Posted inଜାତୀୟ

ରାହୁଲ ଗାନ୍ଧୀଙ୍କୁ ଭେଟିଲେ ହରିଶ ରାୱତ: ଛାଡି ପାରନ୍ତି ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ,୨୮ ।୮: କଂଗ୍ରେସରେ ପୁଣିଥରେ ହୋଇପାରେ କିଛି ପରିବର୍ତ୍ତନ । ଦୁଇ ରାଜ୍ୟର ଚାପକୁ ସାମ୍ନା କରୁଥିବା ହରିଶ ରାୱତ ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । କୁହାଯାଉଛି କି ପଞ୍ଜାବରେ ରାଜନୈତିକ ସଙ୍କଟ ମଧ୍ୟରେ ରାୱତ ଉତ୍ତରାଖଣ୍ଡରେ ଆଗାମି ବର୍ଷ ହେବାକୁ ଥିବା ନିର୍ବାଚନକୁ ନେଇ ଚିନ୍ତାରେ ଅଛନ୍ତି । ସେ ଶୁକ୍ରବାର ଦଳର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ନିଜ ପଦରୁ ମୁକ୍ତି ହେବା ପାଇଁ ପ୍ରସ୍ତାବ ଦେଇଥିଲେ । ରାୱତ କହିଛନ୍ତି ମୁଁ ନିଶ୍ଚିତ ଭାବେ ସମୟ ବାହାର କରି ଦଳର ହାଇକମାଣ୍ଡ ଦେଇଥିବା ଦାୟିତ୍ୱକୁ ପୂର୍ଣ୍ଣ କରିବାକୁ ଚେଷ୍ଟା କରିବି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ରାଜ୍ୟରେ କଂଗ୍ରେସ ପ୍ରଚାର ସମିତିର ଅଧ୍ୟକ୍ଷ ରହିଛନ୍ତି । ସେ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ଯେ ସେ ପାହାଡି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୭ରେ ନାମାଙ୍କନପତ୍ର ଦାଖଲ କରିବେ ଯଶବନ୍ତ

ନୂଆଦିଲ୍ଲୀ,୨୪।୬: ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ଜୁନ ୨୭ରେ ନାମାଙ୍କନପତ୍ର ଦାଖଲ କରିବେ। ଯଶବନ୍ତ ଦୁଇ ଦିନିଆ ବିହାର ଏବଂ ଝାଡଖଣ୍ଡ ଗସ୍ତ...

ହରିୟାଣା ବିଧାନସଭା ନିର୍ବାଚନ: ଯୋଗେଶ୍ୱର, ବବିତାଙ୍କୁ ଟିକେଟ

ନୂଆଦିଲ୍ଲୀ,୧ା୧୦(ପି.ଟି.)-୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ସୋମବାର ଭାଜପା ୭୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ...

ମୋଦି ସରକାରଙ୍କ ୧୦୦ ଦିନ: ନଜରରେ ଥିଲା କଶ୍ମୀର

ନୂଆଦିଲ୍ଲୀ,୯।୯(ଆଇଏଏନ୍‌ଏସ୍‌): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରଙ୍କ ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରିଛି। ଏହାକୁ ନେଇ ଭାଜପା...

୧୨ ବର୍ଷର ବାଳକ ଉପରେ ଲାଗିଲା ୨.୯ ଲକ୍ଷ ଟଙ୍କାର ଜରିମାନା

ଇନ୍ଦୋର,୧୯ ।୧୦: ମଧ୍ୟ ପ୍ରଦେଶରେ ଜଣେ ୧୨ ବର୍ଷର ବାଳକ ଉପରେ ରାମନବମୀରେ ଖରଗୋନରେ ହୋଇଥିବା ହିଂସା ସମୟରେ ଭଙ୍ଗାରୁଜା ଓ ସମ୍ପତ୍ତି ନଷ୍ଟ ଅଭିଯୋଗ...

ଓମିକ୍ରନ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ୫ ପଜିଟିଭ

ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ ଆକ୍ରାନ୍ତ ମଧ୍ୟରୁ ଜଣେ ହେଉଛନ୍ତି ଡାକ୍ତର। ତାଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ...

ଚେନ୍ନାଇ ପୋଲିସର ଆଉ ଏକ ରୂପ

ଚେନ୍ନାଇ,୧୩।୮: କରୋନା ଭାଇରସ ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଧନୀଠାରୁ ଗରିବ ସମସ୍ତେ ଏବେ ଏହାସହ ଲଢି ଚାଲିଛନ୍ତି। ଏହି ଅଦୃଶ୍ୟ ଯୁଦ୍ଧରେ...

କ୍ଷମା ମାଗିଲେ ହରିଶ ରାଓ୍ବତ

ଚଣ୍ଡିଗଡ,୧।୯: ପଞ୍ଜାବରେ କଂଗ୍ରେସ ନେତୃତ୍ୱକୁ ‘ପଞ୍ଜ ପ୍ୟାରେ’ ବୋଲି ବର୍ଣ୍ଣନା କରି ଏକ ବିବାଦରେ ଛନ୍ଦି ହୋଇପଡିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ...

କରୋନା ରୋଗୀଙ୍କ ଅନ୍ତିମ ସତ୍କାର ପାଇଁ ମିଳିବ ୧୫ ହଜାର ଟଙ୍କା

ଅମରାବତୀ,୧୭।୫: କରୋନା ରୋଗୀଙ୍କ ଅନ୍ତିମ ସତ୍କାର ପାଇଁ ପରିବାର ଲୋକଙ୍କୁ ମିଳିବ ୧୫ ହଜାର ଟଙ୍କା ସହାୟତା ରାଶି। ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହି...

Advertisement
Archives

Model This Week