କ୍ଷତିକାରକ ନିଶା ଔଷଧ

କୃତ୍ରିମ ଔଷଧ: କୃତ୍ରିମ ଔଷଧ ସମ୍ପୂର୍ଣ୍ଣ ଭାବରେ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ଉତ୍ପାଦିତ ହୁଏ। ଆମ୍ଫେଟାମାଇନ, ଏକ୍ସଟାସି, ଡାଏଜେପାମ, ମେଥାକ୍ୱାଲୋନ (ସାଧାରଣତଃ ମାଣ୍ଡ୍ରାକ୍ସ କୁହାଯାଏ) ହେଉଛି କୃତ୍ରିମ ଔଷଧର କିଛି ଉଦାହରଣ। ମର୍ଫିନ, କୋଡିନ, ହେରୋଇନ ଓ କୋକେନ ଅଳ୍କଲୋଇଡ ପରିବାରର ରସାୟନ ହୋଇଥିବା ବେଳେ ଗଞ୍ଜେଇ କାନବଏଡ ପରିବାରର ସଦସ୍ୟ। ଏହି ଔଷଧଗୁଡ଼ିକ ସାଧାରଣତଃ ପାଟିବାଟେ ଚାଟିକି, ଇଞ୍ଜେକ୍ସନ ଦ୍ୱାରା, ନାକ ବାଟେ ଶୁଙ୍ଘିକି କିମ୍ବା ଧୂମପାନ କରିବା ଦ୍ୱାରା ନିଆଯାଏ। ଏହି ମାନସିକ ପ୍ରଭାବୀ ଔଷଧରେ ଏପରି ଯୌଗିକ ଥାଏ ଯାହା ମସ୍ତିଷ୍କର ସ୍ନାୟୁ ସଞ୍ଚାରକ ବା ନ୍ୟୁରୋଟ୍ରାନ୍ସମିଟରଗୁଡ଼ିକୁ ପ୍ରଭାବିତ କରେ। ବିଶେଷଭାବରେ ଆନନ୍ଦ ଅନୁଭବ କରୁଥିବା ଖୁସି ରସାୟନ, ଡୋପାମିନକୁ ପ୍ରଚୁର ଭାବରେ ନିର୍ଗତ କରିବାରେ ସାହାଯ୍ୟ କରେ। ସେମାନେ ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଥିବା ନିର୍ଦ୍ଦିଷ୍ଟ ରିସେପ୍ଟର ସହିତ ବାନ୍ଧି ହୁଅନ୍ତି, ଯାହାକୁ ଓପିଓଏଡ ରିସେପ୍ଟର କୁହାଯାଏ। ଯେତେବେଳେ କେହି ନାର୍କୋଟିକ ଔଷଧ ନିଅନ୍ତି, ଏହା ଯନ୍ତ୍ରଣା ସଙ୍କେତଗୁଡ଼ିକୁ ଅବରୋଧ କରେ। ଏଥିପାଇଁ କ୍ୟାନ୍‌ସର ଭଳି ମାରାତ୍ମକ ରୋଗରେ ରୋଗୀମାନଙ୍କ ଯନ୍ତ୍ରଣା ଉପଶମ ପାଇଁ ଅଳ୍ପ ପରିମାଣରେ ଔଷଧ ରୂପରେ ବ୍ୟବହାର କରାଯାଏ। ଏହି ନାର୍କୋଟିକ୍ସ ଔଷଧ ଆନନ୍ଦ କିମ୍ବା ଅତ୍ୟନ୍ତ ଖୁସିର ଅନୁଭବ ଦିଏ। ଏହା ଶ୍ୱାସକ୍ରିୟା ଏବଂ ହୃଦ୍‌ସ୍ପନ୍ଦନକୁ ଧୀର କରିଦିଏ। ପ୍ରଥମେ ପ୍ରଥମେ ସାମୟିକ ଭାବରେ ମାନସିକ ଅବସାଦ ଦୂରକରି ଆନନ୍ଦ ଅନୁଭବ କରାଏ। କିନ୍ତୁ ଶୀଘ୍ର ଶରୀର ଏଥିରେ ଅଭ୍ୟସ୍ତ ହୋଇଯାଏ ଏବଂ ସମାନ ପ୍ରଭାବ ପାଇଁ ଅଧିକ ମାତ୍ରା ଆବଶ୍ୟକ ହୁଏ। ଏହା ନିଶା ଆଡ଼କୁ ନେଇଯାଏ। ଏହି ଔଷଧ ମସ୍ତିସ୍କକୁ ନିଜ ଅଧୀନ କରିଦିଏ ଓ ପ୍ରତିଦିନ ଏହି ନିଶା ସେବନ କରିବାକୁ ବାଧ୍ୟ କରେ। ଏହି ଔଷଧ ସେହି ଜୁଆ ସଂସ୍ଥା ପରି ଯେ ପ୍ରଥମେ ଲୋକଙ୍କୁ ବିଜୟୀ କରାଇ ଜୁଆଖେଳ ଆଡ଼କୁ ଆକର୍ଷିତ କରାନ୍ତି ଓ ଧୀରେ ଧୀରେ ଜୁଆଖେଳ ପ୍ରତି ଆସକ୍ତ କରାଇ ସେ ଲୋକକୁ ସର୍ବସ୍ବାନ୍ତ କରିଦିଅନ୍ତି। ଯଦିଓ ନିଶାଦ୍ରବ୍ୟ ସ୍ବଳ୍ପ ସମୟ ପାଇଁ ଆନନ୍ଦ ପ୍ରଦାନ କରି ମସ୍ତିସ୍କକୁ ବିପଦମୁକ୍ତ କରେ, ଏହା ଶରୀରର ପ୍ରାୟ ପ୍ରତ୍ୟେକ ଅଂଶକୁ କ୍ଷତି ପହଞ୍ଚାଏ।
ଏହାର ସବୁଠାରୁ ବେଶି କୁପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ଏହା ସ୍ମୃତି ହ୍ରାସ କରେ, ବିଚାର ଶକ୍ତିକୁ ଦୁର୍ବଳ କରିଦିଏ ଏବଂ ଭ୍ରମ ଓ ଦ୍ୱନ୍ଦ୍ୱ ସୃଷ୍ଟି କରେ। ହାର୍ଟ ଉପରେ ଏହାର ପ୍ରଭାବ ମଧ୍ୟ କିଛି କମ୍‌ ନୁହେଁ। ଏହା ଅନିୟମିତ ହୃଦ୍‌ସ୍ପନ୍ଦନ କରେ ଓ ହୃଦ୍‌ଘାତର ବିପଦ ସୃଷ୍ଟି କରେ। ବିଷାକ୍ତ ରାସାୟନିକ ପଦାର୍ଥ ଯୋଗୁ ଫୁସ୍‌ଫୁସ୍‌, ଯକୃତ୍‌ ଏବଂ ବୃକ୍‌କ ପରି ଅଙ୍ଗର ଅଭୂତ କ୍ଷତି ହୁଏ। ସମାନ ସିରିଞ୍ଜରେ ବହୁତ ଲୋକ ଔଷଧ ଗ୍ରହଣ କରିବାରୁ ଏଡ୍‌ସ ପରି ରୋଗ ସଂକ୍ରମଣର ଆଶଙ୍କା ମଧ୍ୟ ଅଧିକ ଥାଏ। ଏହା ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ବହୁ ପ୍ରଭାବ ପକାଏ। ଏହା ବିଷାଦଗ୍ରସ୍ତ କରାଏ, ମନରେ ଉତ୍କଣ୍ଠା ଜାତ କରେ, ଆତ୍ମହତ୍ୟା ଓ ଆତ୍ମଘାତ ଚିନ୍ତାଧାରା ପରି ଭାବନା ସୃଷ୍ଟି ହୁଏ। ନିଶା ଜଣେ ବ୍ୟକ୍ତିଙ୍କୁ ଜୀବନ, ପରିବାର, ପାଠପଢ଼ା ଏବଂ ନିଜର ସ୍ବପ୍ନଠାରୁ ଦୂରକୁ ନେଇଯାଏ। ଏହା ଆଲୋକ ସନ୍ଧାନରେ ଅନ୍ଧକାର ଗୁମ୍ଫା ଭିତରେ ବାଟବଣା ହୋଇଯିବା ପରି। ଯଦିଓ ନିଶା ଏକ ଅନ୍ଧାର ରାସ୍ତା, ତଥାପି ସୁସ୍ଥତା ସର୍ବଦା ସମ୍ଭବ। ଏହି ଅନ୍ଧକାରମୟ ଦୁନିଆରୁ ବାହାରକୁ ଆସିବାର କିଛି ଉପାୟ ନିମ୍ନରେ ପ୍ରଦତ୍ତ କରାଗଲା।
ପ୍ରଥମ ପଦକ୍ଷେପ ହେଉଛି ନିଜକୁ ଏହି ଅନ୍ଧକାରମୟ ନିଶା କବଳରୁ ମୁକ୍ତି କରିବା ପାଇଁ ନିଶ୍ଚୟ କରିବା ଓ ସାହାଯ୍ୟ ଆବଶ୍ୟକ ବୋଲି ସ୍ବୀକାର କରିବା। ଅନେକେ ଲଜ୍ଜାରେ ଏହାକୁ ଲୁଚାଇ ରଖନ୍ତି, କିନ୍ତୁ ଏପରି କରିବା ଠିକ୍‌ ନୁହେଁ। ମନୋବିଜ୍ଞାନୀମାନଙ୍କ ସହିତ କଥାବାର୍ତ୍ତା କରିବା ଟ୍ରିଗରଗୁଡ଼ିକୁ ଚିହ୍ନଟ କରିବାରେ ଏବଂ ମାନସିକ ଶକ୍ତି ନିର୍ମାଣ କରିବାରେ ସାହାଯ୍ୟ କରେ। ଡାକ୍ତରମାନେ ନିରାପଦରେ ପ୍ରତ୍ୟାହାର ଲକ୍ଷଣଗୁଡ଼ିକୁ ହ୍ରାସ କରିବା ପାଇଁ ମେଥାଡୋନ କିମ୍ବା ବୁପ୍ରେନର୍ଫାଇନ ଭଳି ଔଷଧ ଦେଇପାରନ୍ତି। ଏହି କେନ୍ଦ୍ରଗୁଡ଼ିକ ଏକ ନିଶାମୁକ୍ତ ପରିବେଶ, ନିୟମିତ ଯାଞ୍ଚ ଏବଂ ଗୋଷ୍ଠୀ ସହାୟତା ପ୍ରଦାନ କରନ୍ତି। ପରିବାର ଏବଂ ଶିକ୍ଷକମାନଙ୍କଠାରୁ ପ୍ରେମ, ଧୈର୍ଯ୍ୟ ଏବଂ ଉତ୍ସାହ ଆରୋଗ୍ୟରେ ଏକ ବଡ଼ ଭୂମିକା ଗ୍ରହଣ କରେ। ପିଲା ଏବଂ ଯୁବକମାନଙ୍କୁ ନିଶାର ବିପଦ ବିଷୟରେ ଶିକ୍ଷା ଦେବା ହେଉଛି ନିଶାକୁ ରୋକିବାର ସର୍ବୋତ୍ତମ ଉପାୟ। ଏହି ପ୍ରବନ୍ଧର ଉଦ୍ଦେଶ୍ୟ ମଧ୍ୟ ଯୁବପିଢ଼ିକୁ ସଚେତନ କରିବା। ଆମେ ମନେରଖିବା ନିଶା ସେବନ ଏକ ଅପରାଧ ନୁହେଁ, ଏହା ଏକ ରୋଗ ଏବଂ ଯେକୌଣସି ରୋଗ ପରି, ଏହାର ଚିକିତ୍ସା କରାଯାଇପାରିବ। ଯଦି ଆପଣ କିମ୍ବା ଆପଣଙ୍କ ଜଣାଶୁଣା କେହି ନିଶାଦ୍ରବ୍ୟର ଦୁନିଆରେ ଫସିଯାଇଛନ୍ତି, ତେବେ ତାଙ୍କୁ ଘୃଣା ନ କରି ସହାୟତା କରନ୍ତୁ। ସେମାନଙ୍କ ପାଖକୁ ଯାଆନ୍ତୁ, ଶୁଣନ୍ତୁ ଏବଂ ସେମାନଙ୍କୁ ନିରାପତ୍ତା ପାଇଁ ମାର୍ଗଦର୍ଶନ କରନ୍ତୁ। ଆସନ୍ତୁ ଏପରି ଏକ ବିଶ୍ୱ ନିର୍ମାଣ କରିବା ଯେଉଁଠାରେ କୌଣସି କୋମଳମତି ଶିଶୁ କିମ୍ବା ଉଦୀୟମାନ ଯୁବକ ନିଶାଦ୍ରବ୍ୟର କୁହୁଡ଼ିରେ ହଜି ନ ଯାଏ। ଆସନ୍ତୁ କଥା ହେବା, ଶିକ୍ଷା ଦେବା ଏବଂ ଆମର ଭବିଷ୍ୟତକୁ ସୁରକ୍ଷା ଦେବା। କାରଣ ପ୍ରତ୍ୟେକ ପିଲା ଛାଇ ନୁହେଁ ବରଂ ଆଲୋକରେ ପରିପୂର୍ଣ୍ଣ ଜୀବନ ପାଇବାର ଯୋଗ୍ୟ। ନିଶା ସେବନକୁ ନା କୁହନ୍ତୁ ଓ ଜୀବନକୁ ହଁ କୁହନ୍ତୁ – ଏହାହିଁ ଏହି ପ୍ରବନ୍ଧର ବାର୍ତ୍ତା।

(ଶେଷ ଭାଗ)
-ଦେବାଶିଷ ମହାନ୍ତି, ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟ
ମୋ: ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?