ଏକ ସୁଖଦ ଯାତ୍ରା

ଅରବିନ୍ଦ ଓ ନନ୍ଦିନୀ ନାମକ ଦୁଇ ଭାଇଭଉଣୀ ଥିଲେ। ସେମାନେ ବାହାରକୁ ବୁଲିଯିବାକୁ ଭାରି ଭଲ ପାଉଥିଲେ। ତାଙ୍କର ପିତା କମଳ ଲୋଚନ ଓ ମାଆ ଉର୍ବୀ ଅଯୋଧ୍ୟାକୁ ଯାଇ ଶ୍ରୀରାମଙ୍କ ଦର୍ଶନ କରିବାକୁ ସ୍ଥିର କଲେ। ଅନେକ ଯାତ୍ରୀ ଟ୍ରେନରେ ଚଢ଼ୁଥିବା ଓ ଓହ୍ଲାଉଥିବା ଅରବିନ୍ଦ ଦେଖିଲା। ସେ ମାଆଙ୍କୁ ପଚାରିଲା ଏହି ଟ୍ରେନରେ ସମସ୍ତେ କ’ଣ ଅଯୋଧ୍ୟା ଯାଉ ନାହାନ୍ତି। ସେ କହିଲେ, ରାମଙ୍କଠାରୁ ଯେ ଡାକରା ପାଇଛି ସେ ହିଁ ରାମଙ୍କ ବିଗ୍ରହକୁ ଦର୍ଶନ କରିବାକୁ ଯାଉଛି। ଜଣେ ସାଧୁ ପରି ଦିଶୁଥିବା ବ୍ୟକ୍ତି ଯେ କି ଅଯୋଧ୍ୟାକୁ ଯାଉଥିଲେ ସେ କହିଲେ ରାମ ହେଉଛନ୍ତି ପରମବ୍ରହ୍ମ ଓ ସେ ହେଉଛନ୍ତି ପରମ ତପ, ବ୍ରହ୍ମତ୍ବ ଓ ବ୍ରହ୍ମତାରକ। ନନ୍ଦିନୀ ମହା ଚଗଲି। ସେ ପଚାରିଲା ଏ ଟ୍ରେନଟି ଏତେ ଅଙ୍କାବଙ୍କା ଚାଲୁଛି। ରାମ ଆମକୁ ନିମନ୍ତ୍ରଣ କରି ନାହାନ୍ତି। ତଥାପି ଆମେ ତାଙ୍କ ବିଗ୍ରହ ଦର୍ଶନ କରିବାକୁ ଯାଉଛୁ। ଅରବିନ୍ଦ ଓ ଉର୍ବୀ କହିଲେ ଆମମାନଙ୍କୁ ଟିକେ ରାମଙ୍କ ତତ୍ତ୍ୱ୍ବ ବୁଝାଇ ଦିଅନ୍ତୁ।
ସେ କହିଲେ, ଭଗବାନ ଜାଜ୍ୱଲ୍ୟମାନ ହେଉଥିବା ଦେବତାମାନଙ୍କଠାରୁ ମଧ୍ୟ ପୁରାତନ। ସେ ଜନ୍ମିତ ସତ୍ତା ଭାବେ ପୁରାତନ ଓ ପ୍ରଥମ। ଆମ ଭିତରେ ପ୍ରବାହିତ ଅମରତ୍ୱର ଶିରା ପ୍ରଶିରା ଭୌତିକ ଶରୀରରେ ବାସ କରୁଥିବା ଆଧ୍ୟାତ୍ମିକ ସତ୍ତା। ଆମର ଆତ୍ମାଠାରୁ ଅଧିକ ଶାନ୍ତିପ୍ରଦ ସ୍ଥାନ ନାହିଁ। ତେଣୁ ଆତ୍ମୋପଲବ୍ଧି ନିର୍ବାଣ ପ୍ରାପ୍ତି। ତେଣୁ ତାଙ୍କର ଅନ୍ୟ ନାମ ଆତ୍ମାରାମ। ଟ୍ରେନଟି ରହି ଯାଇଥିବା ସମୟରେ ନନ୍ଦିନୀ ଟ୍ରେନର ସଫା ଗୃହକୁ ଯାଇଥିଲା। ସେ ଫେରିବା ସମୟରେ ଦେଖିଲା ତା’ର ଖାଇବାଟିକୁ ଗୋଟିଏ ମାଙ୍କଡ଼ ଝାମ୍ପି ନେଲା ଓ ତଳେ ଫିଙ୍ଗି ଦେଲା। ପ୍ଲାଟଫର୍ମରେ ବୁଲୁଥିବା କୁକୁର ଓ ପକ୍ଷୀମାନେ ତାକୁ ଖାଇଗଲେ। ନନ୍ଦିନୀ କାନ୍ଦିବାକୁ ଉଦ୍ୟତ ହେଉଥିବାବେଳେ କମଳଲୋଚନ କହିଲେ, ମୁଁ ଆର ଷ୍ଟେସନରେ ତୋ ପାଇଁ ଖାଇବା ଆଣିଦେବି। ନନ୍ଦିନୀ କହିଲା ଆଉ ଅଯୋଧ୍ୟା ଯିବା ନାହିଁ। ରାମ କ’ଣ କରିଥିଲେ କି ସେ ମୋର ଖାଇବା ଟିକକ ମଧ୍ୟ ବଞ୍ଚାଇ ପାରିଲେ ନାହିଁ। ପାଖରେ ବସିଥିବା ସାଧୁ ଜଣକ କହିଲେ, ରାମ ପୃଥିବୀ ଆଗରେ ପ୍ରମାଣ କରିଥିଲେ ଯେଉଁମାନେ ତାଙ୍କ ସନ୍ତାନଙ୍କୁ ଭଲ ପାଆନ୍ତି, ସେ ସେମାନଙ୍କୁ ରକ୍ଷା କରନ୍ତି। ପଶୁ, ପକ୍ଷୀ, ଋଷି, ମୁନି ସରଳ ବ୍ୟକ୍ତିତ୍ୱ ସତୀ ସାଧ୍ୱୀମାନଙ୍କୁ ସେ ଭଲ ପାଇଥିଲେ ଓ ରକ୍ଷା କରିଥିଲେ। ନନ୍ଦିନୀ ବୁଝିଗଲା ତା’ର ଖାଦ୍ୟ ମାଙ୍କଡ଼ ନେଇ ବିଞ୍ଚତ୍ଦେଲା ଓ ପଶୁ ପକ୍ଷୀମାନେ ଖାଇଗଲେ, ତାହା ହିଁ ରାମଙ୍କର ଇଚ୍ଛା ଥିଲା। ସେ ସାଧୁଙ୍କୁ ପଚାରିଲା ରାମ କେଉଁଠି ରୁହନ୍ତି? ସାଧୁ କହିଲେ ତୁମେ ଏପରି ଏକ ସ୍ଥାନ କୁହ ଯେଉଁଠାରେ ରାମ ନାହାନ୍ତି। ରାମଙ୍କୁ ଥରେ ଜଣେ ଋଷି କହିଥିଲେ, ଯେଉଁଠାରେ ଲୋକମାନଙ୍କର ଆଖି ତୁମର ଦର୍ଶନ ପାଇଁ ବ୍ୟଗ୍ର, କାନ ତୁମ ଗାଥା ଶୁଣିବାକୁ ବ୍ୟାକୁଳ, ଜିଭ ତୁମ କଥା କହିବାରେ ଆନନ୍ଦ ପାଏ, ଯେଉଁମାନେ ଭୋଜନ କରିବା ପୂର୍ବରୁ ବ୍ରହ୍ମାର୍ପଣ ବୋଲି ଖାଦ୍ୟ ଗ୍ରହଣ କରନ୍ତି, ସାଧୁସନ୍ଥମାନଙ୍କୁ ସମ୍ମାନ ଦିଅନ୍ତି। ଯେଉଁ ହାତ ପୂଜା କରିବାରେ ବ୍ୟସ୍ତ, ପାଦରେ ଦିଅଁଙ୍କୁ ଦର୍ଶନ ପାଇଁ ଆଗେଇ ଥାନ୍ତି। ତୁମ ପ୍ରତି ପ୍ରେମ କାମନା କରନ୍ତି, ସାଂସାରିକ ଧନକୁ ତୁଚ୍ଛ ମଣନ୍ତି, ନାରୀମାନଙ୍କୁ ଉଚିତ ସମ୍ମାନ ଦିଅନ୍ତି। ହୃଦୟ ଭିତରୁ ମନ୍ଦ ଗୁଣ ତ୍ୟାଗ କରନ୍ତି, ସର୍ବତ୍ର ଅନ୍ୟ ଦୁଃଖରେ ସମଦୁଃଖୀ ହୁଅନ୍ତି, ଆପଣ ସେଠାରେ ରୁହନ୍ତୁ।
ଅରବିନ୍ଦ ଦେଖିଲେ, ଅଯୋଧ୍ୟାକୁ ଯାଉଥିବା ଲୋକମାନେ ଲିଖିତ ଜପ ଧରି ରାମନାମ ଲେଖୁଛନ୍ତି। ଅରବିନ୍ଦ ପଚାରିଲା ସେମାନେ ଏପରି କାହିଁକି କରୁଛନ୍ତି? ପାଖରେ ବସିଥିତ୍ବା ସାଧୁ ଜଣକ କହିଲେ, ରାମ ନାମ ଜଗତର ଶ୍ରେଷ୍ଠ ନାମ। ମହାତ୍ମାଗାନ୍ଧୀ ମୃତ୍ୟୁ ସମୟରେ ଶ୍ରୀରାମଙ୍କ ନାମ ଧରି ଦେହତ୍ୟାଗ କରିଥିଲେ। ତୁଳସୀ ଦାସ ରାମ ନାମ ତୁଣ୍ଡରେ ଧରିଥିବାରୁ ସେ ମହାନ୍‌। ହନୁମାନର ପ୍ରତ୍ୟେକ ଲୋମ ରାମ ନାମ ଉଚ୍ଚାରଣ କରୁଥିବାରୁ ସେ ଆଜି ସର୍ବତ୍ର ପୂଜିତ। ରାମନାମ ଲେଖୁଥିବା ସମୟରେ ଭକ୍ତ ଓ ଭଗବାନ ସେହି ସମୟରେ ଏକାକାର ହୋଇଥାନ୍ତି। ଶ୍ରୀରାମ ନାମ ଗୁଞ୍ଜରିତ ହେଉଥିବା କାନ ତାଙ୍କ ନିକଟକୁ ଯିବା ପାଇଁ ଏକ ନିମନ୍ତ୍ରଣ ପତ୍ର ସଦୃଶ। ସୁନ୍ଦର ପ୍ରକୃତିକୁ ଅନୁସରଣ କରିବା ପାଇଁ ରାମନାମ ମାଧ୍ୟମରେ ସେ ପ୍ରୋତ୍ସାହିତ କରନ୍ତି। ମନକୁ ବିଶ୍ଲେଷଣ କରିବାକୁ ସେ ବାର୍ତ୍ତା ଦିଅନ୍ତି। ମନରେ ଏକ ମାନଚିତ୍ର ଆଙ୍କନ୍ତି ଯେ ଅନ୍ତରରେ ତୁମେ ପରିକଳ୍ପନା କରିଥିବା ମୁକ୍ତି ଆଡ଼କୁ ତୁମେ ପ୍ରବାହିତା ରାମ ନାମ ଲେଖୁଥିବା ସମୟରେ ସମୟ କୁହେ ତୁମର ଆଉ କିଛି ପ୍ରାପ୍ତି କରିବାର ଅଛି ତାହା ହେଉଛି ମୋକ୍ଷ।
ନନ୍ଦିନୀ କହିଲା ବାପା କହୁଥିଲେ, ଭଗବାନ ନିରାକାର। ଆମକୁ ଅଯୋଧ୍ୟାକୁ ଆଣି ରାମଙ୍କ ବିଗ୍ରହ ବା ଆକାର ଦେଖାଇବାକୁ ଚାହୁଁଛନ୍ତି। ସାଧୁ ଜଣକ କହିଲେ ଭଗବାନ ନିରାକାର ଓ ସାକାର ମଧ୍ୟ। ତୁମେ ଯେଉଁଟିକୁ ଭଲ ପାଉଛ ତାହା ହିଁ ଠିକ। ସମୁଦ୍ରର ହିମ ପ୍ରବାହରେ ବରଫଖଣ୍ଡ ତିଆରି ହୁଏ ଓ ଗ୍ରୀଷ୍ମ ପ୍ରବାହରେ ମିଳାଇ ଯାଏ ସେହିପରି ଭକ୍ତର ଭକ୍ତିରେ ସେ ରୂପ ନିଅନ୍ତି ଓ ସେ ରୂପକୁ ତ୍ୟାଗ କରିଥାନ୍ତି। ଏହି ଜୀବନଟି ଗୋଟିଏ ପାନ୍ଥଶାଳା। ଟ୍ରେନଟି ଅଙ୍କାବଙ୍କା ରାସ୍ତା ଦେଇ ଯେପରି ଯାଉଛି ସେହିପରି ଜୀବନଟି ଅଙ୍କାବଙ୍କା ରାସ୍ତା ଦେଇ ଚାଲେ। କିନ୍ତୁ ଗନ୍ତବ୍ୟ ସ୍ଥଳ ଓ ଲକ୍ଷ୍ୟ ସ୍ଥଳ ଏକ। ସମୁଦ୍ର ତରଙ୍ଗରେ ଖେଳାଳି ଯେପରି ନିର୍ଭୟରେ ଖେଳେ ଲକ୍ଷ୍ୟଚ୍ୟୁତ ହୁଏନାହିଁ, ସେହିପରି ଭକ୍ତି ରସରେ ଶକ୍ତିପାଇ ଏକାଗ୍ର ଚିତ୍ତରେ ଶ୍ରୀରାମଙ୍କର ଦର୍ଶନ କରିବା ଉଚିତ। ଏହି ସମୟରେ ଟ୍ରେନଟି ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ ଯାଇଥିଲା।
କମଳଲୋଚନ ଭାବୁଥିଲେ ଅଧର୍ମ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତା’ର ବିନାଶ ନିଶ୍ଚିତ। ଉର୍ବୀ ଭାବୁଥିଲେ, ଯେତେ ପ୍ରତିବନ୍ଧକର ସମ୍ମୁଖୀନ ହେଲେ ମଧ୍ୟ ଧର୍ମର ବିଜୟ ହେବ। ଅରବିନ୍ଦ ଭାବିଲା ବନ୍ଧୁତ୍ୱର ପରାକାଷ୍ଠା ରାମ ଦେଖାଇଛନ୍ତି। ନନ୍ଦିନୀ ଭାବିଲା ରାମଙ୍କ ରୂପରୁ ଆରମ୍ଭ ହୋଇଛି ପତିପତ୍ନୀଙ୍କ ଭଲ ପାଇବା ଓ ସମାଜରେ ସୁସମ୍ପର୍କ କିପରି ପ୍ରତିଷ୍ଠା ହୋଇପାରିବ।

ଅନୀତା ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସେକ୍ଟର-୧୦, ସିଡିଏ, କଟକ
ମୋ :୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri