Posted inଜାତୀୟ

ମୁଖ୍ୟମନ୍ତ୍ରୀ ପଦ ପ୍ରତ୍ୟେକ ଦିନ ମୋ ପାଇଁ ଶେଷଦିନ, ଏମିତି କହି କାନ୍ଦିଲେ କୁମାରସ୍ବାମୀ

ମାଣ୍ଡ୍ୟା,୧୬।୪: ନିର୍ବାଚନ ପ୍ରଚାର ସମୟରେ ନେତାମାନେ ଭାବୁକ ହୋଇ ଭୋଟରଙ୍କ ସମର୍ଥନ ଲୋଡ଼ିବା କୌଣସି ବଡ଼ କଥା ନୁହେଁ। ବହୁଥର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି। ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଥର କୁମ୍ଭୀର କାନ୍ଦଣା ନୁହେଁ ବରଂ ପୁଣି ଥରେ ଜନତାଙ୍କ ସମ୍ମୁଖରେ ଭାବୁକ ହୋଇ ନିଜ କାନ୍ଦକୁ ଅଟକାଇ ପାରିନାହାନ୍ତି ଏଚ୍‌.ଡି କୁମାରସ୍ବାମୀ। ମାଣ୍ଡ୍ୟାର ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ସେ କହିଛନ୍ତି, ଗଣମାଧ୍ୟମରେ ଲଗାତାର ଭାବେ ମୋ ବାବଦରେ ଚର୍ଚ୍ଚା ହେବା ସହ ପ୍ରତ୍ୟେକ ଦିନ ମୋର ଶେଷ ଦିନ ବୋଲି କୁହାଯାଇଥାଏ। ଏହା କହି ସେ ଭାବୁକ ହୋଇଯାଇଥିଲେ। ତାଙ୍କ ବିରୋଧରେ ମିଥ୍ୟା ଖବରର ଗୁଜବ ସୃଷ୍ଟି କରାଯାଉଛି ବୋଲି କୁମାରସ୍ବାମୀ କହିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ପଦ ପାଇଁ କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ଜେଡିଏସ୍‌ ନିଜର ସବୁ ଶକ୍ତି ଲଗାଇ ନିର୍ବାଚନ ଲଢ଼ୁଛି। ପୂର୍ବରୁ ମଧ୍ୟ କୁମାରସ୍ବାମୀଙ୍କୁ ଭାବୁକ ହୋଇ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପାଇସ୍‌ଜେଟ୍‌ ବିମାନରେ ଘଣ୍ଟାଏ ଯାଏ ଚାଲିଲା ନାହିଁ AC, ଗରମରେ ଅଣନିଶ୍ୱାସୀ ହେଲେ ଯାତ୍ରୀ, Video

ନୂଆଦିଲ୍ଲୀ,୧୯।୬: ବିମାନରେ କାମ କଲା ନାହିଁ ଏସି। ଫଳରେ ଝାଳରେ ତିନ୍ତିଲେ ଲୋକେ। ଏଭଳି ଏକ ଘଟଣା ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନରେ ଘଟିଛି।...

ସତ ହେଲା ମୋଦିଙ୍କ ଭବିଷ୍ୟବାଣୀ! ଏକ୍ସପର୍ଟ ଆଶ୍ଚର୍ଯ୍ୟ, ଭରସା କରିଥିବା ଲୋକେ ପାଇଲେ ୪୨ ଲକ୍ଷ କୋଟି

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରମାଣିତ ହେଉଛି। ଲୋକ ସଭା ନିର୍ବାଚନ ସମୟରେ ଏକ ରାଲିରେ ସେ ଷ୍ଟକ ମାର୍କେଟ...

୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରୁ ମିଳିଲା ୧୪ ମୃତଦେହ

ନୂଆଦିଲ୍ଲୀ, ୧୯।୬: ରାଜଧାନୀ ଦିଲ୍ଲୀର ନୋଇଡ଼ା ଅଞ୍ଚଳରୁ ୧୪ଟି ମୃତଦେହ ମିଳିଛି । ସନ୍ଦିଗ୍ଧ ଅବସ୍ଥାରେ ବିଭିନ୍ନ ସ୍ଥାନରୁ ଏହି ମୃତଦେହଗୁଡ଼ିକ ମିଳିଛି । ଲୁ...

ସଂସଦରେ ଛୁଇଁଲେ ପାଦ, ଏବେ ମୋଦିଙ୍କ ଆଙ୍ଗୁଠିରେ କ’ଣ ଦେଖୁଛନ୍ତି ନୀତୀଶ… ଭିଡିଓ ଭାଇରାଲ

ନାଳନ୍ଦା,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଐତିହାସିକ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ମନ ଭରି ବିଶ୍ୱ ପ୍ରସିଦ୍ଧ...

‘ଏକ କି ଦୁଇ ନୁହେଁ ୪ ସନ୍ତାନ ହେଲେ ଭଲ’, ଆରଏସଏସ ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୯।୬: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆରଏସଏସ) ର ନେତାମାନେ ସେମାନଙ୍କ ବୟାନକୁ ନେଇ ଆଜିକାଲି ହେଡଲାଇନରେ ରହିଛନ୍ତି। ପୁଣି ଥରେ ଜଣେ ଆରଏସଏସ ନେତା ଏପରି...

ବ୍ଲକ୍‌ ହେବ ୩୦ ହଜାରରୁ ଅଧିକ ମୋବାଇଲ ନମ଼୍ବର

ନୂଆଦିଲ୍ଲୀ, ୧୯।୬: ଅନ୍‌ଲାଇନ୍‌ ସହ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାକୁ ଡିଜିଟାଲ୍‌ ଠକମାନେ ଲାଗିପଡ଼ିଛନ୍ତି । ପାର୍ସଲ ଠାରୁ ଆରମ୍ଭ କରି ବିଜୁଳି ବିଲ୍‌ ପର୍ଯ୍ୟନ୍ତ...

କେଜରିଓ୍ବାଲଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ ଶେଷ ହେଉନାହିଁ। ସଦ୍ୟତମ ମାମଲାରେ ଦିଲ୍ଲୀ...

ବିରୋଧୀଙ୍କୁ ଚକ୍‌ମା ଦେଲା ଟିଡିପି: ଫସରଫାଟିଲା ରଣନୀତି

ନୂଆଦିଲ୍ଲୀ,୧୯।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଆଶାବାଦୀ ଥିଲେ ଯେ ସରକାରଙ୍କ ସବୁଠୁ ବଡ ସହଯୋଗୀ ଟିଡିପି ବାଚସ୍ପତି ପଦବୀ ପାଇଁ ଦାବି କରିବେ। ବାଚସ୍ପତି ପଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri