କ୍ଷତିକାରକ ପାଠ୍ୟପୁସ୍ତକ

ଓଡ଼ିଶାରେ ସବୁ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନୁଷ୍ଠାନର ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବା ସହ କାଗଜପତ୍ର କାମ ଏହି ଭାଷାରେ କରାଯିବା ନେଇ ସରକାରୀ ଭାବେ ଏକାଧିକ ନିର୍ଦ୍ଦେଶ ଦିଆଯାଉଛି। ଓଡ଼ିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ ଆମେ ସମସ୍ତେ ଓଡ଼ିଆ ଭାବେ ଗର୍ବ କରୁଛେ। କିନ୍ତୁ ସରକାରଙ୍କ ଅନ୍ତରରୁ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବାର କୌଣସି ଇଚ୍ଛା ନାହିଁ ବୋଲି ସ୍ପଷ୍ଟ ବୁଝାପଡ଼େ। ନଚେତ୍‌ ସବୁ ଥାନା ଅଧିକାରୀଙ୍କ ସମେତ ବିକ୍ରିକର (ଜିଏସ୍‌ଟି) ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇପାରନ୍ତେ ଯେ, ଯେଉଁ ବ୍ୟବସାୟିକ ସଂସ୍ଥା ନାମଫଳକରେ ଓଡ଼ିଆ ବ୍ୟବହାର କରିନାହିଁ, ତାହାକୁ ତତ୍‌କ୍ଷଣାତ୍‌ କଠୋର ଜରିମାନା ସହିତ ସଂସ୍ଥାର ନାମ ପଞ୍ଜୀକରଣକୁ ବାତିଲ ଲାଗି ନୋଟିସ୍‌ ଦିଆଯାଉ। ସରକାରୀ କଳର ବ୍ୟବସ୍ଥା ଥିବା ସତ୍ତ୍ୱେ ତାହାର ବ୍ୟବହାର କରାଯାଇ ନ ଥିବା ହେତୁ ବୁଝାପଡ଼େ ଯେ ଏହା ଏକ ଚାଲ୍‌ବାଜି।
ପିଲାଙ୍କ ପାଠ୍ୟପୁସ୍ତକରେ ମଧ୍ୟ ବାରମ୍ବାର ଓଡ଼ିଆ ଭାଷାକୁ ନେଇ ତ୍ରୁଟି ଦେଖାଦେଉଛି। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଭୁବନେଶ୍ୱର ଦ୍ୱାରା ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଭାଷା ଶିକ୍ଷା ପୁସ୍ତକରେ ସ୍ଥାନ ପାଇଥିବା କିଛି ଶବ୍ଦ ଓ ଛବିକୁ ନେଇ ଅଶ୍ଚର୍ଯ୍ୟ ହେବାକୁ ପଡ଼ିଛି। ଚକୋଲେଟ, ହର୍ଲିକ୍ସ, ଟାଟା ସଲ୍ଟ, ଫ୍ରୁଟି, କୁର୍‌କୁରେ ଭଳି ଇଂଲିଶ ଶବ୍ଦ ଓ କମ୍ପାନୀର ନାମ ଥିବା ଛବି ଦେଖିଲେ ମନେହେଉଛି ଘରୋଇ ସଂସ୍ଥାର ବିଜ୍ଞାପନ ସରକାରୀ ପୁସ୍ତକ ମାଧ୍ୟମରେ କରାଯାଉଛି। କାହା ଇଙ୍ଗିତରେ ଓ କେଉଁ ପରିପ୍ରେକ୍ଷୀରେ ପାଠ୍ୟପୁସ୍ତକରେ ଏଭଳି ଅସଙ୍ଗତି ଦେଖାଦେଉଛି ତାହାକୁ ଖୋଳତାଡ଼ କରାଯିବାର ଆବଶ୍ୟକତା ରହିଛି।
କୋମଳମତି ପିଲାଙ୍କୁ ମୂଳରୁ ଯେଉଁ ବିଷୟରେ ପଢ଼ା ଯାଇଥାଏ ବା ସେମାନଙ୍କଠାରେ ଧାରଣା ସୃଷ୍ଟିକରି ଦିଆଯାଇଥାଏ, ତାହା ବଡ଼ ହେବା ପର୍ଯ୍ୟନ୍ତ ସେମାନଙ୍କ ମନରେ ବସା ବାନ୍ଧି ରହିଯାଏ। ସେଥିପାଇଁ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଲେଖାକୁ ବାରମ୍ବାର ତର୍ଜମା କରାଯିବା ଦରକାର। ହେଲେ କିଛି ବର୍ଷ ହେବ ଦେଖାଯାଉଛି ସାମାଜିକ ଓ ନୈତିକ ମୂଲ୍ୟବୋଧ ଆଧାରରେ ରଚିତ ଓଡ଼ିଶାର ବିଶିଷ୍ଟ କବି, ଲେଖକ ଓ ପ୍ରାବନ୍ଧିକଙ୍କ ଲେଖା ପାଠ୍ୟକ୍ରମରୁ ଧୀରେ ଧୀରେ ଉଭାନ ହୋଇଯାଉଛି। ଅମଲାତାନ୍ତ୍ରିକ ଚାପ ଯୋଗୁ ଅନାମଧ୍ୟେୟ ଲେଖକ ପିଲାଙ୍କ ପାଠ୍ୟପୁସ୍ତକକୁ ମାଡ଼ି ବସିଲେଣି। ଏମାନେ ସରକାରୀ ସ୍ତରରେ ଅର୍ଥ ଦେଇ ନିଜର ଲେଖା ଓ କବିତାକୁ ପାଠ୍ୟପୁସ୍ତକରେ ସନ୍ନିବେଶିତ କରିଦେଉଛନ୍ତି। ଉପରଲିଖିତ ତୃତୀୟ ଶ୍ରେଣୀର ଭାଷା ଶିକ୍ଷା ବହିରେ ଯେଉଁ ଟାଟା ସଲ୍ଟର ପ୍ୟାକେଟଟି ଦିଆଯାଇଛି ସେଥିରୁ ପିଲାଏ କ’ଣ ବୁଝିବେ ବୋଲି ପ୍ରଶ୍ନ ହେବା ଦରକାର। ସଲ୍ଟର ଓଡ଼ିଆ ଲୁଣ। ଲୁଣକୁ ଚିହ୍ନିବା ଲାଗି ଏକ ସ୍ଥାନରେ କାଣ୍ଡିଏ ଲୁଣ ବା ଏକ ପାତ୍ରରେ ଲୁଣ ରଖାଯାଇ ତାହାର ଛବି ପୁସ୍ତକରେ ସ୍ଥାନିତ କରାଯାଇପାରିଥାଆନ୍ତା। ହେଲେ ପ୍ୟାକେଟରେ ଟାଟା ବ୍ରାଣ୍ଡ୍‌ ଲେଖାଥିବା ଜିନିଷଟି ଯାହା ଦେଖାଯାଇଛି ତାହାର ମୂଳ ଉପାଦାନ ଲୁଣ ଦୃଷ୍ଟିଗୋଚର ହେଉନାହିଁ। ଏଥିରୁ ବୁଝାପଡ଼ୁଛି ଯେ, ଯେଉଁ ସ୍ତରରେ ଏହି ନିଷ୍ପତ୍ତି ନିଆଯାଉଛି ସେଠାରେ ଥିବା ସରକାରୀ କର୍ମଚାରୀଙ୍କର ଟାଟା କମ୍ପାନୀ ପ୍ରତି ବ୍ୟକ୍ତିଗତ ରୁଚି ରହିଛି। ଏଠାରେ ପାଠ୍ୟପୁସ୍ତକ ପ୍ରଣୟନକର୍ତ୍ତାମାନେ ଦୁଇଟି ଭୁଲ କରିଛନ୍ତି। ପ୍ରଥମରେ ଲୁଣ ଭଳି ସାମଗ୍ରୀ ଦୃଶ୍ୟମାନ ହେଉ ନ ଥିବା ବେଳେ କମ୍ପାନୀର ବ୍ରାଣ୍ଡ୍‌ ପ୍ରଚାର କରିବା ଲାଗି ଏଭଳି ପ୍ରୟାସ ହୋଇଛି। ଏ ଦେଶରେ ଲୋକଙ୍କୁ ଭଣ୍ଡେଇବା ଲାଗି ଗୋଟିଏ ସାମଗ୍ରୀ ସହ ବ୍ରାଣ୍ଡ୍‌କୁ ଏଭଳି ଯୋଡ଼ି ପ୍ରଚାର କରାଯାଇଥାଏ ଯେ ଜନସାଧାରଣ ଦୋକାନକୁ ଯାଇ ସାମଗ୍ରୀର ମୂଳ ଉପାଦାନ ଅପେକ୍ଷା କମ୍ପାନୀ ନାମକୁ ଧରି ଦ୍ରବ୍ୟ କ୍ରୟ କରିଥାଆନ୍ତି। ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ମାର୍କେଟ ଲିଡର ବା ବଜାର ନେତା ଓ ମାର୍କେଟ ଫଲୋଅର ବା ବଜାର ଚେଲା ବିଷୟରେ ଉଲ୍ଲେଖ ରହିଛି। ଯେଉଁ ବ୍ରାଣ୍ଡ୍‌ ଏକ ଦ୍ରବ୍ୟର ୭୦ ପ୍ରତିଶତରୁ ଅଧିକ ବଜାର ଅକ୍ତିଆର କରିଯାଇଥାଏ ତାହାକୁ ମାର୍କେଟ ଲିଡର କୁହାଯାଇଥାଏ। ଅନ୍ୟ କମ୍ପାନୀଗୁଡ଼ିକ ତାହାକୁ ଅନୁସରଣ କରୁଥିବାରୁ ସେଗୁଡ଼ିକ ଚେଲା ହୋଇଥାଆନ୍ତି। ହେଲେ ପିଲାଙ୍କ ପାଠ୍ୟକ୍ରମରେ ଏଭଳି ଧାରଣାକୁ ବାସ୍ତବ ରୂପାୟନ କରାଯିବା ପଛରେ ମସୁଧା ନ ଥିବ ବୋଲି ବିଷୟକୁ ଏଡ଼ାଇ ଦିଆଯାଇ ନ ପାରେ।
ଆମ ରାଜ୍ୟରେ ବିଭିନ୍ନ ପ୍ରକାରର ଖାଦ୍ୟ ରହିଛି। ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗରେ ଅନେକ ବ୍ୟଞ୍ଜନ ଥାଏ। ସେଥିମଧ୍ୟରୁ କିଛି ପିଲାଙ୍କ ବହିରେ ସ୍ଥାନ ଦିଆଗଲେ ଆମ ପିଲାମାନେ ଓଡ଼ିଆ ଖାଦ୍ୟ ସଂସ୍କୃତି ସହ ଅଧିକ ଅଭ୍ୟସ୍ତ ହୋଇପାରନ୍ତେ। ତା’ ପରିବର୍ତ୍ତେ କୁର୍‌କୁରେ ଭଳି ଜଙ୍କ୍‌ ଫୁଡ୍‌, ଯାହାକି ଦେହ ପାଇଁ କ୍ଷତିକାରକ ବୋଲି ଶିଶୁରୋଗ ବିଶେଷଜ୍ଞମାନେ ବାରମ୍ବାର କହିଆସୁଛନ୍ତି, ତାହାକୁ ଆମ ପିଲା ପାଠ୍ୟପୁସ୍ତକରେ ଦେଖୁଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମାତାପିତା ସେଗୁଡ଼ିକୁ ପିଲାଙ୍କଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ହେଲେ ପିଲାଏ ପାଠ୍ୟପୁସ୍ତକରେ ତାହାକୁ ଦେଖିବା ମାତ୍ରେ ଲୋଭେଇବା ସ୍ବାଭାବିକ। ଏହାଦ୍ୱାରା କୁର୍‌କୁରେ ଭଳି ଅଖାଦ୍ୟକୁ ଏଠାରେ ପାଠ୍ୟପୁସ୍ତକ ପ୍ରଣୟନକର୍ତ୍ତାମାନେ ବୈଧ କରିଦେଇଛନ୍ତି ବୋଲି ଧରିନେବାକୁ ହେବ।
ସ୍କୁଲ ଓ ଗଣଶିକ୍ଷା ବିଭାଗ ଏଭଳି ପାଠ୍ୟପୁସ୍ତକ ପ୍ରଣୟନ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଏପରି ଅସଙ୍ଗତି ପାଇଁ କୈଫିୟତ ମାଗିବା ଦରକାର। କାରଣ ପିଲାମାନଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ଶିକ୍ଷା ଲାଗି ଗୁରୁତ୍ୱ ଦିଆଯାଉଥିବା ବେଳେ ଓଡ଼ିଆ ଭାଷା ଶିକ୍ଷାରେ ଇଂଲିଶର ବ୍ୟବହାର ଓ କମ୍ପାନୀର ନାମ ଘୋଷିବା ସକାଶେ ବାଧ୍ୟ କରାଯିବା ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା କେତେ ଦୁର୍ବଳ ହେଇପଡ଼ିଛି ତାହାର ଏହା ଏକ ନମୁନା। ଏଥିରୁ ପ୍ରାଥମିକ ଶିକ୍ଷାର ମାନ କେଉଁ ସ୍ତରକୁ ଗଲାଣି ବୁଝିହେଉଛି। ଗଣଶିକ୍ଷା ବିଭାଗ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ପାଠ୍ୟପୁସ୍ତକରେ ପରିବର୍ତ୍ତନ ଆଣିବା ଜରୁରୀ। ଏଥିସହିତ ତ୍ରୁଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri