Posted inଜାତୀୟ

‘ବୃହତ୍‌ ଖଣ୍ଡପୀଠରେ ଅପିଲ ଅଧିକାର ରହୁ’

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୁଇଟି ରିଭ୍ୟୁ ପିଟିଶନକୁ ବିଚାରକୁ ନିଆଯିବା ପୂର୍ବରୁ ତାଙ୍କ ପିଟିଶନର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପ୍ରଶାନ୍ତ ଭୂଷଣ ନ୍ୟାୟପାଳିକା ବିରୋଧରେ ଦୁଇଟି ଟୁଇଟ୍‌ କରି ବିବାଦୀୟ ହୋଇଥିଲେ। ନ୍ୟାୟପାଳିକାକୁ କେତେଜଣ ପୂର୍ବତନ ପ୍ରଧାନ ବିଚାରପତି ଧ୍ୱଂସ କରିଦେଇଛନ୍ତି ବୋଲି ପ୍ରଥମ ଟୁଇଟ୍‌ରେ ସେ ସମାଲୋଚନା କରିଥିଲେ। ସେହିପରି ସିଜେଆଇ ଏସ୍‌.ଏ. ବୋବ୍‌ଡେ ସୁପ୍ରିମକୋର୍ଟକୁ ଲକ୍‌ଡାଉନ୍‌ କରି ହାର୍ଲି ଡେଭିଡ୍‌ସନ ବାଇକ୍‌ରେ ବସିଛନ୍ତି ବୋଲି ଅନ୍ୟ ଏକ ଟୁଇଟ୍‌ କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରି ପ୍ରଶାନ୍ତ ଭୂଷଣଙ୍କୁ ଗତ ଅଗଷ୍ଟ ୩୧ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଟଙ୍କାଏ ଜରିମାନା ଦେବାକୁ ନଚେତ୍‌ ୩ ମାସ ଜେଲ୍‌ଦଣ୍ଡ ଭୋଗିବା ସହ ୩ ବର୍ଷ ପାଇଁ ଓକିଲାତି କରିବାରୁ ବାସନ୍ଦ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ପ୍ରଶାନ୍ତ ଭୂଷଣ ସେପ୍ଟେମ୍ବର ୧୪ରେ ୧ ଟଙ୍କା ଜରିମାନା ପଇଠ କରି ଦୁଇଟି ସ୍ବତନ୍ତ୍ର ରିଭ୍ୟୁ ପିଟିଶନ ଦାଏର କରିଛନ୍ତି। ଏହାବାଦ ସେପ୍ଟେମ୍ବର ୧୨ରେ ଅନ୍ୟ ଏକ ପିଟିଶନ ଦାଏର କରିଛନ୍ତି। ଆପରାଧିକ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିଙ୍କ ବୃହତ୍‌ ଖଣ୍ଡପୀଠରେ ଅପିଲ କରିବା ଅଧିକାର ରହୁ ବୋଲି ଏଥିରେ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଗତ ୨୪ ଘଣ୍ଟାରେ ୧,୦୩୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୧।୪: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧,୦୩୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ...

‘ୟୁପିରେ ବହୁଛି ପ୍ରିୟଙ୍କା ଝଡ଼’

ଲକ୍ଷ୍ନୌ,୪।୭: ଉତ୍ତର ପ୍ରଦେଶରେ ପରିବର୍ତ୍ତନର ଝଡ଼ ବହୁଛି। ଯାହାର ନାମ ପ୍ରିୟଙ୍କା ଗାନ୍ଧୀ। ରାଜ୍ୟ ବାସୀ କଂଗ୍ରେସକୁ ଆଶାର ଦୃଷ୍ଟିରେ ଦେଖୁଛନ୍ତି। ଖୁବ୍‌ ଉତ୍ସାହିତ ଅଛନ୍ତି...

ଜୁଲାଇ ୧୧ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ହୋଇପାରିବେନି ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ,୨୭।୬: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଇତିମଧ୍ୟରେ ମହାରାଷ୍ଟ୍ର ସରକାରରେ ଜଣେ ମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଧେ...

ଟପିଲା ଅତ୍ୟାଚାରର ସବୁ ସୀମା

ଭୋପାଳ, ୧୬।୨ : ମଧ୍ୟପ୍ରଦେଶର ଗୁଣା ଜିଲାର ସାଗାଇ ଓ ବନ୍ସ ଗାଁରୁ ସାମ୍ନାକୁ ଆସିଛି ଏକ ଛାତିଥରା ଘଟଣା। ଜଣେ ଆଦିବାସୀ ମହିଳାଙ୍କୁ ସ୍ବାମୀଙ୍କ...

ହୋମ୍‌ ଆଇସୋଲେଶନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୧।୪: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୋମବାର କରୋନା ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। କେନ୍ଦ୍ର...

ଚୁଲି ପାଉଁଶ ଏବେ ଅନ୍‌ଲାଇନ୍‌ରେ ବିକ୍ରି

ନୂଆଦିଲ୍ଲୀ,୭।୩: କାଠ ଚୁଲିର ପାଉଁଶ ପୁଣି ଇ-କମର୍ସ ବଜାରରେ ମିଳୁଛି। ଏହା ଶୁଣିଲେ ଯେ କେହି ହୁଏତ ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ମାତ୍ର ଏହା ସତ।...

ହିଜାବ: ଶିମୋଗାରେ ୧୪୪ ଧାରା

ବେଙ୍ଗାଲୁରୁ,୯।୨: କର୍ନାଟକ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ସ୍କୁଲ, କଲେଜରେ ମୁସଲମାନ ସମ୍ପ୍ରଦାୟର ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେବା...

ଆସିବ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୧୬ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣର ବୃଦ୍ଧିକୁ ଦେଖି ଦେଶର ଜଣେ ନାମୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ସରକାରଙ୍କୁ କୋଭିଡ-୧୯ ସଂକ୍ରମଣର ତୃତୀୟ...

Advertisement
Archives

Model This Week