ଏକ ସୁଖଦ ଯାତ୍ରା

ଅରବିନ୍ଦ ଓ ନନ୍ଦିନୀ ନାମକ ଦୁଇ ଭାଇଭଉଣୀ ଥିଲେ। ସେମାନେ ବାହାରକୁ ବୁଲିଯିବାକୁ ଭାରି ଭଲ ପାଉଥିଲେ। ତାଙ୍କର ପିତା କମଳ ଲୋଚନ ଓ ମାଆ ଉର୍ବୀ ଅଯୋଧ୍ୟାକୁ ଯାଇ ଶ୍ରୀରାମଙ୍କ ଦର୍ଶନ କରିବାକୁ ସ୍ଥିର କଲେ। ଅନେକ ଯାତ୍ରୀ ଟ୍ରେନରେ ଚଢ଼ୁଥିବା ଓ ଓହ୍ଲାଉଥିବା ଅରବିନ୍ଦ ଦେଖିଲା। ସେ ମାଆଙ୍କୁ ପଚାରିଲା ଏହି ଟ୍ରେନରେ ସମସ୍ତେ କ’ଣ ଅଯୋଧ୍ୟା ଯାଉ ନାହାନ୍ତି। ସେ କହିଲେ, ରାମଙ୍କଠାରୁ ଯେ ଡାକରା ପାଇଛି ସେ ହିଁ ରାମଙ୍କ ବିଗ୍ରହକୁ ଦର୍ଶନ କରିବାକୁ ଯାଉଛି। ଜଣେ ସାଧୁ ପରି ଦିଶୁଥିବା ବ୍ୟକ୍ତି ଯେ କି ଅଯୋଧ୍ୟାକୁ ଯାଉଥିଲେ ସେ କହିଲେ ରାମ ହେଉଛନ୍ତି ପରମବ୍ରହ୍ମ ଓ ସେ ହେଉଛନ୍ତି ପରମ ତପ, ବ୍ରହ୍ମତ୍ବ ଓ ବ୍ରହ୍ମତାରକ। ନନ୍ଦିନୀ ମହା ଚଗଲି। ସେ ପଚାରିଲା ଏ ଟ୍ରେନଟି ଏତେ ଅଙ୍କାବଙ୍କା ଚାଲୁଛି। ରାମ ଆମକୁ ନିମନ୍ତ୍ରଣ କରି ନାହାନ୍ତି। ତଥାପି ଆମେ ତାଙ୍କ ବିଗ୍ରହ ଦର୍ଶନ କରିବାକୁ ଯାଉଛୁ। ଅରବିନ୍ଦ ଓ ଉର୍ବୀ କହିଲେ ଆମମାନଙ୍କୁ ଟିକେ ରାମଙ୍କ ତତ୍ତ୍ୱ୍ବ ବୁଝାଇ ଦିଅନ୍ତୁ।
ସେ କହିଲେ, ଭଗବାନ ଜାଜ୍ୱଲ୍ୟମାନ ହେଉଥିବା ଦେବତାମାନଙ୍କଠାରୁ ମଧ୍ୟ ପୁରାତନ। ସେ ଜନ୍ମିତ ସତ୍ତା ଭାବେ ପୁରାତନ ଓ ପ୍ରଥମ। ଆମ ଭିତରେ ପ୍ରବାହିତ ଅମରତ୍ୱର ଶିରା ପ୍ରଶିରା ଭୌତିକ ଶରୀରରେ ବାସ କରୁଥିବା ଆଧ୍ୟାତ୍ମିକ ସତ୍ତା। ଆମର ଆତ୍ମାଠାରୁ ଅଧିକ ଶାନ୍ତିପ୍ରଦ ସ୍ଥାନ ନାହିଁ। ତେଣୁ ଆତ୍ମୋପଲବ୍ଧି ନିର୍ବାଣ ପ୍ରାପ୍ତି। ତେଣୁ ତାଙ୍କର ଅନ୍ୟ ନାମ ଆତ୍ମାରାମ। ଟ୍ରେନଟି ରହି ଯାଇଥିବା ସମୟରେ ନନ୍ଦିନୀ ଟ୍ରେନର ସଫା ଗୃହକୁ ଯାଇଥିଲା। ସେ ଫେରିବା ସମୟରେ ଦେଖିଲା ତା’ର ଖାଇବାଟିକୁ ଗୋଟିଏ ମାଙ୍କଡ଼ ଝାମ୍ପି ନେଲା ଓ ତଳେ ଫିଙ୍ଗି ଦେଲା। ପ୍ଲାଟଫର୍ମରେ ବୁଲୁଥିବା କୁକୁର ଓ ପକ୍ଷୀମାନେ ତାକୁ ଖାଇଗଲେ। ନନ୍ଦିନୀ କାନ୍ଦିବାକୁ ଉଦ୍ୟତ ହେଉଥିବାବେଳେ କମଳଲୋଚନ କହିଲେ, ମୁଁ ଆର ଷ୍ଟେସନରେ ତୋ ପାଇଁ ଖାଇବା ଆଣିଦେବି। ନନ୍ଦିନୀ କହିଲା ଆଉ ଅଯୋଧ୍ୟା ଯିବା ନାହିଁ। ରାମ କ’ଣ କରିଥିଲେ କି ସେ ମୋର ଖାଇବା ଟିକକ ମଧ୍ୟ ବଞ୍ଚାଇ ପାରିଲେ ନାହିଁ। ପାଖରେ ବସିଥିବା ସାଧୁ ଜଣକ କହିଲେ, ରାମ ପୃଥିବୀ ଆଗରେ ପ୍ରମାଣ କରିଥିଲେ ଯେଉଁମାନେ ତାଙ୍କ ସନ୍ତାନଙ୍କୁ ଭଲ ପାଆନ୍ତି, ସେ ସେମାନଙ୍କୁ ରକ୍ଷା କରନ୍ତି। ପଶୁ, ପକ୍ଷୀ, ଋଷି, ମୁନି ସରଳ ବ୍ୟକ୍ତିତ୍ୱ ସତୀ ସାଧ୍ୱୀମାନଙ୍କୁ ସେ ଭଲ ପାଇଥିଲେ ଓ ରକ୍ଷା କରିଥିଲେ। ନନ୍ଦିନୀ ବୁଝିଗଲା ତା’ର ଖାଦ୍ୟ ମାଙ୍କଡ଼ ନେଇ ବିଞ୍ଚତ୍ଦେଲା ଓ ପଶୁ ପକ୍ଷୀମାନେ ଖାଇଗଲେ, ତାହା ହିଁ ରାମଙ୍କର ଇଚ୍ଛା ଥିଲା। ସେ ସାଧୁଙ୍କୁ ପଚାରିଲା ରାମ କେଉଁଠି ରୁହନ୍ତି? ସାଧୁ କହିଲେ ତୁମେ ଏପରି ଏକ ସ୍ଥାନ କୁହ ଯେଉଁଠାରେ ରାମ ନାହାନ୍ତି। ରାମଙ୍କୁ ଥରେ ଜଣେ ଋଷି କହିଥିଲେ, ଯେଉଁଠାରେ ଲୋକମାନଙ୍କର ଆଖି ତୁମର ଦର୍ଶନ ପାଇଁ ବ୍ୟଗ୍ର, କାନ ତୁମ ଗାଥା ଶୁଣିବାକୁ ବ୍ୟାକୁଳ, ଜିଭ ତୁମ କଥା କହିବାରେ ଆନନ୍ଦ ପାଏ, ଯେଉଁମାନେ ଭୋଜନ କରିବା ପୂର୍ବରୁ ବ୍ରହ୍ମାର୍ପଣ ବୋଲି ଖାଦ୍ୟ ଗ୍ରହଣ କରନ୍ତି, ସାଧୁସନ୍ଥମାନଙ୍କୁ ସମ୍ମାନ ଦିଅନ୍ତି। ଯେଉଁ ହାତ ପୂଜା କରିବାରେ ବ୍ୟସ୍ତ, ପାଦରେ ଦିଅଁଙ୍କୁ ଦର୍ଶନ ପାଇଁ ଆଗେଇ ଥାନ୍ତି। ତୁମ ପ୍ରତି ପ୍ରେମ କାମନା କରନ୍ତି, ସାଂସାରିକ ଧନକୁ ତୁଚ୍ଛ ମଣନ୍ତି, ନାରୀମାନଙ୍କୁ ଉଚିତ ସମ୍ମାନ ଦିଅନ୍ତି। ହୃଦୟ ଭିତରୁ ମନ୍ଦ ଗୁଣ ତ୍ୟାଗ କରନ୍ତି, ସର୍ବତ୍ର ଅନ୍ୟ ଦୁଃଖରେ ସମଦୁଃଖୀ ହୁଅନ୍ତି, ଆପଣ ସେଠାରେ ରୁହନ୍ତୁ।
ଅରବିନ୍ଦ ଦେଖିଲେ, ଅଯୋଧ୍ୟାକୁ ଯାଉଥିବା ଲୋକମାନେ ଲିଖିତ ଜପ ଧରି ରାମନାମ ଲେଖୁଛନ୍ତି। ଅରବିନ୍ଦ ପଚାରିଲା ସେମାନେ ଏପରି କାହିଁକି କରୁଛନ୍ତି? ପାଖରେ ବସିଥିତ୍ବା ସାଧୁ ଜଣକ କହିଲେ, ରାମ ନାମ ଜଗତର ଶ୍ରେଷ୍ଠ ନାମ। ମହାତ୍ମାଗାନ୍ଧୀ ମୃତ୍ୟୁ ସମୟରେ ଶ୍ରୀରାମଙ୍କ ନାମ ଧରି ଦେହତ୍ୟାଗ କରିଥିଲେ। ତୁଳସୀ ଦାସ ରାମ ନାମ ତୁଣ୍ଡରେ ଧରିଥିବାରୁ ସେ ମହାନ୍‌। ହନୁମାନର ପ୍ରତ୍ୟେକ ଲୋମ ରାମ ନାମ ଉଚ୍ଚାରଣ କରୁଥିବାରୁ ସେ ଆଜି ସର୍ବତ୍ର ପୂଜିତ। ରାମନାମ ଲେଖୁଥିବା ସମୟରେ ଭକ୍ତ ଓ ଭଗବାନ ସେହି ସମୟରେ ଏକାକାର ହୋଇଥାନ୍ତି। ଶ୍ରୀରାମ ନାମ ଗୁଞ୍ଜରିତ ହେଉଥିବା କାନ ତାଙ୍କ ନିକଟକୁ ଯିବା ପାଇଁ ଏକ ନିମନ୍ତ୍ରଣ ପତ୍ର ସଦୃଶ। ସୁନ୍ଦର ପ୍ରକୃତିକୁ ଅନୁସରଣ କରିବା ପାଇଁ ରାମନାମ ମାଧ୍ୟମରେ ସେ ପ୍ରୋତ୍ସାହିତ କରନ୍ତି। ମନକୁ ବିଶ୍ଲେଷଣ କରିବାକୁ ସେ ବାର୍ତ୍ତା ଦିଅନ୍ତି। ମନରେ ଏକ ମାନଚିତ୍ର ଆଙ୍କନ୍ତି ଯେ ଅନ୍ତରରେ ତୁମେ ପରିକଳ୍ପନା କରିଥିବା ମୁକ୍ତି ଆଡ଼କୁ ତୁମେ ପ୍ରବାହିତା ରାମ ନାମ ଲେଖୁଥିବା ସମୟରେ ସମୟ କୁହେ ତୁମର ଆଉ କିଛି ପ୍ରାପ୍ତି କରିବାର ଅଛି ତାହା ହେଉଛି ମୋକ୍ଷ।
ନନ୍ଦିନୀ କହିଲା ବାପା କହୁଥିଲେ, ଭଗବାନ ନିରାକାର। ଆମକୁ ଅଯୋଧ୍ୟାକୁ ଆଣି ରାମଙ୍କ ବିଗ୍ରହ ବା ଆକାର ଦେଖାଇବାକୁ ଚାହୁଁଛନ୍ତି। ସାଧୁ ଜଣକ କହିଲେ ଭଗବାନ ନିରାକାର ଓ ସାକାର ମଧ୍ୟ। ତୁମେ ଯେଉଁଟିକୁ ଭଲ ପାଉଛ ତାହା ହିଁ ଠିକ। ସମୁଦ୍ରର ହିମ ପ୍ରବାହରେ ବରଫଖଣ୍ଡ ତିଆରି ହୁଏ ଓ ଗ୍ରୀଷ୍ମ ପ୍ରବାହରେ ମିଳାଇ ଯାଏ ସେହିପରି ଭକ୍ତର ଭକ୍ତିରେ ସେ ରୂପ ନିଅନ୍ତି ଓ ସେ ରୂପକୁ ତ୍ୟାଗ କରିଥାନ୍ତି। ଏହି ଜୀବନଟି ଗୋଟିଏ ପାନ୍ଥଶାଳା। ଟ୍ରେନଟି ଅଙ୍କାବଙ୍କା ରାସ୍ତା ଦେଇ ଯେପରି ଯାଉଛି ସେହିପରି ଜୀବନଟି ଅଙ୍କାବଙ୍କା ରାସ୍ତା ଦେଇ ଚାଲେ। କିନ୍ତୁ ଗନ୍ତବ୍ୟ ସ୍ଥଳ ଓ ଲକ୍ଷ୍ୟ ସ୍ଥଳ ଏକ। ସମୁଦ୍ର ତରଙ୍ଗରେ ଖେଳାଳି ଯେପରି ନିର୍ଭୟରେ ଖେଳେ ଲକ୍ଷ୍ୟଚ୍ୟୁତ ହୁଏନାହିଁ, ସେହିପରି ଭକ୍ତି ରସରେ ଶକ୍ତିପାଇ ଏକାଗ୍ର ଚିତ୍ତରେ ଶ୍ରୀରାମଙ୍କର ଦର୍ଶନ କରିବା ଉଚିତ। ଏହି ସମୟରେ ଟ୍ରେନଟି ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ ଯାଇଥିଲା।
କମଳଲୋଚନ ଭାବୁଥିଲେ ଅଧର୍ମ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତା’ର ବିନାଶ ନିଶ୍ଚିତ। ଉର୍ବୀ ଭାବୁଥିଲେ, ଯେତେ ପ୍ରତିବନ୍ଧକର ସମ୍ମୁଖୀନ ହେଲେ ମଧ୍ୟ ଧର୍ମର ବିଜୟ ହେବ। ଅରବିନ୍ଦ ଭାବିଲା ବନ୍ଧୁତ୍ୱର ପରାକାଷ୍ଠା ରାମ ଦେଖାଇଛନ୍ତି। ନନ୍ଦିନୀ ଭାବିଲା ରାମଙ୍କ ରୂପରୁ ଆରମ୍ଭ ହୋଇଛି ପତିପତ୍ନୀଙ୍କ ଭଲ ପାଇବା ଓ ସମାଜରେ ସୁସମ୍ପର୍କ କିପରି ପ୍ରତିଷ୍ଠା ହୋଇପାରିବ।

ଅନୀତା ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସେକ୍ଟର-୧୦, ସିଡିଏ, କଟକ
ମୋ :୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

୬୫ ବର୍ଷରୁ ଅତିରିକ୍ତ ପେନସନ ଲାଗୁ ନେଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର

ଟିକିରି,୨୨।୪ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ୍‌ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସୋମବାର କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀ…

ଭୋଜି ଖାଇବାକୁ ଯାଇଥିଲେ ୨ ଭାଇ ୩ ବର୍ଷର ନାତୁଣୀଙ୍କୁ ନେଇ ଫେରିବା ବେଳେ ଦୁର୍ଘଟଣା: ବଡ଼ଭାଇ ମୃତ, ସାନ …

ଗୁଡ଼ାରି, ୨୨।୪ (ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ର ବକାଗୁଡ଼ା ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ମଙ୍ଗଳବାର ଅପରାହ୍ନରେ…

ଦିବ୍ୟାଙ୍ଗ ନାବାଳିକାଙ୍କୁ କିଏ କଲେ ଗର୍ଭବତୀ: ଅଞ୍ଚଳର ୭ ସଦସ୍ୟଙ୍କ ଗଲା ନମୁନା, ରିପୋର୍ଟରୁ ଜଣାପଡ଼ିଲା ଏହି ବ୍ୟକ୍ତି କରିଥିଲେ…

କୁଚିଣ୍ଡା,୨୨।୪(ବିରଞ୍ଚତ୍ ଦର୍କା):ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ ବଡବାପାଙ୍କୁ ପୋଲିସ ଗିରଫ କରି  ସମ୍ବଲପୁର ପୋକ୍‌ସୋ କୋର୍ଟକୁ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣା: ଇରାନ ପାଇଁ ହର୍ମୁଜରେ ଜାରି ରହିବ ଅବରୋଧ, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଓ୍ବାଶିଂଟନ୍‌, ୨୨।୪: ହର୍ମୁଜ ପ୍ରଣାଳୀ ଉପରେ ଘନିଷ୍ଠ ହେଉଥିବା ସଙ୍କଟ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଇରାନ ସହିତ ଯୁଦ୍ଧବିରତି…

ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ରଥଖଳା…

ପୁରୀ,୨୨ା୪(ଅଜିତ୍‌ କୁମାର ମହାନ୍ତି): ଅକ୍ଷାୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ସହ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶୁଭାରମ୍ଭ ପରମ୍ପରା ମତେ ସମ୍ପନ୍ନ ହୋଇଛି।…

Business Eminence Awards 2026: ଡିଜିଟାଲ ପ୍ଲାଟ୍‌ଫର୍ମ ରୋଗୀଙ୍କ ଯାତାୟାତ ସମସ୍ୟା ଦୂରକରୁଛି

ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲର ଚିଫ୍‌ ଅପରେଟିଂ ଅଫିସର ଭାବରେ ଡା. ଆଲୋକ ଶ୍ରୀବାସ୍ତବ ନେତୃତ୍ୱ ନେଉଛନ୍ତି। ଡା. ଶ୍ରୀବାସ୍ତବ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ରୁ…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri