Posted inଜାତୀୟ

ଘର ତିଆରି କରିବାକୁ ବାକ୍ସରେ ରଖିଥିଲେ ଲକ୍ଷାଧିକ ଟଙ୍କା, ଖାଇଗଲେ ଉଇ

ଭୋପାଳ,୧୭।୨: କୁହାଯାଏ, କଷ୍ଟ ଅର୍ଜିତ ଧନ ନଷ୍ଟ ହୁଏ ନାହିଁ, ମାତ୍ର ଯେତେବେଳେ ଭାଗ୍ୟ ସାଥ୍‌ ଦେଇ ନ ଥାଏ ତାହା ମଧ୍ୟ ଆପଣଙ୍କ ପାଖରେ ରହେ ନାହିଁ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ। ଏଠାକାର ଜଣେ ବ୍ୟବସାୟୀ ବିଳାସମୟ ଘର ତିଆରି କରିବାକୁ ଲକ୍ଷାଧିକ ଟଙ୍କା ସଞ୍ଚୟ କରିଥିଲେ। ମାତ୍ର ଏହି ଟଙ୍କା ସବୁକୁ ବର୍ତ୍ତମାନ ଉଇ ଖାଇ ଦେଇଛନ୍ତି।

କୃଷ୍ଣା ଜିଲାର ମାଇଲଓ୍ବାରମରେ ବିଜ୍‌ଲୀ ଜମାଳୟ ନାମକ ଜଣେ ବ୍ୟବସାୟୀ ଘୁଷୁରି କିଣାବିକା କରିଥାନ୍ତି। ଏଥିରୁ ତାଙ୍କର ବହୁତ ରୋଜଗାର ହୁଏ। ସେ ଟଙ୍କାକୁ ବ୍ୟାଙ୍କରେ ନ ରଖି ଘରେ ଏକ ବାକ୍ସରେ ରଖିଥିଲେ। ସେ ଏକ ବଡ଼ ଘର ତିଆରି କରିବାକୁ ସ୍ବପ୍ନ ଦେଖୁଥିଲେ। ଦିନେ ସେ ଏହି ବାକ୍ସ ଖୋଲି ଦେଖିବାରୁ ତାଙ୍କର କଷ୍ଟ ଅର୍ଜିତ ଧନ ସବୁ ନଷ୍ଟ ହୋଇଯାଇଛି। ଅର୍ଥାତ୍‌ ସବୁ ଟଙ୍କା ଉଇ ଖାଇଯାଇଛି। ସେ ଏହା ଦେଖି ତାଙ୍କ ଆଖିକୁ ବିଶ୍ୱାସ କରିପାରିଲେନି। ବ୍ୟବସାୟୀ ଜଣକ ଭାବିଲେ ଏହି ଟଙ୍କା ତ ତାଙ୍କର କୌଣସି କାମରେ ଆସିବନି। ତେଣୁ ୨ ପିଲାଙ୍କ ମଧ୍ୟରେ ଏହାକୁ ବାଣ୍ଟି ଦେଲେ ସେମାନେ ଏଥିରେ ଖେଳିପାରିବେ। ପିଲାମାନେ ଏହି ଟଙ୍କାରେ ଖେଳୁଥିବା ଦେଖି ପୋଲିସକୁ କେହି ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାକ୍ସ ଭର୍ତ୍ତି ଟଙ୍କା ଦେଖି ଆଶ୍ଚର୍ଯ୍ୟ ହେବା ସହ ଏହାକୁ ଜବତ କରି ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ପାଓ୍ବାରଙ୍କ ନିକଟରେ ହିଁ ରହିବ ପାଓ୍ବାର, ଏନସିପି ବୈଠକରେ ଦ୍ୱିତୀୟ ଥର ଅଧ୍ୟକ୍ଷ ହେବାର ପ୍ରସ୍ତାବ ପାସ!

ମୁମ୍ବାଇ,୫।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ମୁଖ୍ୟ ଶରଦ ପାଓ୍ବାରଙ୍କ ପକ୍ଷରୁ ପଦରୁ ଇସ୍ତଫା ଦେବା ଘୋଷଣା ପରେ ମୁମ୍ବାଇରେ ଏନସିପି କୋର କମିଟିର ବୈଠକ ଚାଲିଛି।...

ଚରଣଜିତ୍ ନେଲେ ପଞ୍ଜାବର ଶାସନ ଭାର, ଶପଥ ଗ୍ରହଣ ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ୍‌

ଚଣ୍ଡିଗଡ଼,୧୯ ।୯: ବହୁ ମନ୍ଥନ ପରେ ଶେଷରେ କେବେ ଗଣମାଧ୍ୟମର ଦୃଷ୍ଟି ଗୋଚର ହୋଇ ନ ଥିବା କଂଗ୍ରେସ ନେତା ଚରଣଜିତ୍ ସିଂ ଚାନିଙ୍କୁ ମୁଳିଛି...

ସୋନିଆଙ୍କୁ ଟାର୍ଗେଟ କଲେ ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ,୮।୮: ମଙ୍ଗଳବାର ଲୋକ ସଭାରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ...

ଉଜ୍‌ବେକିସ୍ତାନରେ ମୋଦି

ନୂଆଦିଲ୍ଲୀ,୧୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମିଟ୍‌ରେ ଯୋଗଦେବା ଲାଗି ଗୁରୁବାର ଉଜ୍‌ବେକିସ୍ତାନର ସମରକନ୍ଦ ସହରରେ ପହଞ୍ଚିଛନ୍ତି। ଏସ୍‌ସିଓ ସମିଟ୍‌ରେ ଚାଇନା...

ସେଣ୍ଟ୍ରାଲ ଦିଲ୍ଲୀର ଜିଲାପାଳଙ୍କ ଡ୍ରାଇଭର କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧।୫: ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବଢ଼ିବାରେ ଲାଗିଛି। ଏଠାରେ ଏପର୍ଯ୍ୟନ୍ତ ୩୫୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇସାରିଲେଣି। ଏହିକ୍ରମରେ ସେଣ୍ଟ୍ରାଲ ଦିଲ୍ଲୀର ଜିଲାପାଳ...

ବିଚାରପତି ସମ୍ରାଟ ନୁହନ୍ତି

ନୂଆଦିଲ୍ଲୀ, ୧୧।୭(ଆଇଏଏନ୍‌ଏସ୍‌): ସରକାରୀ ଅଧିକାରୀମାନଙ୍କୁ ଅଯଥା ବାରମ୍ବାର ଅଦାଲତକୁ ଡକାଯାଉଥିବାରୁ ଏଥିରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଚାରପତିମାନେ ସେମାନଙ୍କ କ୍ଷମତାର ସୀମା ଜାଣିବା ଆବଶ୍ୟକ।...

ତୃତୀୟ ଲହରକୁ ନେଇ ଏମ୍ସ୍‌ର ଚେତାବନୀ, ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ଜରୁରୀ…

ନୂଆଦିଲ୍ଲୀ,୨୮।୬: ଭାରତରେ ତୃତୀୟ ଲହର ଆଶଙ୍କା ନେଇ ଏମ୍ସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଏମ୍ସ୍‌ ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆ ଦେଶରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଏବଂ...

ଘରୁ ମିଳିଲା ପରିବାରର ୫ ମୃତଦେହ

ଚଣ୍ଡିଗଡ଼,୨୦।୧୨: ହରିୟାଣାର ହିସାର ଜିଲାରେ ଏକ ଘରୁ ଗୋଟିଏ ପରିବାରର ୫ଜଣଙ୍କ ମୃତଦେହକୁ ପୋଲିସ ସୋମବାର ଜବତ କରିଛି। ମୃତକମାନେ ହେଲେ ରମେଶ କୁମାର(୪୩), ତାଙ୍କର...

Advertisement
Archives

Model This Week