ଦୁର୍ଘଟଣାପ୍ରବଣ ସ୍ଥାନ ଚି଼ହ୍ନଟ ନିର୍ଦ୍ଦେଶ

ଛତ୍ରପୁର,୭।୯(ଡିଏନଏ ): ଗଞ୍ଜାମ ଜିଲାପାଳଙ୍କ ସଦଭାବନା ଗୃହରେ ମଙ୍ଗଳବାର ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଥିଲେ ଯେ, ସଡ଼କ ଦୁର୍ଘଟଣାକୁ ରୋକିବାକୁ ହେଲେ କେତେଗୁଡିଏ ପଦକ୍ଷେପ ଗ୍ରହଣ କରିବା ଜରୁରୀ । ପ୍ରଥମତଃ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନଗୁଡିକୁ ମିଳିତ କମିଟି ଚିହ୍ନଟ କରନ୍ତୁ । କେଉଁ ସବୁ କାରଣରୁ ଦୁର୍ଘଟଣା ଘଟୁଛି ତର୍ଜମା କରି ସେହି ସ୍ଥାନରେ ଦୁର୍ଘଟଣାର ପୁନରାବୃତି ଯେପରି ହେବ ନାହିଁ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଦୁର୍ଘଟଣା ଘଟୁଥିବା ଅଞ୍ଚଳକୁ ଯେତେଶୀଘ୍ର ସମ୍ଭବ ଆମ୍ବୁଲାନ୍ସ ପହଞ୍ଚିବା ଆବଶ୍ୟକ । ଜିଲାରେ ଲୋକେ ବିନା ହେଲମେଟରେ ଯାତ୍ରା କରୁଛନ୍ତି । ଦୁଇ ଚକିଆ ଯାନରେ ୩ ଜଣ ଯାଉଛନ୍ତି। ଅନେକ କ୍ଷେତ୍ରରେ ମଦ୍ୟପାନ ଜନିତ ଦୁର୍ଘଟଣା ହେଉଛି । ତେଣୁ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବାକୁ ଜିଲାପାଳ କହିଛନ୍ତି। ଏଥିସହ ରାସ୍ତାର ବିଭିନ୍ନ ସ୍ଥାନରେ ସଙ୍କେତ ଚିହ୍ନ, ଆଲୋକୀକରଣ ବ୍ୟବସ୍ଥାକୁ ସୁଦୃଢ କରିବା ନେଇ ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ବୈଠକରେ ଯୋଗଦେଇ କହିଥିଲେ ଯେ, ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟା ରହୁଛି,। ବିଶେଷ କରି ପୂର୍ବାହ୍ନ ଓ ସନ୍ଧ୍ୟାରେ ଟ୍ରାଫିକ ସମସ୍ୟା ଅଧିକ ରହୁଛି। ପିଲାମାନେ ଅଣଦେଖା ଏବଂ ବେପରୁଆ ଓ ବିପଦପୂର୍ଣ୍ଣ ଭାବେ ଗାଡି ଚଳାଉଛନ୍ତି । ଏହାଦ୍ବାରା ଦୁର୍ଘଟଣା ଘଟି ଅନ୍ୟ ଲୋକଙ୍କ ଜୀବନ ପ୍ରତି ବିପଦ ଦେଖାଯାଉଛି । ଚଢାଉ କାର୍ଯ୍ୟକୁ ବ୍ୟାପକ କରି ଅଧିକ ଜରିମାନା ଆଦାୟ କରାଯିବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କ ଲାଇସେନ୍ସ ରବ୍ଦ ମଧ୍ୟ କରିବାକୁ ସେ ମତ ରଖିଥିଲେ । ବୈଠକ ପ୍ରାରମ୍ଭରେ ରାସ୍ତା ଓ କୋଠାବାଡି ଡିଭିଜନ ଲଂ-୨ ବ୍ରହ୍ମପୁର ଅଧୀକ୍ଷଣ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ବୈଠକର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ ବୈଠକରେ ଆଲୋଚ୍ୟ ସମସ୍ତ ତଥ୍ୟ ଉପସ୍ଥାପନ କରି ଦୁର୍ଘଟଣା ସ୍ଥାନ ଏବଂ ଏହାକୁ ରୋକିବା ଦିଗରେ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ଜିଲାରେ ୨୦୨୧ରେ ୩୫୪ଟି ଦୁର୍ଘଟଣା ହୋଇଥିଲା। ତନ୍ମଧ୍ୟରୁ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୨୩ ଜଣ କ୍ଷତବିକ୍ଷତ ହୋଇଥିଲେ । ସେହିପରି ୨୦୨୨ରେ ଏପର୍ଯ୍ୟନ୍ତ ୪୪୧ଟି ଦୁର୍ଘଟଣା ରିପୋର୍ଟ ହୋଇଛି । ସେଥିରେ ୨୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥଳେ ୩୨୦ ଜଣ ଆହତ ହୋଇଛନ୍ତି। ଖୋର୍ଦ୍ଧା ଜିଲାରେ ୨୦୨୨ରେ ସର୍ବାଧିକ ୪୯୯ ଦୁର୍ଘଟଣା ଘଟିଥିଲେ ମଧ୍ୟ ମତ୍ୟୁ ସଂଖ୍ୟା ୧୫୯ ଏବଂ ୩୭୨ ଜଣ ଆହତ ରିପୋର୍ଟ ଅଛି । ଏଥିରୁ ଅନୁମାନ ଯେ ଖୋର୍ଦ୍ଧା ଜିଲାରେ ହେଲମେଟ ବ୍ୟବହାର ସମସ୍ତେ କରନ୍ତି। ଦୁର୍ଘଟଣା ସ୍ଥଳରେ ଯଥାଶୀଘ୍ର ଆମ୍ବୁଲାନ୍ସ ପହଞ୍ଚିବା ଯୋଗୁ ମୃତ୍ୟୁମୁଖରେ କମ ଲୋକ ପଡନ୍ତି । ତେଣୁ ଆମ୍ବୁଲାନ୍ସ ସେବା କିଭଳି ଯଥାଶୀଘ୍ର ଦୁର୍ଘଟଣା ସ୍ଥଳରେ ପହଞ୍ଚିବ ସେ ଦିଗରେ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଥିଲା । ଦୁର୍ଘଟଣାର ମୁଖ୍ୟ କାରଣ ଭିତରେ ଦ୍ରୁତଗତିରେ ଗାଡି ଚଳାଇବା, ହେଲମେଟ ପରିଧାନ ନ କରିବା, ଭୁଲ ପାଶର୍‌ବରେ ଗାଡି ଚଳାଇବା, ଓଭରଟେକ କରିବା , ବେପରୁଆ ଗାଡି ଚଳାଇବା, ଅନ୍ୟକୁ ମାଡି ଚାଲିଯିବା, ଓଭରଲୋଡି, ରାସ୍ତାର ବୈଷୟିକ ତୃଟି, ରାସ୍ତା ଠିକ ନଥିବା, ମଦ୍ୟପାନ କରି ଗାଡି ଚଳାଇବା ଏଭଳି ଅନେକ କାରଣ ରହିଥିବା ଜଣାଇଥିଲେ। ଦୁର୍ଘଟଣା ସ୍ଥଳରେ ପ୍ରଥମେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ସକାଶେ ତୁରନ୍ତ ଚିକିତ୍ସାଳୟକୁ ପଠାଇ ସେମାନଙ୍କ ଜୀବନ ବଞ୍ଚାଇଥିବା ହେତୁ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇଙ୍କୁ ଜିଲାପାଳ ପ୍ରମାଣ ପତ୍ର ଓ ଆର୍ଥିକ ପୁରସ୍କାର ଦେଇ ସମ୍ମାନୀତ କରିଥିଲେ । ଉକ୍ତ ଆର୍ଥିକ ରାଶିକୁ ମେୟର ରେଡକ୍ରସ ପାଣ୍ଠିକୁ ପ୍ରଦାନ କରିଥିଲେ। ସେହିଭଳି କାର୍ଯ୍ୟ ନିମନ୍ତେ ବ୍ରହ୍ମପୁରର ଅବିନାଶ କୁମାର ପାଣିଗ୍ରାହୀଙ୍କୁ ମାନପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।ବୈଠକରେ ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ବ୍ରହ୍ମପୁର ମହାନଗର ନିଗମ ଅତିରିକ୍ତ କମିଶନର ନୀଳ ମାଧବ ଭୋଇ, ଏମ.ଭି.ଆଇ. ରବୀନ୍ଦ୍ର କୁମାର ଜେନା, ଜାତୀୟ ରାଜପଥର ଏନ. ହରେକ୍ରିଷ୍ଣା, ଆଞ୍ଚଳିକ ପରିବହନ ଅଧିକାରା ଭଞ୍ଜନଗର ଏସ. ଆର୍‌.ରଏ,ସମସ୍ତ ବିଜ୍ଞାପିତ ଅଞ୍ଚଳ ଓ ପୌର ପରିଷଦର କାର୍ଯ୍ୟ ର୍ନିବାହୀ ଅଧିକାରୀ, ବସ ମାଲିକ ସଂଘର ସଭ୍ୟ ଓ ସଂପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?