Posted inଖେଳ

ପ୍ରଥମ ଟି୨୦ ଜିତିଲା ଭାରତ

ମୀରପୁର,୮ା୭: ବାଂଲାଦେଶ ବିପକ୍ଷ ପ୍ରଥମ ମହିଳା ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପ୍ରଥମେ ଭାରତୀୟ ସ୍ପିନର ବାଂଲାଦେଶକୁ ୧୧୪ ରନ୍‌ରେ ସୀମିତ ରଖିଥିଲେ। ଅଧିନାୟିକା ହରମନ୍‌ପ୍ରୀତ କୌରଙ୍କ ଅପରାଜିତ ୫୪ ରନ୍‌ ବଳରେ ଭାରତ ୩ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା।

ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶର ଦୁଇ ଓପନର ସାଥ ରାଣୀ(୨୨) ଓ ଶମିମା ସୁଲତାନା(୧୭) ପ୍ରଥମ ଉଇକେଟରେ ୨୭ ରନ୍‌ ଯୋଡିଥିଲେ। ଭାରତ ପାଇଁ ପଦାର୍ପଣ କରିଥିବା କେରଳର ମିନ୍ନୁ ମଣି ଶମିମା ସୁଲତାନାଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ପରେ ରାଣୀଙ୍କୁ ଆଉଟ କରିଥିଲେ ପୂଜା ବସ୍ତ୍ରକାର। ମିଡିଲ ଓଭରରେ ଦୀପ୍ତି ଶର୍ମା, ଶେଫାଳି ବର୍ମା ଓ ପଦାର୍ପଣକାରୀ ବାରେଡି ଅନୁଷା ଦମଦାର ବୋଲିଂ କରିବାରୁ ବାଂଲାଦେଶର ରନ୍‌ ଗତି ଧୀମେଇ ଯାଇଥିଲା। ଶେଷ ଆଡକୁ ଶୋରନା ଅଖତର ୨୮ ରନ୍‌ କରିବାରୁ ବାଂଲାଦେଶ ୧୦୦ ରନ୍‌ ପାର କରିଥିଲା। ଭାରତ ପକ୍ଷରୁ ମିନ୍ନୁ ମଣି, ପୂଜା ବସ୍ତ୍ରକାର ଓ ଶେଫାଳି ବର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ବାଂଲାଦେଶ ୫ ଉଇକେଟ ହରାଇ ୧୧୪ ରନ୍‌ କରିଥିଲା।

୧୧୫ ରନ୍‌ ଲକ୍ଷ୍ୟରେ ଭାରତ ୧ ରନ୍‌ରେ ଶେଫାଳି ବର୍ମାଙ୍କ ଉଇକେଟ ହରାଇଥିଲା। ଦଳୀୟ ସ୍କୋର ୨୧ ରନ୍‌ରେ ଜେମିମା ରୋଡ୍ରିଗୁଏଜ(୧୧) ଆଉଟ ହୋଇଥିଲେ। ତେବେ ସ୍ମୃତି ମନ୍ଧାନା ୩୮ ଓ ହରମନ୍‌ପ୍ରୀତ ୫୪* ତୃତୀୟ ଉଇକେଟରେ ୭୦ ରନ୍‌ ଯୋଡିଥିଲେ। ୩୪ ବଲ୍‌ ଖେଳି ସ୍ମୃତି ୫ ଚୌକା ମାରିଥିଲେ। ସ୍ମୃତି ଆଉଟ ହେବା ପରେ ୟସ୍ତିକା ଭାଟିଆ(୯*)ଙ୍କୁ ସାଥୀ କରି ମ୍ୟାଚ୍‌ ଜିତାଇଥିଲେ ହରମନପ୍ରୀତ୍‌। ଶେଷ ଯାଏ ଅପରାଜିତ ଥିବା ହରମନପ୍ରୀତ୍‌ ୩୫ ବଲ୍‌ ଖେଳି ୬ଚୌକା ଓ ୨ ଛକା ମାରିଥିଲେ। ବାଂଲାଦେଶ ପକ୍ଷରୁ ସୁଲତାନା ଖାତୁନ ୨ ଓ ମାରୁଫା ଅଖତର ଗୋଟିଏ ଉଇକେଟ ନେଇଥିଲେ। ହରମନ୍‌ପ୍ରୀତଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri