Posted inଖେଳ

‘ମୋ ବଲ୍‌ରେ କୋହଲି ଛକା ମାରିଲେ ଦୁଃଖ ନାହିଁ, ପାଣ୍ଡ୍ୟା-କାର୍ତ୍ତିକ ମାରିଥିଲେ କଷ୍ଟ ପାଇଥାନ୍ତି’

ଇସଲାମାବାଦ,୨।୧୨: ୨୦୨୨ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳକୁ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ମ୍ୟାଚରେ ପରାଜୟ ପରେ ଭାରତୀୟ ଦଳକୁ ଅନେକ ସମାଲୋଚନା କରାଯାଇଥିଲା, କିନ୍ତୁ ବିରାଟ କୋହଲିଙ୍କ ପାଇଁ ଏହି ବିଶ୍ୱକପ ଚମତ୍କାର ଥିଲା। ଏହି ଟୁର୍ନାମେଣ୍ଟରେ କୋହଲି ସର୍ବାଧିକ ରନ ସ୍କୋର କରିଥିଲେ। ଏହି ଟୁର୍ନାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ୍‌ରେ ବିରାଟ ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ରେ ଭାରତ ଶୀଘ୍ର ୪ଟି ଉଇକେଟ୍‌ ହରାଇଥିଲା। ଏହା ପରେ ଭାରତର ପରାଜୟ ପ୍ରାୟ ନିଶ୍ଚିତ ଥିଲା, କିନ୍ତୁ କୋହଲି ହାର୍ଦ୍ଦିକଙ୍କ ସହ ଶତକୀୟ ଭାଗିଦାରୀ ବାଣ୍ଟି ଭାରତକୁ ଜିତାଇଥିଲେ।
ଏହା ପରେ ହାର୍ଦ୍ଦିକ ବଡ଼ ସଟ ଖେଳିବାକୁ ସକ୍ଷମ ହୋଇ ନ ଥିଲେ, ତା’ପରେ କୋହଲି ମଧ୍ୟ ମ୍ୟାଚ ଶେଷ କରିଥିଲେ। ଏହି ସମୟରେ ସେ ଚାପରେ ପାକିସ୍ତାନୀ ଦ୍ରୁତ ବୋଲର ହରିସ ରୌଫଙ୍କୁ ଲଗାତାର ୨ଟି ଛକା ମାରି ପାକିସ୍ତାନରୁ ମ୍ୟାଚ ଛଡ଼ାଇ ନେଇଥିଲେ। ଟୁର୍ନାମେଣ୍ଟ ଶେଷ ହେବା ପରେ ମଧ୍ୟ ରୌଫଙ୍କ ବଲ୍‌ରେ ଦୁଇଟି ଛକା ଚର୍ଚ୍ଚାର ବିଷୟ ପାଲଟିଛି।
ଏନେଇ ରୌଫ କହିଛନ୍ତି, ବିରାଟ ଛକା ମାରିଥିବାରୁ ତାଙ୍କର କୌଣସି ଦୁଃଖ ନାହିଁ। ଯଦି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦୀନେଶ କାର୍ତ୍ତିକ ତାଙ୍କ ବଲରେ ଛକା ମାରିଥାନ୍ତେ, ତେବେ ସେ ଅଧିକ ଯନ୍ତ୍ରଣା ଅନୁଭବ କରିଥାନ୍ତେ। ବିରାଟ କୋହଲିଙ୍କ ବ୍ୟତୀତ ବିଶ୍ୱ କ୍ରିକେଟର କୌଣସି ଖେଳାଳି ତାଙ୍କୁ ଲଗାତାର ଛକା ମାରି ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ‘ପରମାଣୁ ଶକ୍ତି’ କେନ୍ଦ୍ର ପାଇଁ ଜମି ଖୋଜାଚାଲିଛି

ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ଓଡ଼ିଶାରେ ପରମାଣୁ ଶକ୍ତି ପ୍ରକଳ୍ପ ପାଇଁ ସରକାର ଓ ବୃହତ୍‌ ଶିଳ୍ପସଂସ୍ଥା ଜମି ଖୋଜୁଛନ୍ତି। ଏଥିପାଇଁ ଦୁଇଟି ସ୍ଥାନରେ ପ୍ରାଥମିକ ପର୍ଯ୍ୟାୟରେ ଜମି…

ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୧,୦୫୦ ଟପିଲା

କାଠମାଣ୍ଡୁ,୨ା୯: ନେପାଳର ପ୍ରଳୟଙ୍କରୀ ଅଚାନକ ବନ୍ୟାଜନିତ ମୃତ୍ୟୁସଂଖ୍ୟା ମଙ୍ଗଳବାର ୧,୦୫୦ ଟପିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକ ମୃତଦେହ ମିଳୁଥିବା ଅଧିକାରୀମାନେ କହିଛନ୍ତି। ଲଗାଣ ବର୍ଷା…

ଗ୍ରୀନ୍‌ ବିଲ୍ଡିଂରେ ୨୪% ପର୍ଯ୍ୟନ୍ତ ଖର୍ଚ୍ଚ ସଞ୍ଚୟ ସମ୍ଭବ

ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ସୌର ଓ ଅକ୍ଷୟ ଶକ୍ତି ବ୍ୟବହାର ଦ୍ୱାରା କେବଳ ଯେ ପରିବେଶକୁ ସୁସ୍ଥ ଓ ସବୁଜ ରଖାଯାଇପାରିବ ତାହା ନୁହେଁ, ପରିବାରର ଖର୍ଚ୍ଚ…

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri