ଦୁର୍ଘଟଣାପ୍ରବଣ ସ୍ଥାନ ଚି଼ହ୍ନଟ ନିର୍ଦ୍ଦେଶ

ଛତ୍ରପୁର,୭।୯(ଡିଏନଏ ): ଗଞ୍ଜାମ ଜିଲାପାଳଙ୍କ ସଦଭାବନା ଗୃହରେ ମଙ୍ଗଳବାର ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଥିଲେ ଯେ, ସଡ଼କ ଦୁର୍ଘଟଣାକୁ ରୋକିବାକୁ ହେଲେ କେତେଗୁଡିଏ ପଦକ୍ଷେପ ଗ୍ରହଣ କରିବା ଜରୁରୀ । ପ୍ରଥମତଃ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନଗୁଡିକୁ ମିଳିତ କମିଟି ଚିହ୍ନଟ କରନ୍ତୁ । କେଉଁ ସବୁ କାରଣରୁ ଦୁର୍ଘଟଣା ଘଟୁଛି ତର୍ଜମା କରି ସେହି ସ୍ଥାନରେ ଦୁର୍ଘଟଣାର ପୁନରାବୃତି ଯେପରି ହେବ ନାହିଁ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଦୁର୍ଘଟଣା ଘଟୁଥିବା ଅଞ୍ଚଳକୁ ଯେତେଶୀଘ୍ର ସମ୍ଭବ ଆମ୍ବୁଲାନ୍ସ ପହଞ୍ଚିବା ଆବଶ୍ୟକ । ଜିଲାରେ ଲୋକେ ବିନା ହେଲମେଟରେ ଯାତ୍ରା କରୁଛନ୍ତି । ଦୁଇ ଚକିଆ ଯାନରେ ୩ ଜଣ ଯାଉଛନ୍ତି। ଅନେକ କ୍ଷେତ୍ରରେ ମଦ୍ୟପାନ ଜନିତ ଦୁର୍ଘଟଣା ହେଉଛି । ତେଣୁ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବାକୁ ଜିଲାପାଳ କହିଛନ୍ତି। ଏଥିସହ ରାସ୍ତାର ବିଭିନ୍ନ ସ୍ଥାନରେ ସଙ୍କେତ ଚିହ୍ନ, ଆଲୋକୀକରଣ ବ୍ୟବସ୍ଥାକୁ ସୁଦୃଢ କରିବା ନେଇ ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ବୈଠକରେ ଯୋଗଦେଇ କହିଥିଲେ ଯେ, ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟା ରହୁଛି,। ବିଶେଷ କରି ପୂର୍ବାହ୍ନ ଓ ସନ୍ଧ୍ୟାରେ ଟ୍ରାଫିକ ସମସ୍ୟା ଅଧିକ ରହୁଛି। ପିଲାମାନେ ଅଣଦେଖା ଏବଂ ବେପରୁଆ ଓ ବିପଦପୂର୍ଣ୍ଣ ଭାବେ ଗାଡି ଚଳାଉଛନ୍ତି । ଏହାଦ୍ବାରା ଦୁର୍ଘଟଣା ଘଟି ଅନ୍ୟ ଲୋକଙ୍କ ଜୀବନ ପ୍ରତି ବିପଦ ଦେଖାଯାଉଛି । ଚଢାଉ କାର୍ଯ୍ୟକୁ ବ୍ୟାପକ କରି ଅଧିକ ଜରିମାନା ଆଦାୟ କରାଯିବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କ ଲାଇସେନ୍ସ ରବ୍ଦ ମଧ୍ୟ କରିବାକୁ ସେ ମତ ରଖିଥିଲେ । ବୈଠକ ପ୍ରାରମ୍ଭରେ ରାସ୍ତା ଓ କୋଠାବାଡି ଡିଭିଜନ ଲଂ-୨ ବ୍ରହ୍ମପୁର ଅଧୀକ୍ଷଣ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ବୈଠକର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ ବୈଠକରେ ଆଲୋଚ୍ୟ ସମସ୍ତ ତଥ୍ୟ ଉପସ୍ଥାପନ କରି ଦୁର୍ଘଟଣା ସ୍ଥାନ ଏବଂ ଏହାକୁ ରୋକିବା ଦିଗରେ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ଜିଲାରେ ୨୦୨୧ରେ ୩୫୪ଟି ଦୁର୍ଘଟଣା ହୋଇଥିଲା। ତନ୍ମଧ୍ୟରୁ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୨୩ ଜଣ କ୍ଷତବିକ୍ଷତ ହୋଇଥିଲେ । ସେହିପରି ୨୦୨୨ରେ ଏପର୍ଯ୍ୟନ୍ତ ୪୪୧ଟି ଦୁର୍ଘଟଣା ରିପୋର୍ଟ ହୋଇଛି । ସେଥିରେ ୨୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥଳେ ୩୨୦ ଜଣ ଆହତ ହୋଇଛନ୍ତି। ଖୋର୍ଦ୍ଧା ଜିଲାରେ ୨୦୨୨ରେ ସର୍ବାଧିକ ୪୯୯ ଦୁର୍ଘଟଣା ଘଟିଥିଲେ ମଧ୍ୟ ମତ୍ୟୁ ସଂଖ୍ୟା ୧୫୯ ଏବଂ ୩୭୨ ଜଣ ଆହତ ରିପୋର୍ଟ ଅଛି । ଏଥିରୁ ଅନୁମାନ ଯେ ଖୋର୍ଦ୍ଧା ଜିଲାରେ ହେଲମେଟ ବ୍ୟବହାର ସମସ୍ତେ କରନ୍ତି। ଦୁର୍ଘଟଣା ସ୍ଥଳରେ ଯଥାଶୀଘ୍ର ଆମ୍ବୁଲାନ୍ସ ପହଞ୍ଚିବା ଯୋଗୁ ମୃତ୍ୟୁମୁଖରେ କମ ଲୋକ ପଡନ୍ତି । ତେଣୁ ଆମ୍ବୁଲାନ୍ସ ସେବା କିଭଳି ଯଥାଶୀଘ୍ର ଦୁର୍ଘଟଣା ସ୍ଥଳରେ ପହଞ୍ଚିବ ସେ ଦିଗରେ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଥିଲା । ଦୁର୍ଘଟଣାର ମୁଖ୍ୟ କାରଣ ଭିତରେ ଦ୍ରୁତଗତିରେ ଗାଡି ଚଳାଇବା, ହେଲମେଟ ପରିଧାନ ନ କରିବା, ଭୁଲ ପାଶର୍‌ବରେ ଗାଡି ଚଳାଇବା, ଓଭରଟେକ କରିବା , ବେପରୁଆ ଗାଡି ଚଳାଇବା, ଅନ୍ୟକୁ ମାଡି ଚାଲିଯିବା, ଓଭରଲୋଡି, ରାସ୍ତାର ବୈଷୟିକ ତୃଟି, ରାସ୍ତା ଠିକ ନଥିବା, ମଦ୍ୟପାନ କରି ଗାଡି ଚଳାଇବା ଏଭଳି ଅନେକ କାରଣ ରହିଥିବା ଜଣାଇଥିଲେ। ଦୁର୍ଘଟଣା ସ୍ଥଳରେ ପ୍ରଥମେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ସକାଶେ ତୁରନ୍ତ ଚିକିତ୍ସାଳୟକୁ ପଠାଇ ସେମାନଙ୍କ ଜୀବନ ବଞ୍ଚାଇଥିବା ହେତୁ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇଙ୍କୁ ଜିଲାପାଳ ପ୍ରମାଣ ପତ୍ର ଓ ଆର୍ଥିକ ପୁରସ୍କାର ଦେଇ ସମ୍ମାନୀତ କରିଥିଲେ । ଉକ୍ତ ଆର୍ଥିକ ରାଶିକୁ ମେୟର ରେଡକ୍ରସ ପାଣ୍ଠିକୁ ପ୍ରଦାନ କରିଥିଲେ। ସେହିଭଳି କାର୍ଯ୍ୟ ନିମନ୍ତେ ବ୍ରହ୍ମପୁରର ଅବିନାଶ କୁମାର ପାଣିଗ୍ରାହୀଙ୍କୁ ମାନପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।ବୈଠକରେ ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ବ୍ରହ୍ମପୁର ମହାନଗର ନିଗମ ଅତିରିକ୍ତ କମିଶନର ନୀଳ ମାଧବ ଭୋଇ, ଏମ.ଭି.ଆଇ. ରବୀନ୍ଦ୍ର କୁମାର ଜେନା, ଜାତୀୟ ରାଜପଥର ଏନ. ହରେକ୍ରିଷ୍ଣା, ଆଞ୍ଚଳିକ ପରିବହନ ଅଧିକାରା ଭଞ୍ଜନଗର ଏସ. ଆର୍‌.ରଏ,ସମସ୍ତ ବିଜ୍ଞାପିତ ଅଞ୍ଚଳ ଓ ପୌର ପରିଷଦର କାର୍ଯ୍ୟ ର୍ନିବାହୀ ଅଧିକାରୀ, ବସ ମାଲିକ ସଂଘର ସଭ୍ୟ ଓ ସଂପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ଅଫିସ ଆଗରେ ହୋହଲ୍ଲା

କପ୍ତିପଦା,୨୦ା୮(ଡ଼ି.ଏନ୍‌.ଏ.)- କରୋନା ପାଇଁ ସରକାର ଆର୍ଥିକ ସହାୟତା ସହିତ ମାଗଣା ଚାଉଳ, ଡାଲି ଦେବାର ବ୍ୟବସ୍ଥା କରିଛନ୍ତି ା ମାତ୍ର ପରିଚାଳନାଗତ ତ୍ରୁଟି ପାଇଁ ଏହିି...

ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀ ମତଭେଦ

ଯାଜପୁର ରୋଡ,୩ା୯(ଡି.ଏନ.ଏ.): ବ୍ୟାସନଗର ପୌର ପରିଷଦରେ ପରିମଳ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତାର ପର୍ଦ୍ଦାଫାଶ ହୋଇଛି। ଏହାବାଦ୍‌ ବିନା ଟେଣ୍ଡରରେ ପରିମଳ ବ୍ୟବସ୍ଥାରେ ନିୟୋଜିତ ଠିକାସଂସ୍ଥାକୁ ୧...

ବେକାରୀ ସମସ୍ୟା ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ଅଫିସ, ୨୦।୨: ରାଜ୍ୟରେ ବେକାରୀ ସମସ୍ୟା ବଢ଼ିଚାଲିଥିବା ନେଇ ଭାଜପା ଉଦ୍‌ବେଗ ପ୍ରକାଶ କରିଛି। ରାଜ୍ୟରେ ବେରୋଜଗାର ବଢ଼ିଚାଲିଥିବା ନେଇ ଭାଜପା ଉଦ୍‌ବେଗ ପ୍ରକାଶ...

ଗୃହ ଥାଇ ବନ୍ଦର କ୍ୱାର୍ଟର୍ସରେ ଥାନା ଚାଲିଛି

ପାରାଦୀପ,୧୧ା୪(ସ୍ବ.ପ୍ର.): ପାରାଦୀପର ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ୨୦୧୮ରେ ସ୍ଥାପିତ ହୋଇଥିଲା। ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମ୍‌ ପାଖ ବନ୍ଦର କ୍ୱାର୍ଟର୍ସରେ...

ବସ୍ତା ଡାକ୍ତରଖାନାରେ ପଶିଲା ନର୍ଦ୍ଦମା ପାଣି

ବସ୍ତା, ୨୫।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଶନିବାର ରାତିରୁ ବର୍ଷା ଲାଗି ରହିବାରୁ ବସ୍ତା ଡାକ୍ତରଖାନାରେ ରବିବାର ହଠାତ୍‌ ନର୍ଦ୍ଦମା ପାଣି ପଶିଯାଇଥିଲା। ଡାକ୍ତରଖାନା ପାଖ ଡ୍ରେନ୍‌ରେ ଅନାବନ...

ସୋସାଇଟି-ମିଲର ଅସାଧୁ ମେଣ୍ଟ, ରାସ୍ତାକୁ ଓହ୍ଲାଇବେ ଚାଷୀ

ଭଞ୍ଜନଗର୧୪।୧(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡର ଅଧିକାଂଶ ସ୍ଥାନରେ କାଗଜ କଲମରେ ମଣ୍ଡି ଖୋଲିଛି। ସୋସାଇଟି ଏବଂ ମିଲର ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁ ଚିହ୍ନଟ ହୋଇଥିବା ସ୍ଥାନରେ...

ମହିଳାଙ୍କୁ ବୀଭତ୍ସ ହତ୍ୟା

ବାଲେଶ୍ୱର ଅଫିସ,୧୩।୧: ବାଲେଶ୍ୱର ସଦର ଥାନା ନଗ୍ରମ ନିକଟରେ ମହିଳାଙ୍କୁ ବୀଭତ୍ସ ହତ୍ୟା ହୋଇଛି। ପୋଲ ଉପରେ ମହିଳାଙ୍କୁ ହତ୍ୟା କରିବା ପରେ କେହି ଦୁର୍ବୃତ୍ତ...

ଗୁଡ଼୍‌ଭେଲାରେ କାଳବୈଶାଖୀ: ଉଡ଼ିଗଲା ଛପର, ଭାଙ୍ଗିଲା ଗାଈ ଗୁହାଳ; ବିଦ୍ୟୁତ୍‌ ସରବରାହ ବ୍ୟାହତ

ଗୁଡ଼୍‌ଭେଲା,୨୫।୪(ଡି.ଏନ୍‌.ଏ.): ଗୋଟିଏ ପଟେ କରୋନା ସମସ୍ତଙ୍କ ଉପରେ ଦାଉ ସାଧୁଥିବାବେଳେ କାଳବୈଶାଖୀ ଲୋକଙ୍କ କଷ୍ଟ ଆହୁରି ବଢ଼ାଇଦେଇଛି। ଶୁକ୍ରବାର ହୋଇଥିବା କାଳବୈଶାଖୀରେ ବଲାଙ୍ଗୀର ଜିଲା ଗୁଡ଼୍‌ଭେଲା...

Advertisement
Archives

Model This Week