ମନରେଗା କାମରେ କୋଟିକୋଟି ଟଙ୍କାର ଦୁର୍ନୀତି ଅଭିଯୋଗ, ବିଡିଓଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ଜବକାର୍ଡଧାରୀ

ଥୁଆମୂଳ ରାମପୁର,୧୪ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ବଡ଼ବଫଲା ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟରେ ବ୍ୟାପକ ଅନିୟମିତତା, ଜାଲିଆତି ଏବଂ କୋଟି କୋଟି ଟଙ୍କା ହଡ଼ପ ଅଭିଯୋଗ ଆସିଛି। ନିଜ ପ୍ରାପ୍ତ ହକ୍‌ ଓ କାମ ଦାବି କରି ଗ୍ରାମର ଶହଶହ ହିତାଧିକାରୀ ହାତରେ ଜବକାର୍ଡ ଓ ଲିଖିତ ଅଭିଯୋଗ ପତ୍ର ଧରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବ୍ଲକ କାର୍ଯ୍ୟାଳୟରେ ବିଡିଓ ଧ୍ରୁବ ଚରଣ ମୁଦୁଲି ଅନୁପସ୍ଥିତ ଥିବାରୁ ଏପିଓ ଭକ୍ତ ସେଠୀ ଗ୍ରାମବାସୀଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗ୍ରାମରେ ଚାଲିଥିବା ଟ୍ରେଗର୍‌ ଟ୍ରେଞ୍ଚ କାମରେ ସ୍ଥାନୀୟ ଶ୍ରମିକମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପଞ୍ଚାୟତ ବା ବ୍ଲକର ଲୋକଙ୍କ ନାମରେ ଜାଲ୍‌ ମଷ୍ଟରରୋଲ ଓ ମିଥ୍ୟା ବିଲ ତିଆରି କରି କୋଟି କୋଟି ଟଙ୍କା ଆତ୍ମସାତ୍‌ କରାଯାଇଛି। ବଡ଼ବଫଲା ଗ୍ରାମର ତିନୋଟି ଓ୍ବାର୍ଡରେ ପ୍ରାୟ ୯୦୦ ଜଣ କୁଲି ମଜୁରିଆ ଥାଇ ମଧ୍ୟ ସେମାନଙ୍କୁ କାମ ଦିଆଯାଉନାହିଁ। କାମ ମାଗିଲେ ଜି୍‌ଆର୍‌ଏସ ଓ ଗାଁ ସାଥୀ ହିତାଧିକାରୀଙ୍କ ସହ ଗଣ୍ଡଗୋଳ କରିବା ସହ କାମରୁ ବଞ୍ଚିତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସରକାର ଦେଉଥିବା ମାଗଣା ଚାଉଳ ଯୋଗୁ ପେଟ ପୋଷୁଥିଲେ ହେଁ, ସ୍ଥାନୀୟ ସ୍ତରରେ କାମ ନ ମିଳିବାରୁ ବାଧ୍ୟ ହୋଇ ଶହଶହ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେଠାରେ ଦୁର୍ଦ୍ଦଶା ଭୋଗି କିଏ ନିଖୋଜ ହେଉଛି ତ କିଏ ପ୍ରାଣ ହରାଉଛି, ପୁଣି କିଏ ସାହୁକାର ପାଖରେ ବନ୍ଧା ପଡ଼ୁଛି ବୋଲି ଗ୍ରାମବାସୀ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଘଟଣାର ଆସନ୍ତା ମଙ୍ଗଳବାର ସୁଦ୍ଧା ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଏପିଓ ସେଠୀ ପ୍ରତିଶ୍ରୁତି ଦେଇଥିବା ବେଳେ ଜିଆର୍‌ଏସ୍‌ ସୁଦର୍ଶନ ଛତ୍ରିଆ କହୁଛନ୍ତି ମୋତେ ଜାଣି ଶୁଣି ଗ୍ରାମବାସୀ ବଦନାମ ବା ଫସାଉଛନ୍ତି ମୋତେ ଗତ କିଛି ଦିନ ତଳେ କିଛି ଲୋକେ ଟଙ୍କା ମାଗିଥିଲେ ନ ଦେବାରୁ ଏଭଳି ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି।

ଅନ୍ୟପଟେ ଗାଁ ସାଥୀ ସଭାପତି ଗଣମାଧ୍ୟମକୁ ଏହି ଖବର ଚାପିଦେବା ପାଇଁ ଫୋନ କରି ଟଙ୍କାର ଲୋଭ ଦେଖାଉଥିବା ଘଟଣା ସାଧାରଣରେ ଆଲୋଚନା ଜୋର୍‌ ଧରିଛି l ଏହି ଅଭିଯୋଗପତ୍ରର ଏକକ ନକଲ କଳାହାଣ୍ଡି ଜିଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଲାଞ୍ଜିଗଡ଼ ବିଧାୟକ ଏବଂ କଳାହାଣ୍ଡି ଏମ୍‌ପିଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଯଦି ପ୍ରଶାସନ ପକ୍ଷରୁ ଶୀଘ୍ର କୌଣସି ବିହିତ ପଦକ୍ଷେପ ନ ନିଆଯାଏ, ତେବେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବାଧ୍ୟ ହୋଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଏକଲବ୍ୟ ମଡେଲ୍‌ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ, ଭର୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦାରିଙ୍ଗବାଡି,୧୫ା୧୧(ଅରୁଣ ସାହୁ ):ରବିବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚୁଆଲ୍ ମାଧ୍ୟମରେ ଏକଲବ୍ୟ ମୋଡେଲ ରେସିଡେଣ୍ଟିଆଲ ସ୍କୁଲର ଭିତ୍ତିପ୍ରସ୍ତର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ…

ବାତ୍ଯା ପୂର୍ବରୁ ଆକ୍ସନ୍ ମୋଡରେ ଜିଲାପାଳ, ପୁରୁଷୋତ୍ତମପୁରରେ କଲେ ସ୍ଥିତି ସମୀକ୍ଷା

ପୁରୁଷୋତ୍ତମପୁର,୧୫ା୧୧(ସବିତା ମିଶ୍ର): ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାବାସୀଙ୍କ ମନରେ ପୁଣି ଛନକା ପଶିଛି । ପୂର୍ବ ବନ୍ୟାର କ୍ଷତ ଏଯାଏ ଶୁଖିନଥିବା ବେଳେ ପୁଣି ଏକ ସମ୍ଭାବ୍ୟ…

ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ

ବାଲିଶଙ୍କରା,୧୫ା୧୧(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ଛଟ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଶଙ୍କରା ଡୁଡୁଙ୍ଗନାଳା…

୬୦ ଦିନ ପାଇଁ ଗୃହବନ୍ଦୀ ୱାଙ୍ଗଚୁକ୍‌! ବାହାରକୁ ଯିବାକୁ ରୋକିଲା ପୋଲିସ

ନୂଆଦିଲ୍ଲୀ,୧୫ା୧୧: ଲଦାଖର ସାମାଜିକ କର୍ମୀ ସୋନମ୍‌ ୱାଙ୍ଗଚୁକ୍‌ଙ୍କୁ ଆସନ୍ତା ୬୦ ଦିନ ପାଇଁ ଗୃହବନ୍ଦୀ କରିଛି ଲଦାଖ ପ୍ରଶାସନ । ଲେହର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ ଜାରି…

ମାଇକ୍ରୋସଫ୍ଟ ଆଉଟେଜ୍ ଯୋଗୁ କ୍ଷତି ସହିଛନ୍ତି କି? କମ୍ପାନୀ ଦେଉଛି ୧୦୦% ପର୍ଯ୍ୟନ୍ତ କ୍ରେଡିଟ୍, ଜାଣନ୍ତୁ କ୍ଲେମ୍ କରିବାର …

ନୂଆଦିଲ୍ଲୀ,୧୫।୧୧: ପ୍ରାୟ ୩୬ ଘଣ୍ଟା ଧରି ମାଇକ୍ରୋସଫ୍ଟ ସର୍ଭିସ୍ ପ୍ରଭାବିତ ହେବା ପରେ ବର୍ତ୍ତମାନ ସେବାଗୁଡ଼ିକ ସ୍ୱାଭାବିକ ହୋଇଯାଇଛି। ମାଇକ୍ରୋସଫ୍ଟରେ ଦେଖାଯାଇଥିବା ଏକ ବୈଷୟିକ ତ୍ରୁଟି କାରଣରୁ…

ଛତ୍ରପୁର ପୌରପରିଷଦରେ ବଢ଼ୁଛି ଅବ୍ୟବସ୍ଥା! ଉପାଧ୍ୟକ୍ଷ ଓ କାଉନସିଲରଙ୍କ ଅସନ୍ତୋଷ

ଛତ୍ରପୁର,୧୫ା୧୧(ଦିଲ୍ଲୀପି ସାମଲ ): ଛତ୍ରପୁର ପୌରପରିଷଦରେ ଦିନକୁ ଦିନ ପ୍ରଶାସନିକ ଅବ୍ୟବସ୍ଥା ବୃଦ୍ଧି ପାଉଥିବା ବେଳେ ସରକାରୀ ଅର୍ଥର ବିନିଯୋଗକୁ ନେଇ ଉଠିଛି ସାଂଘାତିକ ପ୍ରଶ୍ନ ।…

ହାତୀପଲରୁ ଅଲଗା ହୋଇଥିବା ଅସୁସ୍ଥ ଛୁଆ ହାତୀର ମୃତ୍ୟୁ

ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବନ ବିଭାଗ ଅଧୀନ ଭାଲେରି ପାହାଡ଼ରେ ହାତୀପଲରୁ ଅଲଗା ହୋଇଯାଇଥିଲା ଛୁଆ ହାତୀର ରବିବାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମା! ମାଇକ୍‌ ଫିଙ୍ଗିଲେ, ଚେୟାର…

ନୂଆଦିଲ୍ଲୀ,୧୫ା୧୧: ଉତ୍ତରାଖଣ୍ଡରେ ଜଣେ କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ପିଥୋରାଗଡ଼ରେ ଆୟୋଜିତ ଜୌଲଜୀବୀ ମେଳାର ମଞ୍ଚରେ ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?