ଇସ୍ରାଏଲରେ ରିଲିଜ ହେବ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଭାରତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ଅଭିନେତା ଅନୁପମ ଖେରଙ୍କ ଅଭିନୀତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ୨୮ ଏପ୍ରିଲ ଅର୍ଥାତ୍ ଗୁରୁବାର ଇସ୍ରାଏଲରେ ରିଲିଜ୍ ହେବାକୁ ପ୍ରସ୍ତୁତ ହୋଇ ସାରିଛି । ଆଇ ଏମ ବୁଦ୍ଧାଙ୍କ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଫିଲ୍ମଟି ଲେଖିତ ନିର୍ଦ୍ଦେଶିତ ହୋଇଛି । ଏହି ଫିଲ୍ମରେ ମିଥୁନ ଚକ୍ରବର୍ତ୍ତି, ଦର୍ଶନ କୁମାର, ପଲ୍ଲବୀ ଯୋଶୀ ଓ ଚିନ୍ମୟ ମଣ୍ଡଲେକର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।
ଫିଲ୍ମ ସମ୍ପର୍କରେ କଥା ହୋଇ ଅଭିନେତା ଅନୁପମ ଖେର ଏକ ଭିଡିଓ ମାଧ୍ୟମରେ କହିଛନ୍ତି, ଇସ୍ରାଏଲରେ ମୋର ବନ୍ଧୁକଙ୍କୁ ପ୍ରଣାମ । ଆପଣମାନେ ଜାଣିଥିବେ ଆମର ଫିଲ୍ମ ଆପଣଙ୍କ ଦେଶରେ ରିଲିଜ୍ ହେଉଛି । ଏହା ଆମ ସମୟର ଏକ ମହତ୍ୱପୂର୍ଣ୍ଣ ଫିଲ୍ମ । ଏଥିରେ ୧୯୯୦ରେ କଶ୍ମୀରରେ ହିନ୍ଦୁଙ୍କ ନରସଂହାର ସମ୍ପର୍କରେ ଦର୍ଶାଯାଇଛି ।
ଭାରତୀୟ ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ଏବେ ଇସ୍ରାଏଲରେ ଏହା ରିଲିଜ୍ ହେବା ପରେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ ଥିଏଟରରେ ଏହାକୁ ଦେଖନ୍ତୁ ଓ ଆପଣଙ୍କ ଭଲପାଇବା ଦିଅନ୍ତୁ ।
ଜି ଷ୍ଟୁଡିଓର ନିର୍ମାତା ଓ ସିବିଓ ଶାରିକ ପଟେଲ କହିଛନ୍ତି, ‘ଦ କଶ୍ମୀର ଫାଇଲ୍ସ’ ପାଇଁ ଆମକୁ ଯେଉଁଭଳି ସମ୍ମାନ ମିଳିଛି, ସେଥିପାଇଁ ଆମେ ବହୁତ ଖୁସି । ଫିଲ୍ମର ନିର୍ମାଣ ଜି ଷ୍ଟୁଡିଓ ଓ ତେଜ ନାରାୟଣ ଅଗ୍ରୱାଲ, ଅଭିଷେକ ଅଗ୍ରୱାଲ, ପଲ୍ଲବି ଯୋଶୀ ଓ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଦ୍ୱାରା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ନିର୍ବାଚନ ଲଢିବେ ନାହିଁ ସନ୍ନି ଦେଓଲ

ଫିଲ୍ମ ‘ଗଦର-୨’ର ସଫଳତା ପରେ ଅଭିନେତା ସନ୍ନି ଦେଓଲ ଏକ ବଡ଼ ଘୋଷଣା କରିଛନ୍ତି। ସେ ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସେ...

ବିରାଟ କୋହଲି ନୁହେଁ, ଗୁଗଲ ସର୍ଚ୍ଚ କହୁଛି ଏହି କ୍ରିକେଟରଙ୍କ ସ୍ତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଏସମୟରେ ସ୍ବାମୀଙ୍କ ସହ ସେ ୟୁଏଇରେ...

ଶାହରୁଖଙ୍କୁ ସାମ୍ନାରେ ଦେଖି ଭାବବିହ୍ବଳ ହୋଇଗଲେ ହଲିଉଡ ଅଭିନେତ୍ରୀ

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ଏବେ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ପଠାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଚାରି ବର୍ଷ ଧରି ଚଳଚ୍ଚିତ୍ରଠାରୁ ଦୂରରେ ରହିଥିଲେ ମଧ୍ୟ...

ପ୍ରିୟଙ୍କା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବା ସମୟରେ ରାଗି ଯାଇଥିଲେ ଏହି ନିର୍ଦ୍ଦେଶକ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ମଡେଲିଂ ଦୁନିଆରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ ହେଁ ବଲିଉଡ୍‌ରୁ ଯାଇ ସେ ହଲିଉଡ୍‌ରେ ପହଞ୍ଚତ୍ ପାରିଛନ୍ତି। ଆଜିର...

ଆମେରିକାରେ ଶେଷ ହୋଇଥିଲା ପ୍ରୀତିଙ୍କ ଜୀବନସାଥୀ ସନ୍ଧାନ…

ମୁମ୍ବାଇ, ୩୧।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦଥାପିଛନ୍ତି। ୧୯୭୫...

ସମସ୍ତଙ୍କୁ ହସାଇବା ହିଁ ଲକ୍ଷ୍ୟ: ଅଭିନେତା ଋଷି ପଟ୍ଟନାୟକ

ଅଭିନେତା, ପ୍ରଯୋଜକ ଏବଂ ସାମାଜିକ କର୍ମୀ ଋଷି ପଟ୍ଟନାୟକ। ୧୩ବର୍ଷ ବୟସରୁ ହିନ୍ଦୀ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତା ଲଗାତର ଦୁଇଥର ଶ୍ରେଷ୍ଠ...

ଓସ୍କାର ଦୌଡ଼ରେ ଜୋସେଫ୍‌

ଭୁବନେଶ୍ୱର: ଏକାଡେମୀ ଅଫ୍‌ ମୋଶନ ପିକ୍‌ଚର୍‌ ଆର୍ଟସ ଆଣ୍ଡ ସାଇନ୍ସେସ୍‌ ଦ୍ୱାରା ନିକଟରେ ବିଶ୍ୱର ସର୍ବବୃହତ୍‌ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ ୨୦୧୯ରେ ସାମିଲ ହୋଇଥିବା ଚଳଚ୍ଚିତ୍ରର...

୨୬ ଜୁନରେ ପାଳନ କରାଯାଇଥାଏ ଶ୍ରେୟା ଘୋଷାଲ ଡେ’

ମୁମ୍ବାଇ: ନିଜର ସୁରିଲା ସ୍ୱରରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ବଙ୍ଗିୟ ଲଳନା ଶ୍ରେୟା ଘୋଷାଲ ଆଜି ପାଳନ କରୁଛନ୍ତି ତାଙ୍କ ଜନ୍ମଦିନ । ୧୨ ମାର୍ଚ୍ଚ...

Advertisement
Archives

Model This Week