Posted inଖେଳ

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ବୋଲରଙ୍କୁ ସୁହାଇଥିବା ପିଚ୍‌ରେ ୨ଟି ଯାକ ଦଳ ଅଲ୍‌ଆଉଟ ହୋଇଥିବାବେଳେ ବାଜି ମାରିଥିଲା କୋଲକାତା। ନାଇଟ ରାଇଡର୍ସ ୧୯.୫ ଓଭରରେ ୧୬୯ ରନକରି ସମସ୍ତ ଉଇକେଟ ହରାଇଥିଲା।

ଜବାବରେ ମୁମ୍ବାଇ ୧୮.୫ ଓଭରରେ ୧୪୫ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ମୁମ୍ବାଇ ପକ୍ଷରୁ କେବଳ ସୂର୍ଯ୍ୟକୁମାର ଯାଦବ (୫୬ ରନ, ୩୫ ବଲ, ୬ ଚୌକା, ୨ ଛକା) ଓ ଟିମ୍‌ ଡାଭିଡ୍‌ (୨୪ ରନ, ୨୦ ବଲ, ୧ ଚୌକା, ୧ ଛକା)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ତିଷ୍ଠିପାରି ନ ଥିଲେ।

କୋଲକାତା ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୪ଟି ଏବଂ ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲ ୨ଟି ଲେଖାଏ ଉଇକେଟ ନେଇଥିଲେ। ୧୧ ମ୍ୟାଚରୁ ୮ମ ପରାଜୟ ଫଳରେ ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ ହୋଇଛି। ଅନ୍ୟପକ୍ଷରେ କୋଲକାତା ୭ମ ବିଜୟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି।

ମୁମ୍ବାଇ ଟସ୍‌ ଜିତି ଫିଲ୍ଡିଂ ନେବାପରେ ଘାତକ ବୋଲିଂ କରିଥିଲେ ନୂଓ୍ବାନ ଥୁସାରା। ସେ ଟପ୍‌ ଅର୍ଡରର ୩ ପ୍ରମୁଖ ବ୍ୟାଟର ଫିଲିପ୍‌ ସଲ୍ଟ ୫, ଅଙ୍କକ୍ରିଶ୍‌ ରଘୁବଂଶୀ ୧୩ ଓ ଅଧିନାୟକ ଶ୍ରେୟସ ଆୟରଙ୍କୁ ୬ ରନରେ ଆଉଟ କରି କୋଲକାତାକୁ ବ୍ୟାକ୍‌ଫୁଟରେ ପହଞ୍ଚାଇଥିଲେ।

ଏହାପରେ ସୁନୀଲ ନାରିନଙ୍କୁ ହାର୍ଦ୍ଦିକ ଓ ରିଙ୍କୁ ସିଂଙ୍କୁ ପୀୟୂଷ ଚାଓ୍ବଲା ପ୍ୟାଭିଲିୟନ ପଠାଇବାରୁ ୬.୧ ଓଭର ବେଳକୁ କୋଲକାତା ସ୍କୋର ୫୭/୫ ହୋଇ ଯାଇଥିଲା। ଇମ୍ପାକ୍ଟ ପ୍ଲେୟର ମନୀଷ ପାଣ୍ଡେ ଓ ଭେଙ୍କଟେଶ ଆୟର ୬ଷ୍ଠ ଉଇକେଟରେ ୮୩ ରନ ଯୋଗକରି ଦଳକୁ ଲଜ୍ଜାଜନକ ସ୍ଥିତିରୁ ମୁକୁଳାଇ ଥିଲେ। ୩୧ଟି ବଲ୍‌ର ସମ୍ମୁଖୀନ ହୋଇଥିବା ମନୀଷ ୨ଟି ଲେଖାଏ ଚୌକା ଓ ଛକା ସହାୟତାରେ ୪୨ ରନ କରିଥିଲେ। ୫୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଭେଙ୍କଟେଶ୍‌ ୬ ଚୌକା ଓ ୩ ଛକା ସହ ସର୍ବାଧିକ ୭୦ ରନ ସ୍କୋର କରି ଶେଷ ଖେଳାଳିଭାବେ ଆଉଟ ହୋଇଥିଲେ। ମୁମ୍ବାଇ ପକ୍ଷରୁ ଥୁସାରା ଓ ବୁମ୍‌ରା ୩ଟି ଲେଖାଏ, ହାର୍ଦ୍ଦିକ ୨ଟି ଓ ଚାଓ୍ବଲା ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋତେ ରାତି ୨.୩୦ରେ ମୁନିରଙ୍କ ଫୋନ୍‌ ଆସିଥିଲା… Operation Sindoorକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଶେହବାଜ ଶରିଫ

ଇସଲାମାବାଦ୍‌,୧୭।୫:ଅପରେଶନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ ୭ ରୁ ୧୧ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନ ଲଗାତାର ଭାବରେ...

ଆଇସକ୍ରିମ୍‌ କିଣି ଘରକୁ ଫେରୁଥିଲେ କୁନି ଝିଅକୁ ଧକ୍କା ଦେଲା ବାଇକ୍‌, ପରେ…

ଦିଗପହଣ୍ଡି,୧୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମ ମିଲ ସାହିର ୨ୟ ଶ୍ରେଣୀ ଛାତ୍ରୀ ସିଏଚ୍‌.ପ୍ରିୟଙ୍କା ପାତ୍ର(୬) ବାଇକ (ଓଡ଼ି୦୭ ଏ...

ପାକିସ୍ତାନ ଟିମ୍‌ରେ ବଡ଼ ଭୂକମ୍ପ, ଅଧିନାୟକଙ୍କ…

ନୂଆଦିଲ୍ଲୀ,୧୬।୫: ପାକିସ୍ତାନ ଟିମ୍‌ରେ ବିଶୃଙ୍ଖଳା ଥମିବାର ନାଁ ନେଉନାହିଁ। ଦଳର ଅଧିନାୟକ ଶାନ ମାସୁଦଙ୍କ ପଦ ବିପଦରେ ଅଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମାସୁଦଙ୍କୁ...

ଓ୍ବାଙ୍ଖଡେ ଷ୍ଟାଡିୟରେ ଉଦ୍‌ଘାଟନ ହେଲା ରୋହିତ ଶର୍ମା ଷ୍ଟାଣ୍ଡ, ଭାବବିହ୍ବଳ ହେଲେ ହିଟ୍‌ମ୍ୟାନ୍‌…

ନୂଆଦିଲ୍ଲୀ,୧୬।୫: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଗତ ୧୮ ବର୍ଷ ଧରି ବିଶ୍ୱ କ୍ରିକେଟରେ ଭାରତର ପ୍ରତିଷ୍ଠା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ...

IPL 2025 restart: ଦିଲ୍ଲୀକୁ ବଡ଼ ଝଟକା, ଫେରିବେ ନାହିଁ ଏହି ବିଦେଶୀ ଖେଳାଳି

ନୂଆଦିଲ୍ଲୀ, ୧୬ା୫: ଭାରତ-ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଯୋଗୁ ସ୍ଥଗିତ ରଖାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶନିବାରଠାରୁ ପୁଣି ଖେଳାଯିବ। ହେଲେ ଦିଲ୍ଲୀ କ୍ୟାପିଟାଲ୍ସ...

ଘନେଇଲା ‘ଥ୍ରୀ ବ୍ରଦର୍ସ’ ମେଣ୍ଟ, ଯୁଦ୍ଧ ନେଇ ବଢିଲା ଭାରତର ଟେନଶନ

ନୂଆଦିଲ୍ଲୀ,୧୬।୫: ନିକଟରେ ପାକିସ୍ତାନ, ତୁର୍କୀ ଓ ଆଜେରବୈଜାନର ମଧ୍ୟରେ ହୋଇଥିବା ଏକ ତ୍ରିପାକ୍ଷିକ ବୈଠକ, ଯାହାକୁ ‘ଥ୍ରୀ ବ୍ରଦର୍ସ’ ମେଣ୍ଟ କୁହାଯାଉଛି, ଭାରତ ପାଇଁ ଏକ...

କିଏ ଦେଇଥିଲେ Operation Sindoor ନାଁ: ରାଜନାଥ ସିଂ କଲେ ଖୁଲାସା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୂରକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି। ପ୍ରତିରକ୍ଷା ବିଶେଷଜ୍ଞମାନେ ସ୍ବୀକାର କରିଛନ୍ତି, ଏହା...

ପାକିସ୍ତାନକୁ ପାନେ ଦେବାକୁ ଏହି ଦେଶ ସହ ସମ୍ପର୍କ ମଜଭୁତ କରୁଛି ଭାରତ: ଶେହବାଜ ଶରିଫଙ୍କ ବଢିଲା ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୧୬।୫: ଗୋଟିଏ ପଟେ, ଋଣ ଏବଂ ଜଳ ଅଭାବ ପାକିସ୍ତାନ ପାଇଁ ସମସ୍ୟା ହେଉଛି। ଅନ୍ୟପକ୍ଷରେ, ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବଢ଼ୁଥିବା ବନ୍ଧୁତା ପାକିସ୍ତାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri