Posted inଜାତୀୟ

ମୋଦିଙ୍କ ୨୦ ବର୍ଷର କ୍ଷମତା: କେବେ ମନୋଗ୍ରାମ ଶୁଟ୍ ପିନ୍ଧି ତ ପୁଣିକେବେ ନିର୍ବାଚନ ଚିହ୍ନରେ ସେଲ୍ଫି ନେଇ ଆସିଛନ୍ତି ଚର୍ଚ୍ଚାକୁ

ନୂଆଦିଲ୍ଲୀ, ୭ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାରେ ରହିବା ୨୦ ବର୍ଷ ପୂରଣ ହୋଇଛି । ପ୍ରଥମେ ସେ ୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାପରେ ୨୦୧୪ ସାଧାରଣ ନିର୍ବାଚନରେ ବିଜୟି ହେବା ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହାପରେ ସେ ହେଲେ ଦେଶର ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଭାବେ ବି ସେ ୭ ବର୍ଷ କାଟି ସାରିଲେଣି । ୨୦ ବର୍ଷର କ୍ଷମତା ମଧ୍ୟରେ କିଛି ବିବାଦ ଘେରକୁ ବି ଆସିଛନ୍ତି ଏହି ରାଜନେତା । ବିରୋଧୀ ତାଙ୍କୁ ଅନେକ ଥର ଟାର୍ଗେଟ କରିଥିଲେ ବି କିଛିଥର ଅସଫଳ ହୋଇଛନ୍ତି ।
କୁହାଯାଏ ୧୯୯୮ରେ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦି ଶଙ୍କର ସିଂ ବାଘେଲାଙ୍କ ସ୍ଥାନରେ କେଶୁଭାଇ ପଟେଲଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ କରି ଭାରତୀୟ ଜନତା ପାର୍ଟିକୁ ଭାଙ୍ଗି ଯାଇଥିବାରୁ ରକ୍ଷା କରିଥିଲେ । ସେଥିପାଇଁ ରାଜ୍ୟରେ ଭାଜପା ବିଜୟର ସମସ୍ତ ଶ୍ରେୟ ମୋଦିଙ୍କୁ ଦିଆଯାଏ । ୨୦୦୨ରେ ହୋଇଥିବା ଗୁଜରାଟ ଦଙ୍ଗାକୁ ନେଇ ବିବାଦ ଘେରକୁ ଚାଲି ଆସିଥିଲେ ମୋଦି । କେବଳ ସେତିକି ନୁହେଁ ଗୁଲବର୍ଗ ସୋସାଇଟି ମାମଲା, ସଞ୍ଜିବ ଭଟ୍ଟ ମାମଲା, ୨୦୧୨ରେ ହିମାଚଳ ପ୍ରଦେଶର ଏକ ନିର୍ବାଚନ ରାଲିରେ ଶଶି ଥରୁରଙ୍କୁ ଟାର୍ଗେଟ କରି ସୁନନ୍ଦା ପୁଷ୍କରଙ୍କୁ ୫୦ କୋଟିର ଗର୍ଲ ଫ୍ରେଣ୍ଡ ବୋଲି କହିଥିଲେ ମୋଦି । ଗୁଜରାଟ ମଡେଲ ଓ କୁପୋଷଣକୁ ନେଇ ବିବାଦ, ବିଶ୍ୱ ହିନ୍ଦୁ ସଙ୍ଗଠନର ବୟାକୁ ନେଇ ବିବାଦ, ନିର୍ବାଚନ ସମୟରେ ନିର୍ବାଚନ ଚିହ୍ନ ପଦ୍ମ ସହ ସେଲ୍ଫିକୁ ନେଇ ବିବାଦକୁ ଆସିଛନ୍ତି ମୋଦି । ୧୦ ଲକ୍ଷର ମୋଦି ଶୁଟ୍‌, କଳାଧନ ଓ ୧୫ ଲକ୍ଷ ଟଙ୍କା ସମସ୍ତ ଆକାଉଣ୍ଟକୁ ଆସିବା ବୟାନ ବି ଆସିଛି ଚର୍ଚ୍ଚାକୁ । ମୋଦି ଓ ତାଙ୍କ ମନ୍ତ୍ରୀଙ୍କ ଶିକ୍ଷାଗତ ଯାଗ୍ୟତାକୁ ନେଇ ପ୍ରଶ୍ନ, ଜମି ଅଧିଗ୍ରହଣ, ସିଏଏ-ଏନ୍‌ଆର୍‌ସି ଓ କୃଷି ଆଇନକୁ ନେଇ ବିବାଦ ଘେରକୁ ଆସିଛନ୍ତି ମୋଦି । କରୋନା ଲଢେଇରେ ଆଗୁଆ ଓ ରାଫେଲ ଡିଲକୁ ନେଇ ବି ପ୍ରଶ୍ନ ଘେରକୁ ଆସିଛନ୍ତି ମୋଦି ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri