧାନ ଚାଷ କରିଥିବା ଚାଷୀଙ୍କ ପାଇଁ ମଣ୍ଡି ଖୋଲୁନାହିଁ। ଏ ନେଇ ଚାଷୀଙ୍କ...

ସମିତିରେ ତାଲା ପକାଇଲେ ଚାଷୀ

ବାସୁଦେବପୁର,୨୬।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ସେବା ସମବାୟ ସମିତିରେ ଧାନ ବିକ୍ରି କ୍ଷେତ୍ରରେ ଚାଷୀମାନେ ଅସୁବିଧାରେ ପଡ଼ିଥିବାରୁ ଏହାର ପ୍ରତିବାଦରେ ସେମାନେ ଶନିବାର ସମିତି...

ଥାନା ଆଗରେ ଲୋକ ପ୍ରତିନିଧିଙ୍କ ଧାରଣା

ଝରିଗାଁ,୨୬।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ଗୁରୁବାର ପାଲିଆ ସରପଞ୍ଚ ରାଧା ସାନ୍ତାଙ୍କ ସ୍ବାମୀ ପବିତ୍ର ସାନ୍ତା, ତାଙ୍କ ସହଯୋଗୀ ରମେଶ ହରିଜନ ଏବଂ...

ବୋହୂ ହତ୍ୟା ମାମଲାରେ ଜେଲ ଗଲେ ସ୍ବାମୀ, ଶ୍ୱଶୁର 

ରୂପ୍‌ସା,୧୩।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ  ଅଧୀନ ଜହତା କୂଳ ଗ୍ରାମର ବିଜୟ ନାୟକଙ୍କ ସ୍ତ୍ରୀ ହରପ୍ରିୟା ନାୟକ(୨୨)ଙ୍କୁ ହତ୍ୟା ମାମଲାରେ...

Advertisement
Archives

Model This Week