Posted inଖେଳ

ଶାସ୍ତ୍ରୀ ବହୁତ ବଡ଼ କଥା କହିଦେଲେ, ଭାରତୀୟ ଭାବେ ଆମେ ଗର୍ବ କରିଥାନ୍ତୁ: ହରଭଜନ

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ କୋଚ୍‌ ରବି ଶାସ୍ତ୍ରୀ ନିକଟରେ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହାକୁ ନେଇ ପୂବତନ ଭାରତୀୟ ସ୍ପିନର ହରଭଜନ ସିଂହ ପ୍ରତିକ୍ରିୟା ରଖି ଶାସ୍ତ୍ରୀ ବହୁତ ବଡ଼ କଥା କହିଥିବା କହିଛନ୍ତି।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌ରେ ପରାଜୟ ପରେ ହଠାତ୍‌ କୋହଲି ଟେଷ୍ଟର ଅଧିନାୟକତ୍ୱ ଛାଡ଼ିବା ନେଇ ଘୋଷଣା କରିଥିଲେ। ଏହାକୁ ନେଇ ବିରାଟଙ୍କ ପ୍ରଶଂସକ ବୋର୍ଡ ଉପରେ ପ୍ରଶ୍ନ ଉଠାଇଥିଲେ। ଶାସ୍ତ୍ରୀ କୋହଲିଙ୍କ ସମର୍ଥନରେ ବାହାରି କହିଥିଲେ, ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ବିରାଟଙ୍କ ସଫଳ କାର୍ଯ୍ୟକାଳ ହଜମ ହେଉ ନ ଥିବ।

ଏହି ବୟାନକୁ ନେଇ ହରଭଜନ ‘ସ୍ପୋଟ୍ସ ତକ୍‌’ ସହ ସାକ୍ଷାତକାରରେ କହିଛନ୍ତି, ଏହି ବୟାନ ବହୁତ ବଡ଼। ଶାସ୍ତ୍ରୀ କହୁଛନ୍ତି ଯଦି ବିରାଟ ୧୫-୨୦ ଟେଷ୍ଟ ମ୍ୟାଚ୍‌ ଜିତି ନିଜର ସଫଳ କାର୍ଯ୍ୟକାଳରେ ଯୋଡ଼ିଥାନ୍ତେ ତେବେ କିଛି ଲୋକଙ୍କୁ ହଜମ ହୋଇ ନ ଥାନ୍ତା। ମୁଁ ଜାଣେନା ସେ କାହା ବିଷୟରେ କଥା ହେଉଛନ୍ତି। କିଏ ହଜମ କରିପାରି ନ ଥାନ୍ତା। ହେଲେ ଭାରତୀୟ ହିସାବରେ ଆମକୁ ଗର୍ବ ଲାଗିଥାନ୍ତା। କୋହଲି ଆଉ ୪୦ ମ୍ୟାଚ୍‌ ଜିତି ରେକର୍ଡ କରନ୍ତୁ ବୋଲି ଆଶା କରିଥାନ୍ତୁ। ଏପରି କରିବା ଦ୍ୱାରା ଆଗାମୀ ଅଧିନାୟକକୁ ତାଙ୍କ ରେକର୍ଡର ସମକକ୍ଷ ହେବା ଲାଗି ଦୁଇ ଥର ଅଧିନାୟକ ହେବାକୁ ପଡ଼ିଥାନ୍ତା।

କହିରଖୁଛୁ, କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟେଷ୍ଟ ଟିମ୍‌ ୬୮ରୁ ୪୦ ମୁକାବିଲା ଜିତିଛି। ସେ ଟେଷ୍ଟ ଇତିହାସରେ ଭାରତ ପାଇଁ ସବୁଠାରୁ ସଫଳ ଅଧିନାୟକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୨୯ରେ ଅଟକିଲା ମୁମ୍ବାଇ ଇଣ୍ଡିଆନ୍ସ

ଶାରଜା,୨।୧୦: ଚଳିତ ଆଇପିଏଲ୍‌ର ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାକୁ ସଠିକ୍‌ ପ୍ରମାଣିତ...

ଏଥର ଦୋହାରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ଅଲିମ୍ପିକ୍ସ ପରେ ବିଶ୍ୱ ଆଥଲେଟିକ ଚାମ୍ପିୟନଶିପ୍‌ ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଛି। ଏହି ମେଗା ଇଭେଣ୍ଟର ୧୭ତମ ସଂସ୍କରଣ ଏଥର କାତାର ରାଜଧାନୀ...

ଫିଫା ଟ୍ରଫି ଉନ୍ମୋଚନ କରିବେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ୧୫ ବର୍ଷ ମଧ୍ୟରେ ଅନେକ ବ୍ଲକବଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଚଳିତବର୍ଷ ଅଭିନେତ୍ରୀ କାନ୍ସ ଫିଲ୍ମ...

ଓଡ଼ିଶା ଓମେନ୍ସ ଲିଗ୍‌: ସାଇ-ଏସ୍‌ଟିସି ବିଜୟୀ

ଭୁବନେଶ୍ୱର, ୫।୩(କ୍ରୀଡ଼ା ପ୍ରତିନିଧି)-ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ର ଗୁରୁବାର...

୧୪୪ ବର୍ଷ ଟେଷ୍ଟ ଇତିହାସରେ କେବଳ ଏହି କ୍ରିକେଟର ପ୍ରଥମ ବଲ୍‌ରେ ମାରିଛନ୍ତି ଛକା, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌…

ନୂଆଦିଲ୍ଲୀ,୩।୧୧: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏଥିରେ ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ହୋଇଥାଏ। ଦୀଘେ ପାଞ୍ଚ ଦିନ ଧରି ଚାଲୁଥିବା...

ହଠାତ୍‌ ପଡ଼ିଆରେ ଅଟକି ଗଲା ସ୍ପାଇଡର୍‌ କ୍ୟାମେରା: ଆଉ ତା’ପରେ

ମୁମ୍ବାଇ,୫।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଘରୋଇ ଦଳର ସ୍ଥିତି ମଜଭୁତ ରହିଛି। ଭାରତ ଜିତିବାକୁ...

ଏହି ଭାରତୀୟ କ୍ରିକେଟର୍‌ ରଚିଲେ ଇତିହାସ

ମେଲବୋର୍ନ,୨୯।୧୨: ମେଲବୋର୍ନରେ ଖେଳାଯାଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆର ବିଜୟରେ ରବିନ୍ଦ୍ର ଜାଡେଜା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ...

ଓ୍ବାର୍ନରଙ୍କୁ ନେଇ ଅଷ୍ଟ୍ରେଲିଆର ଚିନ୍ତା ବଢ଼ିଲା

କାନବେରା,୧୪ା୧୦: ଟି୨୦ ବିଶ୍ୱକପ ପୂର୍ବରୁ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ନେଇ ଚିନ୍ତାରେ ଅଷ୍ଟ୍ରେଲିଆ। ବେକରେ ଆଘାତ ଲାଗିଥିବାରୁ ଓ୍ବାର୍ନର ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ରୁ ବାଦ୍‌...

Advertisement
Archives

Model This Week