Posted inଜାତୀୟ

ମମତାଙ୍କ ଆହ୍ୱାନ କ୍ରମେ ହାଥରସ ଯିବାକୁ ଉଦ୍ୟତ ହେଲେ ଟିଏମ୍‌ସିର ୪ ଏମ୍‌ପି

ହାଥରସ,୨ ।୧୦: ଉତ୍ତର ପ୍ରଦେଶ ହାଥରସ ବଳାତ୍କାର ମାମଲା ଏବେ ରାଜନୈତିକ ରୂପ ନେବାରେ ଲାଗିଛି । ଗୁରୁବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାଥରସ ଗସ୍ତ କରିଥିବା ସମୟରେ ତାଙ୍କୁ ପ୍ରଶାସନ ପକ୍ଷରୁ ଅଧାବାଟରେ ଅଟକାଇ ଦିଆଯାଇଥିଲା । ଏହାପରେ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ୱାନ କ୍ରମେ ତ୍ରୁଣମୂଳ କଂଗ୍ରେସର ୪ ଏମ୍‌ପି ହାଥରସ ଗସ୍ତ କରିଥିଲେ । ଏହି ସମୟରେ ପୋଲିସ ତାଙ୍କୁ ଚାରିପଟୁ ବାରିକେଡ ଦେଇ ଅଟକାଇବା ଫଳରେ ଉଭୟଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ଏହାପରେ ଟିଏମ୍‌ସି ଏମ୍‌ପି ଡେରେକ ଓ ବ୍ରାୟନ କହିଥିଲେ ଉତ୍ତର ପ୍ରଦେଶର ହାଥରସରେ ପୋଲିସ ଓ ପ୍ରଶାସନର ଯେଉଁ ମନମୁଖି ଶାସନ ଚାଲିଛି ତାହା ହାଥରସରେ ଥମିବାର ନାଁ ନେଉନି । ସେ ଅଭିଯୋଗ କରିଛନ୍ତି କାର୍ହିକି ବିପକ୍ଷ ଦଳ ଓ ଗଣମାଧ୍ୟମକୁ ହାଥରସ ଯିବାକୁ ଓ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ବାରଣ କରୁଛି ପ୍ରଶାସନ । ଅନ୍ୟପଟେ ହିନ୍ଦୁ ମହାସଭା ପକ୍ଷରୁ ହାଥରସ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଫତାବଙ୍କୁ ଫାଶୀ ମିଳୁ: ଶ୍ରଦ୍ଧାଙ୍କ ବାପା

ମୁମ୍ବାଇ,୧୦ା୧୨: ଦିଲ୍ଲୀରେ ଲିଭ୍‌-ଇନ୍‌-ପାର୍ଟନର ଶ୍ରଦ୍ଧା ଓ୍ବାଲ୍‌କରଙ୍କୁ ହତ୍ୟାକରି ୩୫ ଖଣ୍ଡ କରିଥିବା ଆଫତାବ ପୁନାଓ୍ବାଲାଙ୍କୁ ଫାଶୀ ଦିଆଯାଉ ବୋଲି ଶ୍ରଦ୍ଧାଙ୍କ ବାପା ବିକାଶ ଓ୍ବାଲ୍‌କର ଶୁକ୍ରବାର...

୨୦୨୪ରେ କେନ୍ଦ୍ରରେ କ୍ଷମତାକୁ ଆସିବେ ଅଣ-ଭାଜପା ସରକାର: ବିଏସପି ଏମ୍‌ପି…

ନୂଆଦିଲ୍ଲୀ,୧୪।୧୧ : ଆମରୋହାର ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଏମ୍‌ପି ଦାନିଶ ଅଲି ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନରେ...

୧୮ ଦିନରେ ୧.୭୬ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ,୧୯ା୬:ମହାମାରୀ କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ଗତ ଜୁନ୍‌ ୧ରୁ ଅଦ୍ୟାବଧି ୧.୭୬ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର, ତାମିଲନାଡ଼ୁ,...

ଓଲଟିଲା ମାଛ ଟ୍ରକ୍‌: ଲୋକେ ନେଲେ ବୋହି

ନୂଆଦିଲ୍ଲୀ,୨୨।୧: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ବୁଧବାର ଏକ୍‌ ମାଛ ଟ୍ରକ୍‌ ଏବଂ ଟ୍ରଲର ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ମାଛ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ...

ଭାରତ ସରକାରଙ୍କୁ ପ୍ରଶଂସା କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୧୦: ବିଶ୍ୱବ୍ୟାଙ୍କର ସଭାପତି ଡେଭିଡ ମାଲପାସ କହିଛନ୍ତି, ବିଶ୍ୱରେ ମହାମାରୀ କରୋନା ସଙ୍କଟରେ ଗରିବ ଏବଂ ଅସହାୟ ଲୋକଙ୍କୁ ଭାରତର ସହାୟତା ଅତୁଳନୀୟ। ଭାରତ ପରି...

ଧରା ପଡ଼ିଲା ଟ୍ରମ୍ପ୍‌ଙ୍କ ମିଛ

ନୂଆଦିଲ୍ଲୀ, ୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଟ୍ରମ୍ପ୍‌ ୨ ଦିନରେ କହିଥିବା ୨ଟି...

ସୁପ୍ରିମକୋର୍ଟ ଗଲେ ପ୍ରଶାନ୍ତ

ନୂଆଦିଲ୍ଲୀ,୨୦ା୮ : ଅଦାଲତ ଅବମାନନା ମାମଲାରେ ଦଣ୍ଡବିଧାନର ଦିନକ ପୂର୍ବରୁ ବରିଷ୍ଠ ଆଇନୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରିଭ୍ୟୁ ପିଟିଶନ୍‌ର ଶୁଣାଣି ନ...

ପୋଲିସ ଟିମ୍‌କୁୁ ନିସ୍ତୁକ ପିଟିଲେ ଲୋକେ: ୨ ଗୁରୁତର ଆହତ

ଲକ୍ଷ୍ନୌ, ୨୩।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଛି। ସ୍ଥାନୀୟ ସୀତାପୁର ଅଞ୍ଚଳର ମାନପୁର ଥାନା ଅନ୍ତର୍ଗତ ଫୁଲପୁର ଗାଁରେ ଜମିଜମା...

Advertisement
Archives

Model This Week