ଜାଡେଜାଙ୍କ ପରେ ସିଏସ୍‌କେ କ୍ୟାମ୍ପ୍‌ରେ ଯୋଗ ଦେବେନି ଏହି କ୍ରିକେଟର୍‌

ଚେନ୍ନାଇ, ୧୫।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ମାସରୁ ୟୁଏଇରେ ଆରମ୍ଭ ହେବ। ଏଥିଲାଗି ଅଗଷ୍ଟ ୨୦ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌ (ସିଏସ୍‌କେ) ଦଳ ୟୁଏଇ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ତେବେ ଏଥିପୂର୍ବରୁ ସୁପର୍‌ କିଙ୍ଗ୍ସ ଦଳ ଶନିବାରଠାରୁ ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ପ୍ରସ୍ତୁତି ଶିବିର ଆରମ୍ଭ କରିଛି। ପୂର୍ବରୁ ବ୍ୟକ୍ତିଗତ କାରଣ ଲାଗି ଚେନ୍ନାଇର ଷ୍ଟାର୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଏହି କ୍ୟାମ୍ପରେ ଯୋଗ ଦେଇପାରିବେନି ବୋଲି ଜଣାପଡ଼ିଥିଲା। ଏବେ ଆଉ ୨ ଜଣ ସିଏସ୍‌କେ ଖେଳାଳି ଏହି କ୍ୟାମ୍ପ୍‌ର ଅଂଶଗ୍ରହଣ କରିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି। ସେମାନେ ହେଲେ ଦଳର ଅଭିଜ୍ଞ ସ୍ପିନର ହରଭଜନ ସିଂ ଓ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର। ‘ଉଭୟ ମଧ୍ୟ କିଛି ବ୍ୟକ୍ତିଗତ କାରଣ ଲାଗି ଦଳସହ ଯୋଗ ଦେଇପାରିବେନି। କିନ୍ତୁ ଅଗଷ୍ଟ ୧୯ରେ କ୍ୟାମ୍ପ୍‌ରେ ସାମିଲ ହେବେ’ ବୋଲି ସିଏସ୍‌କେ ପକ୍ଷରୁ କୁହାଯାଇଛ। ୩୯ ବର୍ଷୀୟ ହରଭଜନ ୧୬୦ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୧୫୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। ୧୮ ରନ ବ୍ୟୟରେ ୫ ଉଇକେଟ୍‌ ହାସଲ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ସେହିଭଳି ୨୦୧୬ରେ ଶେଷଥର ପାଇଁ ଭାରତୀୟ ଦଳ ପକ୍ଷରୁ ଖେଳିଥିବା ଏହି ଷ୍ଟାର୍‌ ସ୍ପିନର ଟେଷ୍ଟରେ ୪୧୭ ଓ ଦିନିକିଆରେ ୨୬୯ ଉଇକେଟ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ପ୍ରସ୍ତାବକୁ ପିସିବି ପ୍ରତ୍ୟାଖ୍ୟାନ

କରାଚୀ,୫।୧(ପି.ଟି.)- ଟେଷ୍ଟ ମ୍ୟାଚ୍‌ ଭେନ୍ୟୁ ପରିବର୍ତ୍ତନ ନେଇ ବାଂଲାଦେଶ ଦେଇଥିବା ସର୍ତ୍ତମୂଳକ ପ୍ରସ୍ତାବକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପ୍ରତ୍ୟାଖ୍ୟାନ କରିଛି। ପାକସ୍ତାନରେ ବାଂଲାଦେଶ ଗୋଟିଏ...

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ସିଡନୀ, ୪।୧୨: ଆୟୋଜକ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚର ସିରିଜ ୧-୧ରେ ବରାବର ହୋଇଛି। ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ...

ଅଲିମ୍ପିକ୍ସ ପୁରୁଷ ହକି: ଅନ୍ତିମ ପୁଲ୍‌ ମ୍ୟାଚରେ ଜାପାନକୁ ହରାଇଲା ଭାରତ

ଟୋକିଓ,୩୧।୭: ଅଲିମ୍ପିକ୍ସ ପୁରୁଷ ହକି ଇଭେଣ୍ଟରେ ଭାରତ ପୁଲ୍‌-ଏ’ରେ ତା’ର ଅନ୍ତିମ ମ୍ୟାଚ୍‌ରେ ଜାପାନକୁ ୫-୩ ଗୋଲରେ ପରାସ୍ତ କରିଛି। ପୂର୍ବରୁ କ୍ୱାର୍ଟର ଫାଇନାଲରେ ପହଞ୍ଚି...

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ : କ୍ୱାରାଣ୍ଟାଇନ୍‌ ସମୟରେ ଟ୍ରେନିଂ ପାଇଁ ନ୍ୟୁ ସାଉଥ୍‌ ଓ୍ବେଲ୍ସ ସରକାରଙ୍କ ଅନୁମତି

ସିଡ୍‌ନୀ, ୨୩।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଯିବ। ସେଠାରେ ଦଳ ପ୍ରଥମେ ସିଡ୍‌ନୀ ଓ କାନ୍‌ବେରାରେ ୩ଟି...

ପ୍ରଥମ ଭାରତୀୟ କୋହଲି

ନୂଆଦିଲ୍ଲୀ,୧।୭-ବିଶ୍ୱର କୌଣସି ବୋଲିଂ ଲାଇନ ଅଫ୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ରନ୍‌ କରିବାରୁ ରୋକିପାରିବ ନାହିଁ। ବହୁ ରେକର୍ଡ ଅଧିକାରୀ କୋହଲି ରବିବାର ନିଜ...

ଜାତୀୟ ସାମ୍ବୋରେ ଓଡ଼ିଶାକୁ ୫ ପଦକ

ଭୁବନେଶ୍ୱର, ୫।୧୨ (କ୍ରୀଡ଼ା ପ୍ରତିନିଧି): ଜମ୍ମୁସ୍ଥିତ ଭଗବତୀ ନଗର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ସାମ୍ବୋ (ମାର୍ଶାଲ ଆର୍ଟର...

ପୂର୍ବତନ କ୍ରିକେଟର ଆଣିଲେ ଯୌନ ଶୋଷଣ ଅଭିଯୋଗ

ମେଲବୋର୍ନ, ୪ା୧- ୧୯୮୫ରେ ଶ୍ରୀଲଙ୍କା ଟୁର୍‌ ସମୟରେ ଟିମ୍‌ ଅଫିସିଆଲଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ କ୍ରିକେଟର।...

କ୍ରିକେଟର ସ୍ତ୍ରୀଙ୍କୁ ଧମକ ଦେବା ପଡିଲା ମହଙ୍ଗା

କୋଲକାତା,୨୬।୧୦: ଭାରତୀୟ ଦଳର ପେସର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ଧମକ ଅଭିଯୋଗରେ କୋଲକାତା ପୋଲିସ ବୁଧବାର ୨୫ ବର୍ଷ ଯୁବକଙ୍କୁ ଗିରଫ କରିଛି।...

Advertisement
Archives

Model This Week