Posted inଖେଳ

ମାତ୍ର ୩୧ ବର୍ଷ ବୟସରେ ଏହି ଖେଳାଳିଙ୍କ କ୍ରିକେଟ୍‌ କ୍ୟାରିୟର୍‌ ଶେଷ!

ନୂଆଦିଲ୍ଲୀ,୨୭।୧:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଫେବୃୟାରୀ ୬ରୁ ଆରମ୍ଭ ହେବାକୁ ଯାଉଛି। ଦିନିକିଆ ସିରିଜ ପରେ ଏକ ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ମଧ୍ୟ ଖେଳାଯିବ। ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ଟି -୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଟିମ ଇଣ୍ଡିଆର ଜଣେ ଶକ୍ତିଶାଳୀ ଖେଳାଳିଙ୍କ ଦିନିକିଆ କ୍ୟାରିଅର୍‌ ପ୍ରାୟ ୩୧ ବର୍ଷ ବୟସରେ ଶେଷ ହୋଇଛି। ସେ ହେଉଛନ୍ତି ଭୁବନେଶ୍ୱର କୁମାର। ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ତାଙ୍କୁ ସୁଯୋଗ ଦିଆଯାଇ ନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଟିମ ଇଣ୍ଡିଆର ପରାଜୟର ସବୁଠାରୁ ବଡ ଭିଲେନ ବୋଲି ପ୍ରମାଣିତ କରିଛନ୍ତି। ପ୍ରଥମ ଦିନିକିଆ ମ୍ୟାଚରେ ଭୁବନେଶ୍ୱର କୁମାର ୧୦ ଓଭରରେ ୬୪ ରନ ଦେଇଥିଲେ। ଏହି ସମୟ ମଧ୍ୟରେ ଭୁବନେଶ୍ୱର କୁମାର ଗୋଟିଏ ଉଇକେଟ ମଧ୍ୟ ପାଇ ନ ଥିଲେ। ଦ୍ୱିତୀୟ ଦିନିକିଆରେ ଭବନେଶ୍ୱର କୁମାର ଅଧିକ ମହଙ୍ଗା ପ୍ରମାଣିତ ହୋଇଥିଲେ। ଦ୍ୱିତୀୟ ଦିନିକିଆରେ ଭୁବନେଶ୍ୱର କୁମାର ୮ ଓଭରରେ ୬୭ ରନ ଦେଇଥିଲେ। ଏହି କାରଣରୁ ତାଙ୍କୁ ୧୦ ଓଭରର କୋଟା ପୂରଣ କରିବାକୁ ମଧ୍ୟ ଦିଆଯାଇ ନ ଥିଲା। ତୃତୀୟ ଦିନିକିଆ ମ୍ୟାଚରେ ଭୁବନେଶ୍ୱର କୁମାରଙ୍କୁ ଦଳରୁ ବାଦ୍‌ ପଡିଥିଲେ।
ଭୁବନେଶ୍ୱର କୁମାରଙ୍କ ଦିନିକିଆ କ୍ୟାରିୟର ଏବେ ସମାପ୍ତ ବୋଲି କୁହାଯାଉଛି, କାରଣ ବର୍ତ୍ତମାନ ଟିମ ଇଣ୍ଡିଆ ତାଙ୍କ ସ୍ଥାନରେ ଦୀପକ ଚହରଙ୍କ ଭଳି ଚମତ୍କାର ଦ୍ରୁତ ବୋଲରଙ୍କୁ ପାଇଛି। ଦୀପକ ଚହର ବ୍ୟାଟିଂ ତଥା ଦ୍ରୁତ ବୋଲିଂରେ ମଧ୍ୟ ପାରଦର୍ଶୀ ଅଟନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ଦୀପକ ଚହର ୩୪ ଟି ବଲରେ ୫୪ ରନ ସଂଗ୍ରହ କରି ମ୍ୟାଚ ଜିତିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। ଭୂବନେଶ୍ୱର କୁମାରଙ୍କ ଗତି ମଧ୍ୟ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ଭୁବନେଶ୍ୱର କୁମାରଙ୍କୁ ଆଉ ଦିନିକିଆ ଖେଳିବା ଦେଖିବାକୁ ମିଳିବ ନାହିଁ।

ଫେବୃୟାରୀ ୬: ପ୍ରଥମ ଦିନିକିଆ(ଅହମ୍ମଦାବାଦ)
ଫେବୃୟାରୀ ୯: ଦ୍ୱିତୀୟ ଦିନିକିଆ(ଅହମ୍ମଦାବାଦ)
ଫେବୃୃୟାରୀ ୧୧: ତୃତୀୟ ଦିନିକିଆ(ଅହମ୍ମଦାବାଦ)
୧୬ ଫେବୃୟାରୀ: ପ୍ରଥମ ଟି୨୦ (କୋଲକାତା)
ଫେବୃୟାରୀ ୧୮: ଦ୍ୱିତୀୟ ଟି୨୦ (କୋଲକାତା)
ଫେବୃୟାରୀ ୨୦: ତୃତୀୟ ଟି୨୦ (କୋଲକାତା)


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri