ମୁଣ୍ଡ ଗଡୁ

ପୁଣି ଥରେ ରେଳ ଦୁର୍ଘଟଣା। ତାହା ମଧ୍ୟ ଓଡ଼ିଶାରେ । ଅବଶ୍ୟ ଏହା ଓଡ଼ିଶାକୁ ଆସୁଥିବା ଏବଂ ଓଡ଼ିଶାର ସୀମାଞ୍ଚଳରେ ହୋଇଛି। ସେଥିପାଇଁ ତାହା ଆନ୍ଧ୍ରରେ ଘଟିଛି ବୋଲି କୁହାଯିବ। ଅକ୍ଟୋବର ୨୯ ରାତିରେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ଘଟିଥିବା ରେଳ ଦୁଘର୍ର୍ଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସରକାରୀ ସୂତ୍ରରୁ ଜଣାଯାଏ। ବାସ୍ତବରେ କେତେ ସଂଖ୍ୟା କେହି କହିପାରିବେ ନାହିଁ। ଏହି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ବିଶାଖାପାଟଣା-ପଲାଶା ପାସେଞ୍ଜର ପଛରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଧକ୍କା ଦେବାରୁ ଏଭଳି କ୍ଷତି ଘଟିଛି। ଚଳିତ ବର୍ଷ ଜୁନ୍‌ ୨ରେ ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁଘର୍ଟଣା ପରେ ଅନେକ ଛୋଟ ଦୁର୍ଘଟଣା ଇତିମଧ୍ୟରେ ଘଟିଯାଇଛି। ସେଗୁଡ଼ିକ ପ୍ରତି କୌଣସି ଧ୍ୟାନ ଦିଆଗଲା ନାହିଁ ବୋଲି ଗତ ସପ୍ତାହର କାଣ୍ଟକାପଲ୍ଲୀର ଦୁର୍ଘଟଣା ପ୍ରମାଣ କରୁଛି। ଯଦି ବାସ୍ତବରେ ୧୩ ଜଣ ମରିଥାଆନ୍ତି (ଆମେ ଭାବୁଛୁ ଏହି ସଂଖ୍ୟା ନିଶ୍ଚିତ ଭାବେ ଅଧିକ ହୋଇଥିବ) ତେବେ ସେମାନଙ୍କ ଜୀବନହାନି ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ହେବେ। ଏହି ଦୁଇ ଦୁର୍ଘଟଣା ମଧ୍ୟରେ ବିହାରରେ ଅକ୍ଟୋବର ୧୨ରେ ଦିଲ୍ଲୀ କାମାକ୍ଷା ଉତ୍ତର-ପୂର୍ବ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇ ୫ ଜଣଙ୍କ ମୃତ୍ୟୁ ହେବା ସହ ଓ ୭୦ ଜଣ ଆହତ ହୋଇଥିଲେ। ୫ ମାସ ମଧ୍ୟରେ ଏହିଭଳି ଦୁର୍ଘଟଣା ଭାରତୀୟ ରେଳର ଯାତ୍ରୀ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ସୂଚନାଯୋଗ୍ୟ ଯେ, ବାହାନଗା ଷ୍ଟେଶନ ନିକଟରେ ୩ଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଯୋଗୁ ୨୯୦ ଜଣଙ୍କ ଜୀବନ ଯିବା ସହ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ମନେହେଉଛି ସେଥିରୁ ମଧ୍ୟ କୌଣସି ଶିକ୍ଷା ନିଆଗଲା ନାହିଁ। ଦେଖାଯାଇଛି, ଅତୀତରୁ ଏଯାବତ ରେଳ ଦୁର୍ଘଟଣାଗୁଡ଼ିକରେ ପ୍ରାୟତଃ ଲାଇନମ୍ୟାନ ଓ ସିଗ୍‌ନାଲରମାନଙ୍କୁ ଦୋଷୀ କରାଯାଇଛି। ଏମାନଙ୍କୁ ଦୋଷୀ କରିବାରେ କିଛି ପରିବର୍ତ୍ତନ ହୋଇନାହିଁ କିମ୍ବା ଦୁର୍ଘଟଣା ସଂଖ୍ୟା ହ୍ରାସ କରାଯାଇପାରିନାହିଁ।
ଉଲ୍ଲେଖନୀୟ ଯେ, ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ଦୁଇଟି ଟ୍ରେନ୍‌ରେ ଆଣ୍ଟି କଲିଜନ ଡିଭାଇସ ବା ଧକ୍କା ନିରୋଧୀ ଉପକରଣ ‘କବଚ’ ନ ଥିଲା। ସେଥିପାଇଁ ବାହାନଗା ଦୁର୍ଘଟଣା ପରେ କବଚ ଲଗାଇ ରେଳ ଯାତାୟାତକୁ ସୁରକ୍ଷିତ କରାଯିବ ବୋଲି ଯେଉଁ ଘୋଷଣା କରାଯାଇଥିଲା ତାହା ପାଣିର ଗାର ବୋଲି ବୁଝାପଡ଼ୁଛି। ମନେହେଉଛି ଯେପରି ଭାରତରେ ରେଳକୁ ଘରୋଇକରଣ କରିବା ଦିଗରେ ଜୋର୍‌ସୋର ଉଦ୍ୟମ ଆରମ୍ଭ ହୋଇଗଲାଣି। ସମାନ୍ତରାଳ ପରିସ୍ଥିତିକୁ ଦେଖିଲେ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)କୁ ଘରୋଇ କମ୍ପାନୀକୁ ଟେକିଦେବା ପୂର୍ବରୁ ଏକ ପ୍ରକାର ଅକାମୀ କରିଦିଆଯାଉଛି। ତାହା ଫଳରେ ସେହି ଟେଲିକମ୍‌ କମ୍ପାନୀ କ୍ଷତିରେ ଯିବା ପରେ କବ୍‌ଜା କରିବା ସହଜ ହୋଇଯିବ। ୧୫୦ କୋଟି ଜନତାଙ୍କ ମଧ୍ୟରୁ ଅନେକ ବଡ଼ପାଟିଆ ଅଛନ୍ତି, ଯେଉଁମାନେ ଜାଣିଶୁଣି ପ୍ରବାଦ କରିବେ ଯେ, ସରକାର କୌଣସି ବ୍ୟବସାୟରେ ସମ୍ପୂର୍ଣ୍ଣ ରହିବା ଉଚିତ ନୁହେଁ। ବିଶେଷକରି କ୍ଷତି ସହୁଥିବା କମ୍ପାନୀଗୁଡ଼ିକୁ ଅତିଶୀଘ୍ର ଘରୋଇକରଣ କରିଦେଲେ କରଦାତାଙ୍କର ଅର୍ଥ ବଞ୍ଚିଯିବ। ଦୁଃଖର ବିଷୟ ଯେ, ଏହି ଦଳେ ଲୋକଙ୍କୁ ବିରୋଧ କରିବା ପାଇଁ କେହି ବାହାରନ୍ତି ନାହିଁ। ସହଜରେ ବୁଝିହେବ ଯେ, କ୍ଷତି ସହୁଥିବା କୌଣସି କମ୍ପାନୀକୁ ଯିଏ କିଣିବ ସିଏ ନିହାତି ଅତ୍ୟନ୍ତ କମ୍‌ ମୂଲ୍ୟରେ ନେଇଯିବ। କିନ୍ତୁ ଯଦି ଲାଭ କରିବାର ସୁଯୋଗ ନ ଥିବ ତେବେ ମୂଲ୍ୟ ଯେତେ ହ୍ରାସ ହେଲେ ମଧ୍ୟ କେହି କିଣିବେ ନାହିଁ।
ଏବେ ମନେହେଉଛି, ଏୟାର ଇଣ୍ଡିଆ ଭଳି ଭାରତୀୟ ରେଳର ଅଧିକାଂଶ କର୍ମଚାରୀ ଲୁଟପାଟ କରିବା ସହିତ ଦେଶର ସେହି ମହାନ ଗୌରବକୁ ଧ୍ୱଂସ କରି ଛାଡ଼ିବା ପାଇର୍ଁ ମନସ୍ଥ କରିସାରିଲେଣି। ଇଂଲିଶରେ ଏକ ଢଗ ଅଛି ‘ଆଫ୍ଟର ମି,ଡେଲ୍ୟୁଜ’। ଏହାର ଅର୍ଥ ହେଲା ମୋ ପରେ ସବୁ କିଛି ଭାସିଯାଉ। ଆଜି ଭାରତୀୟ ରେଳର ଉଚ୍ଚପଦସ୍ଥ କର୍ମଚାରୀମାନଙ୍କର ଆଭିମୁଖ୍ୟ ନକାରାତ୍ମକ ହୋଇଯାଉଛି ବୋଲି ସ୍ପଷ୍ଟ ବୁଝାପଡ଼ୁଛି। ସେମାନଙ୍କ ମଧ୍ୟରୁ କେତେକେ ନିଜର ଅସମ୍ଭାଳ ପରିସ୍ଥିତି ଦର୍ଶାଇପାରନ୍ତି, କିନ୍ତୁ ସମସ୍ତେ ଏହି ବିରାଟ ସଂସ୍ଥାର ଲାଭ ଖାଇ ତାକୁ ହତ୍ୟା କରିବା ପାଇଁ ମନସ୍ଥ କରିସାରିଲେଣି। ଏଭଳି ପରିସ୍ଥିତିରେ ଦୁର୍ବଳ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହଜ ହୋଇପାରେ, କିନ୍ତୁ ମୁଣ୍ଡ ଉପରୁ ଗଡ଼ିବା ଦରକାର।

ଆଜି ଭାରତୀୟ ରେଳର ଉଚ୍ଚପଦସ୍ଥ କର୍ମଚାରୀମାନଙ୍କର ଆଭିମୁଖ୍ୟ ନକାରାତ୍ମକ ହୋଇଯାଉଛି ବୋଲି ସ୍ପଷ୍ଟ ବୁଝାପଡ଼ୁଛି। ସେମାନଙ୍କ ମଧ୍ୟରୁ କେତେକେ ନିଜର ଅସମ୍ଭାଳ ପରିସ୍ଥିତି ଦର୍ଶାଇପାରନ୍ତି, କିନ୍ତୁ ସମସ୍ତେ ଏହି ବିରାଟ ସଂସ୍ଥାର ଲାଭ ଖାଇ ତାକୁ ହତ୍ୟା କରିବା ପାଇଁ ମନସ୍ଥ
କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri