Advertisement
Posted inଜାତୀୟ

ହାଥରସ୍‌ ଘଟଣା: ସାମ୍ପ୍ରଦାୟିକ ଦଙ୍ଗା ପାଇଁ ରାତା ରାତି ତିଆରି କରାଯାଇଥିଲା ଓ୍ବେବସାଇଟ୍‌

ନୂଆଦିଲ୍ଲୀ, ୫।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ଗୋଇନ୍ଦା ବିଭାଗ ବଡ଼ ଷଡ଼ଯନ୍ତ୍ର ସମ୍ପର୍କରେ ଗୁପ୍ତ ତଥ୍ୟ ହାସଲ କରିଛି। ଉତ୍ତରପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଲାଗି ରାତା ରାତି ଓ୍ବେବସାଇଟ୍‌ ତିଆରି କରାଯାଇଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ହାଥରସ୍‌ ଘଟଣାକୁ ନେଇ ଏଭଳି ଷଡ଼ଯନ୍ତ୍ର କରାଯାଇଥିବା କୁହାଯାଉଛି। ଏମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ୍‌ ନାମକ ଏକ ସଂଗଠନ ପକ୍ଷରୁ ଏହି ଓ୍ବେବସାଇଟ୍‌ ବିକଶିତ କରାଯାଇଛି। ଏହା ମାଧ୍ୟମରେ ଇସଲାମିକ୍‌ ଦେଶଗୁଡ଼ିକରୁ ପାଣ୍ଠି ମଧ୍ୟ ସଂଗ୍ରହ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସରକାରକୁ ବଦନାମ କରାଇବା ଲାଗି ଜଷ୍ଟିସ୍‌ ଫର୍‌ ହାଥରସ୍‌ ନାମକ ଓ୍ବେବସାଇଟ୍‌ ତିଆରି କରାଯାଇଥିବା ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି। ନକଲି ଆଇଡିରେ ଲୋକଙ୍କୁ ଏହି ଓ୍ବେବସାଇଟ୍‌ରେ ଯୋଡ଼ା ଯାଇଥିଲା। ଦଙ୍ଗା ପରେ କିଭଳି ଖସି ହେବ ସେ ନେଇ ମଧ୍ୟ ଆବଶ୍ୟକ ସୂଚନା ଏହି ଓ୍ବେବସାଇଟ୍‌ରେ ଥିବା ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି। ଆମେରିକା ହୋଇଥିବା ଦଙ୍ଗା ଭଳି ଉତ୍ତରପ୍ରଦେଶରେ ମଧ୍ୟ ଦଙ୍ଗା କରାଯିବାର ଷଡ଼ଯନ୍ତ୍ର କରାଯାଇଥିବା ଗୋଇନ୍ଦା ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟେଦୁରପ୍ପାଙ୍କ ପ୍ରସଙ୍ଗରେ ଚୌକିଦାର ଚୁପ୍‌ କାହିଁକି: କଂଗ୍ରେସ

ବେଙ୍ଗାଲୁରୁ,୧୧।୧୦: କର୍ନାଟକର ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦୁରପ୍ପାଙ୍କ ପରିବାର ନାଁରେ ପରିବାର ନାଁରେ ଦୁର୍ନୀତି ଅଭିଯୋଗ ହୋଇଛି। ଏନେଇ ରବିବାର କଂଗ୍ରେସ...

ଦେଶରେ ବାର୍ଡ ଫ୍ଲୁ ଆତଙ୍କ: କେରଳରେ ୪୦ ହଜାର କୁକୁଡାଙ୍କୁ କରାଯିବ ହତ୍ୟା

ନୂଆଦିଲ୍ଲୀ,୫।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମି ନ ଥିବା ବେଳେ ଏବେ ପୁଣି ନୂଆ ସଙ୍କଟ ଦେଖାଦେଇଛି। କେତେକ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ...

କରୋନା ଭାଇରସ: ଚିକିତ୍ସା କରୁଥିବା ଡାକ୍ତରଙ୍କ ପରିବାର ହେଲେ ସଂକ୍ରମିତ

ନୂଆଦିଲ୍ଲୀ,୨୬।୩: କରୋନା, କ୍ୱାରାଣ୍ଟାଇନ୍‌, ଆଇସୋଲେଶନ। ଏବେ ଏହି ଶବ୍ଦର ବହୁଳ ବ୍ୟବହାର କରାଯାଉଛି। ଆଉ ଏହି ଶବ୍ଦ ଗୁଡିକ ସାଧାରଣ ଜନତା ପାଇଁ ସୃଷ୍ଟି କରିଛି...

ପିଓକେବାସୀଙ୍କୁ ପାକିସ୍ତାନର ପ୍ରତାରଣା

ନୂଆଦିଲ୍ଲୀ,୨୧ା୮(ଆଇଏଏନ୍‌ଏସ୍‌): ପାକ୍‌-ଅଧିକୃତ କଶ୍ମୀର (ପିଓକେ) ଓ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ (ଜିବି)ର ଅଧିବାସୀଙ୍କୁ ପାକିସ୍ତାନ। ପ୍ରାୟ ୬ ଦଶନ୍ଧି ଧରି ପ୍ରତାରଣା କରିଆସିଛି। ୫୯ ବର୍ଷରୁ ଊର୍ଦ୍ଧ୍ୱ...

ଭାରତୀୟଙ୍କ ହାତରେ ବିଶ୍ୱ ଡିଜିଟାଲ ଜଗତର ଦାୟିତ୍ୱ

ନୂଆଦିଲ୍ଲୀ,୩୦।୧୧: ଟୁଇଟ୍‌ର ସିଇଓ ପଦରୁ ଜ୍ୟାକ୍‌ ଡୋର୍‌ସି ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ଫଳରେ ଏହି...

ପହାଡଗଞ୍ଜ ହୋଟେଲରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୧୪ ।୭: ରାଜଧାନୀ ଦିଲ୍ଲୀର ପହାଡଗଞ୍ଜରେ ଥିବା ରୋମା ଡିଲକ୍ସ ହୋଟେଲରେ ଗୁରୁବାର ସକାଳ ପ୍ରାୟ ୪ଟା ସମୟରେ ନିଆଁ ଲାଗିଯାଇଛି । ଏହାର ଦ୍ୱିତୀୟ...

କଶ୍ମୀରକୁ ଫେରିବ କି ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ/ଶ୍ରୀନଗର,୨୧ା୬: ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ। ଉପଯୁକ୍ତ...

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଦଳ ଉପରେ ଗ୍ରେନେଡ୍‌ ମାଡ଼ କଲେ ଆତଙ୍କବାଦୀ

ଶ୍ରୀନଗର, ୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ ଜାରି ରହିଛି। ଏଥିରେ ଭୟଭୀତ ହୋଇ ଆତଙ୍କବାଦୀମାନେ ବିଭିନ୍ନ ରଣନୀତି ଆପଣାଉଛନ୍ତି। ଅପରେଶନ୍‌ରେ ବାଧା ସୃଷ୍ଟି କରାଇବା...

Advertisement
Archives

Model This Week