ରଜରେ ପୂଜା ପାଆନ୍ତି ମୁଣ୍ଡ ନ ଥିବା ଗୋପୀନାଥ

କେନ୍ଦ୍ରାପଡ଼ା,୧୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରର ତଳବାରଙ୍ଗସ୍ଥିତ ମୁଣ୍ଡକଟା ଗୋପୀନାଥଙ୍କ ୩ ଦିନିଆ ମହୋତ୍ସବ ବୁଧବାରଠାରୁ ଆରମ୍ଭ ହୋଇଛି। ଭଜନ କୀର୍ତ୍ତନ ସହ ପୂଜା ଆରାଧନାରେ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏଠାକାର ବିଶେଷତ୍ୱ ହେଉଛି, ମୁଣ୍ଡ ନ ଥିବା ଗୋପୀନାଥ ବର୍ଷସାରା ପୂଜା ପାଉଛନ୍ତି। ମାତ୍ର ପହିଲି ରଜଠାରୁ ଶେଷ ରଜ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ମୁଣ୍ଡ ତିଆରି କରାଯାଇ ପୂଜା କରାଯାଇଥାଏ। ଶ୍ରୀଜୀଉଙ୍କ ନିକଟରେ ପୂଜା ପାଉଥିବା ଶ୍ରୀବଳରାମ ଜୀଉ ଓ ଗ୍ରାମଦେବତୀ ବଟେଶ୍ୱରୀ ଏହି ଦିନ ମଧ୍ୟ ମୁଣ୍ଡକଟା ଅବସ୍ଥାରେ ପୂଜା ପାଇଥାନ୍ତି।
ସହରର ନୂଆ ବସ୍‌ଷ୍ଟାଣ୍ଡଠାରୁ ମୁଣ୍ଡକଟା ଗୋପୀନାଥ ପୀଠ ୪ କିମି ଦୂର ହୋଇଥିବା ବେଳେ ଇଚ୍ଛାପୁରସ୍ଥ ଶ୍ରୀବଳଦେବ ଜୀଉଙ୍କ ମନ୍ଦିରଠାରୁ ମାତ୍ର ୨ କିମି ଦୂରରେ ଏହି ପୀଠ ଅବସ୍ଥିତ। ସ୍ଥାନୀୟ ଅଞ୍ଚଳର ଇତିହାସ ଅନୁସାରେ, ସହରର ପୁରୁଣା ବସ୍‌ଷ୍ଟାଣ୍ଡରେ ଶ୍ରୀବଳଦେବ ଜୀଉଙ୍କର ମନ୍ଦିର ଥିଲା। ୧୬୬୩ ମସିହାରେ ମୋଗଲ ଶାସକ ଔରଙ୍ଗଜେବଙ୍କ ଖାନ ଇ ଦୌରାନ ୧୨୨୦ରେ ନିର୍ମିତ ଏହି ପୁରୁଣା ମନ୍ଦିରକୁ ନଷ୍ଟ କରିଥିଲେ। ତତ୍କାଳୀନ ସମୟରେ ଶ୍ରୀଜୀଉଙ୍କୁ ସେବାୟତମାନେ ସଖୀବଟଠାରେ ଗୁପ୍ତରେ ରଖିଥିଲେ। ମନ୍ଦିରରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉଙ୍କୁ ନ ପାଇ ଚଳନ୍ତି ପ୍ରତିମା ଶ୍ରୀଗୋପୀନାଥ ଜୀଉ, ଶ୍ରୀବଳରାମ ଜୀଉ ଓ ବଟେଶ୍ୱରୀଙ୍କ ମୁଣ୍ଡ କାଟି ଫୋପାଡି ଦେଇଥିଲେ। ଏହି ପ୍ରତିମାଗୁଡ଼ିକ କାଳକ୍ରମେ ତଳବାରଙ୍ଗ ପୀଠରେ ପୂଜା ପାଇଆସୁଛନ୍ତି। ପହିଲି ରଜରେ ଶ୍ରୀଜୀଉଙ୍କ ଅଙ୍ଗସୌଷ୍ଟବକୁ ପୂର୍ଣ୍ଣାଙ୍ଗ କରାଯାଏ। ଶ୍ରୀଜୀଉଙ୍କ କାନ୍ଧ ଉପରେ ଚନ୍ଦନ, ଅଗୁରୁ, କଜ୍ଜ୍ୱଳ, ମଲ୍ଲୀକଢ଼ ଓ ତରାଟ କଢ଼ରେ ମୁଣ୍ଡ ଓ ମୁଖମଣ୍ଡଳ ତିଆରି କରାଯାଇଥାଏ। ମସ୍ତକରେ ରୁପା ଛତ୍ରୀ ଓ ସ୍ବର୍ଣ୍ଣ ଚିତା ସହ ହାତରେ ରୁପା ବଂଶୀ ଶ୍ରୀଜୀଉଙ୍କୁ ପୂର୍ଣ୍ଣାଙ୍ଗ କରିଥାଏ। ସନ୍ଧ୍ୟା ସମୟରେ ଶ୍ରୀଜୀଉଙ୍କ ପାଇଁ ସ୍ବତନ୍ତ୍ର ଭୋଗ, ପଣା ଓ ଫଳ ଅର୍ପଣ ହୁଏ। ଅପରପକ୍ଷରେ ଭଗ୍ନ ମୂର୍ତ୍ତି ପୂଜନ ବର୍ଜନୀୟ। ମାତ୍ର ଏଠାରେ ଶତାଧିକ ବର୍ଷ ଧରି ମୁଣ୍ଡକଟା ଗୋପୀନାଥଙ୍କର ପୂଜାର୍ଚ୍ଚନା କରାଯାଉଛି।
ଏ ସମ୍ପର୍କରେ ପଣ୍ଡିତ ହୃଷୀକେଶ ରଥ କୁହନ୍ତି, ବେଦରେ ମୂିର୍ତ୍ତି ପୂଜନ ବ୍ୟବସ୍ଥା ନ ଥିଲା। ଶ୍ରଦ୍ଧାଳୁଙ୍କ ଏକ ସକାରାତ୍ମକ ଚିନ୍ତାଧାରା ପ୍ରକାଶ ପାଇଁ ମୂର୍ତ୍ତିର ଆବଶ୍ୟକତା ଦେଖାଦେଲା। ହିନ୍ଦୁ ସଂସ୍କୃତି ଓ ପରମ୍ପରା ଅନୁଯାୟୀ, ବହୁ ଗ୍ରାମରେ ସମ୍ପୂର୍ଣ୍ଣ ଅବୟବ ନ ଥାଇ ପଥରକୁ ଗ୍ରାମଦେବତୀ ଭାବେ ପୂଜା କରାଯାଉଛି। ଯେଉଁଥିରେ ଶ୍ରଦ୍ଧାଳୁ ଭଗବତ ଦର୍ଶନ ପାଉଛନ୍ତି। ରାଜସ୍ଥାନର ଖାତୁଶ୍ୟାମରେ ବେଲାଳସେନଙ୍କ କଟାମୁଣ୍ଡ ମୂର୍ତ୍ତି ପୂଜା ପାଉଛି। ଅବୟବ ନୁହେଁ, ସକାରାତ୍ମକ ଚିନ୍ତାଧାରା ମନରେ ଉଦ୍ରେକ ପାଇଁ ମୂର୍ତ୍ତି ପୂଜାର ଆରମ୍ଭ ହୋଇଛି। ପୂଜକ ମହେଶ୍ୱର ପତି କହିଛନ୍ତି, ଶ୍ରୀଜୀଉଙ୍କ ମୂର୍ତ୍ତିରେ ଅଷ୍ଟସଖୀଙ୍କ ଅବୟବ ଥିବା ବେଳେ ନିମ୍ନରେ ଗୋଚାରଣ ଦୃଶ୍ୟ ଅଛି। ସେହିପରି ଶ୍ରୀବଳରାମ ଓ ବଟେଶ୍ୱରୀଙ୍କ ବେକଠାରୁ ନିମ୍ନ ପର୍ଯ୍ୟନ୍ତ ସୁରକ୍ଷିତ ଅଛି। ମନ୍ଦିର ପରିଚାଳନା ସମ୍ପର୍କରେ ସେ କୁହନ୍ତି, ମନ୍ଦିରର ନିଜସ୍ବ ସମ୍ପତ୍ତିି ଖୁବ୍‌କମ। ଗ୍ରାମର ୨ ପରିବାର ଏହାର ପୂଜା ପରିଚାଳନା ପାଇଁ ପୂର୍ବରୁ ବିଧି ବ୍ୟବସ୍ଥା ଥିବାବେଳେ ଏବେ ଗ୍ରାମବାସୀ ଏଥିରେ ସହଯୋଗ କରୁଛନ୍ତି। ସେହିପରି ଶ୍ରୀବଳଦେବ ଜୀଉଙ୍କ ଦେବୋତ୍ତର ସଂସ୍ଥା ଅଧୀନରେ ଏହି ମନ୍ଦିର ଥିଲା। ଏହାର ପରିଚାଳନା ପାଇଁ କଠା (ଅନ୍ନପ୍ରସାଦ ପାଇଁ ଆନୁଷଙ୍ଗିକ ସାମଗ୍ରୀ) ବ୍ୟବସ୍ଥା ଥିଲା ା କୌଣସି କାରଣରୁ ଏହା ବହୁଦିନ ବନ୍ଦ ପରେ ଗ୍ରାମବାସୀଙ୍କ ଉଦ୍ୟମ ଫଳରେ କଠା ବ୍ୟବସ୍ଥା ପୁନର୍ବାର ଆରମ୍ଭ ହୋଇଛି। ଶ୍ରୀଜୀଉଙ୍କ ସମ୍ପର୍କରେ ବିଶଦ ଗବେଷଣା ହୋଇ ନ ଥିବାରୁ ଏହାର ପ୍ରଚାର ପ୍ରସାର ହୋଇ ପାରୁ ନ ଥିବା ଶ୍ରୀଜଗନ୍ନାଥ ଚେତନା ସମିତିର କେନ୍ଦ୍ରାପଡ଼ା ଜିଲା ସମ୍ପାଦକ ଅକ୍ଷୟ କୁମାର ପାଣି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri