ଛୋଟା ପଣ୍ଡିତ ହେବା ଉର୍ଫିଙ୍କୁ ପଡ଼ିଲା ମହଙ୍ଗା, ମିଳିଲା ହତ୍ୟା ଧମକ

ସୋସିଆଲ ମିଡିଆ ଷ୍ଟାର୍‌ ଉର୍ଫି ଜାଭେଦ ନିଆରା ଶୈଳୀ ପାଇଁ ଜଣାଶୁଣା। ତାଙ୍କର ଅସାଧାରଣ ଶୈଳୀ ଯୋଗୁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଛନ୍ତି। ପ୍ରତ୍ୟେକ ଥର ଉର୍ଫି ନିଜ ଡ୍ରେସ୍‌କୁ ନେଇ ଟ୍ରୋଲ ହୁଅନ୍ତି। ଏଥର ଉର୍ଫି ଫିଲ୍ମ ଭୁଲ ଭୁଲେୟାର ଛୋଟା ପଣ୍ଡିତଙ୍କ ଲୁକକୁ କପି କରିଥିଲେ, ଏହା ତାଙ୍କୁ ମହଙ୍ଗା ପଡିଛି। ଏଥିପାଇଁ ତାଙ୍କୁ ମେଲ୍‌ ଯୋଗେ ହତ୍ୟା ଧମକ ମିଳିଛି। ସୋସିଆଲ ମିଡିଆରେ ଉର୍ଫି ଏହି ସୂଚନା ଦେଇଛନ୍ତି।
ନିକଟରେ ଉର୍ଫି ଭୁଲ ଭୁଲେୟାର ଛୋଟା ପଣ୍ଡିତ ରୂପ ଧାରଣ କରିଥିଲେ। ଏହାର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ସେ ଏହି ଲୁକରେ ହାଲୋଏନ ପାର୍ଟୀକୁ ଯାଉଥିଲେ। ତାଙ୍କ ଲୁକ ଏବଂ ମେଲ୍‌ର ଫଟୋ ଷେୟାର କରିବାବେଳେ ଉର୍ଫି ଲେଖିଛନ୍ତି – ଏହି ଦେଶ ମୋତେ ଚକିତ କରିଛି। ମୁଁ ଏକ ଚଳଚ୍ଚିତ୍ରର ଚରିତ୍ରକୁ କପି କରିବା ପାଇଁ ମୋତେ ହତ୍ୟା ଧମକ ମିଳୁଛି। କିନ୍ତୁ ସେହି ଚରିତ୍ର ଉପରେ କୌଣସି ପ୍ରତିକ୍ରିୟା ନାହିଁ।
ଜଣେ ବ୍ୟକ୍ତି ହତ୍ୟା କରିବାକୁ ଧମକ ଦେଇ ଉର୍ଫିଙ୍କୁ ଏକ ମେଲ ପଠାଇଥିଲେ। ସେ ଲେଖିଛନ୍ତି – ଆପଣ ଅପଲୋଡ କରିଥିବା ଭିଡିଓ ଡିଲିଟ କରନ୍ତୁ, ନଚେତ୍‌ ଆପଣଙ୍କୁ ମାରିବାକୁ ସମୟ ଲାଗିବ ନାହିଁ। ଅନ୍ୟ ଜଣେ ମେଲ କରିଛନ୍ତି – ଉର୍ଫି ଜାଭେଦ ଆମର ହିନ୍ଦୁ ଧର୍ମକୁ ବଦନାମ କରୁଛନ୍ତି।
ଛୋଟା ପଣ୍ଡିତଙ୍କ ଲୁକରେ ଭିଡିଓ ଶେୟାର କରି ଉର୍ଫି ଜାଭେଦ ଲେଖିଥିଲେ – ମୁଁ ଆଶା କରେ ଆପଣ ସମସ୍ତେ ଜାଣିଥିବେ ଯେ ଛୋଟା ପଣ୍ଡିତ ଭୁଲ ଭୁଲେୟା ଚରିତ୍ର। ମୁଁ ହାଲୋଏନ ପାର୍ଟୀ ପାଇଁ ପ୍ରସ୍ତୁତ ହେବା ପାଇଁ କଠିନ ପରିଶ୍ରମ କଲି କିନ୍ତୁ ଯାଇ ପାରିଲି ନାହିଁ, ତେଣୁ ମୁଁ ଭାବିଲି ମୁଁ ଏହି ଭିଡିଓ ପୋଷ୍ଟ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଞ୍ଜିଷ୍ଟ ହାଉସ ଭାଙ୍ଗିବା ବେଳେ ଉତ୍ତେଜନା

ଭୁବନେଶ୍ୱର,୧୧।୮: ଭୁବନେଶ୍ୱର ନିଳାଦ୍ରୀ ବିହାର ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବିଏମ୍‌ସି ଏବଂ ବିଡିଏ ପକ୍ଷରୁ ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଭାଜପାକୁ କଟାକ୍ଷ କଲେ ପ୍ରିୟଙ୍କା କହିଲେ, ‘ପ୍ରଥମ ଥର ପାଇଁ ଶାସକ ଦଳକୁ ସଂସଦରେ ପ୍ରତିବାଦ କରୁଥିବାର ଦେଖିଲି’

ନୂଆଦିଲ୍ଲୀ,୧୧।୮: ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ୧୭ତମ ଦିନ, ଯାହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ, NDA ସମର୍ଥକମାନେ ଏକ ଶୋଭାଯାତ୍ରା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

‘୨୪ ବର୍ଷରେ ଯାହା ହୋଇନି, ୨ ବର୍ଷରେ ତାହା କରୁଛୁ’-୫ ବର୍ଷରେ ଯାହା …

ଭୁବନେଶ୍ୱର,୧୧।୮: ଖୁବଶୀଘ୍ର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏ ନେଇ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି। ମନ୍ତ୍ରୀ…

ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିରେ ବେକାରି ସ୍ଥିତି କ’ଣ? କେତେ ନମ୍ବରରେ ଭାରତର ସ୍ଥାନ, ପଢନ୍ତୁ …

ନୂଆଦିଲ୍ଲୀ, ୧୧।୮: ଭାରତରେ ଡିଗ୍ରୀର ଭାର ବୋହି ଯେତେବେଳେ କୌଣସି ଯୁବକ ସକାଳୁ ସକାଳୁ ଚାକିରି ଖୋଜିବା ପାଇଁ ଘରୁ ବାହାରିଥାଏ, ସେତେବେଳେ ତାଙ୍କ ଆଖିରେ କେବଳ…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

AI ଉପରେ କାର୍ଯ୍ୟାନୁଷ୍ଠାନ ପରେ ଭର୍ଚୁଆଲ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଲେଣି ଚାଇନାର ଅନେକ ଯୁବତୀ!

ବେଜିଂ,୧୧।୮: ଚାଇନା ସରକାର AI ବ୍ୟବହାର ସମ୍ପର୍କରେ କଠୋର ନିୟମ ଲାଗୁ କରିଛନ୍ତି, ଯାହା ଫଳରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଏହି ନିୟମ ପାଳନ କରିବା ପାଇଁ ସେମାନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri