Posted inUncategorized

କ୍ଷୀର ଏମ୍‌ଏସ୍‌ପି ତୁରନ୍ତ ଲାଗୁ କରାଯାଉ

ଭୁବନେଶ୍ୱର,୬।୩(ବ୍ୟୁରୋ): ଦୁଗ୍ଧର ଲିଟର ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌.ଏସ୍‌.ପି.) ୩୫ ଟଙ୍କା କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରି ଆସୁଛି। ତେବେ ଏହାକୁ ସମାଜବାଦୀ ପାର୍ଟି ସମର୍ଥନ କରିବା ସହ ଦୁଗ୍ଧ ଚାଷୀଙ୍କ ଆର୍ଥତ୍କ ସ୍ବଚ୍ଛଳତା ବୃଦ୍ଧି ପାଇଁ କ୍ଷୀରର ଏକ ସ୍ଥିରୀକୃତ ମୂଲ୍ୟ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବି ରଖିଛି। ପାର୍ଟିର ରାଜ୍ୟ କମିଟି ସଭାପତି ରବି ବେହେରା କହିଛନ୍ତି, ମଙ୍ଗଳବାରଠାରୁ ଅମୂଲ କମ୍ପାନୀ ଲିଟର ପିଛା ୨ ଟଙ୍କା କ୍ଷୀର ଦର ବୃଦ୍ଧି କରିଛି। ସେହିପରି ମଦର ଡାଏରୀ କମ୍ପାନୀ ମଧ୍ୟ ରବିବାରଠାରୁ ଦର ବୃଦ୍ଧି କରିବାକୁ ଯାଉଛି। କମ୍ପାନୀଗୁଡିକ ଗ୍ରାହକଙ୍କଠାରୁ ଲିଟର ପିଛା ୬୦ରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଭଲ ଲାଭ କରୁଥିବାବେଳେ ଦୁଗ୍ଧ ଚାଷୀ ଲିଟର ପିଛା ମାତ୍ର ୨୭/୨୮ ଟଙ୍କା ପାଉଛନ୍ତି। ଦୁଗ୍ଧର ସର୍ବନିମ୍ନ କ୍ରୟମୂଲ୍ୟ ସ୍ଥିର କରାଯାଇ ନ ଥିବାରୁ ଚାଷୀମାନେ ଦୁଗ୍ଧ କମ୍ପାନୀଗୁଡ଼ିକ ଦ୍ବାରା ଶୋଷିତ ହେବାରେ ଲାଗିଛନ୍ତି। ତେଣୁ ଦାବି ଅନୁସାରେ ଦୁଗ୍ଧର ଏମ୍‌ଏସ୍‌ପି ଲାଗୁ ଜରୁରୀ ହୋଇପଡିଛି ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ପୋଲିସ ଫୋର୍ସରେ ୧୧.୭୫% ମହିଳା

ନୂଆଦିଲ୍ଲୀ,୬ା୧୨(ପି.ଟି.):ଦେଶର ପୋଲିସ୍‌ ଫୋର୍ସରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୩୩ ପ୍ରତିଶତକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ କ୍ରମାଗତ ଉଦ୍ୟମ ସତ୍ତ୍ୱେ ଏବେ ମାତ୍ର ୧୧.୭୫...

ତୀବ୍ର ଅବପାତରେ ପରିଣତ ହେଲା ଘୂର୍ଣ୍ଣିଝଡ଼, ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶାର ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର, ୨।୧୨: ଦକ୍ଷିଣ ଏବଂ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ତୀବ୍ର ଅବପାତରେ ପରିଣତ ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ...

ଟ୍ରେନରେ ବିଷାକ୍ତ ଖାଦ୍ୟ ଖାଇ ୯୦ ଜଣ ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ,୨୯।୧୧: ବୁଧବାର ଚେନ୍ନାଇ ଏବଂ ପଲିଟାନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନରେ ୯୦ ରୁ ଅଧିକ ଯାତ୍ରୀ ଖାଦ୍ୟ ବିଷାକ୍ତ ଖାଇ ଅସୁସ୍ଥ ହୋଇପଡିଥିବା ରେଳ...

ରାଜ୍ୟର ସମସ୍ତ ବ୍ଲକ୍‌‌ରେ ରିଜର୍ଭ ବ୍ୟାଙ୍କ ଆୟୋଜିତ କରିବ କଏନ୍‌‌ ଏକ୍ସଚେଞ୍ଜ ମେଳା

ଭୁବନେଶ୍ୱର,୨୯।୧୧: ରାଜ୍ୟର ୩୧୪ଟି ବ୍ଲକ୍‌‌ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଏନ୍‌‌ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ ହେବ। ଏଥିରେ ଜନସାଧାରଣ ୫୦ ପଇସାରୁ ୨୦ ଟଙ୍କା ପର୍ଯ୍ୟନ୍ତ...

୪୮ ବର୍ଷୀୟ କ୍ରିକେଟର୍‌ ଏମିତି ଛକା ମାରିଲେ,ଲୋକେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୮।୧୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଲିଜେଣ୍ଡସ ଲିଗ କ୍ରିକେଟ ଟୁର୍ନାମେଣ୍ଟର ବୋଲି ଜଣାପଡିଛି। ଏହି ଭିଡିଓରେ ଦକ୍ଷିଣ...

କ୍ରିକେଟ୍‌ରେ କମାଲ୍‌ କଲା ଉଗାଣ୍ଡା: ୨୦୨୪ ବିଶ୍ୱକପ୍‌ରେ ହୋଇପାରେ ସାମିଲ୍‌

ନୂଆଦିଲ୍ଲୀ,୨୭।୧୧: ଉଗାଣ୍ଡା କ୍ରିକେଟ ଦଳ ଏକ ସ୍ମରଣୀୟ ବିଜୟ ହାସଲ କରିଛି। ଏହି ଦଳ ଟି-୨୦ କ୍ରିକେଟରେ ଜିମ୍ବାୱେକୁ ୫ ଉଇକେଟରେ ପରାସ୍ତ କରିଛି। ପ୍ରଥମ...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତାକାଲି ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର,୨୪।୧୧: ଦକ୍ଷିଣ ଆଣ୍ଡାମାନ୍‌‌ ସାଗର ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତାକାଲି ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri