‘୧୫ ମହଲା ବାଲକୋନିରେ ମୋତେ ଟାଙ୍ଗି ଦେଇଥିଲେ’

ନୂଆଦିଲ୍ଲୀ,୮।୪: ଚଳିତ ଆଇପିଏଲ ସିଜନରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବା ପୂର୍ବରୁ ୟୁଜବେନ୍ଦ୍ର ଚହଲ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଶୁକ୍ରବାର ଟୁଇଟ୍‌ କରାଯାଇଥିବା ଭିଡିଓରେ ଚହଲ ୨୦୧୩ରେ ସମ୍ମୁଖୀନ ହୋଇଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ପ୍ରକାଶ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ଥିଲା ବେଳେ ଜଣେ ମଦ୍ୟପ ସାଥି ଖେଳାଳି ତାଙ୍କୁ ୧୫ ମହଲା ବାଲକୋନିକୁ ନେଇ ଟାଙ୍ଗି ଦେଇଥିଲେ।

ଏହି ଘଟଣା ସମ୍ପର୍କରେ ଚହଲ କହିଛନ୍ତି, ମୁଁ କାଦପି ଏହି କଥା କାହାକୁ କହି ନାହିଁ। ଆଜିଠୁ ସମସ୍ତେ ଏ ବିଷୟରେ ଜାଣିବେ। ମୁଁ ଏହାକୁ କେବେ ବି ଶେୟାର କରିନାହିଁ। ୨୦୧୩ କଥା ସେତେବେଳେ ମୁଁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ଥିଲି। ବାଙ୍ଗାଲୋରରେ ଖେଳାଯାଇଥିବା ମ୍ୟାଚ୍‌ ପରେ ଏକ ଗେଟ୍‌ଟୁଗେଦର ହୋଇଥିଲା। ସେଠାରେ ଜଣେ ଖେଳାଳି ଥିଲେ, ସେ ଖୁବ୍‌ ନିଶାରେ ଥିଲେ। ଦୀର୍ଘ ସମୟ ଧରି ମୋତେ ଦେଖିବା ପରେ ମୋତେ ବାହାରକୁ ଡାକି ନେଇ ବାଲକୋନିରେ ଟାଙ୍ଗି ଦେଇଥିଲେ।

ଚଳିତ ସିଜନରେ ଏପର୍ଯ୍ୟନ୍ତ ୭ ଉଇକେଟ ନେଇଥିବା ୩୧ ବର୍ଷୀୟ ଚହଲ ଆହୁରି କହିଛନ୍ତି, ମୁଁ ଦୁଇ ହାତରେ ତାଙ୍କୁ ଧରି ରଖିଥିଲି। ମୋ ଗ୍ରିପ୍‌ ଖସୁଥିବା ବେଳେ ଉପସ୍ଥିତ ଲୋକେ ଆସି ପରିସ୍ଥିତି ସମ୍ଭାଳି ନେଇଥିଲେ। ମୁଁ ଡରି ଯାଇଥିଲି। ସେମାନେ ମୋତେ ପାଣି ଦେଇଥିଲେ। ତା’ପରେ ମୁଁ ଅନୁଭବ କଲି ବାହାରକୁ ଯିବାକୁ ହେଲେ ଆମକୁ ଦାୟିତ୍ୱବାନ ହେବାକୁ ପଡ଼ିବ। ଏହି ଘଟଣାରେ ମୁଁ ଅଳ୍ପକେ ବର୍ତ୍ତିଯାଇଥିଲି। ସେଠାରେ ଛୋଟିଆ ତ୍ରୁଟି କରିଥିଲେ, ମୁଁ ୧୫ ମହଲାରୁ ପଡ଼ିଯାଇଥାନ୍ତି।

ଚହଲ ପ୍ରକାଶ କରିଥିବା ଘଟଣା ପୂରା ଆଇପିଏଲ ଜଗତକୁ ସ୍ତବ୍ଧ କରିବା ନିଶ୍ଚିତ। ଏମ୍‌ଆଇ ମ୍ୟାନେଜମେଣ୍ଟ କିମ୍ବା ଦଳ ସହ ଯୋଡ଼ି ହୋଇଥିବା ଲୋକେ ପୂର୍ବରୁ ଘଟଣା ସମ୍ପର୍କରେ ଜାଣିଥାଇ ପାରନ୍ତି। କିନ୍ତୁ ପ୍ରଥମ ଥର ପାଇଁ ସର୍ବସାଧାରଣ ଆଗକୁ ଏଭଳି ଘଟଣା ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri