କୋକସରା, ୨୫।୧୨ (ଡି.ଏନ.ଏ.) -କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ଼କେନ୍ଦୁଗୁଡା ବିଜୁ ଏକ୍ସପ୍ରେସ ରାସ୍ତା ନିକଟରେ ୪୦୭ ଗାଡି ନମ୍ବର ଓଆର୦୮ ବି ୬୬୪୯ ଓ ବାଇକ ନମ୍ବର ଓଡି୦୮ଏଫ୨୭୯୮ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ହୋଇଛି। ବାଇକରେ ଥିବା ବନ୍ଧପଡା ଗ୍ରାମର ଭୀମ କଟା (୩୫) ଓ ସୟ ନାଏକ (୪୦) ୪୦୭ ଗାଡି ଧକ୍କା ଦେବା ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ୧୦୮ ଆମ୍ବୁଲାନ୍ସରେ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ୪୦୭ ଗାଡିର ଥିବା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଆମପାଣି ପୋଲିସ ପହଞ୍ଚି ଦୁର୍ଘଟଣା କରିଥିବା ୪୦୭ କୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ନେଇ ଆମପାଣି ଏଏସଆଇ ତଦନ୍ତକାରୀ ପୋଲିସ ଅଧିକାରୀ ରାମ ଶଙ୍କର ବାଗ ସୂଚନା ଦେଇଛନ୍ତି।

କଳାହାଣ୍ଡିର ପୂର୍ବତନ ସିଡିଭିଓ ନିଲମ୍ବିତ
ଭବାନୀପାଟଣା,୨୫।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ପ୍ରାଣି ଚିକିତ୍ସା ବିଭାଗର ପୁର୍ବତନ ସିଡିଭିଓ (ଜିଲା ମୁଖ୍ୟ ପ୍ରାଣି ଚିକିତ୍ସାଧିକାରୀ) ଚୈତନ୍ୟ ଚରଣ ସେଠୀଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି।...

ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଭତ୍ତା ଟଙ୍କା ମିଳିନି
କର୍ଲାମୁଣ୍ଡା, ୨।୪ (ଡି.ଏନ.ଏ)- କରୋନାକୁ ମହାମାରି ଘୋଷଣା ହେବା ପରେ ସରକାର ବାର୍ଦ୍ଧକ୍ୟ, ବିଧବା, ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ୪ ମାସର...

ଆମପାଣି ଘାଟିରେ ଓଲଟିଲା ଲୁହା ପାଇପ୍ ବୋଝେଇ ଟ୍ରେଲର
କୋକସରା,୩୦।୪(ଡି.ଏନ୍.ଏ): କଳାହାଣ୍ଡି ଜିଲା ଆମପାଣି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ଭାରସାମ୍ୟ ହରାଇ ଓଲଟି ପଡିବାରୁ ୨ଜଣ ଡ୍ରାଇଭର ଗୁରୁତର ହୋଇଛନ୍ତି। ସେମାନେ...

ମାର୍ଚ୍ଚ ୫ରେ କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
କୋକସରା,୨୬।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ୍ ୱେକୁ ଆସନ୍ତା ମାର୍ଚ୍ଚ ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ...

ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ଦାନ କଲେ ୨ ଭଉଣୀ
କୋକସରା,୧୧।୨: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହୁଣ୍ଡିରେ ରଖିଥିବା ସଞ୍ଚିତ ଟଙ୍କା ଦାନ କରିଛନ୍ତି ୨ କୁନି ଭଉଣୀ। ସେମାନେ ହେଲେ କଳାହାଣ୍ଡି...

ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ସିଡିପିଓ
ଭବାନୀପାଟଣା,୨୫।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ସିଡିପିଓ ପୁଷ୍ପାଞ୍ଜଳି ରଥ ସୋମବାର ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ...

ଦୁର୍ନୀତି ଅଭିଯୋଗ ପରେ ପଞ୍ଚାୟତକୁ ଦିଆଗଲା ପିଡିଏସ୍ ବଣ୍ଟନ ଦାୟିତ୍ୱ
କେସିଙ୍ଗା,୨।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନରେ ଦୁର୍ନୀତି ଓ ଅନିୟମିତତାକୁ ନେଇ କେସିଙ୍ଗା ବିଡିଓଙ୍କ ନିକଟରେ ସରପଞ୍ଚ ଓ...

ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଅଙ୍ଗନଓ୍ବାଡି ଚାକିରି
ଭବାନୀପାଟଣା,୧୦।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦେପୁର ସେକ୍ଟର ଅଧୀନ ଉପକାଭଟ୍ଟାର ଅଙ୍ଗନଓ୍ବାଡ଼ି କର୍ମୀ ଝୁନୁପମା ଶତପଥୀ ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଚାକିରି...