Posted inଖେଳ

ହାରିସ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ୍‌

ଦୁବାଇ, ୨୬।୮(ପି.ଟି.)- ପୂର୍ବତନ ଅଷ୍ଟ୍ରେଲିଆ ପେସ୍‌ ବୋଲର ର଼୍ୟାନ ହାରିସ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଦିଲ୍ଲୀ କ୍ୟାପିଟାଲ ଦଳର ବୋଲିଂ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଗତ ୨ ବର୍ଷ ଧରି ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ଜେମ୍ସ ହୋପ୍ସ କ୍ୟାପିଟାଲ୍ସ ଦଳର ବୋଲିଂ କୋଚ୍‌ ଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏଥର ଦଳସହ ରହି ପାରିବେ ନାହିଁ ବୋଲି ଜଣାଇବାପରେ ତାଙ୍କ ସ୍ଥାନରେ ୪୦ ବର୍ଷୀୟ ହାରିସଙ୍କୁ ନିଆଯାଇଛି। ଆଇପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ମୁଁ ବହୁତ ଖୁସି। ଟ୍ରଫି ଜିତିବା ପାଇଁ ଫ୍ରାଞ୍ଚାଇଜ୍‌ର ଅଭିଳାଷକୁ ପୂରଣ କରିବା ଲାଗି ମୋତେ ସୁଯୋଗ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସ ଦଳର ବୋଲିଂ ଲାଇନ୍‌ଅପ୍‌ ଭଲ। ଏହା ସହ କାର୍ଯ୍ୟ କରିବାକୁ ମୁଁ ବ୍ୟଗ୍ର ବୋଲି ହାରିସ କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟକୁ ବିଳମ୍ବରେ ପ୍ରବେଶ କରିଥିବା ହାରିସ କ୍ୟାରିୟରରେ ୧୧୩ ଟେଷ୍ଟ, ୪୪ ଦିନିକିଆ ଓ ୪ଟି ଦିନିକିଆ ଉଇକେଟ ନେଇଛନ୍ତି। ୨୦୦୯ରେ ସେ ଡେକାନ ଚାର୍ଜର୍ସ ଦଳର ସଦସ୍ୟଭାବେ ଆଇପିଏଲ ଟ୍ରଫି ଜିତିଥିଲେ। ଆହତ ସମସ୍ୟା ଯୋଗୁ ସେ ୨୦୧୫ରେ ଅବସର ନେଇ ଯାଇଥିଲେ। ଏହାପରେ କୋଚିଂକୁ ଆପଣେଇ ଅଷ୍ଟ୍ରେଲିଆନ ଟିମ୍‌ ଏବଂ ବିଗ୍‌ବାଶ୍‌ ଲିଗ୍‌ରେ ବ୍ରିସବେନ୍‌ ହିଟ୍‌ ସହ କୋଚିଂ ଦାୟିତ୍ୱ ତୁଲାଇ ଆସୁଛନ୍ତି। ପୂର୍ବରୁ ସେ ଆଇପିଏଲ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ବୋଲିଂ କୋଚ୍‌ ମଧ୍ୟ ଥିଲେ। ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଗ୍ରୁପରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ, ମହମ୍ମଦ କୈଫ, ସାମୁଏଲ ବଦ୍ରି ଓ ବିଜୟ ଦହିୟା ରହିଛନ୍ତି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇପିଏଲର ୧୩ତମ ସଂସ୍କରଣକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର, ଗମ୍ଭୀରଙ୍କୁ କଲେ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୯।୬: ଭାରତୀୟ କ୍ରିକେଟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଛି। ଏହା ପ୍ରଥମ ଥର ପାଇଁ…

ସିରିଜ୍ ହାରିବା ପରେ ଗୌତମ ଗମ୍ଭୀରଙ୍କୁ ଟ୍ରୋଲ୍ କଲା ଆଇସଲାଣ୍ଡ କ୍ରିକେଟ୍,ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଆୟର୍ଲାଣ୍ଡ କ୍ଲିନ ସୁଇପ କରିଛି । ଅନ୍ତିମ ଅନ୍ତର୍ଜାତୀୟ ଟି ୨୦ କ୍ରିକେଟ ମ୍ୟାଚରେ ଆୟର୍ଲାଣ୍ଡ ଏକ ରନରେ ଭାରତକୁ ପରାଜୟ କରିଛି…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

ଅଚାନକ ଅବସର ନେଲେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ

ୱେଲିଂଟନ,୨୮।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ରିକେଟକୁ ବିଦାୟ ଦେଇ ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆଶ୍ଚର୍ଯ୍ୟଜନକ ଭାବେ ଅବସର ନେଇଛନ୍ତି।…

ଭଲିରେ ଭାରତକୁ ମିଳିଲା ବ୍ରୋଞ୍ଜ ପଦକ

ଅହମ୍ମଦାବାଦରେ,୨୮।୬: AVC କପ୍‌ ପୁରୁଷ ଭଲିବଲରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ବାହାରିନକୁ ୪ ସେଟ୍‌ ମୁକାବିଲାରେ ଭାରତ ହରାଇ ଏହି ପଦକ ହସଲ…

IND vs IRE: ପୁଣି ନିରାଶ ହେଲେ ବୈଭବ; କିଏ ସେହି ସୂର୍ଯ୍ୟାଂଶ-ପ୍ରିନ୍ସ, ଯାହାଙ୍କୁ ମିଳିଲା ସୁଯୋଗ?

ବେଲଫାଷ୍ଟ,୨୮।୬: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ଆରମ୍ଭ ବେଶ୍ ରୋମାଞ୍ଚକର ରହିଛି, ଯେଉଁଠାରେ ଘରୋଇ ଦଳ ପ୍ରଥମ ମ୍ୟାଚ୍‌ରେ ଭାରତକୁ ହରାଇ ଇତିହାସ…

ଏକାସଙ୍ଗେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ୩ କ୍ରିକେଟର, ଲୁହରେ ଭିଜିଲା…

ନୂଆଦିଲ୍ଲୀ,୨୮।୬: ICC ମହିଳା T20 ବିଶ୍ୱକପ 2026 ର ଗ୍ରୁପ B ର ଦୁଇ ସେମିଫାଇନାଲିଷ୍ଟ ନିର୍ଣ୍ଣୟ କରାଯାଇଛି। ଶନିବାର ଇଂଲଣ୍ଡ ବିପକ୍ଷରେ ଏକ ଦମଦାର ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri