ସାବଧାନ ନ ହେଲେ ହଇରାଣ ହେବା

ଭୁବନେଶ୍ୱର, ୨୧ା୧୦(ବ୍ୟୁରୋ): ଆଗକୁ ପାର୍ବଣ ସାଙ୍ଗକୁ ଶୀତଦିନ ଆସୁଛି। ସଚେତନ ନ ରହିଲେ ପରିସ୍ଥିତି ପୁଣି ବିଗିଡ଼ିଯିବ। କେରଳ ଓ ପାଶ୍ଚାତ୍ୟ ଦେଶ ଭଳି ପୁଣି ସଂକ୍ରମଣ ବଢ଼ିଯିବ। ଆମେ ଓ ଆମ ପରିବାର ହଇରାଣ ହେବେ। ପାର୍ବଣରେ ସର୍ବସାଧାରଣ ସ୍ଥାନରେ ଭିଡ଼ କରିବା ନାହିଁ। ଘରେ ରହି ମା’ଙ୍କ ଆରାଧନା କରିବା। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା ଓ ହାତ ଧୋଇବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି।
ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ବିଶେଷଜ୍ଞମାନଙ୍କ ଅନୁସାରେ ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ। ଆମେ ସାବଧାନ ରହିଲେ ସଂକ୍ରମଣ ବଢ଼ିବ ନାହିଁ। ଏପରି କି ସଂକ୍ରମଣ ଯେଭଳି ବଢ଼ିବ ନାହିଁ ସେଥିପାଇଁ ମା’ଙ୍କ ନିକଟରେ ଶପଥ ନେଇ କାମ କରିବା ହେବ। ଗତ ୭ ମାସ ହେବ ଓଡ଼ିଶା କରୋନା ବିରୋଧରେ ଲଢ଼େଇ ଜାରି ରଖିଛି। ଏଥିପାଇଁ ଓଡ଼ିଶାବାସୀଙ୍କୁ ଅନେକ କଷ୍ଟ, ତ୍ୟାଗ ସ୍ବୀକାର କରିବାକୁ ପଡୁଛି। ବିଶେଷ କରି ପିଲା ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି। ପିଲାମାନେ ସ୍କୁଲ ସାଙ୍ଗ ସାଥୀ ଓ ଖେଳିବାର ମଜା ନେଇ ପାରୁନାହାନ୍ତି। ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ୱାରା ଆମେ କରୋନା ବିରୋଧରେ ଲଢ଼େଇକୁ ଭଲ ଭାବେ ଲଢ଼ିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ। ଓଡ଼ିଶା ଗତ ୬ ମାସ ମଧ୍ୟରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି। ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି। ମୋର ଅନୁରୋଧ ରକ୍ଷା କରି ଆପଣମାନେ ମାସ୍କ ପିନ୍ଧୁଛନ୍ତି, ହାତ ଧୋଉଛନ୍ତି ଏବଂ ସାମାଜିକ ଦୂରତ୍ୱ ମଧ୍ୟ ରକ୍ଷା କରୁଛନ୍ତି। ଅବଶ୍ୟ କେତେଜଣ ଟିକେ ଅମାନିଆ ହେଉଛନ୍ତି। ସେମାନେ ପରିସ୍ଥିତିକୁ ଠିକ୍‌ ଭାବେ ବୁଝିବା ଦରକାର। ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ କୋଭିଡ୍‌ ପଜିଟିଭ ସଂଖ୍ୟା କମିବା ଆରମ୍ଭ କରିଛି। ସେପ୍ଟେମ୍ବରରେ ରାଜ୍ୟରେ ପଜିଟିଭ ସଂଖ୍ୟା ୪ ହଜାରରୁ ଅଧିକ ଥିବାବେଳେ ଏବେ ୨ହଜାର ତଳକୁ ଖସିଛି। ଆଗକୁ ଆହୁରି କମିବ। ଦୁଇମାସ ତଳେ ଗଞ୍ଜାମ ଓ ଗଜପତିରେ ଦୈନିକ ଶହ ଶହ କେସ୍‌ ବାହାରୁଥିଲା। ଲୋକଙ୍କ ସହଯୋଗ, ଗୋଷ୍ଠୀ ସହଭାଗିତା ଏବଂ କୋଭିଡ୍‌ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଗଞ୍ଜାମ ଓ ଗଜପତିରେ ସଂକ୍ରମଣ ବହୁମାତ୍ରାରେ କମିଯାଇଛି। ସେମାନେ ଏବେ ଅନ୍ୟ ଜିଲା ପାଇଁ ପ୍ରେରଣା ହୋଇଛନ୍ତି।
ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ। କରୋନା ଲକ୍ଷଣ ଅତ୍ୟନ୍ତ ଜଟିଳ। ଔଷଧ ଓ ଟିକା ନ ବାହାରିବା ଯାଏ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବ୍ରିଟେନ, ଫ୍ରାନ୍ସ, ସ୍ପେନ ଭଳି ୟୁରୋପୀୟ ଦେଶରେ ମାର୍ଚ୍ଚ-ଏପ୍ରିଲରେ କରୋନା ଭୟଙ୍କର ରୂପ ନେଇଥିଲା। ଅନେକ ଲୋକ ଜୀବନ ହରାଇଥିଲେ। ତା’ ପରେ କରୋନା ଟିକେ କମିଥିଲା। କିନ୍ତୁ ଏବେ ସେଠାରେ ପୁଣି ଥରେ ସଂକ୍ରମଣ ବହୁତ ବଢ଼ିଯାଇଛି। ଏହା ପୂର୍ବଠାରୁ ଆହୁରି ଭୟଙ୍କର ହୋଇଛି। ସେପ୍ଟେମ୍ବର ପହିଲାରେ ବ୍ରିଟେନରେ ଦୈନିକ ୧୨୦୦ରୁ ଅଧିକ ପଜିଟିଭ କେସ୍‌ ବାହାରୁଥିଲା। ୮ ଅକ୍ଟୋବରରେ ଏହା ୧୭ ହଜାରରୁ ଅଧିକ ହେଲାଣି। ସେହିପରି ଫ୍ରାନ୍ସରେ ଅଗଷ୍ଟ ୩୧ରେ ୩ ହଜାରରୁ ଅଧିକ ପଜିଟିଭ କେସ୍‌ ଥିବା ବେଳେ ଅକ୍ଟୋବର ୧୦ରେ ୨୬ ହଜାରରୁ ଅଧିକ ହେଲାଣି। ଭାରତ ଏବେ ଆମେରିକା ପରେ ବିଶ୍ୱରେ ଦୁଇ ନମ୍ବର ସ୍ଥାନରେ ରହିଛି। କେରଳ ବହୁତ ସୁନ୍ଦର ଭାବେ କରୋନା ସଂକ୍ରମଣକୁ ରୋକିଥିଲା। କିନ୍ତୁ ତାଙ୍କର ପ୍ରସିଦ୍ଧ ଓନାମ ପରବ ପରେ ଏବେ ସେଠାରେ ସଂକ୍ରମଣ ୩ ଗୁଣ ବଢ଼ିଯାଇଛି। ତେଣୁ ପାର୍ବଣରେ ସାବଧାନ ରହିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିପାରେ ହସ୍ପିଟାଲ ସଂକ୍ରମଣ

ଭୁବନେଶ୍ୱର,୧୫।୧(ବ୍ୟୁରୋ): କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସଂକ୍ରମଣବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିଲା। ବିଶେଷକରି ହସ୍ପିଟାଲରେ ସଂକ୍ରମଣ ବ୍ୟାପିବା ପରେ ଏଭଳି ସଂକଟ...

ରେଳ, ଟେଲିକମ୍‌, ବ୍ୟାଙ୍କିଙ୍ଗ ସୁବିଧା ଦିଅ: ନବୀନ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟର ମାଓବାଦୀ ପ୍ରଭାବିତ ଜିଲାଗୁଡିକରେ ପର୍ଯ୍ୟାପ୍ତ ରେଳ, ଟେଲି ଯୋଗାଯୋଗ ଏବଂ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଉ। ସୋମବାର ନୂଆଦିଲ୍ଲୀଠାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ପ୍ରସଙ୍ଗ: ୧୬ ଜିଲାରେ ଲୁଟେରାଙ୍କୁ ସୁରକ୍ଷା

ଯାଜପୁର ଅଫିସ,୩୦ା୩: ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ପାଇଁ ବିଭିନ୍ନ ପ୍ରଭାବଶାଳୀ କମ୍ପାନୀ ପକ୍ଷରୁ ଅଘୋଷିତ ପ୍ରତିଯୋଗିତା ଚାଲିଛି। ଏହି ପ୍ରଭାବଶାଳୀ କମ୍ପାନୀ ଓ...

ପିପିଲି ପାଇଁ ପ୍ରକାଶ ପାଇବ ସାନି ବିଜ୍ଞପ୍ତି, ପ୍ରାର୍ଥୀ ଦେବା ପାଇଁ କଂଗ୍ରେସକୁ ମିଳିବ ୭ ଦିନ ସମୟ

ଭୁବନେଶ୍ୱର,୧୫।୪(ବ୍ୟୁରୋ): କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ପ୍ରେସମିଟ୍‌ କରି କହିଛନ୍ତି,...

ଭୁଶୁଡ଼ିଲା ବିଦ୍ୟାଳୟ ଛାତ

ଭୋଗରାଇ, ୨୨।୭(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁମ୍ଭୀରଗଡ଼ି ପଞ୍ଚାୟତ ଅଡ଼ଙ୍ଗପନ୍ତେଇ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ୧୨୫ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ ବାରଣ୍ଡାର ଛାତ...

ଜର୍ମାନୀର ଜିଆଇ୍‌ଜେଡ ପ୍ରତିଷ୍ଠାନ, ଓଡିଶା ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ରାଜ୍ୟର ସହରାଞ୍ଚଳ ବିକାଶରେ ହେବ ସହାୟକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ସହରାଞ୍ଚଳ ବିକାଶକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଜର୍ମାନୀର...

ନବ ଦାସଙ୍କୁ ହତ୍ୟା ପରେ: ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର,୧।୨(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ଘଟଣାର ୩ ଦିନ ପରେ ମଧ୍ୟ କାହିଁକି ଜଣେ ପୋଲିସ...

ସାହିରେ ପଶି ଗୋଡ଼ାଇ ହାଣିଲେ, ଗାଡ଼ି ଭାଙ୍ଗିଲେ

ଭୁବନେଶ୍ୱର,୭।୮(ବ୍ୟୁରୋ): ମାଷ୍ଟରକ୍ୟାଣ୍ଟିନ ଛକରେ ଅସାମାଜିକଙ୍କ ଆତଙ୍କରାଜ୍‌ ମନରୁ ନ ଲିଭୁଣୁ ଶୁକ୍ରବାର ରାତିରେ ମଞ୍ଚେଶ୍ୱର ଥାନାଞ୍ଚଳରେ ଆଉଏକ ଘଟଣା ଘଟିଛି। ୬୦ରୁ ୭୦ଜଣ ଯୁବକ ପଳାଶୁଣୀ...

Advertisement
Archives

Model This Week