Posted inଖେଳ

ଶାସ୍ତ୍ରୀ ବହୁତ ବଡ଼ କଥା କହିଦେଲେ, ଭାରତୀୟ ଭାବେ ଆମେ ଗର୍ବ କରିଥାନ୍ତୁ: ହରଭଜନ

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ କୋଚ୍‌ ରବି ଶାସ୍ତ୍ରୀ ନିକଟରେ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହାକୁ ନେଇ ପୂବତନ ଭାରତୀୟ ସ୍ପିନର ହରଭଜନ ସିଂହ ପ୍ରତିକ୍ରିୟା ରଖି ଶାସ୍ତ୍ରୀ ବହୁତ ବଡ଼ କଥା କହିଥିବା କହିଛନ୍ତି।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌ରେ ପରାଜୟ ପରେ ହଠାତ୍‌ କୋହଲି ଟେଷ୍ଟର ଅଧିନାୟକତ୍ୱ ଛାଡ଼ିବା ନେଇ ଘୋଷଣା କରିଥିଲେ। ଏହାକୁ ନେଇ ବିରାଟଙ୍କ ପ୍ରଶଂସକ ବୋର୍ଡ ଉପରେ ପ୍ରଶ୍ନ ଉଠାଇଥିଲେ। ଶାସ୍ତ୍ରୀ କୋହଲିଙ୍କ ସମର୍ଥନରେ ବାହାରି କହିଥିଲେ, ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ବିରାଟଙ୍କ ସଫଳ କାର୍ଯ୍ୟକାଳ ହଜମ ହେଉ ନ ଥିବ।

ଏହି ବୟାନକୁ ନେଇ ହରଭଜନ ‘ସ୍ପୋଟ୍ସ ତକ୍‌’ ସହ ସାକ୍ଷାତକାରରେ କହିଛନ୍ତି, ଏହି ବୟାନ ବହୁତ ବଡ଼। ଶାସ୍ତ୍ରୀ କହୁଛନ୍ତି ଯଦି ବିରାଟ ୧୫-୨୦ ଟେଷ୍ଟ ମ୍ୟାଚ୍‌ ଜିତି ନିଜର ସଫଳ କାର୍ଯ୍ୟକାଳରେ ଯୋଡ଼ିଥାନ୍ତେ ତେବେ କିଛି ଲୋକଙ୍କୁ ହଜମ ହୋଇ ନ ଥାନ୍ତା। ମୁଁ ଜାଣେନା ସେ କାହା ବିଷୟରେ କଥା ହେଉଛନ୍ତି। କିଏ ହଜମ କରିପାରି ନ ଥାନ୍ତା। ହେଲେ ଭାରତୀୟ ହିସାବରେ ଆମକୁ ଗର୍ବ ଲାଗିଥାନ୍ତା। କୋହଲି ଆଉ ୪୦ ମ୍ୟାଚ୍‌ ଜିତି ରେକର୍ଡ କରନ୍ତୁ ବୋଲି ଆଶା କରିଥାନ୍ତୁ। ଏପରି କରିବା ଦ୍ୱାରା ଆଗାମୀ ଅଧିନାୟକକୁ ତାଙ୍କ ରେକର୍ଡର ସମକକ୍ଷ ହେବା ଲାଗି ଦୁଇ ଥର ଅଧିନାୟକ ହେବାକୁ ପଡ଼ିଥାନ୍ତା।

କହିରଖୁଛୁ, କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟେଷ୍ଟ ଟିମ୍‌ ୬୮ରୁ ୪୦ ମୁକାବିଲା ଜିତିଛି। ସେ ଟେଷ୍ଟ ଇତିହାସରେ ଭାରତ ପାଇଁ ସବୁଠାରୁ ସଫଳ ଅଧିନାୟକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri