Posted inଜାତୀୟ

କୋଟିପତି ବାବା: ୧୦୦ କୋଟିର ସମ୍ପତ୍ତି, ୨୫ ଖଣ୍ଡ ଗାଡ଼ି

ନୂଆଦିଲ୍ଲୀ, ୭।୭: ହାଥରସ୍‌ରେ ହୋଇଥିବା ଦଳା ଚକଟାରେ ୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭୋଲେ ବାବା ଅର୍ଥାତ ନାରାୟଣ ସାକାର ବିଶ଼୍ବ ହରି ନାମରେ ସ଼୍ବଘୋଷିତ ବାବା ସୁରଜ ପାଲଙ୍କ ସତ୍‌ସଙ୍ଗ ବେଳେ ଦଳା ଚକାଟାକୁ ନେଇ ଏବେବି ଚର୍ଚ୍ଚା ଜାରି ରହିଛି । ଏହି ଘଟଣା ପରେ ବାବାଙ୍କ କେଉଁ ଆଡ଼େ ଫେରାର ହୋଇଯାଇଛନ୍ତି । ବାବାଙ୍କର ୨୪ଟି ଆଶ୍ରମ ରହିଛି । ସେ କେଉଁ ଆଶ୍ରମରେ ଲୁଚିଛନ୍ତି ତାହା ଜଣାପଡ଼ିନାହିଁ । ବାବାଙ୍କର ୧୦୦ କୋଟିର ସମ୍ପତ୍ତି ସହ ବିଶାଳ ସାମ୍ରାଜ୍ୟ ରହିଥିବା ଜଣାପଡ଼ିଛି।

ଉତ୍ତର ପ୍ରଦେଶ ସହିତ ସାରା ଦେଶରେ ଏହି ଆତ୍ମଘୋଷିତ ବାବାଙ୍କର ସାମ୍ରାଜ୍ୟର ଚେର ଲମ଼୍ବିଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସାହାରାରେ ବାବା ସୁରଜ ପାଲ୍‌ ଏହି କୋଟି କୋଟି ଟଙ୍କାର ସାମ୍ରାଜ୍ୟ ଠିଆ କରିଛନ୍ତି । ହେଲେ ବାବା ଗୋଟିଏ ଟଙ୍କା ନିଅନ୍ତି ନାହିଁ ବୋଲି ଭକ୍ତ ବିଶ଼୍ବାସ କରନ୍ତି । କିନ୍ତୁ ଏହି ବାବା ଟ୍ରଷ୍ଟ କରି ଏହାର ନାମରେ ଜାଗା କିଣିବା ସହିତ ବିଭିନ୍ନ ରାଜ୍ୟରେ ଆଶ୍ରମ ଖୋଲି ଭକ୍ତଙ୍କୁ ଏକଜୁଟ୍‌ କରୁଥିଲେ ।

ବାବାଙ୍କର ୧୦୦ କୋଟିର ଅଚଳାଚଳ ସମ୍ପତ୍ତି ରହିଥିବା ବେଳେ ବାବାଙ୍କ ଟ୍ରଷ୍ଟ ନାମରେ କୋଟି କୋଟି ଟଙ୍କାର ଜମି ରହିଛି । ଏହାଛଡ଼ା ବାବାଙ୍କର ୨୫ଟି ଗାଡ଼ି ମଧ୍ୟ ରହିଛି । ୨୪ ମେ ୨୦୨୩ ରେ ବାବା ସୁରଜ ପାଲ୍‌ ତାଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତି ନାରାୟଣ ବିଶ଼୍ବ ହରି ଟ୍ରଷ୍ଟ ନାମରେ କରିଦେଇଥିଲେ । ବାବାଙ୍କ ଭକ୍ତଙ୍କ ମଧ୍ୟରେ ୧୦ ହଜାର ଟଙ୍କାରୁ ଆରମ୍ଭ କରି ୨.୫ ଲକ୍ଷ ଟଙ୍କା ଦାନ ଦେବା ଭଳି ଭକ୍ତ ସାମିଲ୍‌ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri