ନୂଆ ରୂପରେ ହରିଡ଼ାମଡ଼ା ପୋଖରୀ

ଖୋର୍ଦ୍ଧା,୨୮ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ମେଣ୍ଢାଶାଳ ପଞ୍ଚାୟତ ଅନ୍ତର୍ଗତ ହରିଡାମଡ଼ା ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଧରିତ୍ରୀ ଏବଂ ଏନ୍‌ଭାଇରନ୍‌ମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଇଏଫ୍‌ଆଇ)ର ମିଳିତ ଆନୁକୂଲ୍ୟରେ ଏହି ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଦିନେ ପରିତ୍ୟକ୍ତ ଅବସ୍ଥାରେ ଅବ୍ୟବହୃତ ହୋଇପଡିଥିବା ଏହି ପୋଖରୀ ଏବେ ଲୋକଙ୍କ ବ୍ୟବହାରଯୋଗ୍ୟ ହୋଇପାରିଛି। ଲଘୁଚାପ ଜନିତ ବର୍ଷା ଯୋଗୁ ପୋଖରୀରେ ଜଳ ପରିପୂର୍ଣ୍ଣ ରହିଛି। ଏନେଇ ଗ୍ରାମବାସୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି। ଏକାଧିକ ଗ୍ରାମବାସୀ ଧରିତ୍ରୀ  ଓ ଇଏଫ୍‌ଆଇକୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରକାଶ ଯେ, ହରିଡାମଡ଼ା ଗ୍ରାମରେ ପ୍ରାୟ ଶହେ ପରିବାର ବସବାସ କରନ୍ତି। ଗ୍ରାମର ଶେଷ ଭାଗରେ ଏହି ପୋଖରୀ ରହିଛି। ନିକଟରେ ରହିଛି ଗ୍ରାମ୍ୟ ଜଙ୍ଗଲ। ଦୀର୍ଘ ଦିନ ଧରି ଏହି ଜଳାଶୟ ପୋତି ହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଥିଲା। ଏହାର ପୁନରୁଦ୍ଧାର ଲାଗି ଗ୍ରାମବାସୀ ଦାବି କରି ଆସୁଥିଲେ। ଗତ ମେ’ ୨୭ରେ ଧରିତ୍ରୀ ଏବଂ ଇଏଫ୍‌ଆଇର ମିଳିତ ସହଯୋଗରେ ଏହି ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଥିବାରୁ ସ୍ଥାନୀୟ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।  ୨୮ ନମ୍ବର ଜିଲା ପରିଷଦ ସଭ୍ୟ ପ୍ରଭାତ ପରିଡା କହିଛନ୍ତି, ଏହି ପୋଖରୀର ପୁନରୁଦ୍ଧାର ପାଇଁ ବହୁ ଥର ଜିଲା ପରିଷଦ ବୈଠକରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲି। ସବୁଥର କେବଳ ପ୍ରତଶ୍ରୁତି ମିଳିଥିଲା, ହେଲେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏ ସମ୍ପର୍କରେ ଜାଣିବା ପରେ ଧରିତ୍ରୀ ସହଯୋଗର ହାତ ବଢ଼ାଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ପୋଖରୀର ପୁନରୁଦ୍ଧାର କାର୍ଯ୍ୟ।  ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଏହି ପୋଖରୀର ରୂପ ପରିବର୍ତ୍ତନ ହୋଇଛି ବୋଲି ସେ କହିଛନ୍ତି। ସେହିପରି ପୁନରୁଦ୍ଧାର କାର୍ଯ୍ୟ ଦାୟିତ୍ୱରେ ଥିବା ଇଏଫ୍‌ଆଇ ସିଭିଲ ଇଞ୍ଜିନିୟର କୁମାରକାନ୍ତ ଜେନା କହିଛନ୍ତି, ପୋଖରୀ ସମ୍ପୂର୍ଣ୍ଣ ପଙ୍କ କାଦୁଅରେ ପୋତି ହୋଇପଡିଥିଲା। ବହୁ ବାଧାବିଘ୍ନ ସତ୍ତ୍ୱେ ଲକ୍ଷ୍ୟ ଥିଲା ପୁନରୁଦ୍ଧାର। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରତିଦିନ କାର୍ଯ୍ୟ ଜାରି ରହିଥିଲା। ତାହା ଏକ ପ୍ରକାର ସଫଳ ହୋଇଛି। ହିଡକୁ ଚଉଡା କରାଯାଇଛି। ବର୍ଷାଦିନେ ପୋଖରୀ ଜଳ ଭରପୂର ରହିବା ସହ ଲୋକଙ୍କ ବ୍ୟବହାରଯୋଗ୍ୟ ହୋଇପାରିବ। ଇଏଫ୍‌ଆଇର ଆବାହକ ଅରୁଣ କ୍ରିଷ୍ଣମୂର୍ତ୍ତି କହିଛନ୍ତି, ବୈଜ୍ଞାନିକ ପଦ୍ଧତିରେ ଏହି ପୋଖରୀର ପୁନରୁଦ୍ଧାର କରାଯାଇଛି। ଗ୍ରାମବାସୀ ଏହି ପୋଖରୀ ଉପରେ ନିର୍ଭରଶୀଳ ରହିଥିବା ବେଳେ ଏହା ପୋତି ହୋଇଯାଇଥିଲା। ଓଡ଼ିଶାରେ ଜଳାଶୟ ଗୁଡିକର ଜଳସ୍ତର କମିବାରେ ଲାଗିଛି। ଗ୍ରାମାଞ୍ଚଳଗୁଡିକରେ ବହୁ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ରହି ପୋତି ହୋଇ ସତ୍ତା ହରାଉଛି। ଏହାର ପୁନରୁଦ୍ଧାର ସହ ପୁଣି ଥରେ ଲୋକଙ୍କ ଉପଯୋଗୀ କରିବା ଉଦ୍ଦେଶ୍ୟରେ ଇଏଫ୍‌ଆଇ ସହ ଧରିତ୍ରୀ ର ଏକ ମିଳିତ ପ୍ରୟାସ। ଆଗକୁ ଏଭଳି ଅଭିଯାନ ଜାରି ରହିବ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?