ମୁଣ୍ଡ ଗଡୁ

ପୁଣି ଥରେ ରେଳ ଦୁର୍ଘଟଣା। ତାହା ମଧ୍ୟ ଓଡ଼ିଶାରେ । ଅବଶ୍ୟ ଏହା ଓଡ଼ିଶାକୁ ଆସୁଥିବା ଏବଂ ଓଡ଼ିଶାର ସୀମାଞ୍ଚଳରେ ହୋଇଛି। ସେଥିପାଇଁ ତାହା ଆନ୍ଧ୍ରରେ ଘଟିଛି ବୋଲି କୁହାଯିବ। ଅକ୍ଟୋବର ୨୯ ରାତିରେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ଘଟିଥିବା ରେଳ ଦୁଘର୍ର୍ଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସରକାରୀ ସୂତ୍ରରୁ ଜଣାଯାଏ। ବାସ୍ତବରେ କେତେ ସଂଖ୍ୟା କେହି କହିପାରିବେ ନାହିଁ। ଏହି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ବିଶାଖାପାଟଣା-ପଲାଶା ପାସେଞ୍ଜର ପଛରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଧକ୍କା ଦେବାରୁ ଏଭଳି କ୍ଷତି ଘଟିଛି। ଚଳିତ ବର୍ଷ ଜୁନ୍‌ ୨ରେ ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁଘର୍ଟଣା ପରେ ଅନେକ ଛୋଟ ଦୁର୍ଘଟଣା ଇତିମଧ୍ୟରେ ଘଟିଯାଇଛି। ସେଗୁଡ଼ିକ ପ୍ରତି କୌଣସି ଧ୍ୟାନ ଦିଆଗଲା ନାହିଁ ବୋଲି ଗତ ସପ୍ତାହର କାଣ୍ଟକାପଲ୍ଲୀର ଦୁର୍ଘଟଣା ପ୍ରମାଣ କରୁଛି। ଯଦି ବାସ୍ତବରେ ୧୩ ଜଣ ମରିଥାଆନ୍ତି (ଆମେ ଭାବୁଛୁ ଏହି ସଂଖ୍ୟା ନିଶ୍ଚିତ ଭାବେ ଅଧିକ ହୋଇଥିବ) ତେବେ ସେମାନଙ୍କ ଜୀବନହାନି ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ହେବେ। ଏହି ଦୁଇ ଦୁର୍ଘଟଣା ମଧ୍ୟରେ ବିହାରରେ ଅକ୍ଟୋବର ୧୨ରେ ଦିଲ୍ଲୀ କାମାକ୍ଷା ଉତ୍ତର-ପୂର୍ବ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇ ୫ ଜଣଙ୍କ ମୃତ୍ୟୁ ହେବା ସହ ଓ ୭୦ ଜଣ ଆହତ ହୋଇଥିଲେ। ୫ ମାସ ମଧ୍ୟରେ ଏହିଭଳି ଦୁର୍ଘଟଣା ଭାରତୀୟ ରେଳର ଯାତ୍ରୀ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ସୂଚନାଯୋଗ୍ୟ ଯେ, ବାହାନଗା ଷ୍ଟେଶନ ନିକଟରେ ୩ଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଯୋଗୁ ୨୯୦ ଜଣଙ୍କ ଜୀବନ ଯିବା ସହ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ମନେହେଉଛି ସେଥିରୁ ମଧ୍ୟ କୌଣସି ଶିକ୍ଷା ନିଆଗଲା ନାହିଁ। ଦେଖାଯାଇଛି, ଅତୀତରୁ ଏଯାବତ ରେଳ ଦୁର୍ଘଟଣାଗୁଡ଼ିକରେ ପ୍ରାୟତଃ ଲାଇନମ୍ୟାନ ଓ ସିଗ୍‌ନାଲରମାନଙ୍କୁ ଦୋଷୀ କରାଯାଇଛି। ଏମାନଙ୍କୁ ଦୋଷୀ କରିବାରେ କିଛି ପରିବର୍ତ୍ତନ ହୋଇନାହିଁ କିମ୍ବା ଦୁର୍ଘଟଣା ସଂଖ୍ୟା ହ୍ରାସ କରାଯାଇପାରିନାହିଁ।
ଉଲ୍ଲେଖନୀୟ ଯେ, ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ଦୁଇଟି ଟ୍ରେନ୍‌ରେ ଆଣ୍ଟି କଲିଜନ ଡିଭାଇସ ବା ଧକ୍କା ନିରୋଧୀ ଉପକରଣ ‘କବଚ’ ନ ଥିଲା। ସେଥିପାଇଁ ବାହାନଗା ଦୁର୍ଘଟଣା ପରେ କବଚ ଲଗାଇ ରେଳ ଯାତାୟାତକୁ ସୁରକ୍ଷିତ କରାଯିବ ବୋଲି ଯେଉଁ ଘୋଷଣା କରାଯାଇଥିଲା ତାହା ପାଣିର ଗାର ବୋଲି ବୁଝାପଡ଼ୁଛି। ମନେହେଉଛି ଯେପରି ଭାରତରେ ରେଳକୁ ଘରୋଇକରଣ କରିବା ଦିଗରେ ଜୋର୍‌ସୋର ଉଦ୍ୟମ ଆରମ୍ଭ ହୋଇଗଲାଣି। ସମାନ୍ତରାଳ ପରିସ୍ଥିତିକୁ ଦେଖିଲେ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)କୁ ଘରୋଇ କମ୍ପାନୀକୁ ଟେକିଦେବା ପୂର୍ବରୁ ଏକ ପ୍ରକାର ଅକାମୀ କରିଦିଆଯାଉଛି। ତାହା ଫଳରେ ସେହି ଟେଲିକମ୍‌ କମ୍ପାନୀ କ୍ଷତିରେ ଯିବା ପରେ କବ୍‌ଜା କରିବା ସହଜ ହୋଇଯିବ। ୧୫୦ କୋଟି ଜନତାଙ୍କ ମଧ୍ୟରୁ ଅନେକ ବଡ଼ପାଟିଆ ଅଛନ୍ତି, ଯେଉଁମାନେ ଜାଣିଶୁଣି ପ୍ରବାଦ କରିବେ ଯେ, ସରକାର କୌଣସି ବ୍ୟବସାୟରେ ସମ୍ପୂର୍ଣ୍ଣ ରହିବା ଉଚିତ ନୁହେଁ। ବିଶେଷକରି କ୍ଷତି ସହୁଥିବା କମ୍ପାନୀଗୁଡ଼ିକୁ ଅତିଶୀଘ୍ର ଘରୋଇକରଣ କରିଦେଲେ କରଦାତାଙ୍କର ଅର୍ଥ ବଞ୍ଚିଯିବ। ଦୁଃଖର ବିଷୟ ଯେ, ଏହି ଦଳେ ଲୋକଙ୍କୁ ବିରୋଧ କରିବା ପାଇଁ କେହି ବାହାରନ୍ତି ନାହିଁ। ସହଜରେ ବୁଝିହେବ ଯେ, କ୍ଷତି ସହୁଥିବା କୌଣସି କମ୍ପାନୀକୁ ଯିଏ କିଣିବ ସିଏ ନିହାତି ଅତ୍ୟନ୍ତ କମ୍‌ ମୂଲ୍ୟରେ ନେଇଯିବ। କିନ୍ତୁ ଯଦି ଲାଭ କରିବାର ସୁଯୋଗ ନ ଥିବ ତେବେ ମୂଲ୍ୟ ଯେତେ ହ୍ରାସ ହେଲେ ମଧ୍ୟ କେହି କିଣିବେ ନାହିଁ।
ଏବେ ମନେହେଉଛି, ଏୟାର ଇଣ୍ଡିଆ ଭଳି ଭାରତୀୟ ରେଳର ଅଧିକାଂଶ କର୍ମଚାରୀ ଲୁଟପାଟ କରିବା ସହିତ ଦେଶର ସେହି ମହାନ ଗୌରବକୁ ଧ୍ୱଂସ କରି ଛାଡ଼ିବା ପାଇର୍ଁ ମନସ୍ଥ କରିସାରିଲେଣି। ଇଂଲିଶରେ ଏକ ଢଗ ଅଛି ‘ଆଫ୍ଟର ମି,ଡେଲ୍ୟୁଜ’। ଏହାର ଅର୍ଥ ହେଲା ମୋ ପରେ ସବୁ କିଛି ଭାସିଯାଉ। ଆଜି ଭାରତୀୟ ରେଳର ଉଚ୍ଚପଦସ୍ଥ କର୍ମଚାରୀମାନଙ୍କର ଆଭିମୁଖ୍ୟ ନକାରାତ୍ମକ ହୋଇଯାଉଛି ବୋଲି ସ୍ପଷ୍ଟ ବୁଝାପଡ଼ୁଛି। ସେମାନଙ୍କ ମଧ୍ୟରୁ କେତେକେ ନିଜର ଅସମ୍ଭାଳ ପରିସ୍ଥିତି ଦର୍ଶାଇପାରନ୍ତି, କିନ୍ତୁ ସମସ୍ତେ ଏହି ବିରାଟ ସଂସ୍ଥାର ଲାଭ ଖାଇ ତାକୁ ହତ୍ୟା କରିବା ପାଇଁ ମନସ୍ଥ କରିସାରିଲେଣି। ଏଭଳି ପରିସ୍ଥିତିରେ ଦୁର୍ବଳ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହଜ ହୋଇପାରେ, କିନ୍ତୁ ମୁଣ୍ଡ ଉପରୁ ଗଡ଼ିବା ଦରକାର।

ଆଜି ଭାରତୀୟ ରେଳର ଉଚ୍ଚପଦସ୍ଥ କର୍ମଚାରୀମାନଙ୍କର ଆଭିମୁଖ୍ୟ ନକାରାତ୍ମକ ହୋଇଯାଉଛି ବୋଲି ସ୍ପଷ୍ଟ ବୁଝାପଡ଼ୁଛି। ସେମାନଙ୍କ ମଧ୍ୟରୁ କେତେକେ ନିଜର ଅସମ୍ଭାଳ ପରିସ୍ଥିତି ଦର୍ଶାଇପାରନ୍ତି, କିନ୍ତୁ ସମସ୍ତେ ଏହି ବିରାଟ ସଂସ୍ଥାର ଲାଭ ଖାଇ ତାକୁ ହତ୍ୟା କରିବା ପାଇଁ ମନସ୍ଥ
କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri