Posted inଖେଳ

ଘର ବିକିଲେ ହରଭଜନ ସିଂ

ମୁମ୍ବାଇ,୨୪।୧୧: ଭାରତର କିମ୍ବଦନ୍ତୀ ଅଫ ସ୍ପିନର ହରଭଜନ ସିଂ ବେଶ୍‌ ଲୋକପ୍ରିୟ ବ୍ୟକ୍ତିତ୍ୱ। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ପ୍ରଶଂସକଙ୍କ ସହ ସବୁବେଳେ ଯୋଡି ରହିବାକୁ ପସନ୍ଦ କରନ୍ତି। ନିକଟରେ ହରଭଜନ ମୁମ୍ବାଇରେ ଥିବା ନିଜର ଏକ ଆପାର୍ଟମେଣ୍ଟକୁ ୧୭.୫୮ କୋଟିରେ ବିକ୍ରି କରିଛନ୍ତି। ସୂଚନା ଅନୁଯାୟୀ, ଏହି ଜମିର କ୍ରେତା ହେଉଛି ଜେବିସି ଅନ୍ତର୍ଜାତୀୟ ଏଲଏଲପି ଏବଂ ସମ୍ପତ୍ତିର ବିକ୍ରୟ ତାରିଖ ୧୮ ନଭେମ୍ବର ୨୦୨୧ରେ ପଞ୍ଜୀକୃତ ହୋଇଥିଲା।
ମନି କଣ୍ଟ୍ରୋଲ ଜେବିସି ଇଣ୍ଟରନ୍ୟାସନାଲ୍‌ର ପାର୍ଟନର ନୀରଜ ଗୋଏଙ୍କାଙ୍କ ସହ ଯୋଗାଯୋଗ କରିଥିଲା। ଏହି ଆପାର୍ଟମେଣ୍ଟଟି ୨,୮୩୦ ବର୍ଗଫୁଟ ଅଞ୍ଚଳରେ ବ୍ୟାପିଛି। ଏହି ଆପାର୍ଟମେଣ୍ଟ ମୁମ୍ବାଇର ଅନ୍ଧେରୀ ୱେଷ୍ଟର ରୁଷ୍ଟମଜୀ ଏଲିମେଣ୍ଟସ ନାମକ ଏକ ପ୍ରକଳ୍ପର ନବମ ମହଲାରେ ଅବସ୍ଥିତ। ଡକ୍ୟୁମେଣ୍ଟଗୁଡିକ ଦର୍ଶାଉଛି ଯେ କ୍ରେତା ୮୭.୯ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଛି। ହରଭଜନ ସିଂ ଡିସେମ୍ବର ୨୦୧୭ରେ ଏହି ଆପାର୍ଟମେଣ୍ଟ କିଣି ମାର୍ଚ୍ଚ ୨୦୧୮ ରେ ୧୪.୫ କୋଟି ଟଙ୍କାରେ ରେଜିଷ୍ଟ୍ରେଶନ କରିଥିଲେ।
୧୯୯୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ ସହ ହରଭଜନ ସିଂ ତାଙ୍କର ଅନ୍ତର୍ଜାତୀୟ କ୍ୟାରିଅର୍‌ ଆରମ୍ଭ କରିଥିଲେ। କ୍ରିକେଟର ଦୀର୍ଘତମ ଫର୍ମାଟରେ ହରଭଜନ ୧୦୩ଟି ମ୍ୟାଚରେ ମୋଟ ୪୧୭ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ ବୋଲି କୁହାଯାଉଛି। କାରଣ ଝିଅ ପୁଅ ବୋହୁ ମାନଙ୍କ ଅତିଷ ଯନ୍ତ୍ରଣା ଖୁବ…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?