ଖଟ ମୁଣ୍ଡେଇବା ଓ ମୁଣ୍ଡ ଖଟେଇବା

ଉମାଶଙ୍କର ପ୍ରସାଦ

ଆଲେଖ୍ୟର ଶିରୋନାମା ପାଠକମାନଙ୍କୁ ନିଶ୍ଚୟ ଆଚମ୍ବିତ କରୁଥିବ। ମାତ୍ର ଆଜିର ସମାଜରେ ରାଜନେତାଠୁ ପ୍ରଶାସକ ପର୍ଯ୍ୟନ୍ତ ସମସ୍ତେ ଖଟ ମୁଣ୍ଡେଇବା ପ୍ରକ୍ରିୟାକୁ ଆପଣେଇ ନେଇଛନ୍ତି। ମାତ୍ର ଅନ୍ୟପକ୍ଷରେ ମୁଣ୍ଡ ଖଟେଇବା କଳାକୁ ପ୍ରାୟ ସମସ୍ତେ ଭୁଲିଗଲେଣି। ଅପାଠୁଆ ଲୋକଟିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖଟଟିଏ ନେବାକୁ ହେଲେ ସେ ନିଜେ ମୁଣ୍ଡେଇ ଯାଇଥାଏ। ମାତ୍ର ଶିକ୍ଷିତ, ବିବେକବାନ ବ୍ୟକ୍ତି ଖଟଟିକୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ନିଜର ମୁଣ୍ଡ ଖଟେଇବା ସହ ଶ୍ରମ ଓ ଶ୍ରମିକ ଉଭୟଙ୍କ ବିନିଯୋଗରେ ଖଟଟିର ସ୍ଥାନାନ୍ତରିତ କରିଥାଏ। ମାତ୍ର ଦୁଃଖର ବିଷୟ ଆଜିକାର ସମାଜରେ ରାଜନେତା ସେ ବଡ଼ ହେଉ କି କୁଜି ହେଉ ଖାଲି ପଦପଦବୀର ଖଟ ମୁଣ୍ଡେଇବାରେ ବ୍ୟଗ୍ର, ମାତ୍ର ଯେଉଁ ପଦପଦବୀକୁ ସେମାନେ ମୁଣ୍ଡାଇଥାନ୍ତି ସେ ପଦର କାର୍ଯ୍ୟଧାରାକୁ ସ୍ବଚ୍ଛ, ସତ୍ୟ, ନିଷ୍ଠାର ଆଧାରରେ ମୁଣ୍ଡ ଖଟେଇ କରିବାରେ ଅକ୍ଷମ ବା ଜାଣିଶୁଣି କରୁନାହାନ୍ତି। ସେମାନଙ୍କ ଆହ୍ବାନ ଓ ପ୍ରତିଶ୍ରୁତିର ଅଭାବ ନାହିଁ। ଦାରିଦ୍ର୍ୟ ଓ ଅନଗ୍ରସରତାର ତାଡନାରେ ବ୍ୟତିବ୍ୟସ୍ତ ଜନସାଧାରଣ ଏ ଭଳି ଭାଷଣ ଶୁଣି ଓ ଖବରକାଗଜରେ ପଢ଼ି ନୟାନ୍ତ ହେଲେଣି। ବର୍ତ୍ତମାନ ଆସନ୍ତୁ ଆଲୋଚନା କରିବା ଆଜିର ଶିକ୍ଷା ସମସ୍ୟା ବିଷୟରେ। ପୂର୍ବରୁ ମ୍ୟାକଲେଙ୍କ ଘୋଷିତ ଶିକ୍ଷାନୀତିକୁ ଧୋଇ ଶୁଖାଇ ଶିକ୍ଷାନୀତି ଘୋଷିତ ହେଉଛି। ମାତ୍ର ବର୍ତ୍ତମାନ ସରକାର ନୂତନ ଶିକ୍ଷାନୀତି ଘୋଷଣା କରିବାରେ ଚେଷ୍ଟିତ। ମାତ୍ର ଉକ୍ତ ନୀତିରେ ସରକାର ବା ଶିକ୍ଷା ବିଭାଗର ବଡ଼ବାବୁ ମାନେ ମୁଣ୍ଡଖଟେଇ ଛାତ୍ରୀଛାତ୍ରମାନଙ୍କର ଭବିଷ୍ୟତ ସହିତ ସମାଜର ଉନ୍ନତି କ୍ଷେତ୍ରରେ ନୀତି ପ୍ରଣୟନ କଲାଭଳି ଲାଗୁନି। ବର୍ତ୍ତମାନ ଦୀର୍ଘ ସମୟ ଅତିବାହିତ ପରେ କେନ୍ଦ୍ର ସରକାର ଶିକ୍ଷାରେ ଧନ୍ଦାମୂଳକ ବ୍ୟବସ୍ଥା ସହିତ ମାତୃ-ଭାଷାକୁ ଗୁରୁତ୍ୱ ଦେଇ ଜାତୀୟ ଶିକ୍ଷାନୀତି କାର୍ଯ୍ୟ କରିଛନ୍ତି, ମାତ୍ର ସେଥିରେ ସେ କେତେଦୂର ମୁଣ୍ଡ ଖଟେଇଛନ୍ତି ନା ଖାଲି ନୀତି ନିୟମର ଖଟ ମୁଣ୍ଡେଇଛନ୍ତି, ଯାହା ଆଗାମୀ ଭବିଷ୍ୟତ କହିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟର ୫୦ ହଜାର ସରକାରୀ ବିଦ୍ୟାଳୟରେ ଇଣ୍ଟରନେଟ୍‌ ସୁବିଧା ଉପରେ ଗୁରୁତ୍ୱ ଦିଆଯିବାର ପ୍ରସ୍ତାବ ଗ୍ରହଣ କଲାବେଳେ ଟିକେ ମୁଣ୍ଡ ଖଟେଇବା ଦରକାର ଯେ ଏହି ସୁବିଧାକୁ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବିସ୍ତୃତ ଭାବରେ ବିକାଶ କରିବା ଦିଗରେ ଆମର ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ କେତେଦୂର ପାରଙ୍ଗମ? ବର୍ତ୍ତମାନ ଶିକ୍ଷା ବିଭାଗ ମୁଣ୍ଡ ଖଟେଇ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଚିନ୍ତା କରିବାର ସମୟ ଆସିଛି। ଶିକ୍ଷା ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟର ପ୍ରସଙ୍ଗ, ତେଣୁ ଉଭୟ ସରକାର ନିଜ ଦେଶ ତଥା ରାଜ୍ୟର ଛାତ୍ରୀଛାତ୍ର କିପରି ସ୍ବାବଲମ୍ବୀ ହେବାସହ ଆତ୍ମନିର୍ଭର ହୋଇପାରିବେ ସେଥିପାଇଁ ମୁଣ୍ଡଖଟେଇ କାର୍ଯ୍ୟ କରିବା ଦରକାର; ଯାହା ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ।
ବର୍ତ୍ତମାନ ଓଡ଼ିଶା ନାନାଦି ସମସ୍ୟା ଦେଇ ଗତିକରୁଛି। ପ୍ରାକୃତିକ ଦୁର୍ବିପାକ, ମହାମାରୀ କରୋନା ସାଙ୍ଗକୁ ଉତ୍କଟ ଦାରିଦ୍ର୍ୟ ଓ ବେକାରି, ଅର୍ଥନୈତିକ ଓ ମାନବୀୟ ବିକାଶ କ୍ଷେତ୍ରରେ ଅନଗ୍ରସରତା, ଯାହା କି ଆମର ଚିରାଚରିତ ସମସ୍ୟା। ଅନାହାର ମୃତ୍ୟୁ, ସନ୍ତାନ ବିକ୍ରି, ଶିଶୁ ମୃତ୍ୟୁ ଓ ଦାରିଦ୍ର୍ୟର ସର୍ବାଧିକ ଅନୁପାତ ଏ ସବୁ କ୍ରମାଗତ ଭାବେ ଆମ ରାଜ୍ୟକୁ ନିନ୍ଦିତ କରିଆସିଛି। ଏ ଉଦ୍‌ବେଗଜନକ ସମସ୍ୟା ପ୍ରତି ରାଜ୍ୟର ନୀତି ନିୟମ ପ୍ରଣେତା କ’ଣ ଏହାର ସମାଧାନ ପାଇଁ ମୁଣ୍ଡ ଖଟେଇଛନ୍ତି ବା କେତେ ସଚେତନ? ଖାଲି ପଦପଦବୀର ଖଟମୁଣ୍ଡେଇ ନିଜର ମୁଣ୍ଡ ନ ଖଟେଇ କାର୍ଯ୍ୟ କରିବାର ଦୁଷ୍ପରିଣାମ ଓଡ଼ିଶା ଭୋଗୁଛି। ସର୍ବ ଭାରତୀୟ ସ୍ତରରେ ବିଭିନ୍ନ ସମୟରେ କରାଯାଉଥିବା ସର୍ବେକ୍ଷଣ ମଧ୍ୟ ଏ ଅଭିଯୋଗ ପ୍ରତିପାଦିତ କରେ। ନିକୃଷ୍ଟ ଭିତ୍ତିଭୂମି, ରାଜନୈତିକ ଓ ପ୍ରଶାସନିକ ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧତାର ଅଭାବ, ମୁଣ୍ଡ ନ ଖଟେଇ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେବାରେ ବିଳମ୍ବ, ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ଅଯଥା ସମୟ ଅପଚୟ, ଅନ୍ୟରାଜ୍ୟ ତୁଳନାରେ ଏଠାକାର ମାନବ ସମ୍ବଳର ମାନ ଓ ଉପତ୍ାଦିକା ଶକ୍ତିର ଅପେକ୍ଷାକୃତ ନୂ୍ୟନତା ଇତ୍ୟାଦି ଯୋଗୁ ଓଡ଼ିଶା ଆଜି ପଛୁଆ। ସେପରି ବିଭିନ୍ନ କାର୍ଯ୍ୟାଳୟରେ ଆମ ସରକାରୀ ବାବୁମାନେ ସରକାରଙ୍କ ନୀତି ନିୟମକୁ ମୁଣ୍ଡଖଟେଇ ବୁଝିବାରେ ସେତେଟା ପ୍ରଖର ନୁହନ୍ତି। ତା’ ସାଙ୍ଗକୁ ବିଭିନ୍ନ କାର୍ଯ୍ୟାଳୟରେ ପରସେଣ୍ଟ ବ୍ୟାଧିରେ ବାତାବରଣ ସଂକ୍ରମିତ। ଏଥିଯୋଗୁ ପଦବୀ ଖଟ ମୁଣ୍ଡେଇଥିବା ଅଫିସରଙ୍କଠୁ ଚତୁର୍ଥ ଶ୍ରେଣୀ କର୍ମଚାଚୀ ପର୍ଯ୍ୟନ୍ତ ହାତଗୁଞ୍ଜା ନ ଧରିଲେ ଓ ଅଫିସରମାନେ ତାଙ୍କର ପରସେଣ୍ଟ ନ ପାଇଲେ ମୁଣ୍ଡ ଖଟେଇବା ପାଇଁ କୁଣ୍ଠାବୋଧ କରୁଛନ୍ତି। ତେଣୁ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ନିଜ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ବୁଦ୍ଧି, ବିବେକାନୁମୋଦିତ ଭାବେ ପାଳନ କଲେ ଆମ ରାଜ୍ୟର ପ୍ରଗତି ଅବଶ୍ୟମ୍ଭାବୀ।
ମୋ:୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri