ଅନେକ ଥର ପୋଡି ଦେଇଥିଲେ କୋରାନ, ରାୟ ଆସିବା ଦିନ ଆସିଲା ମୃତ୍ୟୁ

ଷ୍ଟକହୋମ,୩୦।୧: ସ୍ବିଡେନରେ ଅନେକ ଥର କୋରାନ ଜାଳିଥିବା ଇରାକୀ ବ୍ୟକ୍ତି ସଲୱାନ ମୋମିକାଙ୍କ ମୃତ୍ୟୁ ହୋଇଛି ବୋଲି ଗୁରୁବାର ଷ୍ଟକହୋମର ଏକ କୋର୍ଟ ପ୍ରକାଶ କରିଛି। ଗୁରୁବାର ଏକ କୋରାନ ଜାଳିବା ମାମଲାରେ କୋର୍ଟ ଏହାର ରାୟ ଘୋଷଣା କରିବାର ଥିଲା।
୩୮ ବର୍ଷୀୟ ସଲୱାନ ମୋମିକା ସ୍ବିଡେନରେ ଇସଲାମର ପବିତ୍ର ପୁସ୍ତକ ପୋଡ଼ିବା ଏବଂ ଅପମାନିତ କରିବାର ଅନେକ ଘଟଣା ଘଟାଇଥିଲେ। ତାଙ୍କର କୋରାନ ଜାଳିବାର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ସାରା ବିଶ୍ୱରେ ଭାଇରାଲ ହୋଇଥିଲା। ତାଙ୍କ କାର୍ଯ୍ୟ ଉପରେ ସାରା ବିଶ୍ୱରୁ ପ୍ରତିକ୍ରିୟା ଆସିଥିଲା। ଅନେକ ମୁସଲିମ ଦେଶରେ ତାଙ୍କୁ ସମାଲୋଚନା କରାଯାଇଥିଲା ଏବଂ ଲୋକମାନେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ। ଅନେକ ସ୍ଥାନରେ ଦଙ୍ଗା ଏବଂ ଅଶାନ୍ତି ମଧ୍ୟ ବ୍ୟାପିଥିଲା। ଏହି ମାମଲାରେ ସ୍ବିଡେନରେ ତାଙ୍କ ବିରୁଦ୍ଧରେ ତଦନ୍ତ ମଧ୍ୟ ଚାଲିଥିଲା।

ଆସୋସିଏଟେଡ ପ୍ରେସ ଅନୁଯାୟୀ, ଷ୍ଟକହୋମ ଜିଲା କୋର୍ଟ କହିଛି ଯେ ଗୁରୁବାର ଏକ ମାମଲାର ରାୟ ପ୍ରକାଶ ପାଇବାକୁ ସ୍ଥିର କରାଯାଇଥିଲା, କିନ୍ତୁ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା। ଏହି କାରଣରୁ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ପରେ, ସ୍ବିଡିସ ଖବର ସଂସ୍ଥା ‘ଟିଟି’ ରିପୋର୍ଟ କରିଥିଲା ଯେ କୋର୍ଟ ଯାହାଙ୍କ ମୃତ୍ୟୁ ବୋଲି କହିଛନ୍ତି, ଅଭିଯୁକ୍ତ ଜଣକ ମୋମିକା। କୋର୍ଟର କାଗଜପତ୍ର ଏବଂ ମାମଲାର ବିଚାରପତି ଗୋରାନ ଲୁଣ୍ଡାହଲଙ୍କ ନିଶ୍ଚିତକରଣ ଆଧାରରେ ଏଜେନ୍ସି ମୃତକଙ୍କୁ ମୋମିକା ଭାବରେ ଚିହ୍ନଟ କରିଛି।
ଯେତେବେଳେ ଷ୍ଟକହୋମ ପୋଲିସକୁ ଏ ବିଷୟରେ ପଚରାଗଲା, ସେମାନେ କହିଲେ ଯେ ବୁଧବାର ରାତିରେ ଷ୍ଟକହୋମ ନିକଟସ୍ଥ ସୋଡରଟାଲଜେରେ ଗୁଳିଚାଳନା ହୋଇଥିବାର ରିପୋର୍ଟ ମିଳିଛି। ଏଥିରେ ଗୁଳି ବାଜିବାରୁ ଜଣେ ଆହତ ହୋଇଥିଲେ, ଯାହାଙ୍କର ପରେ ମୃତ୍ୟୁ ହୋଇଥିଲା। ପୋଲିସ ମଧ୍ୟ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି।
ସ୍ବିଡିସ ଗଣମାଧ୍ୟମ ଅନୁସାରେ, ମୋମିକାଙ୍କୁ ତାଙ୍କ ଘର ଭିତରେ ଗୁଳି କରାଯାଇଥିଲା। ଯେତେବେଳେ ତାଙ୍କୁ ଗୁଳି କରାଯାଇଥିଲା, ସେତେବେଳେ ସେ TikTok ରେ ଲାଇଭ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?