ଆନ୍ଦୋଳନରେ ଆଗୁଆ, ମତଦାନରେ ପଛୁଆ

ବରଗଡ଼ ଅଫିସ୍‌,୭।୧୨:  ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଶେଷ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଏଥର ରେକର୍ଡ଼ ସଂଖ୍ୟକ ମତଦାନ ହୋଇଛି। ବିଗତ ନିର୍ବାଚନକୁ ଦେଖିଲେ ଏଥର ୮୧.୨୯ ପ୍ରତିଶତ ମତଦାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ ସେତିକି ନୁହେଁ, ମତଦାନରେ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ଭୋଟରମାନେ ଅଧିକ ସଚେତନ ଥିବା ପରିଲକ୍ଷିତ ହୋଇଛି।
ଏହି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ଭୋଟର ରହିଛନ୍ତି। ମତଦାନ ହାରରେ ପଦ୍ମପୁର ଏନ୍‌ଏସି ସବାପଛରେ ପଡ଼ିଥିବାବେଳେ ୩ ବ୍ଲକ ଅଧୀନରେ ଥିବା ଗ୍ରାମାଞ୍ଚଳ ଭୋଟର ରେକର୍ଡ଼ ପରିମାଣରେ ମତଦାନ କରିଛନ୍ତି। ଝାରବନ୍ଧ ବ୍ଲକରେ ସର୍ବାଧିକ ୮୩.୮୧, ପାଇକମାଳ ୮୧.୪୨, ରାଜବୋଡ଼ାସମ୍ବର ୮୧.୩୧ ଏବଂ ପଦ୍ମପୁର ଏନ୍‌ଏସିରେ ସର୍ବନିମ୍ନ ୬୯.୧୪ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ ସମୟରେ ଜିଲା ଗଠନ, ଇନ୍‌ପୁଟ ସବସିଡ଼ି, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ବୀମା କ୍ଷତିପୂରଣ ସହାୟତା ଦାବି ନେଇ ପଦ୍ମପୁର ସହରରେ ଆନ୍ଦୋଳନ ଚାଲିଥିଲା। ପଦ୍ମପୁର ସହର ଲୋକେ ଏହି ଆନ୍ଦୋଳନରେ ନେତୃତ୍ୱ ନେବା ସହିତ ଅଧିକ ସକ୍ରିୟ ଥିଲେ। କିନ୍ତୁ ମତଦାନ ହାରରେ ପଦ୍ମପୁର ଏନ୍‌ଏସି ଗ୍ରାମାଞ୍ଚଳଠାରୁ ପଛରେ ପଡ଼ିଯିବା ଚର୍ଚ୍ଚାର ବିଷୟ ହୋଇଛି।
ଏହି ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକରେ ୬୦ହଜାର ୫୬୬ ଭୋଟରଙ୍କ ମଧ୍ୟରୁ ୫୦ହଜାର ୭୬୨ ଜଣ ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ମହିଳା ମତଦାତାଙ୍କ ହାର ୮୩.୪୬ ପ୍ରତିଶତ ରହିଥିବାବେଳେ ୮୪.୧୮ ପୁରୁଷ ମତଦାତା ମତଦାନ କରିଛନ୍ତି। ସେହିପରି ପାଇକମାଳ ବ୍ଲକରେ ୮୯ହଜାର ୨୯୮ଭୋଟରଙ୍କ ମଧ୍ୟରୁ ୭୨ହଜାର ୭୧୦ଜଣ ମତଦାନ କରିଛନ୍ତି। ଏଠାରେ ୮୧.୦୮ ମହିଳା ଏବଂ ୮୧.୭୭ ପ୍ରତିଶତ ପୁରୁଷ ମତଦାନ କରିଛନ୍ତି । ଅନୁରୂପ ଭାବେ ରାଜବୋଡ଼ାସମ୍ବର ବ୍ଲକରେ ୯୩ହଜାର ୯୩୬ ଭୋଟରଙ୍କ ମଧ୍ୟରୁ ୭୬ହଜାର ୩୮୩ଜଣ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ବ୍ଲକରେ ମତଦାନ କରିଥିବା ମତଦାତାଙ୍କ ମଧ୍ୟରେ ୮୦.୫୧ ପ୍ରତିଶତ ମହିଳା ଏବଂ ୮୨.୧୦ ପ୍ରତିଶତ ପୁରୁଷ ଭୋଟର ରହିଛନ୍ତି । କିନ୍ତୁ ପଦ୍ମପୁର ଏନ୍‌ଏସିରେ ୧୩ହଜାର ୬୭୪ ଭୋଟରଙ୍କ ମଧ୍ୟରୁ ୯୪୫୪ ଭୋଟର ମତଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ୬୬.୭୫ ପ୍ରତିଶତ ମହିଳା ଏବଂ ୭୧.୬୧ ପ୍ରତିଶତ ପୁରୁଷ ମତଦାତା ରହିଛନ୍ତି ।
ଏହି ମତଦାନ ହାର ପରେ ୩ ପ୍ରମୁଖ ଦଳ ବିଜୟୀ ଆଶାବାଦୀ ଥିଲେ ହେଁ ପାରିପାର୍ଶ୍ୱିକ ଆଲୋଚନା, ପର୍ଯ୍ୟାଲୋଚନାକୁ ଦେଖିଲେ ମୁଖ୍ୟତଃ ବିଜେଡି ଏବଂ ଭାଜପା ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ଚାଲୁଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ନିକଟ ଅତୀତରେ ଶେଷ ହୋଇଥିବା ପଞ୍ଚାୟତ ଭୋଟ୍‌ ଫଳାଫଳରେ ମଧ୍ୟ ଏହି ୨ଦଳ ମଧ୍ୟରେ ଟକ୍କର ଚାଲିଥିଲା। ଉକ୍ତ ନିର୍ବାଚନ ମଣ୍ଡଳୀର ୮ ଜିଲା ପରିଷଦ ଆସନରୁ ଉଭୟ ବିଜେଡି ଏବଂ ଭାଜପା ୪ଟି ଲେଖାଏ ଦଖଲ କରି ବରାବର ସ୍ଥିତିରେ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ପୌରଭୋଟ୍‌ରେ ପଦ୍ମପୁର ଏନ୍‌ଏସିକୁ ବିଜେଡ଼ି ଦଖଲ କରିଥିଲା । ଅନୁରୂପ ଭାବେ ପଦ୍ମପୁର ଉପନିର୍ବାଚନ ପ୍ରାରମ୍ଭିକ ସ୍ଥିତିରେ ୨ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ଟକ୍କର ଚାଲିଥିବା ପରିଲକ୍ଷିତ ହୋଇଥଲେ ସୁଦ୍ଧା କଂଗ୍ରେସ ଅତୀତ ଫଳାଫଳକୁ ନେଇ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ଆଶା ବାନ୍ଧିଛି । କିନ୍ତୁ ମତଦାନ ସରିବା ପରେ ବିଜେଡି-ଭାଜପା ମଧ୍ୟରେ କଡ଼ା ମୁକାବିଲା ଚାଲିଥିବା ନେଇ ଚା’ ଖଟିରୁ ଆରମ୍ଭ କରି ସବୁଆଡ଼େ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନ ମଣ୍ଡଳୀର ମତଦାନ ହାରକୁ ଅନୁଧ୍ୟାନ କଲେ ଶାସକ ଦଳ ଏଥିରୁ ଫାଇଦା ଉଠାଇଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତପ୍ରକାଶ କରିଛନ୍ତି। ନିର୍ବାଚନ ମଣ୍ଡଳୀର ଗ୍ରାମାଞ୍ଚଳର ମତଦାନ ହାର ସହରାଞ୍ଚଳଠାରୁ ଅଧିକ ରହିଥିଲା। ଅନ୍ୟପଟେ ଶାସନ ବିରୋଧରେ ଯେଉଁସବୁ ଆନ୍ଦୋଳନ ଚାଲିଥିଲା, ତାହା କେବଳ ପଦ୍ମପୁର ସହରରେ ସୀମିତ ଥିଲା। କିନ୍ତୁ ସହରାଞ୍ଚଳରେ ମତଦାନ ହାର ଯଥେଷ୍ଟ କମ୍‌ ଥିବାରୁ ତାହା ଶାସକ ବିଜେଡିକୁ ବେଶୀ ଅଡ଼ୁଆରେ ପକାଇବ ନାହିଁ। ଅପରପକ୍ଷେ ଗ୍ରାମାଞ୍ଚଳରେ ଆଶାତୀତ ମତଦାନ ହୋଇଥିବାରୁ ଏହା ଶାସକ ବିଜେଡିର ବିଜୟ ପାଇଁ ଟର୍ନିଂ ପଏଣ୍ଟ ହେବ ବୋଲି ଆଲୋଚନା ହେଉଛି। ହେଲେ ବିରୋଧୀ ଭାଜପା ଏବଂ କଂଗ୍ରେସ ଅଧିକ ମତଦାନ ତାଙ୍କ ଦଳକୁ ସୁହାଇବ ବୋଲି ଆଶା ବାନ୍ଧିଛନ୍ତି ।
ଏ ସମ୍ପର୍କରେ ବରଗଡ଼ର ବିଜେଡି ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟଙ୍କୁ ପଚାରିବାରୁ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀଙ୍କ ବିଜୟ ପାଇଁ ଦଳ ସମ୍ପୂର୍ଣ୍ଣ ଆଶାବାଦୀ ରହିଛି ଏବଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଧାରା ଜାରି ରହିବ ବୋଲି କହିଥିଲେ। ବରଗଡ଼ ଜିଲା ଭାଜପା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି, ଭାଜପା ସପକ୍ଷରେ ଜନମତ ରହିଛି। ବିଜେଡି ଭୋଟରଙ୍କୁ ପ୍ରଭାବିତ କରିବାକୁ ଯେଭଳି ଟଙ୍କା ବାଣ୍ଟିଲା, ତାହା ଫେଲ୍‌ ମାରିବ ଏବଂ ଆମେ ନିଶ୍ଚୟ ବିଜୟ ଲାଭ କରିବୁ। ସେହିପରି କଂଗ୍ରେସ ଜିଲା ସଭାପତି ନିହାର ରଞ୍ଜନ ମହାନନ୍ଦ କହିଛନ୍ତି, ବିଜୟୀ ହେବା ପାଇଁ କଂଗ୍ରେସ ଲଢ଼ୁଥିଲା। କଂଗ୍ରେସ ସବୁବେଳେ ଗଣତନ୍ତ୍ରକୁ ସମ୍ମାନ ଜଣାଇ ଆସିଛି ଏବଂ ଦଳର ଏହି ଧାରା ସବୁଦିନ ଅବ୍ୟାହତ ରହିବ। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଭାଜପା, ବିଜେଡିର ଟଙ୍କା ବଣ୍ଟା ନୀତିକୁ କଂଗ୍ରେସ ଆଦରି ନାହିଁ କିମ୍ବା ଗଣତନ୍ତ୍ରକୁ ହତ୍ୟା ପାଇଁ କେବେ ଏଭଳି ହୀନ ପ୍ରୟାସ କରିନାହିଁ ।

 

ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି।...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri