‘୧୫ ମହଲା ବାଲକୋନିରେ ମୋତେ ଟାଙ୍ଗି ଦେଇଥିଲେ’

ନୂଆଦିଲ୍ଲୀ,୮।୪: ଚଳିତ ଆଇପିଏଲ ସିଜନରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବା ପୂର୍ବରୁ ୟୁଜବେନ୍ଦ୍ର ଚହଲ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଶୁକ୍ରବାର ଟୁଇଟ୍‌ କରାଯାଇଥିବା ଭିଡିଓରେ ଚହଲ ୨୦୧୩ରେ ସମ୍ମୁଖୀନ ହୋଇଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ପ୍ରକାଶ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ଥିଲା ବେଳେ ଜଣେ ମଦ୍ୟପ ସାଥି ଖେଳାଳି ତାଙ୍କୁ ୧୫ ମହଲା ବାଲକୋନିକୁ ନେଇ ଟାଙ୍ଗି ଦେଇଥିଲେ।

ଏହି ଘଟଣା ସମ୍ପର୍କରେ ଚହଲ କହିଛନ୍ତି, ମୁଁ କାଦପି ଏହି କଥା କାହାକୁ କହି ନାହିଁ। ଆଜିଠୁ ସମସ୍ତେ ଏ ବିଷୟରେ ଜାଣିବେ। ମୁଁ ଏହାକୁ କେବେ ବି ଶେୟାର କରିନାହିଁ। ୨୦୧୩ କଥା ସେତେବେଳେ ମୁଁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ଥିଲି। ବାଙ୍ଗାଲୋରରେ ଖେଳାଯାଇଥିବା ମ୍ୟାଚ୍‌ ପରେ ଏକ ଗେଟ୍‌ଟୁଗେଦର ହୋଇଥିଲା। ସେଠାରେ ଜଣେ ଖେଳାଳି ଥିଲେ, ସେ ଖୁବ୍‌ ନିଶାରେ ଥିଲେ। ଦୀର୍ଘ ସମୟ ଧରି ମୋତେ ଦେଖିବା ପରେ ମୋତେ ବାହାରକୁ ଡାକି ନେଇ ବାଲକୋନିରେ ଟାଙ୍ଗି ଦେଇଥିଲେ।

ଚଳିତ ସିଜନରେ ଏପର୍ଯ୍ୟନ୍ତ ୭ ଉଇକେଟ ନେଇଥିବା ୩୧ ବର୍ଷୀୟ ଚହଲ ଆହୁରି କହିଛନ୍ତି, ମୁଁ ଦୁଇ ହାତରେ ତାଙ୍କୁ ଧରି ରଖିଥିଲି। ମୋ ଗ୍ରିପ୍‌ ଖସୁଥିବା ବେଳେ ଉପସ୍ଥିତ ଲୋକେ ଆସି ପରିସ୍ଥିତି ସମ୍ଭାଳି ନେଇଥିଲେ। ମୁଁ ଡରି ଯାଇଥିଲି। ସେମାନେ ମୋତେ ପାଣି ଦେଇଥିଲେ। ତା’ପରେ ମୁଁ ଅନୁଭବ କଲି ବାହାରକୁ ଯିବାକୁ ହେଲେ ଆମକୁ ଦାୟିତ୍ୱବାନ ହେବାକୁ ପଡ଼ିବ। ଏହି ଘଟଣାରେ ମୁଁ ଅଳ୍ପକେ ବର୍ତ୍ତିଯାଇଥିଲି। ସେଠାରେ ଛୋଟିଆ ତ୍ରୁଟି କରିଥିଲେ, ମୁଁ ୧୫ ମହଲାରୁ ପଡ଼ିଯାଇଥାନ୍ତି।

ଚହଲ ପ୍ରକାଶ କରିଥିବା ଘଟଣା ପୂରା ଆଇପିଏଲ ଜଗତକୁ ସ୍ତବ୍ଧ କରିବା ନିଶ୍ଚିତ। ଏମ୍‌ଆଇ ମ୍ୟାନେଜମେଣ୍ଟ କିମ୍ବା ଦଳ ସହ ଯୋଡ଼ି ହୋଇଥିବା ଲୋକେ ପୂର୍ବରୁ ଘଟଣା ସମ୍ପର୍କରେ ଜାଣିଥାଇ ପାରନ୍ତି। କିନ୍ତୁ ପ୍ରଥମ ଥର ପାଇଁ ସର୍ବସାଧାରଣ ଆଗକୁ ଏଭଳି ଘଟଣା ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ ମାଇଲଷ୍ଟୋନଠାରୁ ୬ ରନ୍‌ ଦୂରରେ କୋହଲି

ଅହମ୍ମଦାବାଦ,୪।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌। ଅଧିନାୟକ ଭାବେ କ୍ୟାରିୟର ଶେଷ ହେବା ପରେ ମଧ୍ୟ...

ଭାରତୀୟ କ୍ରିକେଟ୍‌କୁ ଲଜ୍ଜିତ ହେବାରୁ ବଞ୍ଚାଇଥିଲେ ଲତା

ନୂଆଦିଲ୍ଲୀ,୬।୨: ୧୯୮୩ରେ ଲର୍ଡସରେ ଇତିହାସ ରଚିଥିଲା କପିଳ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଏଥିରେ ଖୁସି ହେବା ବଦଳରେ ଚିନ୍ତିତ ଥିଲେ ବିସିସିଆଇ ସଭାପତି ତଥା...

ରେକର୍ଡ ଭାଙ୍ଗିଲେ ପୂଜାରା

ଲଣ୍ଡନ,୧୫।୮: ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ଟେଷ୍ଟ ଦଳରୁ ଓହରିଯିବା ପରେ ସେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳିବାକୁ...

କମେଣ୍ଟ୍ରି ପ୍ୟାନେଲରେ ସାମିଲ ହେବାକୁ ବିସିସିଆଇକୁ ମଞ୍ଜରେକରଙ୍କ ଅନୁରୋଧ

ମୁମ୍ବାଇ,୩୧।୭(ପି.ଟି.): ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜରେକର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କମେଣ୍ଟ୍ରି ପ୍ୟାନେଲରେ ପୁଣି ଥରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।...

ପାକିସ୍ତାନରେ ବିଶ୍ୱକପ୍‌ ଆୟୋଜନ ଲାଗି ହେବ ଆଲୋଚନା

କରାଚୀ,୧୭।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ମୁଖ୍ୟ କାର୍ଯ୍ୟକାରୀ (ସିଇଓ) ମନୁ ସାହାନେ ଆସନ୍ତା ସପ୍ତାହରେ ପାକିସ୍ତାନ ଗସ୍ତ କରିବେ। ସେଠାରେ ସେ ପାକିସ୍ତାନ କ୍ରିକେଟ...

ମିମ୍‌ ପାଲଟିଲା କୋହଲିଙ୍କ ଲାଟେଷ୍ଟ ଫଟୋ

ନୂଆଦିଲ୍ଲୀ,୫।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଟୁଇଟରରେ ନିଜର ବିନା ପୋଷାକ ଫଟୋ ଶେୟାର କରିଛନ୍ତି। ଏହି ପୋଷ୍ଟର ମଜା ଉଠାଇଛନ୍ତି ଭାରତୀୟ ପ୍ରଶଂସକମାନେ।...

ଦୁଇ ଦିନ ତଳେ ୧୫୦ ରନ୍‌ର ଇନିଂସ ଖେଳି ରେକର୍ଡ କରିଥିଲେ ଏହି କ୍ରିକେଟର; ହଠାତ୍‌ ସନ୍ୟାସ ଘୋଷଣା କରି ଚମକାଇଲେ

ନୂଆଦିଲ୍ଲୀ,୧୦।୭: ବାଂଲାଦେଶ ଅଲରାଉଣ୍ଡର ମହମୁଦୁଲ୍ଲାଙ୍କ ଗୋଟିଏ ନିଷ୍ପତ୍ତି କ୍ରିକେଟଜଗତକୁ ସ୍ତବ୍ଧ କରିଦେଇଛି। ସେ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାଂଲାଦେଶ ଏବଂ ଜିମ୍ବାଓ୍ବେ...

ଟପ୍‌ ୧୦କୁ ଫେରିଲେ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ଚାମ୍ପିୟନଶିପ୍‌ରେ ଐତିହାସିକ ରୌପ୍ୟ ପଦକ ଜିତିବା ପରେ ଟପ୍‌-୧୦କୁ ଫେରିଛନ୍ତି ଭାରତୀୟ ପୁରୁଷ ସିଙ୍ଗଲ୍ସ ବର୍ଗର ଶଟଲର କିଡାମ୍ବି ଶ୍ରୀକାନ୍ତ। ପୂର୍ବ ଅପେକ୍ଷା...

Advertisement
Archives

Model This Week