Posted inଖେଳ

ଆଇପିଏଲ୍‌ ନିଲାମୀ ପୂର୍ବରୁ ନେହେରାଙ୍କ ଭବିଷ୍ୟବାଣୀ: କହିଲେ ମାକ୍ସଓ୍ବେଲ୍‌ ନୁହନ୍ତି ଏହି ଖେଳାଳି ରହିବେ ସବୁଠାରୁ ମହଙ୍ଗା

ନୂଆଦିଲ୍ଲୀ,୧୭।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ଲାଗି ଗୁରୁବାର ଚେନ୍ନାଇରେ ନିଲାମୀ ପ୍ରକ୍ରିୟା କରାଯିବ। ଏଥିପାଇଁ ୧୧୧୪ ଖେଳାଳି ନାମାଙ୍କନ କରିଥିଲେ। ହେଲେ ସେଥିରୁ ୨୯୨ଜଣ ଫାଇନାଲ ପାଇଁ ମନୋନୀତ ହୋଇଛନ୍ତି। ସମସ୍ତ ୮ଟି ଫ୍ରାଞ୍ଚାଇଜ୍‌ ୬୧ଜଣ ଖେଳାଳିଙ୍କ ପାଇଁ ଦାମ ନିର୍ଦ୍ଧାରିତ କରିବ। ଏଥିରେ ଘରୋଇ କ୍ରିକେଟଠାରୁ ଆରମ୍ଭ କରି ଲୋକପ୍ରିୟ ଅନ୍ତରାଷ୍ଟ୍ରୀୟ ଖେଳାଳି ଭାଗ ନେଉଛନ୍ତି। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଭାରତର ପୂର୍ବ ବୋଲର୍‌ ଆଶିଷ ନେହେରା ବଡ଼ ଭବିଷ୍ୟବାଣୀ କରିଛନ୍ତି। ନିଲାମୀରେ କେଉଁ ଖେଳାଳି ସବୁଠାରୁ ମହଙ୍ଗା ରହିବେ ତାହା ସେ କହିଛନ୍ତି।

ଆଇପିଏଲ୍‌ରେ ବିଦେଶୀ ଖେଳାଳିଙ୍କୁ ବେଶ୍‌ ପସନ୍ଦ କରାଯାଇଥାଏ। ଚଳିତ ଥର ମଧ୍ୟ ତାହା ହୋଇପାରେ। ଗ୍ଲେନ୍‌ ମାକ୍ସଓ୍ବେଲ ଏବଂ କ୍ରିସ୍‌ ମୋରିସ ଅଧିକାଂଶ ଫ୍ରାଞ୍ଚାଇଜ୍‌ଙ୍କ ପସନ୍ଦ ତାଲିକାରେ ଥିବା ନେଇ କୁହାଯାଉଥିବା ବେଳେ ନେହେରା କିନ୍ତୁ ସହମତି ପ୍ରକାଶ କରିନାହାନ୍ତି। ସେ ବାଂଲାଦେଶୀ ଅଲରାଉଣ୍ଡର ଶକିବ ଅଲ ଅସନଙ୍କ ଡିମାଣ୍ଡ ଅଧିକ ରହିବ ବୋଲି କହିଛନ୍ତି। ଶକିବ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହେବେ। ତାଙ୍କ ପାଖରେ ଯେକୌଣସି ଟିମ୍‌ରେ ସନ୍ତୁଳନ ରଖିବାର କ୍ଷମତା ରହିଛି ବୋଲି ନେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ କାଠଫାଳିଆରେ ପିଟିପିଟି ଲହୁଲୁହାଣ କଲେ ପୁଅ: ଆଉ ତା’ପରେ ଘଟିଲା…

ଉଦଳା,୨୫।୬(ସନ୍ତୋଷ କୁମାର ବାଛିନି): ଜନ୍ମ କଲା ପୁଅ ସାଜିଲା ଅମଣିଷ। ଅତି ନିର୍ମମ ଭାବେ ମା’ଙ୍କୁ ବାଡେଇ ଲହୁଲୁହାଣ କଲେ ପୁଅ। ନିଶା ଖାଇ ଆସି କାଠ…

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ଥାନା ଘେରାଉ କଲେ ୨ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଧାମନଗର,୨୬।୬ (କାଳନ୍ଦି ବେହେରା): ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା ଗାଁରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ନେଇ ପରିବାର ଓ…

ସୁନା ଦର ବୃଦ୍ଧିରୁ ‘ଫିଫା ଟ୍ରଫି’ ମୂଲ୍ୟ ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୬।୬(ପି.ଟି.): ବିଶ୍ୱ ବଜାରରେ ସୁନା ଦରର ପ୍ରବଳ ବୃଦ୍ଧି ଯୋଗୁ ଫିଫା ବିଶ୍ୱକପ୍‌ ଟ୍ରଫିର ଧାତବ ବଜାର ମୂଲ୍ୟରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆର୍ଥିକ…

ଗେଟ୍‌କୁ ବି ଛାଡିଲେନି, ଅର୍ଦ୍ଧନିର୍ମିିତ କଲ୍ୟାଣ ମଣ୍ଡପର ସାମ୍ନା ଗେଟ୍‌କୁ ଚୋରି କରିନେଲେ, ଧରାପଡିବା ପରେ…

ଛତ୍ରପୁର, ୨୬।୬(ଦିଲ୍ଲୀପ ସାମଲ): ଏକ ଚୋରି ମାମଲାରେ ସାମଗ୍ରୀ ଜବତ ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଛତ୍ରପୁର ଥାନା ପୋଲିସ…

କବାଟ ବନ୍ଦ କରି ମିଶ୍ରଣ: ସୁଜାତା ପାଣ୍ଡିଆନ୍‌ ବିଜେଡିରେ ମିଶିବା ପଛରେ ଅଛି…

ଭୁବନେଶ୍ୱର,୨୬ା୬(ସୁନିତ୍‌ ମିଶ୍ର):ଶଙ୍ଖ ଭବନ ଅଡିଟୋରିୟମ ଭିତରେ ଖୁବ୍‌ କମ୍‌ ଲୋକଙ୍କୁ ନେଇ ଏକ କବାଟ ବନ୍ଦ ମିଶ୍ରଣ ପର୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର…

ଧର୍ମେନ୍ଦ୍ର ପ୍ରଧାନକୁ ଜନ୍ମଦିନ ଉପହାର ପଠାଇଲେ ଅଭିଜିତ୍ ଦୀପକେ, ପ୍ଲିଜ ଆପଣ…

ନୂଆଦିଲ୍ଲୀ, ୨୬।୬: ‘କକ୍ରୋଚ୍ ଜନତା ପାର୍ଟି’ ଲଗାତାର ଷଷ୍ଠ ଦିନ ପାଇଁ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ପ୍ରତିବାଦ ଜାରି ରଖିଛି । CJP ପ୍ରତିଷ୍ଠାତା ଅଭିଜିତ୍…

ପାପ କରିନ୍ତି ଧର୍ମେନ୍ଦ୍ର ପ୍ରଧାନ, ଇସ୍ତଫା ଦିଅନ୍ତୁ: ଖେରା

ଭୁବନେଶ୍ୱର,୨୬।୬(ରବିନାରାୟଣ ଜେନା):ସାଧାରଣ ପରୀକ୍ଷା କିଭଳି କରାଯାଏ ତାହା ଜଣା ନ ଥିବା ଲୋକ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଜ୍ଞାନ ବାଣ୍ଟୁଛନ୍ତି। ପୁଣି ଯାହାଙ୍କ ଡିଗ୍ରୀ ଉପରେ ପ୍ରଶ୍ନବାଚୀ ଚି଼ହ୍ନ…

ମୁହଁ ଖୋଲିଲେ ସିୟା ଅଗ୍ରଓ୍ବାଲ୍‌ଙ୍କ ପିତା: ଯଦି ମୋ ଝିଅ କେତନଙ୍କୁ ମାରିଛି ତେବେ…

ପୁଣେ,୨୬।୬: ମହାରାଷ୍ଟ୍ରର ପୁଣେରେ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରେମିକା ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri